ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଆଜି ଏକ ବିବାଦୀୟ ଓ ଅଯଥା ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ରାମଙ୍କ ଅବତାର କହିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହନୁମାନଙ୍କ ଅବତାର ଭାବେ ବର୍ଣ୍ଣନା କରିଛନ୍ତି। ଭାରତୀୟ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଉଭୟ ଅବତାର ଗ୍ରହଣ କରି ପୃଥିବୀକୁ ଆସିଥିବା ସେ କହିଛନ୍ତି। ଖାଲି ଏତିକି ନୁହେଁ, ୨୦୨୪ରେ ଆରଏସ୍ଏସ୍ ଗଠନକୁ ଶହେ ବର୍ଷ […]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଆଳି ବିଧାୟକ ପ୍ରତାପ କେଶରୀ ଦେବ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଦେବ କହିଛନ୍ତି ଯେ, ରାଜ୍ୟସଭା ସାଂସଦ ପଦରୁ ସେ ଇସ୍ତଫା ଦେଇସାରିଛନ୍ତି। ନିୟମ ଅନୁସାରେ ନିର୍ବାଚନ ଫଳାଫଳ ବିଜ୍ଞପ୍ତି ଜାରି ହେବାର ୧୫ଦିନ କିମ୍ବା ଗୃହରେ ଶପଥ ନେବାର ୧୫ଦିନ ମଧ୍ୟରେ ତାଙ୍କୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବାକୁ ପଡ଼ିବ। ତେଣୁ ମେ’ ୨୫ତାରିଖରେ ନିର୍ବାଚନ ଫଳାଫଳ ବିଜ୍ଞପ୍ତି ଜାରି […]
ପୁରୀ: ଥାନାରେ ଶାଶୁ ଓ ବୋହୂଙ୍କୁ ପିଟିବା ଘଟଣାରେ ନିମାପଡ଼ା IIC ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଥାନାରୁ ଅପସାରଣ କରାଯାଇଛି। ତାଙ୍କୁ ପୁରୀ ହେଡକ୍ୱାର୍ଟରେ କାମ କରିବା ପାଇଁ ପଠାଯାଇଛି। ଏହି ମାମଲାର ତଦନ୍ତ ଶେଷ ଯାଏଁ ସେ ପୁରୀ ହେଡକ୍ୱାର୍ଟରରେ କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଅତିରିକ୍ତ ଏସ୍ପି ଏହି ଘଟଣାର ତଦନ୍ତ କରୁଛନ୍ତି। ସୂଚନାଥାଉ କି, ଘରୋଇ କଳିର ସମାଧାନ ପାଇଁ ଥାନାକୁ ଯାଇଥିବା ବେଳେ ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ […]
ବଲାଙ୍ଗିର: ବଲାଙ୍ଗିର ଛାତ୍ର କଂଗ୍ରେସ ସଭାପତିଙ୍କ ଆତ୍ମହତ୍ୟା ଅଭିଯୋଗ। ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଥିବା ସୁଶାନ୍ତ ମିଶ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା ଗାଁରେ ଥିବା ତାଙ୍କ ଘରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ସୁଶାନ୍ତ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଆତ୍ମହତ୍ୟା ପଛର କାରଣ କ’ଣ ସେ ନେଇ କିଛି ଜଣାପଡ଼ିନି। ବଲାଙ୍ଗିର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। […]
ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଅଧିକ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଗତକାଲି ୧୩ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ସେପଟେ ଆଜି କାଳବୈଶାଖୀ ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଫଳରେ ଆଜି ସକାଳ ୮ଟା ୩୦ ମିନିଟ୍ ସମୟରୁ ଆସନ୍ତା କାଲି ୮ଟା ୩୦ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାକୁ […]
ଅନୁଗୁଳ: ଅନୁଗୁଳ ନାକଚିରେ ନିଖୋଜ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏନେଇ ଅନୁଗୁଳ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ପୂରା ଘଟଣାର ଖୁଲାସା କରିଛନ୍ତି। ଏସ୍ପିଙ୍କ କହିବା ଅନୁସାରେ ସଂପୃକ୍ତ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇଥିବା କଥା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ମହିଳାଙ୍କୁ ୬ ଜଣ ଦୁଷ୍କର୍ମ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣ ଫେରାର […]
ଭୁବନେଶ୍ୱର: ପୁଣି ଜୀବନ ନେଲା ବଜ୍ରପାତ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଗତକାଲି ୫ ଜଣଙ୍କ ମୃତ୍ୟୁ ଘଟିଛି। ମାଲ୍କାନଗିରିରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କାଲିମେଳା ବ୍ଲକ୍ ଏମ୍ଭି-୪୧ ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ମାଥିଲି ବ୍ଲକ୍ ଭେଜାଗୁଡ଼ାରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଦୁଇ ଜଣ ପ୍ରାଣ ହରାଇଛନ୍ତି। କଙ୍କଡ଼ାହାଡ଼ ଥାନା ମରୁଆବଲିରେ ଛେଳି ଚରାଇବାକୁ ଯାଇଥିଲା ବେଳେ ବଜ୍ରପାତରେ […]
ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୃ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଗତକାଲି ସନ୍ଧ୍ୟାରେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦ୍ରଭାନୁଙ୍କ ବାପୁଜୀନଗର ସ୍ଥିତ ବାସଭବନରେ ବହୁ ପ୍ରମୁଖ ବ୍ୟକ୍ତି, ରାଜନେତା, ସାମ୍ବାଦିକ […]
ଭୁବନେଶ୍ୱର : ମାତ୍ର ଏକ ବର୍ଷରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦ୍ୱିଗୁ୍ଣିତ ହୋଇଛି ବିମାନ ସେବା। ବିମାନଯାତ୍ରୀ ଅଭିବୃଦ୍ଧି ତାଲିକାରେ ମଧ୍ୟ ଅନ୍ୟ ବିମାନ ବନ୍ଦରଗୁଡିକୁ ପଛରେ ପକାଇଦେଇଛି ଏହି ବିମାନବନ୍ଦର। ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରକୁ ୨୪ଟି ବିମାନ ଯାତାୟତ କରୁଥିବାବେଳେ ମାତ୍ର ଏକ ବର୍ଷ ମଧ୍ୟରେ ଏହା ବୃଦ୍ଧି ଘଟି ୪୩ରେ ପହଞ୍ଚିଛି। ସେହିପରି ଏକ ବର୍ଷରେ ୩୯ ଦଶମିକ ୪ ପ୍ରତିଶତ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୬-୧୭ରେ ବିମାନଯୋଗେ ୨.୩ […]
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ କବଜାରେ ବିଲ୍ଡର ପ୍ରେମାନନ୍ଦ ମହାପାତ୍ର। ଫ୍ଲାଟ୍ ଦେବା ନାଁରେ ସାଢେ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପ୍ରେମାନନ୍ଦଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଭୁବନେଶ୍ୱର ତମାଣ୍ଡୋ ଆଖପାଖ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି। ଗିରଫ ବିଲ୍ଡର ପ୍ରେମାନନ୍ଦ ହେଉଛନ୍ତି ଗୋଲ୍ଡେନ୍ ଭିୟୁ ଇନ୍ଫ୍ରାଷ୍ଟକ୍ଚର ଲିମିଟେଡ୍ ସଂସ୍ଥାର ମୁଖ୍ୟ।
ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା। ଦିଲ୍ଲୀ, ଏନସିଆର, ଗୁରୁଗ୍ରାମ ଅଂଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଭୂକମ୍ପ ପ୍ରଭାବରେ ହିମାଚଳ ପ୍ରଦେଶ, ପଂଜାବ ଓ ଜାମ୍ମୁ କାଶ୍ମୀର କିଛି ଅଂଚଳ ଥରି ଉଠିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।
କୋରାପୁଟ : ସାମାନ୍ୟ ବାଉଁଶ ଗଛ କାଟି ଦେବାରୁ ବାପାମାଙ୍କୁ ପିଟିଲା ଉତ୍ତ୍ୟକ୍ତ ପୁଅ। ଆଉ ପୁଅ ବିରୋଧରେ ଅଭିଯୋଗ କରିବା ପାଇଁ ବୃଦ୍ଧା ପତ୍ନୀଙ୍କୁ ଟେକି ଟେକି ଆଣିଲେ ଜଣେ ବୃଦ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, କୁସୁମିଗୁଡା ଗାଁରେ ସୋନୁ ହଳ ତାଙ୍କ ପୁଅକୁ ନଜଣାଇ ବାରିପଟେ ଥିବା ଏକ ବାଉଁଶ ଗଛ କାଟି ଦେଇଥିଲେ। ଏହି କାରଣକୁ ନେଇ ବାପ ପୁଅଙ୍କ […]
ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ହେଲାଣି ଗ୍ରୀଷ୍ମ ପ୍ରବାହ। ପ୍ରଚଣ୍ଡ ତାତିରେ ଛଟପଟ ସାରା ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡିଶାରେ ସ୍ଥିତି ଅସହ୍ୟ ହୋଇପଡିଛି। ଗୋଟିଏ ଦୁଇଟି ସ୍ଥାନରେ ପାରଦ ପାଖାପାଖି ୪୫ ଡିଗ୍ରୀକୁ ପହଞ୍ଚିଲାଣି। ଆଜି ବି ଗ୍ରୀଷ୍ମ ପ୍ରବାହ ସାଂଘାତିକ ରହିଛି। ପାଣିପାଗ ବିଭାଗ କହିଛି, ଆସନ୍ତା ୧୨ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଭଳି ସ୍ଥିତି ଯଦି ଲାଗିରହେ, ତେବେ ଅଂଶୁଘାତ ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।
କଟକ : ଆଳୁ କଳାବଜାର ରୋକିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ଯୋଗାଣ ବିଭାଗ। କଟକ ଛତ୍ରବଜାରର ବିଭିନ୍ନ ଗୋଦାମରେ ଚାଲିଛି ଯାଞ୍ଚ। ଧାର୍ଯ୍ୟ ଠାରୁ ଅଧିକ ମହଜୁଦ ଅଛି କି ନାହିଁ ସେନେଇ ଯାଞ୍ଚ ହେଉଛି। ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁସାରେ ଆଳୁ କଳାବଜାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଖିଲାପକାରୀଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ। ଚିଠି […]
କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସାଇନ୍-ଏ-ଡାଏ ଘୋଷଣା ପରେ ହଷ୍ଟେଲ୍ ଖାଲି କରି ଫେରିଯାଉଛନ୍ତି ଛାତ୍ରଛାତ୍ରୀ। ଆଜି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ତେଣୁ ଅଧିକାଂଶ ଛାତ୍ରଛାତ୍ରୀ ଆଜି ହଷ୍ଟେଲ୍ ଖାଲି କରିଛନ୍ତି। ତେବେ ଆଜି ମଧ୍ୟ କିଛି ବିଭାଗର ପରୀକ୍ଷା ଥିବାରୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଏକାଡେମିକ କାଉନସିଲ ଡକାଯାଇ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର […]
ଅନୁଗୁଳ : ଅନୁଗୁଳ ଡିଏଫଓ କାର୍ଯ୍ୟାଳୟରେ ସହକାରୀ ବନ୍ୟ ସଂରକ୍ଷକଙ୍କ ସହ ଅନ୍ୟ ଆକ୍ରମଣ ଅଭିଯୋଗ। ଆଜି ଏସିଏଫଙ୍କ ସହ ଅନ୍ୟ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଦୁଇ ଜଣ ବ୍ୟକ୍ତି ଅଫିସ ଭିତରକୁ ପ୍ରବେଶ କରିଥିଲେ। ପରେ କୌଣସି କାରଣକୁ ନେଇ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରିଥିଲେ। ହଠାତ ଉତ୍ତ୍ୟକ୍ତ ହୋଇ ଏସିଏଫଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଅତିରିକ୍ତ ଏସ୍ପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ବନ ବିଭାଗ କର୍ମଚାରୀ। […]
ପୁରୀ: ୭୪ ବର୍ଷର ବୃଦ୍ଧା। ଜୀବନର ଅପରାହ୍ଣରେ ପହଞ୍ଚି ସାରିଲେଣି। ଦେହରେ ବଳ ନାହିଁ। ହେଲେ ବୟସର ତାରତମ୍ୟ ନ ବୁଝି ଥାନାରେ ନିଧୁର୍ମ ପିଟିଲେ ଥାନାବାବୁ। ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ବିରୋଧରେ। ଅଭିଯୋଗ ଅନୁଯାୟୀ, ଗତ ୭ ତାରିଖରେ ଧିରପୁର ଦଳେଇ ସାହିର ବାସନ୍ତୀ ପଳତାଙ୍କ ବୋହୂ, ଶ୍ୱଶୁର ଘର ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ। ବୋହୂର ଏତଲା କ୍ରମେ ପୋଲିସର […]
ମାଲକାନଗିରି: ଚିତ୍ରକୋଣ୍ଡାର ତିନିକୋଣିଆ ଛକରେ ମାଓବାଦୀ ବ୍ୟାନର୍ ମାରିଛନ୍ତି। କାର୍ଲ ମାର୍କସଙ୍କ ୨ଶହ ତମ ଜନ୍ମବାର୍ଷିକୀ ଅବସରରେ ଏହି ପୋଷ୍ଟର ମରାଯାଇଛି। କାର୍ଲ ମାର୍କସଙ୍କ ଚିନ୍ତାଧାରା ଅନୁସାରେ ସମସ୍ୟାର ସମାଧାନ ନେଇ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ। ଗତ ୫ ତାରିଖରେ ମାଲକାନଗିରିର ଦୋରାଗୁଡ଼ା, ନୂଆଗୁଡା, ପାପୁଲୁଲୁ ପଞ୍ଚାୟତରେ କାର୍ଲ ମାର୍କସଙ୍କ ଚିନ୍ତାଧାରାକୁ ନେଇ ଏଭଳି ଏକ ପୋଷ୍ଟର ମାରିଥିଲେ ମାଓବାଦୀ। ମାଓ ବ୍ୟାନରକୁ ନେଇ ଚିତ୍ରକୋଣ୍ଡା ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି।