/odishatv-khabar/media/post_attachments/uploadimage/library/16_9/16_9_0/Bali_Jatra_1701053875.jpg)
Bali Jatra
ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଏହି ବାଲିଯାତ୍ରା ଆଜି ସଂନ୍ଧ୍ୟାରେ ଉଦଘାଟିତ ହେବ । ଚଳିତ ବର୍ଷ ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ସାଜିବ ରାଜ୍ୟର ପ୍ରଥମ ଥର ପାଇଁ ହେଉଥିବା ଫିସ୍ ଆକ୍ବାରିୟମ ଟନେଲ ।
ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ଶହରୁ ଅଧିକ ଷ୍ଟଲ କରାଯାଇଛି । କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି । ଏଥି ସହିତ ୩୦ ଫୁଟ୍ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍, ଲେଜର ଶୋ’ ଆଦି କରାଯାଇଛି ।
ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ପୁର ପଲ୍ଲୀରେ ଆଜି ବୋଇତ ବନ୍ଦାଣ ଅର୍ଥାତ ଡଙ୍ଗା ଭସା ଯାଉଛି । ପୋଖରୀ, ନଦୀ, ସମୁଦ୍ରକୂଳରେ ସ୍ବତନ୍ତ୍ର ଆୟୋଜନ ହୋଇଛି । ଭୋରରୁ ମହିଳା ମାନେ କଦଳୀ ପାଟୁଆ, କାଗଜ, ସୋଲରେ, ଯିଏ ଯେମିତି ପାରିଲା ସେଥିରେ ଡଙ୍ଗା ପ୍ରସ୍ତୁତ କରି ଭସାଉଛନ୍ତି ।
ଦୀପ, ଧୂପ ଦେବା ସହ ବନ୍ଦାଣ କରିଛନ୍ତି । ବର୍ଷ ବର୍ଷ ତଳେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଆଜି ମନେ ପକାଇଛନ୍ତି ସମସ୍ତେ । ସାଧବ ପୁଅ ମାନେ ଆଜିର ଦିନର ସାତ ଦରିଆ ପାର କରି ବିଦେଶରେ ବ୍ୟବସାୟ କରିବାକୁ ବାହାରୁଥିଲେ । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ହୋଇଛି ଭିନ୍ନ ଭିନ୍ନ ଆୟୋଜନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)