ଉତ୍ତରାଖଣ୍ଡ: ଖୋଲିଲା ପ୍ରସିଦ୍ଧ କେଦାରନାଥ ଧାମ୍। ୬ମାସ ପରେ ଆଜି ସକାଳ ୪ଟାରେ କୋଦାରନାଥ ମନ୍ଦିର କବାଟ ଖୋଲିଛନ୍ତି ପୂଜାରୀ। ସକାଳ ପ୍ରାୟ ୪ଟାରୁ କବାଟ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସକାଳେ ଜଳାଭିଷେକ ଏବଂ ରୁଦ୍ରାଭିଷେକ କରିବା ପରେ ସମସ୍ତ ପୂଜାବିଧି କରାଯାଇଥିଲା। ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମ୍ ଖୋଲିବା ପରେ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ଦର୍ଶନ କରିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ଲେଜର ସୋ’ ରେ ଝଲସିବ କେଦାରନାଥ ଧାମ୍। ଏହି […]
ନୂଆଦିଲ୍ଲୀ : ଭୋଟ୍ ଗଣତି ପ୍ରକ୍ରିୟାରେ ହେବ ନାହିଁ କୌଣସି ପରିବର୍ତ୍ତନ। ବିରୋଧୀ ଦଳର ଆବେଦନକୁ ଖାରଜ କରି ଆଜି ଏହା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନ। ଗଣତି ପୂର୍ବରୁ ଇଭିଏମ ସହ ଭିଭିପାଟକୁ ମେଳ କରିବାକୁ ଦାବି କରି ଗତକାଲି ୨୧ଟି ବିରୋଧୀ ଦଳର ସଦସ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଥମେ ଇଭିଏମ୍ ସହ ଭିଭିପାଟ୍ ଗଣତି ମେଳ କରିବାକୁ ବିରୋଧୀ ଦାବି କରିଥିଲେ। ଯେଉଁଠି ଇଭିଏମ ଓ ଭିଭିପାଟ ମଧ୍ୟରେ ସଂଖ୍ୟା ମେଳ […]
ଭୁବନେଶ୍ୱର : ଦେଶର ୪୮ଟି ଆଞ୍ଚଳିକ ଦଳକୁ ପଛରେ ପକାଇ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବାଧିକ ନିର୍ବାଚନୀ ଚାନ୍ଦା ପାଇଛି। ବିଜେଡିକୁ ସର୍ବାଧିକ ୧୩.୦୪ କୋଟି ଟଙ୍କା ଚାନ୍ଦା ମିଳିଥିବାବେଳେ ଦ୍ୱିତୀୟ ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳ ଭାବେ ଜେଡିୟୁକୁ ୧୧.୧୯କୋଟି ଓ ୱାଇଏସଆର କଂଗ୍ରେସକୁ ୮.୩୫ କୋଟି ଟଙ୍କା ମିଳିଛି। ତେବେ ଆଶ୍ଚର୍ଯ୍ୟର କଥା ୨୦୧୬-୧୭ ଆର୍ଥିକ ବର୍ଷରେ ବିଜେଡିକୁ ଟଙ୍କାଟିଏ ବି ଦାନ ମିଳିନଥିବାବେଳେ ୨୦୧୭-୧୮ ବର୍ଷରେ ୨ଟି ସଂସ୍ଥା ( […]
ନୂଆଦିଲ୍ଲୀ: ୪୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଲେଜ୍ ଛାତ୍ରଛାତ୍ରୀ, NCC କ୍ୟାଡେରଙ୍କୁ ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପ୍ରେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି ମୋଦି। ଦେଶ, ଜାତି ଏବଂ ସମାଜ ପାଇଁ ଏହି ଅବସରରେ କିଛି କରିବା ସମୟ ବୋଲି ସେ କହିଛନ୍ତି। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ ସଫତଳତାକୁ ପ୍ରଂଶସା କରିଛନ୍ତି ମୋଦି। ରାଜ୍ୟଗୋଷ୍ଠୀରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶେଷ କରି […]
ବାଲେଶ୍ୱର: ବାପା ବି ଏତେ ନିର୍ଦ୍ଦୟ ହୋଇପାରେ। ଝିଅ ବୋଲି ବର୍ଷକର ଶିଶୁକୁ ନେଇ ଘରଠାରୁ ଦୂର ଏକ ଗଛ ମୂଳରେ ରଖି ଦେଇଥିଲେ। ଏହି ଅଭାବବୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମେଣ୍ଡାଗଡ଼ଆ ଗାଁରେ। ପ୍ରଥମ ସନ୍ତାନ ଝିଅ ହୋଇଥିବାରୁ ବାପା କୈଳାସ ଚନ୍ଦ୍ର ସାହୁ ଖୁସି ନ ଥିଲେ। ମିଳିଥିବା ସୂଚନା ଅନୁସାରେ, କୈଳାସ ବଳପୂର୍ବକ ଭାବେ ଝିଅକୁ ତା’ର ମା’ କୋଳରୁ ଛଡ଼ାଇ ଆଣି ଜବାହର ନବୋଦୟ ବିଦ୍ୟାଳୟ ରାସ୍ତାର […]
ଭଦ୍ରକ: ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଭଦ୍ରକରେ ଆୟୋଜିତ ଆଇନଜୀବୀ ଦିବସ ପାଳନ ସମୟରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଭାସ୍ଥଳକୁ ନିଆଯିବା ସମୟରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ଅସିତ୍ ପଟ୍ଟନାୟକଙ୍କ ସମର୍ଥକ ମାନେ ସ୍ଥାନୀୟ ଯୁବ ବିଜେଡି ସଭାପତି ଦୁର୍ଗା ଦାସ ଏବଂ ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ କାହିଁକି ଏଭଳି ଆକ୍ରମଣ କରାଗଲା ସେନେଇ କାରଣ […]
ଭୋପାଳ: ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାରେ କେହି ବି ଅଟକାଇ ପାରିବେ ନାହିଁ। ନିଜର ପ୍ରଚେଷ୍ଟା ବଳରେ ମଣିଷ ସଫଳତାର ଶୀର୍ଷ ଛୁଇଁ ଥାଏ। ଆଉ ଏସବୁକୁ ପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ନରସିଂହପୁରର ବାସିନ୍ଦା ତପସ୍ୟା ପରିହାର। ତପସ୍ୟା ୨୦୧୭ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅଲ୍ ଇଣ୍ଡିଆ ରାଙ୍କରେ ୨୩ତମ ସ୍ଥାନରେ ଅଛନ୍ତି। ସୂଚନା ଅନୁସାରେ, ତପସ୍ୟାଙ୍କ ବାପା ଜଣେ କୃଷକ। ସେ ବହୁତ ପରିଶ୍ରମ କରି […]
ଭୁବନେଶ୍ୱର: କେଉଁ ପରିସ୍ଥିତିରେ ଅଧ୍ୟାପକରୁ ମର୍ଡରର ପାଲଟିଲେ ପୁଞ୍ଜିଲାଲ୍। ଜଣେ ଭଲ ଅଧ୍ୟାପକରୁ କେମିତି ହେଲେ ହାର୍ଡକୋର ଅପରାଧୀ। କଣ ଥିଲା ତାଙ୍କ ପୂର୍ବ ରେକର୍ଡ ଆଉ ଇତିହାସ। ଏସବୁ ସମ୍ପର୍କରେ ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚକୁ ମିଳିଛି ବହୁ ତଥ୍ୟ। ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡର ଖଳନାୟକ ପୁଞ୍ଜିଲାଲ୍ ମେହେରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ କିଛି ନୂଆ ଦିଗ ସମ୍ପର୍କରେ ଜାଣିବାକୁ ପାଇଛି। ଛାତ୍ରଛାତ୍ରୀଙ୍କୁ ଓଜସ୍ୱୀନି ଭାଷଣ ଦେଇ ଜୀବନରେ […]
କେନ୍ଦ୍ରାପଡ଼ା: ମେ’ ୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଜୁଲାଇ ୩୧ ତାରିଖ ଯାଏଁ ଏହା ବନ୍ଦ ରହିବ। ଅଣ୍ଡାଦାନ ବେଳେ କୁମ୍ଭୀରମାନେ ହିଂସ୍ର ଥାଆନ୍ତି। କୌଣସି ଅଘଟଣ ଘଟିବାକୁ ଲକ୍ଷ୍ୟ କରି ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରଖା ଯାଇଥାଏ। ଚଳିତ ବର୍ଷ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ, ଭିତରକନିକାରେ […]
ଭୁବନେଶ୍ୱର: ତାତିରୁ ସାମାନ୍ୟ ତ୍ରାହି। ଗତକାଲି ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ଫଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଜି ବି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏସବୁ ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, […]
ମାଲକାନଗିରି /ଭୁବନେଶ୍ୱର : କିସ୍ରୁ ବଣ୍ଡା ଛାତ୍ର ନିଖୋଜ ଘଟଣାରେ ଥାନାରେ ହେଲା ଏତଲା। ନିଖୋଜ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କ ମାଆ ବୁଦାଇ ମାନ୍ଦ୍ରା ଆଜି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ବୁଦାଇ ଅଭିଯୋଗ କରିଛନ୍ତି, ୨୦୧୨ ମସିହାରେ କିସ୍ ଶିକ୍ଷାନୁଷ୍ଠାନ ଓ ବଣ୍ଡା ଉନ୍ନୟନ ସଂସ୍ଥା ପାଠ ପଢ଼ାଇବାର ପ୍ରତିଶୃତି ଦେଇ ତାଙ୍କ ସାନ ପୁଅକୁ ନେଇଥିଲେ। ପ୍ରତିବର୍ଷ ଖରା ଛୁଟିରେ ରାମଚନ୍ଦ୍ର ଘରକୁ ଆସୁଥିଲେ ହେଲେ […]
ନୂଆଦିଲ୍ଲୀ : ଇଭିଏମ ସହ ସବୁ VVPAT ସ୍ଲିପ୍କୁ ମେଳ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରି ଦେଇଛନ୍ତି। ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ବେଳେ ଇଭିଏମ୍ ସହ ସମସ୍ତ VVPAT ସ୍ଲିପ୍କୁ ମେଳ କରିବା ପାଇଁ ଚେନ୍ନାଇର ଏକ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ସହ ଅଯୌକ୍ତିକ ବୋଲି ଦର୍ଶାଇଛନ୍ତି। ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ମାମଲାର […]
ଭୁବନେଶ୍ୱର : ବିଧାନସଭା ନିର୍ବାଚନ ଆହୁରି ବର୍ଷେ ବାକି ଅଛି, ଦଳ କ୍ଷମତାକୁ ଆସିବ କି ନାହିଁ ତାହା ବି ଅସ୍ପଷ୍ଟ। ଏଣେ କିନ୍ତୁ କଂଗ୍ରେସରେ ଆରମ୍ଭ ହୋଇଗଲାଣି ମୁଖ୍ୟମନ୍ତ୍ରୀତ୍ୱକୁ ନେଇ ବିବାଦ। ୨୦୧୯ରେ ଦଳ କ୍ଷମତାକୁ ଆସିଲେ ଓବିସି ସଂପ୍ରଦାୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଓ ୨ଜଣ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଆଦିବାସୀ ଓ ଜଣେ ଅନୁସୂଚିତ ଜାତି ବର୍ଗରୁ କରିବାକୁ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ଶ୍ରୀକାନ୍ତ ଜେନା,ଏଆଇସିସି ଓ ପିସିସି ସଦସ୍ୟଙ୍କୁ ପ୍ରସ୍ତାବ […]
ମୁମ୍ବାଇ : ଅଭିନେତା ବିବେକ ଓବରୟ ପୂର୍ବତନ ପ୍ରେମିକା ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ କରିଥିବା ଏକ ଟ୍ୱିଟ୍ ପାଇଁ ଅଡ଼ୁଆରେ ପଡ଼ିଛନ୍ତି। ସେ ଏକଜିଟ୍ ପୋଲ୍ ଏବଂ ତାଙ୍କର ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ତୁଳନା କରି ଏହି ଟ୍ୱିଟ୍ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ ତାଙ୍କ ଉପରେ ସମାଲୋଚନା ବର୍ଷିବାରେ ଲାଗିଛି। ତାଙ୍କ ସାଥୀ ଅଭିନେତାମାନେ ମଧ୍ୟ ତାଙ୍କ ଟ୍ୱିଟ୍କୁ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନ୍ ତାଙ୍କୁ ନୋଟିସ୍ ପଠାଇ […]