Advertisment

Medical Course Without Neet: ବିନା ନିଟରେ ଏହି ସବୁ ୟୁନିଭର୍ସିଟିରେ ପଢିପାରିବେ ମେଡିକାଲ ପାଠ: ଜାଣନ୍ତୁ, କ’ଣ ରହିଛି ପ୍ରକ୍ରିୟା

ଭାରତୀୟ ଛାତ୍ରଛାତ୍ରୀ ଆମେରିକା ଯାଇ ସେଠିକାର ବିଶ୍ୱବିଦ୍ୟାଳୟରେ ବି ଡାକ୍ତରୀରେ ନାମ ଲେଖାଇପାରିବେ । ସବୁଠାରୁ ବଡ କଥା ହେଉଛି, ସେଠାରେ ଡାକ୍ତରୀ ପାଠ ପଢିବା ପାଇଁ ନିଟ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । ଯଦି ଆପଣ ବିଦେଶ ଯାଇ ମେଡିକାଲ ପଢିବା ପାଇଁ ଚାହୁଁଛନ୍ତି ତେବେ ଆମେରିକା ଏକ ବିକଳ୍ପ ନିଶ୍ଚୟ ହୋଇପାରିବ ।

author-image
Minati Mishra
ଅଦ୍ୟତନ ହୋଇଛି
ବିନା ନିଟ୍‌ରେ ଡାକ୍ତରୀପାଠ

ବିନା ନିଟ୍‌ରେ ଡାକ୍ତରୀପାଠ

ଭାରତରେ ଭଲ କଲେଜରେ ମେଡିକାଲ ସାଇନ୍ସ ପଢିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱପ୍ନ । ଅନେକ ମେଧାବୀ ଛାତ୍ର ଏହି ସୁଯୋଗରୁ ବଞ୍ଚିତ ହେଉଛନ୍ତି । ମେଡିକାଲ ସାଇନ୍ସ ପାଇବା, ପଢିବା ଆଉ ତା ପରେ ପିଜି କରି ଭଲ ଡାକ୍ତରଟିଏ ହେବା ପାଇଁ ଖାଲି ପ୍ରଚୁର ଅର୍ଥ ନୁହେଁ ଯଥେଷ୍ଟ ଧୈର୍ଯ୍ୟ ଥିବା ବି ଦରକାର। ଭାରତରେ ଡାକ୍ତର ହେବା ପାଇଁ ୫.୫ ବର୍ଷର ଏମବିବିଏସ କୋର୍ସ କରିବାର ଆବଶ୍ୟକତା ରହିଛି । ହେଲେ ଆମେରିକାରେ ଡାକ୍ତର ହେବା ପାଇଁ ରହିଛି ଭିନ୍ନ ନିୟମ ।

Advertisment

ଭାରତୀୟ ଛାତ୍ରଛାତ୍ରୀ ଆମେରିକା ଯାଇ ସେଠିକାର ବିଶ୍ୱବିଦ୍ୟାଳୟରେ ବି ଡାକ୍ତରୀ ପାଠରେ ନାମ ଲେଖାଇପାରିବେ । ସବୁଠାରୁ ବଡ କଥା ହେଉଛି, ସେଠାରେ ଡାକ୍ତରୀ ପାଠ ପଢିବା ପାଇଁ ନିଟ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । ଯଦି ଆପଣ ବିଦେଶ ଯାଇ ମେଡିକାଲ ପଢିବା ପାଇଁ ଚାହୁଁଛନ୍ତି ତେବେ ଆମେରିକା ଏକ ବିକଳ୍ପ ନିଶ୍ଚୟ ହୋଇପାରିବ ।

ଭାରତରେ ପ୍ରତିବର୍ଷ ଦ୍ୱାଦଶ ପାସ କରିବା ପରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ନିଟ ପରୀକ୍ଷା ଦେଉଛନ୍ତି । ଏକ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଟପ ମେଡକାଲ କଲେଜରେ ଆଡମିଶନ ମିଳୁଛି । ଏହାବ୍ୟତୀତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ବିଦେଶ ଯାଇ ନିଜର ସ୍ୱପ୍ନ ପୂରଣ କରୁଛନ୍ତି । ଭାରତୀୟ ଛାତ୍ରଛାତ୍ରୀମାନେ ସାଧାରଣତଃ ରୁଷିଆ, ୟୁକ୍ରେନ, କିର୍ଗିସ୍ଥାନ, ଚୀନ ଆଦି ଦେଶକୁ ଯାଇ ସେଠାରେ ମେଡକାଲ ପଢିବାକୁ ବେଶି ପସନ୍ଦ କରୁଛନ୍ତି । ତେବେ ଚାହିଁଲେ ଆପଣ ଆମେରିକାରେ ବି ଡାକ୍ତରୀ ପାଠ ପଢିପାରିବେ । ଆମେରିକାରେ ଏମିତି କିଛି ୟୁନିଭର୍ସିଟି ଅଛି ଯେଉଁଠାରେ ଜଣେ ବିନା ନିଟରେ ମେଡିକାଲରେ ନାମ ଲେଖାଇ ପାରିବେ ।

Advertisment

ଆମେରିକାରେ ଡାକ୍ତର ହେବା ପାଇଁ କ’ଣ ରହିଛି ପୂରା ପ୍ରସେସ, ଜାଣନ୍ତୁ ।

ଆମେରିକାରେ ଡାକ୍ତର ହେବା ପାଇଁ ମେଡିକାଲ ଛାତ୍ରଛାତ୍ରୀଙ୍କୁ ୪ ବର୍ଷର ଗ୍ରାଜୁଏସନ କୋର୍ସ ପଢିବାକୁ ପଡିଥାଏ । ଏହାପରେ ମେଡିକାଲ କଲେଜ ଆଡମିଶନ ଟେଷ୍ଟ ଅର୍ଥାତ MCAT ସ୍କୋର ଆଧାରରେ ସେମାନଙ୍କୁ ଆମେରିକା ମେଡିକାଲ କଲେଜରେ ନାମ ଲେଖାଇବାର ସୁଯୋଗ ମିଳିଥାଏ । ଆମେରିକା କଲେଜରେ ଏମବିବିଏସ ଡିଗ୍ରୀ ମିଳି ନ ଥାଏ । ମିଳିଥାଏ ଡକ୍ଟର ଅଫ ମେଡିସିନ ବା ଏମଡି । ୪ରୁ ସାଢେ ବର୍ଷ ମଧ୍ୟରେ ଏହି ଶିକ୍ଷା ଶେଷ କରିବାକୁ ପଡିଥାଏ । ଏହିପରି ଡାକ୍ତର ହେବା ପାଇଁ ଏଠାରେ ୭ରୁ ୮ ବର୍ଷ ଲାଗିଯାଏ ।

୧-ହାର୍ବର୍ଡ ୟୁନିଭର୍ସିଟି: ହାବର୍ଡ ୟୁନିଭର୍ସିଟିର ମେଡିକାଲ କୋର୍ସରେ ନାମ ଲେଖାଇବାକୁ ହେଲେ ନିଟ ସ୍କୋରର ଆବଶ୍ୟକତା ପଡି ନ ଥାଏ । କ୍ୟୁଏିସ ୱର୍ଲଡ ୟୁନିଭର୍ସିଟି ରାକିଂ ଅନୁସାରେ, ହାର୍ବର୍ଡ ଆମେରିକାର ଏକ ନମ୍ବର ମେଡିକାଲ ୟୁନିଭର୍ସିଟି ଅଟେ । ଏହା କେମ୍ବ୍ରିଜରେ ରହିଛି । ଏଠାରେ ୪ ବର୍ଷରେ ଏମଡି ଡିଗ୍ରୀ ହାସଲ କରି ପାରିବେ । ଏହି ବିଶ୍ୱବିଦ୍ୟାଳୟରେ ଗୋଟିଏ ବର୍ଷ ପାଇଁ ପାଖାପାଖି ୭୩ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ ।

୨-ଷ୍ଟାନଫର୍ଡ ସ୍କୁଲ ଅଫ ମେଡିସିନ:ଆମେରିକାର ଏହି ସଂସ୍ଥାନରେ ମେଡିକାଲ ପଢା ସହ ଟେକ୍ନୋଲଜି ଏବଂ ବିଜିନେସକୁ ବି ସାମିଲ କରାଯାଇ ଥାଏ । ଏଠାରେ ପଢୁଥିବା ଛାତ୍ରଛାତ୍ରୀ ଡାକ୍ତର ହେବା ସହ ଇନୋଭେଟର ବି ହୋଇଥାନ୍ତି । ଷ୍ଟାନଫର୍ଡ ୟୁନିଭର୍ସିଟିର ସ୍କୁଲ ଅଫ ମେଡିସିନରେ ବାର୍ଷିକ ଫିସ ୬୧ ଲକ୍ଷ ଟଙ୍କା ।

୩-ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆ (UCSF): UCSF ସ୍କୁଲ ଅଫ ମେଡିସିନ କାଲିଫର୍ଣ୍ଣିଆର ସାନ ଫ୍ରାନସିସ୍କୋରେ ରହିଛି । ଏଠାରେ ୪ ବର୍ଷିଆ ଏମଡି ପାଠ୍ୟକ୍ରମ ରହିଛି । ଆମେରିକାର ପ୍ରାଇଭେଟ ମେଡିକାଲ କଲେଜ ତୁଳନାରେ ଏହି ୟୁନିଭର୍ସିଟିରେ ଫିସ ଅପେକ୍ଷାକୃତ କମ ରହିଛି । ଏଠାରେ ବାର୍ଷିକ ୪୬ ଲକ୍ଷ ଟଙ୍କା ଦେବାକୁ ପଡିଥାଏ ।

Student Medical College Doctors NEET United States Of America
Advertisment
Advertisment