ଭୁବନେଶ୍ୱର: ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ବିସ୍କୁଟ୍ ଜବତ। ଆଜି ବିମାନବନ୍ଦରରୁ ୧କିଲୋ ୨୦୦ ଗ୍ରାମର ସୁନା ବିସ୍କୁଟ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ। କ୍ୱାଲାଲମ୍ପୁରରୁ ଆସିଥିବା ୨ ଦୁବାଇ ଯାତ୍ରୀଙ୍କ ଠାରୁ ଏହି ବିପୁଳ ପରିମାଣର ସୁନା ବିସ୍କୁଟ ଜବତ ହୋଇଛି। ସୂଚନାଥାଉ କି, ଗତକାଲି ମଧ୍ୟ ଏୟାରପୋର୍ଟରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।
ଭଦ୍ରକ: ଭଦ୍ରକରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ୪ଟି ଟ୍ରକ ମଧ୍ୟରେ ଧକ୍କା ହେବାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। NH-୧୬ ଚରମ୍ପା ରେଲୱେ ଓଭରବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୬ଟା ବେଳେ ସେଠାରେ ଆରଟିଓ ଚେକିଂ ହେଉଥିଲା। ତେବେ ହୋମ୍ଗାର୍ଡ଼ ଜଣକ ଗୋଟିଏ ଟ୍ରକ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ଟି […]
କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମନ୍ର ଭାଇଙ୍କୁ ଗୁଳିମାଡ଼। ଜଗତପୁର ନର୍ଥ ଡିଭିଜନ୍ ଆଇବି ନିକଟରେ ଏହି ଗୁଳିମାଡ଼ ହୋଇଛି। ରେହମନ୍ର ଭାଇ ତାହିରଙ୍କୁ ଏହି ଗୁଳିମାଡ଼ କରିଛନ୍ତି ଦୁବୃର୍ତ୍ତ। ତାହିରଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ ତାଙ୍କୁ କିଏ ଗୁଳି କରିଛି, ଗୁଳିମାଡ଼ର କାରଣ କ’ଣ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଟେଣ୍ଡର କାରବାରକୁ ନେଇ ଗୁଳିମାଣ୍ଡ ହୋଇଥିବା ସୂଚନା ମିଳିଛି। ଆହତ ତାହିରଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲ୍ ଏବଂ ପରେ ବଡ଼ […]
ଭୁବନେଶ୍ୱର: ଯାହାକୁ ଡାକ୍ତର ମୃତ ଘୋଷଣା କରିଥିଲେ ତା ଜୀବନ ବଞ୍ଚାଇଛନ୍ତି ଆଶା କର୍ମୀ। ମୃତ ଘୋଷିତ ନବଜାତକୁ ନୂତନ ଜୀବନ ଦେଇଛନ୍ତି ଜଣେ ଆଶା କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ ଘଟଣା। କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆସିଥିବା ଏପରି କିଛି ଅଭିଯୋଗ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ରାଜକନିକା ତଳଚୁଆ ପଞ୍ଚାୟତର ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ ନବଜାତ ଜନ୍ମ ହେବା କ୍ଷଣି ତାକୁ […]
ନୂଆଦିଲ୍ଲୀ: ଫେସବୁକ୍କୁ ନୋଟିସ୍ କଲେ ଭାରତ ସରକାର। ଡାଟା ଲିକ୍ ହେବା ଘଟଣା ସମ୍ନାକୁ ଆସିବା ପରେ ଫେସବୁକ୍କୁ ଏନେଇ ନୋଟିସ୍ ଜାରି ହୋଇଛି। ଯାହା ନେଇ ଏପ୍ରିଲ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଭାରତୀୟ ଗ୍ରାହକଙ୍କ କ’ଣ କ’ଣ ତଥ୍ୟକୁ କମ୍ପାନୀ ହାତେଇଛି ସେ ନେଇ ନୋଟିସ୍ରେ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି। କେବଳ ଏତିକି ନୁହଁ ଏସମସ୍ତ ଡାଟାକୁ କେଉଁ ଭଳି ମାଧ୍ୟମରେ ବ୍ୟବହାର ହୋଇଛି ତାକୁ ନେଇ […]
ଭୁବନେଶ୍ୱର: ପୁଣି ଥରେ ଚାଷୀଙ୍କୁ ନିରାଶ କଲେ ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟରେ କୃଷି ଋ଼ଣ ଛାଡ଼ ହେବା ନେଇ କୌଣସି ବି ପ୍ରସ୍ତାବ ନାହିଁ। ଏପରି କିଛି ଉତ୍ତର ବିଧାନସଭାରେ ରଖିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀଙ୍କଠୁ ଏପରି ଉତ୍ତର ମିଳିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶର ଚାଷୀଙ୍କୁ କୃଷି ଋ଼ଣ ଛାଡ଼ ହେବା ପରେ ଓଡ଼ିଶାର ଚାଷୀ ଏନେଇ ଆଶା ରଖିଥିଲେ। ରାଜ୍ୟରେ କୃଷି […]
ଭୁବନେଶ୍ୱର: ସମବାୟ ବିଭାଗରେ ବଡ଼ ଧରଣର ଦୁର୍ନୀତି ହୋଇଛି। ବିଭିନ୍ନ ସମବାୟ ବ୍ୟାଙ୍କ ଓ ସମବାୟ ସଂସ୍ଥାରେ ୩୭୦ କୋଟି ଟଙ୍କାର ହେରଫେର୍ ହୋଇଥିବା ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସ୍ୱୀକାର କରିଛନ୍ତି। ବିଧାନସଭାରେ ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ ସେ ଏହା କହିଛନ୍ତି। ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଥିବା ଅଡିଟ୍ ରିପୋର୍ଟରେ ତଥ୍ୟ ଅନୁୟାୟୀ ୩୭୦ କୋଟି ୬୯ ଲକ୍ଷ ୯୯ ହଜାର ଟଙ୍କା ହେରଫେର୍ ହୋଇଛି। ଓଡ଼ିଶା ରାଜ୍ୟ ସମବାୟ […]
ଭୁବନେଶ୍ୱର/ ସମ୍ବଲପୁର : ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଜି ଯୋଗଦେଇଛନ୍ତି ସତ୍ୟବ୍ରତ ଭୋଇ। ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗଦେଇଛନ୍ତି। ଭୁବନେଶ୍ୱର ଡିସିପି ପଦବୀରୁ ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ପଦୋନ୍ନତି ଦିଆଯାଇଥିଲା। ଆଜି କାର୍ଯ୍ୟରେ ଯୋଗଦେବା ଅବସରରେ ନିଜର ଅନୁଭୁତି ସମ୍ପର୍କରେ ପ୍ରତିକ୍ରିୟା ରଖିଥିଲେ। ଏହାସହ ମାଓ ଦମନ ଏବଂ ଆଇନ ଶୃଙ୍ଖଳା ଉପରେ ଫୋକସ୍ ରହିବ ବୋଲି କହିଥିଲେ।
ବୌଦ୍ଧ : ବୌଦ୍ଧ ଜିଲ୍ଲାର ୩୦ରୁ ଅଧିକ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ। ଫଳରେ ବହୁ ମୂଲ୍ୟବାନ ଗଛ ଜଳିପୋଡ଼ି ନଷ୍ଟ ହେବାରେ ଲାଗିଛି। ଜିଲ୍ଲାର ମାଧପୁର, ପୁରୁଣା କଟକ, କଣ୍ଟାମାଳ ଏବଂ ମନମୁଣ୍ଡା ରେଂଜରେ ଗତ ପ୍ରାୟ ସପ୍ତାହେ ହେଲା ନିଆଁ ଲାଗିଛି। ଅଥଚ ଏଯାଏଁ ନିଆଁକୁ ଆୟତ୍ତ କରିପାରିନି ବନବିଭାଗ। ଏହାରି ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗରମ ଅନୁଭୁତ ହେବା ସହ ସଙ୍କଟରେ ପଡ଼ିଛନ୍ତି ଜଙ୍ଗଲ ଭିତରେ ଥିବା ଜୀବଜନ୍ତୁ। ଏହାସହ ବଡ଼ […]
ନୂଆଦିଲ୍ଲୀ: ଚଳିତ ମାସ ୩୧ ସୁଦ୍ଧା ସମସ୍ତଙ୍କୁ ଆଧାର ଲିଙ୍କ୍ କରିବାକୁ ପଡ଼ିବ। ସୁପ୍ରିମକୋର୍ଟ ଏନେଇ ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। କଲ୍ୟାଣମୂଳକ ସ୍କିମ୍ ପାଇଁ ଆଧାର ଲିଙ୍କ୍ ଅବଧି ବଢ଼ିବ ନାହିଁ। ଏ ବାବଦରେ ଅନ୍ତରୀଣ ରାୟ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ଜଣାଇ ଦେଇଛନ୍ତି। ଯେଉଁ କଲ୍ୟାଣମୂଳକ ସ୍କିମ୍ ପାଇଁ ଭାରତ ସରକାରଙ୍କ ସଂଗଠିତ ପାଣ୍ଠିରୁ ଅର୍ଥରାଶି ବ୍ୟବହାର କରାଯାଉଛି, ତାହାର ଲାଭ ପାଇବାକୁ ହେଲେ ଆଧାର ଲିଙ୍କ୍ କରାଇବାକୁ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା। ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଳାଇରେ ଜଣେ କଲେଜ ଛାତ୍ରୀ ସ୍କୁଟିରେ ଘରକୁ ଫେରୁଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଦୁର୍ବୃତ୍ତ ଜଣକ ତାକୁ ଦୁଷ୍କର୍ମ ପରେ ଅଶ୍ଳୀଳ ଫଟୋ ଉଠାଇବାକୁ ବାଧ୍ୟ କରିଥିବା ମଧ୍ୟ ଛାତ୍ରୀ ଜଣକ କହିଛନ୍ତି। ଧମକ ଚମକ ଦେଇ ଫଟୋ ଉଠାଇଥିବାବେଳେ ଏହାକୁ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେହି ଅଶ୍ଳୀଳ […]
ଭୁବନେଶ୍ୱର: ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଗୁମର ଖୋଲୁଛି କ୍ରାଇମବ୍ରାଞ୍ଚ। ପାର୍ସଲ୍ ବୋମା ପଠାଇଥିବା ବ୍ୟକ୍ତି ଜଣକ ଓଡ଼ିଆ ବୋଲି କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଛି ସୁରାଗ୍। ସେ ଉଭୟ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ସଂପୃକ୍ତ ଯୁବକ ଜଣକ ରାୟପୁରର ସ୍କାଏ କିଙ୍ଗ କୋରିୟର ଜରିଆରେ ପାର୍ସଲ ପଠାଇବା ପୂର୍ବରୁ ରାୟପୁରର ଅନ୍ୟ ଏକ କୋରିୟର୍ ସଂସ୍ଥାକୁ ଯାଇଥିଲେ। କିନ୍ତୁ ଏହି […]
ନୂଆଦିଲ୍ଲୀ: ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନର ବିଭିନ୍ନ ପ୍ରକ୍ରିୟା ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ୍। ମେ ୧୨ରେ କର୍ଣ୍ଣାଟକର ସମସ୍ତ ୨୨୪ଟି ବିଧାନସଭା କ୍ଷେତ୍ର ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ମେ ୧୫ରେ ସମସ୍ତ ଆସନ ପାଇଁ ଭୋଟ ଗଣତି ହେବ। ତେବେ ଏହାପୂର୍ବରୁ ନାମାଙ୍କନ ଦାଖଲ ପାଇଁ ଏପ୍ରିଲ ୨୪ ଶେଷ ତାରିଖ ରହିଛି। ସମସ୍ତ ବୁଥରେ EVM ସହ […]
ଭୁବନେଶ୍ୱର: ଉନ୍ମୟ ପାଢ଼ୀ ହତ୍ୟା ମାମଲାରେ ଅଟକ ଥିବା ଯୁବତୀଙ୍କୁ ଆଜି ଜେରା ପରେ ପୋଲିସ ଛାଡିଦେଇଛି। ଏଥିସହ ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ମଧ୍ୟ ଛାଡ଼ିଲା ପୋଲିସ। ଗତକାଲି ଏହି ହତ୍ୟା ମାମଲାରେ ପଦାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ଉନ୍ମୟଙ୍କୁ ଜୀବନ୍ତ ପୋଡି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା। ତେବେ ଏଯାଏ ପୋଲିସ ଏହି ହତ୍ୟାକାଣ୍ଡ ଉପରୁ ସସ୍ପେନ୍ସ ଉଠାଇ ପାରିନାହିଁ। ଗତ ବୁଧବାର ଦିନ […]
ଭଦ୍ରକ: ରାମ ନବମୀ ପାଇଁ ଭଦ୍ରକ ସହର ସହ ଆଖପାଖରେ ଲାଗୁ ହୋଇଥିବା ୧୪୪ ଧାରା ସମ୍ପୂର୍ଣ୍ଣ ହଟିଲା। ଏନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ। ରାମନବମୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଗତ ୧୭ ତାରିଖ ସଂଧ୍ୟାରୁ ୧୪୪ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ଏଥିସହ ପୋଲିସ ଛାଉଣୀରେ ପରିଣତ ହୋଇଥିଲା ଭଦ୍ରକ ସହର। ଏମିତିକି ୨୪ତାରିଖ ସନ୍ଧ୍ୟାରୁ ୪୮ ଘଣ୍ଟା ପାଇଁ ମଧ୍ୟ ସାରା ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଥିଲା ପ୍ରଶାସନ। […]
ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ମଦ ବିକ୍ରି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିୟର ବିକ୍ରି ୨୧.୧୩ ପ୍ରତିଶତ ବଢ଼ିଛି। ବିଧାନସଭାରେ କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା। କେବଳ ବିୟର ବିକ୍ରି ନୁହେଁ, ବିଦେଶୀ ମଦ ବିକ୍ରି ମଧ୍ୟ ବିଗତ ବର୍ଷ ତୁଳନାରେ ୨.୮୬ ପ୍ରତିଶତ ବଢ଼ିଛି। ଦେଶୀ ମଦ ବିକ୍ରି ବଢ଼ିଛି ୬.୮୫ ପ୍ରତିଶତ। ଗତବର୍ଷ ଦେଶୀ ମଦ ବିକ୍ରି ପୂର୍ବବର୍ଷ ତୁଳନାରେ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା ଘଟଣାର ପ୍ରତିବାଦ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କାମାକ୍ଷାନଗର ହନୁମାନ ବଜାରଠାରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ରାସ୍ତା ଅବରୋଧ ଫଳରେ ତାଳଚେର-କାମାକ୍ଷାନଗର-ଯାଜପୁର ରାସ୍ତାରେ ଗାଡି ଚଳାଚଳରେ ବାଧା ଉପୁଜିଛି। ଏପଟେ ଏହି ଘଟଣା ନେଇ ପୋଲିସ ତନାଘନା ଜାରି ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା […]
ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀର ଏକ ହୋଟେଲ୍ ରୁମରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ଗୋପାଳ ଦାସଗୁପ୍ତା ଏବଂ ସେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ ତପନ ଦାସଗୁପ୍ତାଙ୍କ ଭାଇ ବୋଲି କୁହାଯାଉଛି। ମୃତକ ଗୋପାଳ ଦାସଗୁପ୍ତା ସେହି ହୋଟେଲରେ ରବିବାର ଠାରୁ ରୁମ୍ ବୁକ୍ କରି ଏକୁଟିଆ ରହୁଥିଲେ। ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ ପୋଲିସ ହୋଟେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନିର୍ବାଚନରେ ରଣନୀତି ନେଇ ଅଲୋଚନା ହୋଇଛି। ଏଥିରେ ୩୧ଟି ସାଂଗଠନିକ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। କେବଳ ପ୍ରଫୁଲ୍ଲ ମଲ୍ଲିକ ଓ ସଞ୍ଜୟ ଦାସବର୍ମା ବୈଠକରେ ଅନୁପସ୍ଥିତ ଥିଲେ। ଆଗାମୀ ନିର୍ବାଚନରେ ପ୍ରଚାର ପାଇଁ କିଭଳି ହ୍ୱାଟ୍ସଆପ୍ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ବ୍ୟବହାର କରାଯାଇପାରିବ, ତା ଉପରେ ଗୁରୁତ୍ୱ ଦିଆଯାଇଛି।
ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା ଘଟଣା ନେଇ ପୋଲିସର ତନାଘନା। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ତେବେ ଏଯାଏ ହତ୍ୟାକାରୀଙ୍କ ସଂପର୍କରେ କିଛି ବି ଟେର ପାଇନି ପୋଲିସ। ଗତକାଲି କାମାକ୍ଷାନଗରରେ ନିର୍ମାଣାଧିନ ଘର କାମ ଦେଖି ନିଜର ଔଷଧ ଦୋକାନକୁ କାରରେ ଫେରୁଥିବା ବେଳେ ଯଶୋବନ୍ତଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ପ୍ରାଣ ବିକଳରେ କାରରୁ […]
ପୁରୀ: ଛତିଶା ନିଯୋଗର ମତ ଓ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା। ସେ କହିଛନ୍ତି ଯେ ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଅବସ୍ଥାର ଯାଞ୍ଚ ହେବ। ତେବେ ରତ୍ନଭଣ୍ଡାର ଗହଣାର ଆକଳନ ହେବ ନାହିଁ ଏବଂ ଏ ନେଇ […]
ପିପିଲି : ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସହ ତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ନାବାଳକକୁ ମୁମୂର୍ଷୁ ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ଗତକାଲି ଅପରାହ୍ଣରେ ୮ ବର୍ଷର ନାବାଳକ ଖେଳୁଥିବା ବେଳେ ପଡୋଶୀ ଜୁମା ଖାଁ ଆମ୍ବ ଦେବାକୁ ପ୍ରଲୋଭନ ଦେଖାଇ ସାଇକେଲରେ ନେଇଯାଇଥିଲା। ପୁରୀ-ଭୁବନେଶ୍ୱର […]
ଭୁବନେଶ୍ୱର : ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୁକ୍ତ ଉନ୍ମୟ ପାଢୀଙ୍କୁ ବିଭତ୍ସ ହତ୍ୟ। ଅଭିଯୁକ୍ତଙ୍କୁ ପେଟ୍ରୋଲ କିମ୍ବା ଅନ୍ୟ କିଛି ଦହନଶୀଳ ପଦାର୍ଥ ଢାଳି ଜୀଅନ୍ତା ପୋଡି ଦେଇଥିବା ସୂଚନା ମିଳିଛି। ଆକ୍ରମଣକାରୀ ପ୍ରଥମେ ଏକ ମାର୍ତୁଲ ସାହାଯ୍ୟରେ ଉନ୍ମୟଙ୍କ ମୁଣ୍ଡକୁ ଆଘାତ କରିବା ସହ ଛୁରା ମାଡ କରିଥିଲେ। ସେ ଅଚେତ୍ ହୋଇଯିବା ପରେ ତାଙ୍କ ଉପରେ ପେଟ୍ରୋଲ କିମ୍ବା କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ […]
ଚେନ୍ନାଇ : ଚଳିତ ମାସରେ ବ୍ୟାଙ୍କ୍ କେବଳ ଗୁରୁବାର ଓ ଶୁକ୍ରବାର (ମହାବୀର ଜୟନ୍ତୀ ଏବଂ ଗୁଡ୍ ଫ୍ରାଇଡେ ଉପଲକ୍ଷେ) ବନ୍ଦ ରହିବ। ପୂର୍ବରୁ ବ୍ୟାଙ୍କ୍ ଗୁରୁବାର ଠାରୁ ଆରମ୍ଭ କରି ୫ଦିନ ଲଗାତାର ଛୁଟି ହେବା ନେଇ ସୋସିଆଲ୍ ମିଡ଼ିଆରେ ଯେଉଁ ପ୍ରଚାର ହୋଇଥିଲା, ତାହା ଭୁଲ୍। ସୋମବାର ଦିନ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। ଅଲ୍ ଇଣ୍ଡିଆ ବ୍ୟାଙ୍କ୍ ଅଫିସର୍ସ କନ୍ଫେଡେରେସନ୍ର ସାଧାରଣ ସମ୍ପାଦକ ଡି ଟୋମାସ୍ ଫ୍ରାଙ୍କୋ ରାଜେନ୍ଦ୍ର ଦେବ ଗଣମାଧମକୁ […]
ଭୁବନେଶ୍ୱର: ବେଳେ ବେଳେ ସାଧାରଣ ମଣିଷଟିଏ ବି ହୋଇଯାଏ ଅସାଧାରଣ। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଯାଏ ସବୁକିଛି। ଅଦମ୍ୟ ନିଶା ଓ ମନର ଭାବନାକୁ କାର୍ଯ୍ୟରେ ଲଗାଇ କିଛି ନୂଆ କରିବାରେ ସଫଳତା ପାଇବା ପାଇଁ ସୌରଚାଳିତ ଅଟୋଗିଅର୍ ସାଇକେଲ ଭଦ୍ଭାବନ କରି ବୌଦ୍ଧ ଜିଲ୍ଲା ଗୋହିପିଟା ଗାଁର ଆକାଶ ମେହେର ଏବେ ଚର୍ଚ୍ଚାରେ। ଦିନକୁ ଦିନ ପେଟ୍ରାଲ ଓ ଡ଼ିଜେଲର ଦର ବଢ଼ୁଥିବା ବେଳେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ […]