Advertisment

BaliJatra 2023: ଉତ୍କଳୀୟ ନୌବାଣିଜ୍ୟର ମୁକସାକ୍ଷୀ ଭାବେ ଠିଆ ହୋଇଛି ବାଲିଯାତ୍ରା

ବାଲିଯାତ୍ରା ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାକୁ ଆହୁରି ଲୋକପ୍ରିୟ କରିଛି। ଏହି ସମୟରେ 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ବାଲିଯାତ୍ରା।

author-image
Pramod Behera
ଅଦ୍ୟତନ ହୋଇଛି
Balijatra stands as a witness of Odisha’s boat trade

Balijatra stands as a witness of Odisha’s boat trade

ବାରମାସରେ ତେର ପର୍ବରେ ବନ୍ଧା ପ୍ରତି ଓଡ଼ିଆ। ସେମିତି ଏକ ପରମ୍ପରା ହେଉଛି ବାଲିଯାତ୍ରା। ଓଡ଼ିଆର ପ୍ରମୁଖ ପର୍ବ ବାଲିଯାତ୍ରା ଡଙ୍ଗାଭସା ବା ବୋଇତ ବନ୍ଦାଣ ନାମରେ ଜଣାଶୁଣା। ବାଲିଯାତ୍ରା ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ମୁକସାକ୍ଷୀ। ବାଲିଯାତ୍ରା ଏମିତି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା। ଆଧୁନିକ ଓଡ଼ିଶା ହେଉଛି ଏସବୁର ପରିବର୍ତ୍ତିତ ରୂପ। ଏହି ଯାତ୍ରା କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ।

Advertisment

ପୂର୍ବ କାଳରେ ସାଧବମାନେ ବୋଇତରେ ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଆଦି ସ୍ଥାନକୁ ବାଣିଜ୍ୟ କରିବାକୁ ଯାଇ ଧନ ରତ୍ନ ଧରି ସ୍ୱଦେଶ ଫେରୁଥିଲେ। ଆଜି ଆଉ ସେ ପରମ୍ପରା ନାହିଁ ସତ କିନ୍ତୁ ଏହାର ସ୍ମୃତିରେ ଉପକୂଳ ଅଞ୍ଚଳରେ ବାଲିଯାତ୍ରାର ଆୟୋଜନ କରାଯାଇଥାଏ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ 'ଆକାମାବୈ' ଗୀତ ବୋଲି ଡଙ୍ଗା ଭସାଇ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି। ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ, କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା।

Advertisment

କଟକଠାରେ ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି ଓ ବାଣିଜ୍ୟ ପସରା ମେଲେଇ ଥାଆନ୍ତି।

ଉତ୍କଳୀୟ ନୌବାଣିଜ୍ୟ ଓ ବାଲିଯାତ୍ରା:

ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା। ତଅପୋଇ କିମ୍ବଦନ୍ତୀ ଏହି ପରମ୍ପରାରେ ରୋମାଞ୍ଚ ଭରିଦିଏ। 'ଆକାମାବୈ' ଗୀତ ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନେଇ ଓଡ଼ିଶା ସରକାରଙ୍କ ପ୍ରୟାସରେ କଟକରେ ପ୍ରତିବର୍ଷ ଅନୁଷ୍ଠିତ ହୁଏ ବାଲିଯାତ୍ର। ହଜାର ହଜାର ଜନସମାଗମରେ ପୂରୀଉଠେ ଗଡଗଡିଆ ଘାଟ। ଚାରିଆଡେ ଆନନ୍ଦ, ଉଲ୍ଲାସ ଆଉ ମଜ୍ଜା।

କ'ଣ କୁହେ ଇତିହାସ:

ଓଡ଼ିଆ ସାଧବ ପୁଅ ବା ବଣିକ ଗୋଷ୍ଠିର ପ୍ରତିନିଧିଗଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ବାଲି ଅର୍ଥାତ୍ ଅଧୁନା ଇଣ୍ତୋନେସିଆର ବାଲିଦ୍ୱୀପ ସହ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଦ୍ୱୀପକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସେମାନଙ୍କ ଦ୍ୱାରା ବ୍ୟବସାୟରୁ ମିଳୁଥିବା ଧନସମ୍ପଦ ଉତ୍କଳର ଅର୍ଥନୀତିକୁ ସମୃଦ୍ଧ କରୁଥିଲା। ସେତେବେଳେ ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ଥିଲା, କିନ୍ତୁ ବାଲିଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା।

ବାଲିଯାତ୍ରା ଓ ବେପାର ବଣିଜ:

ବର୍ତ୍ତମାନ କଟକ ସହରରେ ଭାଇଚାରା ସହ ବାଲିଯାତ୍ରା ପାଳନ ହେଉଛି। ଅନେକ ବ୍ୟବସାୟି ଏହି ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରି ନିଜର ଜିନିଷ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି। ଏହି ଅବସରରେ ମନୋରଂଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି।

ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ୍‌ ବସାଯାଇ ହସ୍ତଶିଳ୍ପ, କାରୁକାର୍ଯ୍ୟ, ପାରମ୍ପରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ। ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍ ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଯେ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ କେବଳ ଏଥିପାଇଁ ହିଁ ଏହି ଉତ୍ସବ ଆୟୋଜିତ ହେଇଛି। ବାଲିଯାତ୍ରା ମଞ୍ଚରେ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଏ।

Kartika Purnima Odisha Kartik Purnima Balijatra Baliyatra Cuttack Baliyatra
Advertisment
Advertisment