ଶ୍ରୀନଗର: ଜାମ୍ମୁ କାଶ୍ମୀର ସୋପିଆନ୍ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଛି। ଏଥିରେ ଲସ୍କର-ଇ-ତୋଇବାର ମୋଷ୍ଟ ୱାଣ୍ଟେଡ୍ ଟପ୍ କମାଣ୍ଡର ସମେତ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ୪ଜଣ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି। ପ୍ରଥମେ ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଘନ ଘନ ହମ୍ଲା କରିଥିଲେ। ଏହାପରେ ଯବାନମାନେ ସର୍ଚ୍ଚ ଅପରେସନ୍ କରି ସୋପିଆନ୍ ଓ ଅନନ୍ତନାଗରେ ଭିନ୍ନ ଭିନ୍ନ ସ୍ଥାନରେ ଏନ୍କାଉଣ୍ଟର କରିଥିଲେ। ଏଥିରେ […]
କରାଚି: କରାଚି ସହରରେ ଥିବା ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ୍ ବିଲ୍ଡିଂ ଉପରେ ଆତଙ୍କୀ ହମ୍ଲା ହୋଇଛି। ଆଜି ସକାଳେ ଆତଙ୍କବାଦୀମାନେ ଏହି ହମ୍ଲା କରିଥିବା ଜଣାପଡ଼ିଛି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଓ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ଗ୍ରେନେଡ୍ ଓ ବନ୍ଧୁକ ସାହାଯ୍ୟରେ ଏହି ହମ୍ଲା କରିଛନ୍ତି। ଏହି ବିଲ୍ଠିଂ ହାଇ ସିକ୍ୟୁରିଟି ଜୋନ୍ରେ ରହିଛି। […]