• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

mahanadi-1
ବିଧାନସଭାରେ ମହାନଦୀ ମହାବିତର୍କ

ଭୁବନେଶ୍ୱର : ବିଧାନସଭାରେ ମହାନଦୀ ଉପରେ ମହାବିତର୍କ। ଆଜି ପ୍ରଶ୍ନକାଳ ବାତିଲ କରାଯାଇ ଏହି ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି। ଏ ପ୍ରସଙ୍ଗରେ ବିବୃତ୍ତି ରଖି ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ଶାସକଦଳ ମୁଖ୍ୟ ସଚେତକ ଅମର ଶତପଥୀ କହିଥିଲେ, ମହାନଦୀର ୮୫୧ କି.ମିରୁ ୪୯୪ କି.ମି ଓଡ଼ିଶାରେ ପ୍ରବାହିତ ହେଉଛି। କିନ୍ତୁ ଆମକୁ ନଜଣାଇ ଛତିଶଗଡ଼ ଏକତରଫା ବନ୍ଧ ନିର୍ମାଣ କରୁଛି। ଛତିଶଗଡ଼ ଆଉ କୌଣସି ବନ୍ଧ ନିର୍ମାଣ କରିପାରିବ ନାହିଁ ବୋଲି ଗତବର୍ଷ […]

rajendra prasad
ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ କୁନୁ ଦେହୁରୀ

ଭୁବନେଶ୍ୱର: ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ କୁନୁ ଦେହୁରୀ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ସମ୍ବଲପୁର ଯୁଯୁମରାର କୁନୁ ୨୦୦୨ରୁ ମାଓ ସଂଗଠନରେ ସାମିଲ୍ ଥିଲା। କୁନୁ ନାଁରେ ୫୧ଟି ମାମଲା ରହିଛି। ସେ ୫ଟି ଜିଲ୍ଲାରେ ସକ୍ରିୟ ଥିବା ଡିଜି କହିଛନ୍ତି। କୁନୁ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

gunpur
ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା: ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି। ୨୦୧୬ରେ ପୁଟାସିଂ ଥାନା କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ଗୁଣପୁର ଆଡ଼ିସ୍‌ନାଲ୍‌ ସେସନ୍ସ ଜଜ୍‌ କୋର୍ଟ ଏହି ରାୟ ଦେଇଛନ୍ତି। ଗୁଣି ଗାରେଡି ସନ୍ଦେହରେ ପରିବାରର ବାପା, ମା ଓ ଝିଅଙ୍କୁ ନୃଶଂସ ଭାବେ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ହତ୍ୟା ପରେ ଜଙ୍ଗଲରେ ନେଇ ମୃତଦେହ ଗୁଡ଼ିକୁ ମାଟିରେ ପୋତି ଦିଆଯାଇଥିଲା। ସପ୍ତାହକ ପରେ […]

badri narayana patra
ଆନ୍ଦୋଳନରୁ ଓହରୁନାହାନ୍ତି ଶିକ୍ଷକ

ଭୁବନେଶ୍ୱର: ଦାବି ହାସଲ ପାଇଁ ମୂଲ୍ୟାୟନ ବର୍ଜନ କରି ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କ ଲାଗି ଆଲୋଚନାର ବାଟ ଖୋଲା ଅଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ତା’ସହ ମନ୍ତ୍ରୀ କହିଛନ୍ତି ସରକାର ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ, ତେବେ ମୂଲ୍ୟାୟନ ବର୍ଜନ ନିଷ୍ପତ୍ତି କୌଣସି ପ୍ରଭାବ ପକାଇବ ନାହିଁ। ଆସନ୍ତା ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ସରିବ ଓ ସଠିକ୍ ସମୟରେ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇବ ବୋଲି […]

bjd
ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ଷଡ଼ଯନ୍ତ୍ରକାରୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି। ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ସୁବାସ ଖୁଣ୍ଟିଆକୁ ଆଳତୁମା କଇଁବିଲ ନିକଟରୁ ଗିରଫ କରିଛି। ସୁବାସ ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ବୋଲି ଜଣାପଡିଛି। ସେ ମୁଖ୍ୟ ଅଭିଯୁକ୍ତ ରାକେଶ ନାଥର ସହଯୋଗୀ ଭାବେ କାମ କରୁଥିଲା। ପୋଲିସ ସୁବାସ ନିକଟରୁ ମୋବାଇଲ ଫୋନ ଜବତ କରିଛି। ପୂର୍ବରୁ ଯଶୋବନ୍ତ ପରିଡା ହତ୍ୟା ଘଟଣାରେ ପୋଲିସ […]

rayagada
ଜୀବନ ବଞ୍ଚାଇବାକୁ ୨୨ ଘଣ୍ଟାର ଗୁଣିଗାରେଡ଼ି

ରାୟଗଡ଼ା: ଅନ୍ଧବିଶ୍ୱାସର ନଗ୍ନ ନମୂନା। ମୃତ ପତ୍ନୀର ଜୀବନ ଫେରାଇ ଆଣିବାକୁ ସ୍ୱାମୀର ୨୨ ଘଣ୍ଟା ଧରି ଝଡ଼ାଫୁଙ୍କା। ରାୟଗଡ଼ାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ଶିବପଦର ପଞ୍ଚାୟତ ସମିତିସଭ୍ୟା କୁନି ନୁଣ୍ଡ୍ରୁକା କିଛି ଦିନ ହେବ ଅସୁସ୍ଥ ଥିଲେ। ମେଡିକାଲ ନନେଇ ଅସୁସ୍ଥ ସ୍ତ୍ରୀକୁ ସ୍ୱାମୀ ଝଡ଼ାଫୁଙ୍କା କରୁଥିଲେ ବୋଲି ଜଣାପଡ଼ିଛି। ଗତକାଲି ସକାଳ ୧୦ଟାରେ କୁନିଙ୍କ ମୃତ୍ୟୁ ପରେ ବି ଶବଦାହ ପାଇଁ ଛାଡ଼ୁନଥିଲେ ସ୍ୱାମୀ। ଜୀବନ ଫେରାଇବାକୁ ତନ୍ତ୍ର କରୁଥିଲେ […]

bbsr
ଆଜି ରାଜଧାନୀର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ।  ୧୯୪୮ ମସିହା ଆଜିର ଦିନରେ ଗଠିତ ରାଜଧାନୀ ଭୁବନେଶ୍ୱରକୁ ଆଜି ୭୦ ବର୍ଷ ପୂରିଛି।  ଚଳିତ ବର୍ଷ ଏହି ପ୍ରତିଷ୍ଠା ଦିବସ ୩ ଦିନ ବ୍ୟାପି ପାଳନ କରାଯିବ। ଏହି ଅବସରରେ ସଚିବାଳୟ ନିକଟ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପରେଡ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେବେ।  ତାସହ […]

ravenshaw university
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି। ୪ ଜଣ ଛାତ୍ରଙ୍କ ନିଲମ୍ବନ ଉଠାଇବା ଦାବିରେ ଛାତ୍ରମାନେ ଦୀର୍ଘ ସମୟ ଧରି କ୍ୟାମ୍ପସର ମୁଖ୍ୟ ଗେଟକୁ ବନ୍ଦ କରିଥିଲେ। ଘଟଣାସ୍ଥଳରେ ଏସିପି ତ୍ରିନାଥ ମିଶ୍ର ପହଞ୍ଚି କୁଳପତିଙ୍କ ସହ ଆଲୋଚନା କରି ସମାଧାନ କରାଯିବାର ପ୍ରତିଶ୍ରୁତି ଦେବା ପରେ ଛାତ୍ରମାନେ ଧାରଣାରୁ ହଟିଥିଲେ। ଗତ ଡିସେମ୍ବର ମାସରେ କିଛି ଛାତ୍ରଙ୍କୁ ଅସଦାଚରଣ ଅଭିଯୋଗରେ ୪ ଜଣ ଛାତ୍ରଙ୍କୁ ନିଲମ୍ବନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ତେବେ ଘଟଣାର ସଠିକ୍‌ […]

monsoon
କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ କମିଛି ତାତି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ କମ୍ ରହିଛି ଦିନର ତାତି। ଏମିତିକି ଗତକାଲି ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିନଥିଲା। ଆଜି ମଧ୍ୟ ଉପକୂଳ ଓଡ଼ିଶାର କେତେକ ସ୍ଥାନ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀର ଅନୁମାନ କରୁଛି ପାଣିପାଗ ବିଭାଗ। ଏହି ସମୟ ମଧ୍ୟରେ ପବନ ସାଙ୍ଗକୁ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ତେବେ ୧୫ ତାରିଖ ପରେ ଖରା ପ୍ରକୋପ ବଢ଼ିବା ପୂର୍ବାନୁମାନ କରାଯାଇଛି। ଗତକାଲି ସୋନପୁରର ତାପମାତ୍ରା […]

jagannath temple
ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ଆସନ୍ତା ୧୬ ତାରିଖ ସୁଦ୍ଧା ଭକ୍ତମାନେ ଜଗମୋହନକୁ ଯାଇ ଭିତରକାଠ ପାଖରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଜୟବିଜୟ ଦ୍ୱାର ଦେଇ ପ୍ରବେଶ କରି ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଗମୋହନ ଭିତରକାଠ ଦର୍ଶନ ସହ ଗର୍ଭଗୃହକୁ ପାଳିଆ ସେବକମାନଙ୍କ ପ୍ରବେଶ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳ କରାଯିବାକୁ ବୈଠକରେ ନିଷ୍ପତ୍ତି […]

bus accident
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ୍‌; ୨ ମୃତ, ୬ ଗୁରୁତର

ଭବାନୀପାଟଣା: ଭବାନୀପାଟଣାରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏନଏଚ୍ ୨୬ ଲାଲପୋଲିଆ ପୋଲରୁ ରୁ ପ୍ରାୟ ୩୦ ଫୁଟ ତଳକୁ ଏକ ବସ୍‌ ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍‌ କଣ୍ଡକ୍ଟରଙ୍କ ସହ ଜଣେ ଶିଶୁ ଅଛନ୍ତି। ଦୁର୍ଘଟଣାରେ ୩୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ମାଣିକେଶ୍ୱରୀ ଟ୍ରାଭେଲ୍ସ ବସ୍‌ ଭାରସାମ୍ୟ ହରାଇ ଲାଲପୋଲିଆ ପୋଲରୁ ପ୍ରାୟ […]

rain
କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର :  କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ସହ ଘଡ଼ଘଡି ମାରିବାର ସମ୍ଭାବନା। ପ୍ରବଳ ବେଗରେ ପବନ ମଧ୍ୟ ବହିବ। ଏନେଇ ଆଜି ରାତି ୧୦ଟା ୩୦ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ ଗଜପତି, ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିବ। ଏହି ସମୟରେ ପ୍ରବଳ ବର୍ଷା ହେବା ସହିତ ୬୦ରୁ ୭୦ […]

  • Saturday, 17 July 2021
kiss
ଚୁମ୍ବନ ଫଟୋ ଭାଇରାଲ୍ ଘଟଣା : ଯୁବକ କୋର୍ଟ ଚାଲାଣ

ଦେବଗଡ଼ : ଦେବଗଡ଼ ରିଆମାଳ ଅଞ୍ଚଳର ଜଣେ ଯୁବତୀଙ୍କ ଚୁମ୍ବନ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ଘଟଣାରେ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ହୃଷୀକେଶ ବିଶ୍ୱାଳ ଓ ତାର ଘର କୁମାଳ ଗାଁରେ ବୋଲି ଜଣାପଡ଼ିଛି। ଘଟଣାରେ ଏକାଧିକ ମୋବାଇଲ୍ ଫୋନ୍ ଜବତ କରି ପୋଲିସ ଘଟଣାର ତଦନ୍ତ କରୁଛି। ଗତ ମାର୍ଚ୍ଚ ୩୦ରୁ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଥିଲା।