• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rape
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା : କାଜୁ ଜଙ୍ଗଲରୁ ମୃତଦେହ ଉଦ୍ଧାର

ଜଗତସିଂହପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା। ଜଗତସିଂହପୁର ଜିଲ୍ଲା ଏରସମାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା। ଏରସମାର ଗଡ଼ ହରିଶପୁର ଗାଁ ନିକଟ କାଜୁ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁସାରେ, ଗତ ରାତିରେ ଶୌଚ ପାଇଁ ଯାଇଥିଲେ ନାବାଳିକା ଜଣକ।  ଏହି ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଟେକି ନେଇଥିବା ସନ୍ଦେହ କରାଯାଉଛି। ତା ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ […]

  • Friday, 16 July 2021
patanagarh
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ଆହତ ବୋହୂ ରୀମା

କଟକ : ତୁରନ୍ତ ନ୍ୟାୟ ଦାବି କଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ଶିକାର ହୋଇଥିବା ରୀମାରାଣୀ ସାହୁ। ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବା ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି, ତାଙ୍କୁ ଶୀଘ୍ର ନ୍ୟାୟ ଦିଆଯାଉ। ବିସ୍ଫୋରଣର ଆସାମୀଙ୍କୁ ତୁରନ୍ତ ଗିରଫ କରିବାକୁ ପଦକ୍ଷେପ ନିଆଯାଉ ବୋଲି ରୀମା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା ? ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ରୀମା […]

killer wife
ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

କଟକ : ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ପିଟି ପିଟି ମାରି ଦେଇଥିବା ହୋଇଛି ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ବାଆଁର ରାମଚଣ୍ଡୀ ଗାଁରେ। ମୃତକ ହେଲେ ଗଜେନ୍ଦ୍ର ସାହୁ। ତାଙ୍କ ସ୍ତ୍ରୀ କୁଙ୍କୁମ ସାହୁ ପ୍ରଥମେ ଗଜେନ୍ଦ୍ରଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ପରେ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି। ଗାଁ ଲୋକଙ୍କ ସାହାଯ୍ୟରେ ପୋଲିସ ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି। ପାରିବାରିକ ଗଣ୍ଡଗୋଳରୁ […]

susant dhala sdamnata
ସୁଶାନ୍ତ ଧଳ ସାମନ୍ତର ନେଟଓ୍ୱାର୍କ ଭାଙ୍ଗିବାକୁ ପୋଲିସର ଯୋଜନା

ଭୁବନେଶ୍ୱର : ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବ ହାର୍ଡକୋର ଅପରାଧୀ ସୁଶାନ୍ତ ଧଳ ସାମନ୍ତ। କଟକ ଚୌଦ୍ୱାର ଭଳି ଭୁବନେଶ୍ୱର ଝାରପଡ଼ା ଜେଲରେ ରହି ସୁଶାନ୍ତ ତାର ଅପରାଧ ନେଟଓ୍ୱାର୍କ ସହଜରେ ପରିଚାଳନା କରୁଥିବା ସନ୍ଦେହ କରାଯାଉଥିବାରୁ ,ତାକୁ ପଶ୍ଚିମ ଓଡ଼ିଶାର କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି କମିଶନରେଟ୍ ପୋଲିସ। ଏ ନେଇ କମିଶନରେଟ୍  ପୋଲିସ ପକ୍ଷରୁ ଗତକାଲି କଟକ ସ୍ଥିତ JMFC ରୁରାଲ କୋର୍ଟରେ ଆବେଦନ କରାଯାଇଛି। କଟକ ବିଜନ ପାଲ ହତ୍ୟା […]

heatwave
ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ଧିରେ ଧିରେ ତାପମାତ୍ରା ବଢିବାରେ ଲାଗିଛି।  ଅଧିକାଂଶ ସ୍ଥାନରେ ୩୫ଡିଗ୍ରୀ ଉପରେ ତାପମାତ୍ରା ରହୁଛି। ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ଆସନ୍ତା ୨୩ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝରରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ସ୍ଥାନରେ ମୁଖ୍ୟତଃ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

ugc
ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା UGC ଦ୍ୱାରା ଅଟୋନମି କ୍ଷମତା

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ଅଟୋନମି କ୍ଷମତା। ୟୁନିଭରସିଟି ଗ୍ରାଣ୍ଟସ କମିଶନ UGC ପକ୍ଷରୁ ଦେଶର ୬୦ଟି ଶିକ୍ଷାନୁଷ୍ଠାନକୁ ସ୍ୱଂୟଶାସନ କ୍ଷମତା ପ୍ରଦାନ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୨ଟି ଡିମଡ୍ ବିଶ୍ୱବିଦ୍ୟାଳୟ ଏବଂ କଟକରେ ଥିବା ନ୍ୟାସନାଲ ଲ ୟୁନିଭରସିଟିକୁ ଏହି ମାନ୍ୟତା ମିଳିଛି। ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଶିକ୍ଷାନୁଷ୍ଠାନ ଗୁଡିକ ପୂର୍ବଭଳି ୟୁଜିସି ନିୟନ୍ତ୍ରଣରେ ରହିବେ। ତେବେ UGC ଦ୍ୱାରା ଅଟୋନମି ମାନ୍ୟତା ମିଳିବା ପରେ ଏହି […]

gift blast
ପାଟଣାଗଡ଼ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣା : ୨୫ ଦିନ ପରେ ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିଲେ ରୀମା

ବଲାଙ୍ଗିର:ସିନ୍ଦୁର ପିନ୍ଧି ଶିଖିବା ଆଗରୁ ସିନ୍ଦୁର ଲିଭିଯିବାର ଦୁଃଖ ଇଏ। ସଂସାର କଣ ଜାଣିବା ଆଗରୁ ସବୁକିଛି ଉଜୁଡ଼ିଯିବାର କୋହ ଇଏ। ବାହାଘରର ମାତ୍ର ୫ଦିନ ପରେ ଆତତାୟୀର ମୃତ୍ୟୁ ଉପହାର ସ୍ୱାମୀଙ୍କୁ ଚିରଦିନ ପାଇଁ ଛଡ଼ାଇ ନେଇଛି ଜାଣିବା ପରେ, ନବବିବାହିତା ରୀମାରାଣୀ ସାହୁ ବିଳାପ ଚିତ୍କାର କରିଛନ୍ତି। ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ୨୫ ଦିନ ହେଲା ଯେଉଁ ଦୁଃଖଦ ଖବର ପରିବାର ଲୋକେ ଲୁଚାଇ ରଖିଥିଲେ, ଏକ ପୁରୁଣା ଖବର କାଗଜ […]

  • Friday, 16 July 2021
naba dihganta
ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲା : ଜେଲ୍‌ରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା

ଭୁବନେଶ୍ୱର : ଜେଲରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେରା। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରାଯାଉଛି। ଭାରତ ସରକାରଙ୍କ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ତିନି ଜଣିଆ ଟିମ୍ ହାଁସଦାଙ୍କୁ ଜେରା କରୁଛି। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଥିଲା। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ୨୦୧୪ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ରାମଚନ୍ଦ୍ର ହାଁସଦା।

raPE-1
ନାବାଳିକାକୁ ଗଣଦୁଷ୍କର୍ମ ପରେ ଗାଏବ କଲେ ଅଭିଯୁକ୍ତ

ବାଲେଶ୍ୱର  : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଗଣଦୁଷ୍କର୍ମ କରି ଗାୟବ କରିଦେଇଥିବା ଅଭିଯୋଗ। ଦୁଷ୍କର୍ମ ଶିକାର ନାବାଳିକାଙ୍କ ମିଳୁନି ପତ୍ତା। ବରହମ୍ପୁର ଥାନା ତେଲିପାଳ ନିକଟ ପୁଟିବନ୍ଧ ଗାଁର ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ କେନ୍ଦୁଆ ଗାଁର ଜଣେ ବ୍ୟକ୍ତିଙ୍କ ପାଳିତ ୧୨ ବର୍ଷର ନାବାଳିକାକୁ ପୁଟିବନ୍ଧ ଗାଁର ଜଣେ ଦମ୍ପତି ନେଇଯାଇଥିଲେ। ତେବେ ତାକୁ ଶାରୀରିକ ଯନ୍ତ୍ରଣା ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ନାବାଳିକା ଜଣକ ତା ପାଳିତା ମା’ ପାଖକୁ ଯିବାକୁ […]

plane crash
ଖସି ପଡ଼ିଲା ବାୟୁସେନା ବିମାନ

ବାରିପଦା: ମୟୁରଭଞ୍ଜ ଝାରପୋଖରିଆରେ ଖସି ପଡ଼ିଲା ଭାରତୀୟ ବାୟୁସେନା ବିମାନ।  ଓଡ଼ିଶା ଝାଡଖଣ୍ଡ ସୀମାର ମହୁଲଟାଙ୍ଗିରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ବହଡାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଟ୍ରେନି ସେଣ୍ଟରରରୁ ଆଜି ବାୟୁସେନାର ଏକ ବିମାନ ଓଡ଼ିଶା ଝାଡ଼ଖଣ୍ଡ ସୀମା ଆକାଶରେ ଉଡ଼ାଣ ଭରୁଥିଲା। ଆଜି ସକାଳେ ବିମାନଟି ରାଇରଙ୍ଗପୁର ଆକାଶରେ ଉଡୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ କିଛି ସମୟ ପରେ […]

sushma swaraj
ଇରାକରେ ୩୯ ଜଣ ଭାରତୀୟ ମୃତ

ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟ ମୃତ। ଏହି ଭାରତୀୟଙ୍କୁ ସେଠାରେ ଅପହରଣ କରି ନିଆଯାଇଥିଲା। କୁହାଯାଉଥିଲା ସେମାନେ ନିଖୋଜ ଅଛନ୍ତି।ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।  ଆଇଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୋସୁଲ ନିକଟରେ ମିଳିଥିଲା ମୃତଦେହ। ସେଗୁଡ଼ିକୁ ବାଗଦାଦ୍ ଅଣାଯାଇଛି। ଖୁବ ଶୀଘ୍ର ଭାରତ ଅଣାଯିବ ବୋଲି […]

satya pal malik
ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବିହାର ରାଜ୍ୟପାଳ

ଭୁବନେଶ୍ୱର: ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି। #PresidentKovind directs Shri Satya Pal Malik, Governor of Bihar, to discharge functions of Governor of Odisha, in addition to his own duties, following the completion of the tenure of Shri S.C. Jamir — President […]

govt official
ଜଙ୍ଗଲରୁ ସରକାରୀ ଅଧିକାରୀଙ୍କ ଅର୍ଦ୍ଧ ଦଗ୍ଧ ଶରୀର ଉଦ୍ଧାର: ହତ୍ୟା ସନ୍ଦେହ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଚାଞ୍ଚଲ୍ୟ। ଜଙ୍ଗଲ ଭିତରେ Cluster Resource Coordinator (ସିଆରସି)ଙ୍କୁ ପୋଡ଼ି ହତ୍ୟା ସନ୍ଦେହ। ବୋରିଗୁମା ଥାନା ଡାଙ୍ଗରା ନିକଟ ଜଙ୍ଗଲରୁ ସିଆରସିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ସିଆରସିଙ୍କ ପରିଚୟ ମିଳିଛି। ସେ ହେଲେ ଆମ୍ବାଗୁଡ଼ାର ସନ୍ଦୀପ ସିଲ୍। ସନ୍ଦୀପ ଗତକାଲିଠୁ ନିଖୋଜ ଥିଲେ। ତାଙ୍କ ପରିବାର ଲୋକେ କହିଛନ୍ତି ତାଙ୍କ ମୃତଦେହ ପାଖରେ ଏକ ବାଇକ୍ ପଡିଛି। ତେଣୁ କେହି ଡକାଇ ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ କରାଯାଉଛି। […]

bombing
ଜେଟି ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ବ୍ରହ୍ମଗିରି: ଜେଟି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୁଳି ଓ ବୋମାମାଡ଼।  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ନୂଆଗାଁ ଓ ସିପାକୁଦା ଗାଁ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ସୂଚନା ଅନୁସାରେ, କିଆନାସିର ସରକାରୀ ଜମିକୁ ନେଇ ସୃଷ୍ଟି ହୋଇଛି ଏହି ଗଣ୍ଡଗୋଳ। କିଆନାସିରେ ନିର୍ମିତ ଜେଟିକୁ ବିରୋଧ କରୁଛନ୍ତି ସିପାକୁଦା ଗାଁ ଲୋକେ। ଉଭୟ ପକ୍ଷରୁ ୧୦୦ରୁ ଅଧିକ ବୋମାମାଡ଼ ହୋଇଥିବାର ସୂଚନା ମିଳିଛି। ଏହି ଘଟଣାରେ ପ୍ରାୟ ୩୦ ଜଣ […]

farmers
ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ

ଭୁବନେଶ୍ୱର: ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ।  ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ହୋଇଥିବା ସଂଗଠନର ‌ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଗତ ୧୨ ତାରିଖରୁ ଲୋୟର୍ ପିଏମଜିରେ ସଂଗଠନ ପକ୍ଷରୁ ସତ୍ୟାଗ୍ରହ ଓ ଅନଶନ ଚାଲୁ ରହିଥିଲେ ବି ଏଯାଏଁ କେହିବି ଆଲୋଚନାକୁ ନ ଡାକିବାରୁ ବିଧାନସଭା ଘେରାଉ ପାଇଁ ସଂଗଠନ ନିଷ୍ପତ୍ତି ନେଇଛି। ତେବେ ଏ ନେଇ […]