• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

gurupriya
ଉଦଘାଟନ ହେବ ଗୁରୁପ୍ରିୟା ସେତୁ

ମାଲକାନଗିରି  : ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବ। ଆସନ୍ତା ମାସରେ ଉଦଘାଟନ ହେବ ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ। ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟର ମୂଳ ଭୂଖଣ୍ଡ ସହିତ ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ। ଏହା ଫଳରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଗମନାଗମନର ସୁବିଧା […]

minor rape
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଫୁଲବାଣୀ : ରାଜ୍ୟରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ବଢିବାରେ ଲାଗିଛି। ଯାହା ଚିନ୍ତାର ବିଷୟ ପାଲଟିଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ମିଳିଥିବା ଅଭିଯୋଗ ଅନୁସାରେ ,ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକା ଗତକାଲି ରାତିରେ ମେଲୋଡି ଦେଖି ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ତାଙ୍କୁ ଘରେ ଛାଡ଼ିଦେବାକୁ କହି ୪ ଜଣ ଯୁବକ ଏକ ଅଟୋରିକ୍ସାରେ ବସାଇ ନିକଟ ଜଙ୍ଗଲକୁ […]

results
ପ୍ରକାଶ ପାଇଲା ICSE ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା ICSE ରେଜଲ୍ଟ। ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଦଶମରେ ପାସ୍ ହାର ୯୮.୫୧% ଥିବାବେଳେ, ଦ୍ୱାଦଶରେ ପାସ୍ ହାର ୯୬.୨୧ % ଥିବା ସୂଚନା ମିଳିଛି। ଅଫିସିଆଲ ୱେବସାଇଟ୍ cisce.orgରେ ଉପଲବଧ ହେଉଛି ରେଜଲ୍ଟ। SMS ରେ ମଧ୍ୟ ରେଜଲ୍ଟ ମିଳିପାରିବ। ଏ ବର୍ଷ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦଶମ ଶ୍ରେଣୀରେ ୧୬ ଲକ୍ଷରୁ ଅଧିକ ପିଲା […]

karnataka
କାହାର ହେବ କର୍ଣ୍ଣାଟକ? କାଲି ଗଣତି, ଖୋଲିବ ଭାଗ୍ୟପେଡ଼ି

ବେଙ୍ଗାଲୁରୁ: ଆସନ୍ତାକାଲି ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି। ରାଜ୍ୟର ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୨୨୨ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ହେବ। ଏନେଇ ରାଜ୍ୟର ୩୮ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏସମସ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପହଞ୍ଚିବ ଇଭିଏମ୍। ପ୍ରତି କେନ୍ଦ୍ରରେ ଶହେ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଚଳିତ ଥର […]

lightning
ବଜ୍ରାଘାତରେ ଚାଲିଗଲା ଜୀବନ

ଢ଼େଙ୍କାନାଳ: ବଜ୍ରାଘାତ ଜଣଙ୍କର ଜୀବନ ନେଇଯାଇଛି। ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କନ୍ତୁର ଚାନ୍ଦପୁର ଗାଁର ନରେଶ ଦେହୁରୀ। ଗୁରୁତର ହୋଇପଡ଼ିଥିବା ଅମ୍ରିତ ମହାପାତ୍ରଙ୍କ ଘର ଆମ୍ବପଳାସ ଗାଁରେ। ଦୁଇଜଣ ଯାକ ଗାଁ ନିକଟସ୍ଥ ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ପରଜଙ୍ଗ […]

ganjam
ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ସହ ଗାଁ ଦାଣ୍ଡରେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ। ଅଭିଯୋଗ ଅନୁସାରେ ଶନିବାର ରାତିରେ ହଠାତ୍‌ ଗାଁର କିଛି ଲୋକ ସୁଦର୍ଶନଙ୍କ ଘରକୁ ଯୋର ଜବରଦସ୍ତ ପ୍ରବେଶ କରିଥିଲେ ଏବଂ ସେ ଗୁଣି ଗାରେଡି କରୁଥିବା ଅଭିଯୋଗ କରି ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ଏହାକୁ ପ୍ରତିରୋଧ କରିବାରୁ ଗାଁ ଲୋକେ […]

kashmir
କାଶ୍ମୀରରେ ରାଷ୍ଟ୍ରପତି ଶାସନ ବଢ଼ିଲା

ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ଆଉ ୬ ମାସ ଯାଏଁ ବଢ଼ିଲା ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମ୍ମୁ ଓ କାଶ୍ମୀରରେ ବିଜେପି ଓ ପିଡିପି ସରକାର ଭାଙ୍ଗିବା ପରେ ଗତବର୍ଷ ଜୁନ୍‌ ୧୯ରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା। ଏହା ପରେ ଡିସେମ୍ବର ୧୯ରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ। ୬ ମାସ ପାଇଁ ଲାଗୁ ହୋଇଥିବା ବେଳେ […]

  • Saturday, 17 July 2021
petrol price hike
ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍।  ପେଟ୍ରୋଲ ଦାମ୍‌ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ ଲିଟର ପିଛା ୨୧ ପଇସା ବୃଦ୍ଧି  ପାଇଛି। ଏହା ସହିତ ଡିଜେଲ ଦାମ୍‌ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ୍‌ ବଢ଼ିନଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ […]

fruits market
ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ଜମୁଛି ବେପାର

ଭୁବନେଶ୍ୱର: ଆସନ୍ତାକାଲି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପତ୍ନୀ ଉପବାସ ରଖି ଏହି ବ୍ରତ ପାଳନ କରନ୍ତି। ସାରା ଦିନ ଉପବାସ ରହି ପତ୍ନୀମାନେ କେବଳ ଫଳମୂଳ ଖାଇ ପୂଜା ଆରାଧନା କରନ୍ତି। ତେବେ ସାବିତ୍ରୀ ବ୍ରତ ପାଳନ ବେଳେ ଫଳର ଗୁରୁତ୍ୱ ଥିବାରୁ ଭଲ ଜମିଥାଏ ଫଳ ବଜାରରେ ବେପାର।

monsoon
ମାଡ଼ି ଆସୁଛି ବର୍ଷା: ୧୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗ ରାଜ୍ୟର ୧୭ ଜିଲ୍ଲାକୁ ସତର୍କତା ଜାରି କରିଛି। ନୂଆପଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ  ମାଲକାନଗିରି ପାଇଁ ସତର୍କତା ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି।  ଦିନ ୧ଟା ଯାଏଁ ସତର୍କତା ଜାରି କରିଛି ପାଣିପାଗ […]