ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ହୁକା ବାର୍ ଉପରେ ଚଢ଼ାଉ କରାଯାଇଛି। ହୁକା ବାର୍ ଚାଲିଥିବା ଖବର ପାଇ କମିଶନରେଟ ପୋଲିସ ୫ଟି ହୁକା ବାର ଉପରେ ଚଢ଼ାଉ କରଥିଲା। ଘଟଣାସ୍ଥଳରୁ ପୋଲିସ ବହୁ ପରିମାଣର ହୁକା ଜବତ କରିଥିବା ସୂଚନା ମିଳିଛି। ସୂଚନାଥାଉ କି, ଗତ କିଛି ଦିନ ତଳେ କଟକର ଏକ ସପିଂ ମଲ୍ରେ ଥିବା ହୁକା ବାର ଉପରେ କମିଶନରେଟ ପୋଲିସ ଚଢ଼ାଉ କରିଥିଲା।