ଭୁବନେଶ୍ୱର : ଝାରପଡ଼ା ଜେଲରୁ ସ୍ଥାନାନ୍ତର ହେବ ହାର୍ଡକୋର ଅପରାଧୀ ସୁଶାନ୍ତ ଧଳ ସାମନ୍ତ। କଟକ ଚୌଦ୍ୱାର ଭଳି ଭୁବନେଶ୍ୱର ଝାରପଡ଼ା ଜେଲରେ ରହି ସୁଶାନ୍ତ ତାର ଅପରାଧ ନେଟଓ୍ୱାର୍କ ସହଜରେ ପରିଚାଳନା କରୁଥିବା ସନ୍ଦେହ କରାଯାଉଥିବାରୁ ,ତାକୁ ପଶ୍ଚିମ ଓଡ଼ିଶାର କୌଣସି ଜେଲକୁ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛି କମିଶନରେଟ୍ ପୋଲିସ। ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଗତକାଲି କଟକ ସ୍ଥିତ JMFC ରୁରାଲ କୋର୍ଟରେ ଆବେଦନ କରାଯାଇଛି। କଟକ ବିଜନ ପାଲ ହତ୍ୟା […]
କଟକ: କଟକ ସୁଭଦ୍ରାପୁର ବିଜୟ ପାଲ ଉପରେ ଗୁଳିମାଡ଼ ଘଟଣାରେ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଭଏସ୍ ଟେଷ୍ଟ ପାଇଁ ମନା କରିଛନ୍ତି। ଭଏସ୍ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ କଟକ ଜେଏମଏଫସି (ରୁରାଲ) କୋର୍ଟ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ ଜେଲ ଭିତରର ବାର୍ତ୍ତାଳାପ ଏବଂ ଜେରା ବେଳେ ହୋଇଥିବା ଭଏସକୁ ମ୍ୟାଚ କରାଯିବା ନେଇ କଟକ ସଦର ଥାନା ପୋଲିସ କୋର୍ଟରେ ମଧ୍ୟ ଆବେଦନ କରିଥିଲା। ଗତକାଲି […]