ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୪ ତାରିଖରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହେଉଛି ବିଶ୍ୱବ୍ୟାପୀ। ଯକ୍ଷ୍ମା ଭଳି ଏକ ଭୟଙ୍କର ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଦିବସ ପାଳିତ ହେଉଛି। ଏହି ଅବସରରେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ” Wanted! Leaders for a TB free World ” ଉପରେ ଏକ ବାର୍ତ୍ତା ଦେଇଛନ୍ତି। Today is #WorldTBDay my […]
ପାରାଦୀପ: ଭାରତୀୟ ତଟରକ୍ଷା ବାହିନୀର ଜାହାଜ ସୁଚେତା କ୍ରିପାଲିନୀକୁ ସେବାରୁ ବିରତି ଦିଆଯାଇଛି। ଦୀର୍ଘ ୨୦ ବର୍ଷ ଧରି ବଙ୍ଗୋପସାଗର ସୀମାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହୋଇଥିଲା ICGS ସୁଚେତା କ୍ରିପାଲିନୀ। ନିରବଚ୍ଛିନ୍ନ ଭାବେ ଭାରତୀୟ ତଟରକ୍ଷୀ ବାହିନୀରେ ସେବା ଯୋଗାଇ ଆସୁଥିବା ଏହି ଜାହାଜ କାର୍ଯ୍ୟରୁ ବିରତି ନେବା ଅବସରରେ ପାରାଦୀପରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା। ୧୯୯୮ ମସିହା ମାର୍ଚ୍ଚ ୧୬ ତାରିଖରେ ସାମିଲ ହୋଇଥିବା ଏହି ଜାହାଜ […]
ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନାଙ୍କ ଆମରଣ ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଲୋକପାଳ ଗଠନ ଦାବି ନେଇ ଗତକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମାଜସେବୀ ଆନ୍ନା ହଜାରେ। କେନ୍ଦ୍ରରେ ଲୋକପାଳ ନିଯୁକ୍ତ ଓ ଚାଷୀଙ୍କ ଲାଗି ଉଦ୍ଦିଷ୍ଟ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ଦାବିରେ ଦିଲ୍ଲୀ ରାମଲୀଲା ମଇଦାନରେ ଆନ୍ନା ଆମରଣ ଅନଶନ କରୁଛନ୍ତି। ଏଥର କେନ୍ଦ୍ର ଆଗରେ ୭ଟି ସର୍ତ୍ତ ରଖିଛନ୍ତି ଆନ୍ନା। ଏଥିରେ ପ୍ରମୁଖ ରହିଛି ତୁରନ୍ତ ଲୋକପାଳ ଓ […]
ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ପାଳନ ହେବ ଆର୍ଥ ଆୱାର ବା ପୃଥିବୀ ପାଇଁ ଏକ ଘଣ୍ଟା। ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଘଣ୍ଟାଏ ପାଇଁ ଘରର ବା ନିଜ ଆଖପାଖର ଲାଇଟ୍ ବନ୍ଦ କରି ଆର୍ଥ ଆୱାର ପାଳନ କରିବେ ବିଶ୍ୱବାସୀ। ଶକ୍ତି ସଂରକ୍ଷଣ ଦୃଷ୍ଟିରୁ କେବଳ ଅତ୍ୟାବଶ୍ୟକ ଆଲୋକକୁ ଛାଡ଼ି ଏହି ଘଣ୍ଟାଟେ ପାଇଁ ସମସ୍ତ ଆଲୋକ ଓ ବୈଦ୍ୟୁତିକ ଉପକରଣ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି। ଚଳିତ ବର୍ଷ […]
ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରୁକୁଣା ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ କରାଯିବା ପରେ ୫ଟାରୁ ଶ୍ରଦ୍ଧାଳୁଙ୍କ ଲାଗି ସାହାଣ ମେଲା ଦର୍ଶନ କରାଯାଇଥିଲା। ସକାଳ ୬ଟା୩୦ରୁ ସାହାଣ ମେଲା ଦର୍ଶନ ବନ୍ଦ ହେବା ପରେ ଛାମୁ ପରିଷ୍କାର, ମାଘସ୍ନାନ, ବେଶ କରାଯାଇ ମହାପ୍ରଭୁଙ୍କର ଧୂପ ହୋଇଛି। ଦିନ ୧୨ଟା ୩୦ରେ […]
କଟକ : ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର କ୍ରାଇମବ୍ରାଞ୍ଚ SIT ତଦନ୍ତ। ଆଡିସିନାଲ ଏସ୍ପି ଅନୀଲ କୁମାର ଦାସଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ SCB ଯାଇ ଟିମ୍ ଆହତ ରୀମାରାଣୀଙ୍କୁ ପଚରାଉଚରା କରିଛି। ଗତ ୨୫ ଦିନ ହେଲା ପୋଲିସ ଘଟଣାର ଖୋଳତାଡ଼ ଚଳାଇଥିଲା। ଘଟଣାର ସବୁ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ ଏହାର […]
ଭୁବନେଶ୍ୱର: ଉପସ୍ଥାପିତ ହୋଇଛି ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍। ବିଧାନସଭାରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଉପସ୍ଥାପିତ। ଏହି ବଜେଟରେ ମୋଟ ବ୍ୟୟ ଅଟକଳ ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟି ରଖାଯାଇଛି। ସେହିପରି ପ୍ରଶାସନିକ ବ୍ୟୟ ଅଟକଳ ରହିଛି ୫୦ ହଜାର ୭୬୧ କୋଟି ଟଙ୍କା। ସରକାରଙ୍କୁ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୨୦୦ କୋଟି ଟଙ୍କା ରଣ ଏବଂ ଅନ୍ୟାନ୍ୟ ଉତ୍ସରୁ ୧୯ ହଜାର ୬୭୮ କୋଟି ମିଳିବ। ବଜେଟରେ ମାନବ […]
ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଷ୍ଟିଭେଡର୍ସ କର୍ମଚାରୀ ଓ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ବେଆଇନ ଭାବେ ଶ୍ରମିକଙ୍କ ଛଟେଇ ଓ ବଦଳିର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଷ୍ଟିଭେଡର୍ସ କମ୍ପାନୀମାନଙ୍କ ଅଫିସ ଆଗରେ ଆନ୍ଦୋଳନରେ ବସିଛନ୍ତି ଶ୍ରମିକ। ଆନ୍ଦୋଳନରେ ପ୍ରାୟ ୨ ହଜାର ଶ୍ରମିକ ସାମିଲ ହୋଇଛନ୍ତି। ଶ୍ରମିକ ଓ କର୍ମଚାରୀ ଆନ୍ଦୋଳନରେ ଲୋଡର ସୁପରଭାଇଜର ମାନେ ବହୁଳ ଭାବରେ ସାମିଲ ହୋଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନହେବାଯାଏ ଆନ୍ଦୋଳନ ଜାରି […]
ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ମହାସଂଗ୍ରାମ କରିବ ଓଡିଶା ସ୍କୁଲ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ବାରମ୍ବାର ଆନ୍ଦୋଳନ ପରେ ଦାବି ପୁରଣ ନେଇ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଦାବି ପୂରଣ ନହେବାରୁ ପ୍ରତିବାଦ କରି ରାଜ୍ୟର ୫୭ଟି ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିଗତ ୩ ଦିନ ଧରି ଧାରଣାରେ ବସିଛନ୍ତି କର୍ମଚାରୀ। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ଧାରଣା ବେଳେ ପୋଲିସ ପକ୍ଷରୁ ମାଡମରାକୁ ବି […]
ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟରେ ୨୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଛି। ଉତ୍ତର ଉତ୍ତରପ୍ରଦେଶରେ ସର୍ବାଧିକ ୧୦ଟି ସିଟ୍ ପାଇଁ ନିର୍ବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୫ଟି, କର୍ଣ୍ଣାଟକର ୪ଟି, ତେଲେଙ୍ଗାନାର ୩ଟି, ଝାଡଖଣ୍ଡର ୨ ଏବଂ ଛତିଶଗଡ଼ରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେଉଛି। ଏହାସହ କେରଳର ଗୋଟିଏ ଆସନରେ ଉପନିର୍ବାଚନ ହେଉଛି। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲରେ ୬୨ଟି ରାଜ୍ୟସଭା ପଦ ଖାଲି ହେଉଛି। ଏଥିମଧ୍ୟରୁ ୩ଟି ମନୋନୀତ ସଦସ୍ୟ ହୋଇଥିବାବେଳେ ୫୯ଟି […]
ଯାଜପୁର: ଅପପୁଷ୍ଟି ପାଇଁ କୁଖ୍ୟାତ ନଗଡ଼ା ପିଲା ଏବେ ଶିଶୁ ଶ୍ରମିକ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିଆପାଳ ପଞ୍ଚାୟତର ଚର୍ଚ୍ଚିତ ଗାଁ ନଗଡ଼ା। ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଏକ ଟାକ୍ସଫୋର୍ସ ଟିମ୍ ନଗଡ଼ା ଅଞ୍ଚଳରେ ଚଢାଉ କରିଥିଲା। ଚଢାଉରେ ସ୍ଥାନୀୟ କାଳିଆପାଣି ଥାନା ପୋଲିସ ମଧ୍ୟ ସାମିଲ ଥିଲା। ଟିମ୍ ଉଢାଉ କରି ଉପର ନଗଡ଼ା ଓ ତଳ ନଗଡ଼ାରୁ ୫ଜଣ ଶିଶୁ ଶ୍ରମିକ ଉଦ୍ଧାର […]
ଭୁବନେଶ୍ୱର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପୂର୍ବରୁ ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରିବା ସହ ରାଜ୍ୟ ବାହାରକୁ ଯାଇ ବି ଖାଲି ହାତରେ ଫେରିଛି। ଘଟଣାର ତୁରନ୍ତ ନ୍ୟାୟ ଦାବିରେ ପାର୍ସଲ ବୋମା ବିସ୍ଫୋରଣରେ ମୃତ ସୌମ୍ୟ ଶେଖରଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିବାବେଳେ ଦିନକ ତଳେ ଏକ ଭିଡିଓ ଜରିଆରେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଥିଲେ ନବବଧୂ […]
ଭୁବନେଶ୍ୱର: ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ଓଡିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ। ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଚୟନ କରାଯାଇଛି। ୨୦ ବର୍ଷୀୟ ସ୍ୱର୍ଣ୍ଣଲତାଙ୍କ ଘର ଓଡ଼ିଶାର କଳିଙ୍ଗନଗରରେ। ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ସାମିଲ ନେଇ ସେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କ ଉପରେ ଭରସା ଓ ଆତ୍ମବିଶ୍ୱାସ ରଖି ତାଙ୍କୁ ଚୟନ କରି ଏକ ସୁଯୋଗ ଦେଇଥିବାରୁ ସେ ଟାଟା ଷ୍ଟିଲ୍ ଓ […]
ଭୁବନେଶ୍ୱର: ଏବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ ଦର। ଗତବର୍ଷ ଭଳି ଏବର୍ଷ ବି ଶୁଳ୍କ ଅପରିବର୍ତ୍ତିତ ରହିବ ବୋଲି OERC ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଘରୋଇ, କୃଷି, ଶିଳ୍ପ ଆଦି ସମସ୍ତ କ୍ଷେତ୍ରପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ। ସେହିଭଳି ଡିଜିଟାଲ ପେମେଣ୍ଟ କଲେ ୧% ରିହାତି ମଧ୍ୟ ମିଳିବ। ଗୋଟିଏ ଆର୍ଥିକ ବର୍ଷରେ ୧୧ ମାସ ପର୍ଯ୍ୟନ୍ତ ରିହାତି ଅବଧିରେ ବିଲ୍ ଦେଲେ ଶେଷ ମାସକୁ ରିହାତିରେ ଡବଲ ଛାଡ ମିଳିବ ବୋଲି […]
ନୂଆଦିଲ୍ଲୀ: ଆଜିଠୁ ପୁଣି ଅନଶନକୁ ଓହ୍ଲାଇବେ ସମାଜସେବୀ ଆନ୍ନା ହଜାରେ। ଚାଷୀଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ଦିଲ୍ଲୀର ରାମଲୀଳା ମଇଦାନରେ ଅନଶନ କରିବେ। ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ କରିବା ହେଉଛି ତାଙ୍କର ପ୍ରମୁଖ ଦାବି। ଦେଶରେ ଚାଷୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପ୍ରାୟ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି। ଚାଷୀମାନଙ୍କ ଅବସ୍ଥା ସୁଧାରିବାକୁ ହେଲେ ସରକାର ୬୦ବର୍ଷରୁ ଅଧିକ ବୟସର ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ପ୍ରଦାନ କରିବାକୁ ଆନ୍ନା ଦାବି କରିଛନ୍ତି।
ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରରେ ଆସିବ ରାଜ୍ୟ ବଜେଟ୍। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କଲାଭଳି ଅନେକ ବ୍ୟବସ୍ଥା ରହିବା ନେଇ ଆଶା କରାଯାଉଛି। ଫୋକସରେ ରହିପାରେ କୃଷି ଓ କୃଷକ। ଏଥିସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ, ଭିତ୍ତିଭୂମି, ଗ୍ରାମୀଣ ବିକାଶ ଉପରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବା ସମ୍ଭାବନା ରହିଛି। ଗରିବ, […]
ଇସ୍ଲାମାବାଦ୍ : ପାକିସ୍ତାନ ସରକାରଙ୍କ ବଡ ଘୋଷଣା। ପାକିସ୍ତାନରେ ବନ୍ଦୀ ଥିବା ୩୬୦ ଭାରତୀୟଙ୍କୁ ଛାଡିବାକୁ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ଆସନ୍ତା ମଙ୍ଗଳବାର ଠାରୁ ପର୍ଯ୍ୟାୟ କ୍ରମେ ଭାରତୀୟ ବନ୍ଦୀଙ୍କୁ ଛଡାଯିବ। ପାକିସ୍ତାନ ବୈଦେଶିକ ପ୍ରବକ୍ତା ମୋହମ୍ମଦ ଫେସଲ କହିଛନ୍ତି ୫୩୭ ଜଣ ଭାରତୀୟ ପାକିସ୍ତାନର ଅନେକ ଜେଲରେ ବନ୍ଦୀ ଭାବେ ଅଛନ୍ତି। ଯେଉଁଥିରେ କି ୪୮୩ ଜଣ ମତ୍ସ୍ୟଜୀବୀ ଥିବା ସେ କହିଛନ୍ତି। ଆସନ୍ତା ମଙ୍ଗବାର ଦିନ ପ୍ରଥମେ ୧୦୦ ଜଣ ଏବଂ ଏପ୍ରିଲ […]
ନୂଆଦିଲ୍ଲୀ: ସଫଳତାର ସହ ପରୀକ୍ଷଣ ହୋଇଛି ସୁପରସୋନିକ୍ କ୍ରୁସ ମିସାଇଲ ବ୍ରହ୍ମୋସ। ରାଜସ୍ଥାନର ପୋଖରନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି। ଭାରତ ଏବଂ ଋ଼ଷ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ବ୍ରହ୍ମୋସ। ଭାରତୀୟ ବାୟୁ ସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ସୁଖୋଇରେ ବ୍ରହ୍ମୋସକୁ ଉତକ୍ଷେପଣ କିମ୍ବା ଲକ୍ଷଭେଦ କରାଯାଇ ପାରିବ। ୨୦୦୬ରେ ବ୍ରହ୍ମୋସ ଭାରତୀୟ ସେନାରେ ସାମିଲ ହୋଇଥିଲା। ୧୫ ଶହ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ କ୍ଷେପଣାସ୍ତ୍ର ବ୍ରହ୍ମୋସ। ଡିଆରଡିଓ ଟିମର ଏହି ସଫଳତା ପାଇଁ […]
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ପାଇଁ ବର୍ତ୍ତମାନ ଆଉ ଗୋଟିଏ ଆଇଡ଼ିରୁ ଅଧିକ ଥର ଇ-ଟିକେଟ୍ ବୁକିଂ ହୋଇପାରିବନି। ଯଦି ଗୋଟିଏ ଆଇଡ଼ିରୁ ବାରମ୍ବାର ଟିକେଟ୍ ବୁକିଂ କରାଯାଏ ତେବେ ଉକ୍ତ ଆଇଡ଼ିକୁ ରେଲୱେ ପକ୍ଷରୁ ବ୍ଲକ୍ କରି ଦିଆଯିବ। ଫଳରେ ଟିକେଟ୍ ବୁକିଂ ପାଇଁ ଦଲାଲ କରୁଥିବା ନେଟୱର୍କର ଅବସାନ ଘଟିବା ସହ ଯାତ୍ରୀମାନଙ୍କୁ ସୁବିଧା ହେବବୋଲି ରେଳ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୋଟିଏ ଆଇଡ଼ିରୁ ଅଧିକତର ଟିକେଟ୍ ବୁକିଂ କରାଯାଇ ଏହାର ଦୁରୂପଯୋଗ କରାଯାଉଛି […]
ଅନୁଗୁଳ: ପୁଣି ଅଲୋଡ଼ା ଶିଶୁକନ୍ୟା। ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା ପୋଖରୀ ନିକଟରେ ଥିବା ଏକ ଅମରୀ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ନବଜାତ ଶିଶୁଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ପାଲଲହଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟାଟି ସୁସ୍ଥଥିବା ଜଣାପଡିଛି। ଜନ୍ମ ହେବାପରେ କେହି ଶିଶୁଟିକୁ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି। ଶିଶୁଟି ସୁସ୍ଥ ହେବାପରେ ସିଡବ୍ଲୁସିକୁ ପଠାଯିବ ବୋଲି ସିଡିପିଓ କହିଛନ୍ତି।
ଜଗତସିଂହପୁର: ଜଗତସିଂହପୁର ଏରସମାର ଗଡ଼ହରିଶପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କଟକ ବାଦାମବାଡ଼ିରୁ ଗିରଫ କଲା ଏରସମା ପୋଲିସ। ତା ନାଁ ଲାବା ମାନା ଓରଫ୍ କାଳିଆ। ଗଡ଼ହରିଶପୁର ଗାଁରେ ନାବାଳିକାକୁ ଘରୁ ଟେକିନେଇ କାଜୁ ଜଙ୍ଗଲରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା। ସେପଟେ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ବିରୋଧରେ ଲାଗିଲା ନ୍ୟାସନାଲ୍ ସିକ୍ୟୁରିଟି ଆକ୍ଟ (NSA)। ବ୍ରହ୍ମପୁର ଏସ୍ପିଙ୍କ ସୁପାରିସ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ NSA ଲାଗୁ କରାଯାଇଛି। ଗତ ଜାନୁୟାରୀ ୧୭ ତାରିଖରେ ଗୋସାଣୀ ନୂଆଗାଁ ପୋଲିସ ଶିବଶଙ୍କରଙ୍କୁ ତାଙ୍କ ବାସ ଭବନକୁ ଉଠାଇ ନେଇଥିଲା। ୧୮ ତାରିଖରେ ଗୋଳନ୍ଥରା ଥାନରେ ଏକ ଜମି ହଡ଼ପ ମାମଲାରେ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିଲା। ଏବେ ସେ ବ୍ରହ୍ମପୁର ମଣ୍ଡଳ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଠିକାଦାରଙ୍କ ଉପରକୁ ବୋମାମାଡ଼। ଚାଉଳିଆ ବାମରାରେ କେନାଲ କାମ ଚାଲିଥିବା ବେଳେ ଠିକାଦାର ଅନୀଲ ମହାନ୍ତିଙ୍କ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଅନୀଲଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏକ ନାଲି ପଲସରରେ ୨ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ଦାଦାବଟି ଆଦାୟକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପାଟକୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଛାନଭିନ୍ ଆରମ୍ଭ କରିଛି।