ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଆଜିର ଦିନରେ ଗଠିତ ରାଜଧାନୀ ଭୁବନେଶ୍ୱରକୁ ଆଜି ୭୦ ବର୍ଷ ପୂରିଛି। ଚଳିତ ବର୍ଷ ଏହି ପ୍ରତିଷ୍ଠା ଦିବସ ୩ ଦିନ ବ୍ୟାପି ପାଳନ କରାଯିବ। ଏହି ଅବସରରେ ସଚିବାଳୟ ନିକଟ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପରେଡ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେବେ। ତାସହ […]