/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742554796.jpg)
Ranbir kapoor to finally make his secret instagram account public
ରଣବୀର କପୁର ବର୍ତ୍ତମାନ ହେଡଲାଇନରେ ଅଛନ୍ତି। ତାଙ୍କ ପ୍ରଶଂସକମାନେ ତାଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହାଁନ୍ତି। ରଣବୀର କପୁର ମଧ୍ୟ ତାଙ୍କ ସାକ୍ଷାତକାରରେ ସୂଚନା ଦେଇଛନ୍ତି ଯେ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସାର୍ବଜନୀନ କରିବେ।
ରଣବୀର କପୁରଙ୍କ ଖୁଲାସା:
ଏକ ସାକ୍ଷାତକାରରେ ସର୍ବାଧିକ ଗୁଗଲ୍ ପ୍ରଶ୍ନର ଉତ୍ତର ଦେବାବେଳେ ରଣବୀର ପ୍ରକାଶ କରିଛନ୍ତି, “ଦେଖ, ମୋର ଏକ ଆକାଉଣ୍ଟ୍ ଅଛି, କିନ୍ତୁ ମୋର ପୋଷ୍ଟ୍ ନାହିଁ ଏବଂ ମୋର ଫଲୋର୍ସ ମଧ୍ୟ ନାହାଁନ୍ତି। ତେବେ ଇନଷ୍ଟାଗ୍ରାମ ବିଷୟରେ କହିବାର କୌଣସି ଅର୍ଥ ନାହିଁ। ମୁଁ ମୋ ଆକାଉଣ୍ଟକୁ ସାର୍ବଜନୀନ କରିବି, କିନ୍ତୁ ଏବେ ନୁହେଁ। ବର୍ତ୍ତମାନ ମୁଁ ସୋସିଆଲ ମିଡିଆ ବିନା ଭଲରେ କାମ କରୁଛି।”
ଅଧିକ ପଢ଼ନ୍ତୁ: ଭିଲେନ ହେବାକୁ ରଣଦୀପ ହୁଡା ପରିବର୍ତ୍ତନ କରିଦେଲେ ଶରୀର ଆଉ ସ୍ୱର; ଦେଖିଲେ ବିଶ୍ୱାସ କରିପାରିବେନି
କ୍ୟାଟ୍ରିନା କୈଫ୍ ମଧ୍ୟ ଖୁଲାସା କରିଛନ୍ତି:
ରଣବୀର କପୁରଙ୍କ ଗୁପ୍ତ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ସବୁବେଳେ ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଥାଏ। ପୂର୍ବରୁ ଏହା କେବଳ ଏକ ଗୁଜବ ଥିଲା ଯେ ଅଭିନେତା ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରନ୍ତି, କିନ୍ତୁ ଏକ ଭିନ୍ନ ନାଁରେ। ତେବେ କ୍ୟାଟ୍ରିନା କୈଫ୍ ଏବଂ ଆଲିଆ ଭଟ୍ଟଙ୍କ ପରି ଅଭିନେତ୍ରୀମାନେ ବର୍ଷ ବର୍ଷ ପୂର୍ବରୁ ଏହି କଳ୍ପନା ଜଳ୍ପନାକୁ ସୁନିଶ୍ଚିତ କରିଥିଲେ।
ଯେତେବେଳେ କ୍ୟାଟ୍ରିନା କୈଫ୍ ଅରବାଜ ଖାନଙ୍କ ଚାଟ ଶୋ’ 'ପିଞ୍ଚ' କୁ ଆସିଥିଲେ, ସେତେବେଳେ ସେ ପ୍ରକାଶ କରିଥିଲେ ଯେ ରଣବୀରଙ୍କର ଇନ୍ଷ୍ଟାଗ୍ରାମ୍ରେ ଏକ ଆକାଉଣ୍ଟ ଅଛି। ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ଅନ୍ୟ ସେଲିବ୍ରିଟିମାନଙ୍କୁ ମାତ୍ ଦେବା ପାଇଁ ତାଙ୍କର ଏକ ସେକେଣ୍ଡାରୀ ଆକାଉଣ୍ଟ ଅଛି କି ବୋଲି ସେ ଏହାକୁ ଅସ୍ୱୀକାର କରି କହିଥିଲେ, “ମୁଁ ଜାଣେ ଯେ ଏହା ରଣବୀରଙ୍କର ଅଛି। ରଣବୀର ହେଉଛନ୍ତି ସେହି ବ୍ୟକ୍ତି ଯିଏ ମୋତେ ଇନଷ୍ଟାଗ୍ରାମ କିପରି କାମ କରେ ତାହା ଦେଖେଇଥିଲେ।”
କେବଳ ଏତିକି ନୁହେଁ, ପୂର୍ବରୁ ଯେତେବେଳେ ଆଲିଆ ଏବଂ ଦୀପିକା କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ସୋ 'କଫି ୱିଥ୍ କରନ୍'କୁ ଆସିଥିଲେ, ହୋଷ୍ଟ ଆଲିଆଙ୍କୁ ରଣବୀର ସୋସିଆଲ ମିଡିଆରେ ବିଷୟରେ ପଚାରିବାରୁ ସେ କହିଥିଲେ, “ହଁ, ସେ ଏକ ଅଲଗା ନାଁରେ ସୋସିଆଲ ମିଡିଆରେ ଅଛନ୍ତି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)