• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆ କା ମା ବୈ .. ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର । ଆଜି ଓଡ଼ିଶାର ଗାଁଠୁ ସହର ସବୁଠି କିଛି ଏଭଳି ଗୀତ ଗାଇ ଡଙ୍ଗା ଭସାଉଛନ୍ତି ଲୋକେ । ପୁର ପଲ୍ଲୀରେ ଆଜି ବୋଇତ ବନ୍ଦାଣ ଅର୍ଥାତ ଡଙ୍ଗା ଭସା ଯାଉଛି । ପୋଖରୀ, ନଦୀ, ସମୁଦ୍ରକୂଳରେ ସ୍ବତନ୍ତ୍ର ଆୟୋଜନ ହୋଇଛି ।

ଭୋରରୁ ମହିଳା ମାନେ କଦଳୀ ପାଟୁଆ, କାଗଜ, ସୋଲରେ, ଯିଏ ଯେମିତି ପାରିଲା ସେଥିରେ ଡଙ୍ଗା ପ୍ରସ୍ତୁତ କରି ଭସାଉଛନ୍ତି । ଦୀପ, ଧୂପ ଦେବା ସହ ବନ୍ଦାଣ କରିଛନ୍ତି । ବର୍ଷ ବର୍ଷ ତଳେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଆଜି ମନେ ପକାଇଛନ୍ତି ସମସ୍ତେ । ସାଧବ ପୁଅ ମାନେ ଆଜିର ଦିନର ସାତ ଦରିଆ ପାର କରି ବିଦେଶରେ ବ୍ୟବସାୟ କରିବାକୁ ବାହାରୁଥିଲେ । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ହୋଇଛି ଭିନ୍ନ ଭିନ୍ନ ଆୟୋଜନ ।

ଆଜି କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକମାସ ପଞ୍ଚୁକ ବ୍ରତର ଅନ୍ତିମ ଦିନ । ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉ ରାଜ ରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଗତକାଲି ରାତି ସାରା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ମହାପ୍ରଭୁଙ୍କ ପହୁଡ଼ ପଡ଼ିନି । ଆଜି ସକାଳୁ ଭିଡ଼ ଲାଗି ରହିଛି ଯାହା ଦିନ ସାରା ରହିବ ବୋଲି ଅନୁମାନ କରାଯାଉଛି ।

ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ସିଂହଦ୍ବାର ବାଟେ ମନ୍ଦିରରେ ପ୍ରବେଶ କରୁଛନ୍ତି । ସୁରକ୍ଷା ପାଇଁ ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଥିବା ବେଳେ ସମୁଦ୍ରକୂଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।