ଇସଲାମାବାଦ୍: ପାକିସ୍ତାନ ଗୃହମନ୍ତ୍ରୀ ଏହସାନ୍ ଇକ୍ବାଲ୍ଙ୍କୁ ଗୁଳିମାଡ଼। ପଞ୍ଜାବ ନରୋୱାଲ୍ ଅଞ୍ଚଳରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଅଜଣା ଆତତାୟୀ ଇକବାଲ୍ଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଇକ୍ବାଲ୍ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ‘ମୋ ବାପା ବର୍ତ୍ତମାନ ବିପଦମୁକ୍ତ’ ବୋଲି ଇକ୍ବାଲ୍ଙ୍କ ପୁଅ ଅହମଦ ଇକ୍ବାଲ୍ ସୂଚନା ଦେଇଛନ୍ତି। କିନ୍ତୁ ଏହସାନ୍ ଇକ୍ବାଲ୍ଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ଅଭଜର୍ଭେସନ୍ରେ ରଖାଯିବ ବୋଲି ଅହମଦ କହିଛନ୍ତି। ଇକ୍ବାଲ୍ଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିବା ସୂଚନା ମିଳିଛି। […]