ଭୁବନେଶ୍ୱର : ପୁଣି ତେଜିଲା କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ ପ୍ରସ୍ତାବ ବିବାଦ। ଆଜି ଜମି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ କଳିଙ୍ଗ ଷ୍ଟୁଡ଼ିଓ ଜାଗାକୁ କାହାକୁ ଦେବେ ନାହିଁ। କଳିଙ୍ଗ ଷ୍ଟୁଡିଓ ଭିତ୍ତିଭୂମି ବିକାଶ ପାଇଁ ଇଡ୍କୋକୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ପ୍ରଫୁଲ୍ଲ ସାମଲ। କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ […]
ରାଉରକେଲା : ନିଟ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ। ଗତକାଲି ରାଉରକେଲା ଡିଏଭି ପବ୍ଳିକ ସ୍କୁଲରେ ହୋଇଥିବା ପରୀକ୍ଷା ସମୟରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଧରିବାରେ ସ୍କୁଲ କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି। ତାଙ୍କ ନାଁ ରମେଶ କୁମାର। ଘର ରାଜସ୍ଥାନର ଡୁଙ୍ଗୁରୀ ଗ୍ରାମରେ। ଖବର ପାଇବାପରେ ଉଦିତନଗର ପୋଲିସ ଛାତ୍ରକୁ ଗିରଫ କରିଛି। ରମେଶ ଓଡ଼ିଶାର ଜଣେ ଛାତ୍ରଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ। ଏହା ପଛରେ ଏକ ବଡ ରାକେଟ ଚାଲୁଥିବା ପୋଲିସ ଅନୁମାନ କରି ତଦନ୍ତ […]
ଭୁବନେଶ୍ୱର : ଆସନ୍ତା ୧୭ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ସୁରକ୍ଷା ଓ ସମ୍ମାନ ଯାତ୍ରା କରିବ ବିଜେପି ମହିଳା ମୋର୍ଚ୍ଚା। ରାଜ୍ୟରେ ନାବାଳିକା ଓ ମହିଳାଙ୍କ ସହ ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ କରି ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ ଏକ ରାଲି ଆୟୋଜିତ ହୋଇଥିଲା। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ ଠାରେ ପ୍ରତିବାଦ କରିଥିଲେ ମହିଳା ମୋର୍ଚ୍ଚାର କର୍ମୀ ଓ ନେତା। ଏ […]
ନୂଆଦିଲ୍ଲୀ: ଉତ୍ତର ଓ ପୂର୍ବ ଭାରତରେ ୧୩ଟି ରାଜ୍ୟରେ ଝଡ଼ତୋଫାନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ୧୩ଟି ରାଜ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଝଡ଼ ତୋଫାନ ଆଶଙ୍କାକୁ ଦେଖି ହରିୟାଣାରେ ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ କରାଯାଇଛି । ଆଜି ସକାଳେ ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ ଆଦି ଅଞ୍ଚଳରେ ସକାଳୁ ବର୍ଷା ହୋଇଛି । ଉତ୍ତର ପ୍ରଦେଶ, […]
ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରଙ୍କ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଛି। ରିମାଣ୍ଡ ସରିବା ପରେ ଆଜି ତାଙ୍କୁ ପାଟଣାଗଡ଼ ଏସ୍ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ୧୫ ଦିନ ପାଇଁ ପୁଞ୍ଜିଲାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଯାଇଥିବା ପୁଞ୍ଜିଲାଲ୍ଙ୍କୁ ରାୟପୁରକୁ ନେଇ ଡେମୋ କରାଇଥିଲା କ୍ରାଇମବ୍ରାଞ୍ଚ। କଣ୍ଟାବାଞ୍ଜିରୁ ରାୟପୁର ଯିବା ପରେ ସେଠାରେ କେମିତି ବୁକିଂ କରିଥିଲା […]
ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ-ଆଇଏମ୍ଡିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଓଡ଼ିଆ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର। ବର୍ତ୍ତମାନ ସେ ଆାଇଏମ୍ଡିର ଏଡିଜି ସହ ସାଇକ୍ଲୋନ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଅଛନ୍ତି। ସେ ଅଗଷ୍ଟ ପହିଲାରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ। ୫ ବର୍ଷ ପାଇଁ ସେ ମହାନିର୍ଦ୍ଦେଶକ ପଦବୀରେ ରହିବେ ମୃତ୍ୟୁଞ୍ଜୟ ମହାପାତ୍ର । ଗତ ଫୋନି ବାତ୍ୟା ସମୟରେ ମୃତ୍ୟୁଞ୍ଜୟଙ୍କ ସଠିକ୍ ଆକଳନ ଯୋଗୁଁ ବହୁ ଧନଜୀବନ ରକ୍ଷା ହୋଇପାରିଲା। ଏଥିପାଇଁ ତାଙ୍କୁ ସବୁ […]
ଜୟପୁର : ଚିକିତ୍ସା ପାଇଁ ଆସିଥିଲେ, ହେଲେ ମିଳିଲା ମାଡ଼। ରୋଗୀଙ୍କୁ ପିଟିଛନ୍ତି ଖୋଦ୍ ଡାକ୍ତର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଜୟପୁରର ସବାଇ ମାନସିଂହ ହସ୍ପିଟାଲ୍ରେ। ଯେଉଁଠି ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ନିସ୍ତୁକ ପିଟିଛନ୍ତି ଡାକ୍ତର। ମେଡିକାଲ୍ରେ ଥିବା ରେସିଡେଣ୍ଟାଲ୍ ଡାକ୍ତର ରୋଗୀଙ୍କୁ ଚାପୁଡ଼ା, ଗୋଇଠା, ମୁଥ୍ ମାରି ଲହୁ ଲୁହାଣ କରିଛନ୍ତି। କୌଣସି କାରଣରୁ ଡାକ୍ତରଙ୍କୁ ଶୀଘ୍ର ଚିକିତ୍ସା କରିବାକୁ ପୀଡ଼ିତ ରୋଗୀ ଜଣକ ଗୁହାରି କରିଥିଲେ। ତେବେ ଏଥିରେ […]
ନୂଆଦିଲ୍ଲୀ : ମୋଦି-୨ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରାଜନାଥ ସିଂହ ଆଜି ତାଙ୍କର ପ୍ରଥମ ଗସ୍ତରେ ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଆଚେନ୍ ବେସ୍ କ୍ୟାମ୍ପରେ ଯବାନମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଲେହରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ସ୍ଥିତି […]
ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାର AN-32 ବିମାନ ନିଖୋଜ। ଅରୁଣାଚଳ ପ୍ରଦେଶର ମେନ୍ଚୁକା ଏୟାର ଫିଲ୍ଡରୁ ଯାତ୍ରା ଆରମ୍ଭ କରିଥିଲା ବିମାନ। ତେବେ ଗତ ତିନି ଘଣ୍ଟାରୁ ଅଧିକ ସମୟ ଧରି ବିମାନ ସହ କୌଣସି ଯୋଗାଯୋଗ ହୋଇପାରିନି। ଶେଷ ଥର ପାଇଁ ଅପରାହ୍ନ ଗୋଟାଏ ବେଳେ ଆସାମ ଜୋରାହଟ୍ ଏୟାର ବେସ୍ ସହ ବିମାନରେ ଥିବା ପାଇଲଟ୍ଙ୍କ କଥାବାର୍ତ୍ତା ହୋଇଥିଲା। ବିମାନରେ ମୋଟ ୧୩ ଜଣ ଯାତ୍ରୀ ଥିଲେ। ଘଟଣା ପରେ ବାୟୁ ସେନା […]
ଭୁବନେଶ୍ୱର: ପୁଣି ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ମିଳିଲା ବିଦେଶୀ ସୁନା। ୫ କିଲୋରୁ ଅଧିକ ସୁନା ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଜବତ ସୁନାର ଆନୁମାନିକ ମୂଲ୍ୟ ୧ କୋଟି ୮୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଗୁଇନ୍ଦା ଅଧିକାରୀ ୩ ଜଣଙ୍କୁ ଅଟକ ରଖିଛି। ଏମାନେ ସମସ୍ତେ ପ୍ରବାସୀ ଭାରତୀୟ ବୋଲି ଜଣାପଡ଼ିଛି କ୍ୱାଲାଲମ୍ପୁରରୁ ବିମାନରେ ଆସୁଥିବା ବେଳେ ସୁନାକୁ ଜବତ କରିବା ସହ ଏହି ୩ ଜଣଙ୍କୁ […]
ଭୁବନେଶ୍ୱର: ବ୍ୟାଙ୍ଗ୍କକ୍ରେ ସମ୍ମାନିତ ହୋଇଛନ୍ତି ଓଡିଆ ଡାକ୍ତର ଶରତ ଚନ୍ଦ୍ର ମିଶ୍ର। ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ୍ ସୋସାଇଟି ପକ୍ଷରୁ ମିଳିଛି ଗ୍ଲୋରି ଅଫ ଇଣ୍ଡିଆ ସମ୍ମାନ। ମେ ୪ ତାରିଖରେ ଥାଇଲାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ମିଳିଛି। ଡାକ୍ତର ମିଶ୍ର କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ୧୩ ବର୍ଷ ଧରି ଅସ୍ଥି ଶଲ୍ୟ ବିଭାଗରେ ସ୍ପେଶାଲିଷ୍ଟ ଭାବରେ କାମ କରିଛନ୍ତି। ଏହାଛଡ଼ା ପିପିଲି ନିମାପଡା, ନୂଆହାଟ ଆଦି ସଦର ମହକୁମା ଚିକିତ୍ସାଳୟରେ ଆସିଷ୍ଟାଣ୍ଟ ସର୍ଜନ […]
ଇସଲାମାବାଦ୍: ପାକିସ୍ତାନ ଗୃହମନ୍ତ୍ରୀ ଏହସାନ୍ ଇକ୍ବାଲ୍ଙ୍କୁ ଗୁଳିମାଡ଼। ପଞ୍ଜାବ ନରୋୱାଲ୍ ଅଞ୍ଚଳରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଅଜଣା ଆତତାୟୀ ଇକବାଲ୍ଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଇକ୍ବାଲ୍ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ‘ମୋ ବାପା ବର୍ତ୍ତମାନ ବିପଦମୁକ୍ତ’ ବୋଲି ଇକ୍ବାଲ୍ଙ୍କ ପୁଅ ଅହମଦ ଇକ୍ବାଲ୍ ସୂଚନା ଦେଇଛନ୍ତି। କିନ୍ତୁ ଏହସାନ୍ ଇକ୍ବାଲ୍ଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ଅଭଜର୍ଭେସନ୍ରେ ରଖାଯିବ ବୋଲି ଅହମଦ କହିଛନ୍ତି। ଇକ୍ବାଲ୍ଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିବା ସୂଚନା ମିଳିଛି। […]
ଭୁବନେଶ୍ୱର: ମାଓବାଦୀଙ୍କ ବିଦେଶୀ ଲିଙ୍କ୍। ଲାଲବାହିନୀ କ୍ୟାମ୍ପରୁ ମିଳିଛି ଜର୍ମାନୀ ବନ୍ଧୁକ। ଛତିଶଗଡ଼ ସୁକ୍ମା ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀଙ୍କ ନିକଟରୁ ମିଳିଛି ଜି-ଥ୍ରୀ ବନ୍ଧୁକ। ଗତ ୧ ତାରିଖରେ ଛତିଶଗଡ଼ ଜିଲ୍ଲା କିସ୍ତାରାମ ଜଙ୍ଗଲରେ ହୋଇଥିବା ସୁରକ୍ଷାକର୍ମୀଙ୍କ ଅପରେସନ ସମୟରେ ମିଳିଛି ଏହି ବିଦେଶୀ ବନ୍ଧୁକ। ତେବେ ମାଓବାଦୀଙ୍କ ହାତକୁ ଏହି ବିଦେଶୀ ହତିଆର ଆସିଲା କେମିତି ? ମାଓବାଦୀଙ୍କ ସହ ଜର୍ମାନ ଲିଙ୍କ୍ ହେଲା କେମିତି ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ପୋଲିସ […]
ଭୁବନେଶ୍ୱର: ସମ୍ବଲପୁର ମୋଦିପଡ଼ାରୁ ସ୍ୱାମୀଙ୍କ ସହ କାର୍ରେ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ରାସ୍ତାରୁ ନିଖୋଜ ହୋଇଯାଇଥିବା ମହିଳାଙ୍କ ସନ୍ଧାନ ମିଳିଛି। ତାଙ୍କୁ ଜଗତ୍ସିଂହପୁର ଟାଉନ ଥାନା କୋର୍ଟ ଛକ ଅଞ୍ଚଳରେ ଥିବା ତାଙ୍କର ଜଣେ ଭଉଣୀଙ୍କ ଘରେ ଠାବ କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ନେଇ ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗତ ଗୁରୁବାର ରାତିରେ ସେ ସ୍ୱାମୀ ଓ ୬ ବର୍ଷର ଝିଅ ସହ ମୋଦିପଡ଼ାରୁ ଭୁବନେଶ୍ୱର ଆସୁଥିଲେ। ଅନୁଗୁଳ ନାକଚି ନିକଟରେ […]
କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ। ଏଥର ମୋଟ୍ ପାସ୍ ହାର ୭୬.୨୩ ପ୍ରତିଶତ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ଅଛି। ଚଳିତ ବର୍ଷ ୬ ଲକ୍ଷ ୮ହଜାର ୬ଶହ ୫୯ ଜଣ ମାଟ୍ରିକ୍ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଲକ୍ଷ ୨୨ ହଜାର ୪୩ ଜଣ ଝିଅ ପାସ୍ କରିଛନ୍ତି। ଅନ୍ୟପକ୍ଷରେ, ୨ଲକ୍ଷ ୧୬ ହଜାର ୩୦୫ଜଣ ପୁଅ […]
ବାରିପଦା: ଆଜି କୁଡୁମୀ ସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା। କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏନେଇ NH୧୮ ଓ ୪୯ରେ ଆନ୍ଦୋଳନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। ଫଳରେ ବିଭିନ୍ନ ଅଞ୍ଚଳକୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଆଜି ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି କୁଡୁମୀ […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆଜି ସକାଳ ୯ଟାରେ ଫଳାଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍ www.bseodisha.nic.inରେ ଲଗ୍ ଇନ୍ କରି ଫଳାଫଳ ଦେଖିପାରିବେ। ଏହାବ୍ୟତୀତ ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୧-୨୪୧୨୦୬୦ ଏବଂ ୦୬୭୧-୨୪୧୨୦୫୯କୁ କଲ୍ କରି ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ଯେ କୌଣସି […]