ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ଛାତରୁ ଚୂନ ପଥର ଖସିବା ଘଟଣାର ଅନୁଧ୍ୟାନ ହୋଇଛି। ଗତକାଲି ହାଇକୋର୍ଟଙ୍କ ପକ୍ଷରୁ ଶ୍ରୀମନ୍ଦିର ମରାମତି ତଦାରଖ ଦାୟିତ୍ୱରେ ଥିବା ଆଇନଜୀବୀ ଏନ୍.କେ ମହାନ୍ତି ପୁରୀ ଗସ୍ତରେ ଆସି ନାଟମଣ୍ଡପର ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ସ୍ଥାନରୁ ଏବଂ କିପରି ଖସିଲା ଚୂନ ପଥର ସେନେଇ ଟିକିନିଖି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଶ୍ରୀମନ୍ଦିର ସୁପରିଟେଣ୍ଡିଂ ଇଞ୍ଜିନିୟର ବିନ୍ଧେଶ୍ୱର ପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ଅଧିକାରୀ ଏବଂ ଏଏସ୍ଆଇ ଅଧିକାରୀ ଉପସ୍ଥିତ […]
ଭଦ୍ରକ: ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହେଲେ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ଥାନା ଗୁଆମାଳ ପଞ୍ଚାୟତ ଗଣ୍ଡପଡା ଗାଁରେ। ସୂଚନା ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ଛାତ୍ରୀ ଜଣକ ନିଖୋଜ ହୋଇଯାଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଗତକାଲି ରାତି ପ୍ରାୟ ୮ଟାରେ ଛାତ୍ରୀ ଜଣଙ୍କୁ କେହି ଏକ ଅଖା ଭିତରେ ବାନ୍ଧି ପକାଇ ଦେଇ ଚାଲିଯାଇଥିବା ବେଳେ ପରିବାର ଲୋକେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ସାରା ଦେଶରେ ଆଜି ଅନୁଷ୍ଠିତ ହେଉଛି ଜେଇଇ ଆଡଭାନ୍ସଡ଼୍। ଆଇଆଇଟି ଓ ଏନ୍ଆଇଟି ଭଳି ଦେଶର ପ୍ରତିଷ୍ଠିତ ବୈଷୟିକ ଅନୁଷ୍ଠାନରେ ନାମଲେଖା ପାଇଁ ଆଜି ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ଜେଇଇ ମେନ୍ରୁ ସର୍ବଭାରତୀୟ ସ୍ତରରେ ମୋଟ୍ ୨ଲକ୍ଷ ୩୧ହଜାର ୨୪ ଜଣ ଜେଇଇ ଆଡଭାନ୍ସଡ଼୍ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ ହଜାର ୩୦୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ରାଜ୍ୟରେ ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର […]
ନୂଆଦିଲ୍ଲୀ : ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ସହିତ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ଅବସରରେ ବିଶେଷ କରି କୃଷି ଏବଂ ନିଯୁକ୍ତି ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏତଦ୍ ବ୍ୟତୀତ ଦୁର୍ବଳ ହେଉଥିବା ଅର୍ଥନୀତିରେ ସୁଧାର ଆଣିବା ଦିଗରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି। ନୀତି ଆୟୋଗ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ୪୦ ଜଣ ଅର୍ଥନୀତିଜ୍ଞ ଯୋଗ ଦେଇଥିଲେ। ଆଲୋଚନାଚକ୍ରର ନାମ ‘ଇକନମିକ୍ […]
ବେଙ୍ଗାଲୁରୁ : ଆସନ୍ତା ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍ ନେତା ଏଚ୍.ଡି.କୁମାର ସ୍ୱାମୀ। ଶନିବାର ଅପରାହ୍ନରେ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମିଳିତ ସରକାର ଗଠନ ହେବାକୁ ପଥ ପରିଷ୍କାର ହୋଇଯାଇଥିଲା। ଜେଡିଏସ୍ ନେତା କୁମାର ସ୍ୱାମୀଙ୍କୁ ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ବେଙ୍ଗାଲୁରୁର କ୍ରାନ୍ତିରଭା ଷ୍ଟାଡ଼ିୟମ୍ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି। ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ […]
ବ୍ରହ୍ମପୁର : ପରୀକ୍ଷାରେ ଫେଲ୍ ହେବା ଆଶଙ୍କା କରି ଆତ୍ମହତ୍ୟା କରିଥିବା ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀନଗରର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ରାଜେଶ ପଣ୍ଡା ,ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ଆଜି ରେଜଲ୍ଟ ପ୍ରକାଶ ପାଇବା ପରେ ଏହା ଜଣାପଡ଼ିଛି। ଗତ ଗୁରୁବାର ରାତିରେ ସେ ନିଜ ଦେହରେ କିରୋସିନ ଢ଼ାଳି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ସେ କାହିଁକି ସେ ଆତ୍ମହତ୍ୟା କଲେ, ନା ମୃତ୍ୟୁପଛରେ ଅନ୍ୟ କୌଣସି କାରଣ […]
ନୟାଗଡ଼: ମହାନଦୀ ସୁରକ୍ଷା ଅଭିଯାନ ବେଳେ ବିଜେଡିରେ ପିଟାପିଟି। ନୟାଗଡ଼ ଦଶପଲ୍ଲାରେ ଆଜି ମହାନଦୀ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ବିଜେଡିର ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାଙ୍କୁ ନେଇ ମହାନଦୀ ସୁରକ୍ଷା ଶୋଭାଯାତ୍ରା ଚାଲିଥିବା ବେଳେ ହାଟଛକଠାରେ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ବିରୋଧ କରି ବିଜେଡିର କିଛି ଅସନ୍ତୁଷ ଗୋଷ୍ଠୀ ଯାତ୍ରାକୁ ଅଟକାଇଥିଲେ। ତେବେ ଏହାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ […]
ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ। ଆଉ ଆଜିକୁ ଗାଦି ନାହିଁ। କର୍ଣ୍ଣାଟକ ମହାନାଟକର ଆଜି ଇଏ ଥିଲା ଅନ୍ତିମ ଅଙ୍କ। ଗୃହରେ ଇସ୍ତଫା ଘୋଷଣା କରି କଂଗ୍ରେସର ତୀବ୍ର ସମାଲୋଚନା କଲେ […]
ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇଡ୍ରାମାରେ ନାଟକୀୟ ଯବନିକା ପଡ଼ିଛି। ଶପଥ ନେବାର ଦୁଇ ଦିନ ପରେ ଇସ୍ତଫା ଦେଇଛନ୍ତି ୟେଦ୍ୟୁରପ୍ପା I ଆସ୍ଥା ଭୋଟ୍ ପୂର୍ବରୁ ଗୃହରେ ଇସ୍ତଫା ଘୋଷଣା କରିଛନ୍ତି ୟେଦ୍ୟୁରପ୍ପା। ସେ ରାଜ୍ୟପାଳଙ୍କୁ ଯାଇ ତାଙ୍କର ଇସ୍ତଫା ପତ୍ର ଦେବେ ବୋଲି ଗୃହରେ ପ୍ରକାଶ କରିଥିଲେ। ସେ ତାଙ୍କ ଅଭିଭାଷଣରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ଗାଁ ଗାଁ ଯାଇ ଲୋକଙ୍କୁ ବୁଝାଇବେ ବୋଲି କହିଥିଲେ। ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍ […]
କେନ୍ଦ୍ରାପଡ଼ା: ଅଣ୍ଡା,ପଥର, ଗୁଳି ମାରିଲେ ବି କେନ୍ଦ୍ରାପଡ଼ା ଏବଂ ଓଡ଼ିଶାର ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାରେ ଆଉ ଏକ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ଅବସରରେ ସାଂସଦ ବୈଜୟନ୍ତ ଏ କଥା କହିଛନ୍ତି । ବୈଜୟନ୍ତ ଆହୁରି କହିଛନ୍ତି, ମୁଁ ବିଜୁବାବୁଙ୍କ ଆଦର୍ଶରେ ଚାଲୁଛି। ଏହାକୁ କେତେକ ଲୋକ ସହିପାରୁନାହାନ୍ତି। ସାଂସଦ ପାଣ୍ଠିରେ ଗାଙ୍ଗପଡ଼ାରେ ନିର୍ମିତ ଗ୍ରାମ୍ୟ ଉନ୍ନୟନ ଜଳ ପ୍ରକଳ୍ପକୁ ବୈଜୟନ୍ତ ଉଦଘାଟନ କରିଛନ୍ତି । […]
ଭୁବନେଶ୍ୱର: ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପାସ୍ ହାର କମ୍ ରହିଛି। ଗତ ବର୍ଷ ପାସ୍ ହାର ୮୧ ଦଶମିକ ୧୧ ପ୍ରତିଶତ ରହିଥିବା ବେଳେ ଏ ବର୍ଷ ପାସ୍ ରହିଛି ୭୬ ଦଶମିକ ୯୮ ପ୍ରତିଶତ । ଏ ବର୍ଷ ୯୫ ହଜାର ୯୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୭୩ ହଜାର ୨୧୧ ଜଣ ଛାତ୍ରଛାତ୍ରୀ । ଏ ବର୍ଷ ମଧ୍ୟ ପାସ୍ ହାରରେ […]
ମନାଲୀ: ହିମାଳଚଳ ପ୍ରଦେଶର କୁଲୁରେ ଆଜି ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଘାଟିରୁ ୨୦୦ ମିଟର ତଳକୁ ଖସିପଡ଼ିବାରୁ ୪୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାର ଆଶଙ୍କା ସୃଷ୍ଟି ହୋଇଛି। ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବଞ୍ଜାର ଏସ୍ଡିଏମ ଏମ୍ଆର ଭରଦ୍ୱାଜ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ […]
ରାଞ୍ଚି : ଆସନ୍ତାକାଲି ପଞ୍ଚମ ଆର୍ନ୍ତଜାତିକ ଯୋଗ ଦିବସ। ଯୋଗରେ ଯୋଡ଼ି ହେବ ସାରା ଜଗତ। ଏଥିପାଇଁ ସାରା ଦେଶରେ ଚୁଡାନ୍ତ ହୋଇଛି ପ୍ରସ୍ତୁତି। ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଆସନ୍ତାକାଲି ରାଞ୍ଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରାୟ ୩୦ ହଜାର ଲୋକ ମୋଦିଙ୍କ ସହ ଯୋଗ କରିବେ। ମୋଦିଙ୍କ ସମେତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। […]
ନୂଆଦିଲ୍ଲୀ : ଲୋକସଭାରେ ସ୍ଳୋଗାନ୍ ପ୍ରତିଦ୍ୱନ୍ଦ୍ୱିତା। ନିଜ ନିଜ ଈଶ୍ୱରଙ୍କ ନାଁକୁ ନେଇ ଜପ, ନାରାବାଜି। ସପ୍ତଦଶ ଲୋକସଭା ଆରମ୍ଭରେ ସଦସ୍ୟଙ୍କ ଶପଥପାଠ ବେଳେ ଏଥର ଗୃହରେ ଦେଖିବାକୁ ମିଳିଥିଲା ଏମିତି ବିଚିତ୍ର ଦୃଶ୍ୟ। ଏପରିକି ଶପଥ ପାଠ ଶେଷରେ କେହି କେହି ସଦସ୍ୟ ନିଜ ଦଳର ସୁପ୍ରିମୋଙ୍କ ଜୟଜୟକାର ବି କରିଥିଲେ। ଗଣତନ୍ତ୍ର ମନ୍ଦିରରେ ପ୍ରଥମଥର ପାଇଁ ସଦସ୍ୟଙ୍କ ଶପଥପାଠ ଉତ୍ସବ ବେଳର ଏଭଳି ସ୍ଲୋଗାନ୍ ପ୍ରତିଦ୍ୱନ୍ଦ୍ୱୀତାକୁ ନେଇ ଏବେ ଚର୍ଚ୍ଚା। ଜୟ ଶ୍ରୀରାମ…ଜୟ ମା’ […]