ଭୁବନେଶ୍ୱର: ଖରା ନୁହେଁ ତ, ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା। ପାଣିପାଗ ବିଭାଗ ପକ୍ଷରୁ ଆହୁରି ୨ଦିନ ଯାଏଁ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରାଯାଇଛଇ। ଦିନ ୧୦ଟା ହେଲା ମାତ୍ରେ ଏମିତି ଝାଞ୍ଜି ପବନ ବହୁଛି ଯେ, ଘରୁ ବାହାରି ହେଉନି। ଦିନ ୧୨ଟାରୁ ୩ଟା ଯାଏଁ ତାତି ଅଧିକ ଅସହ୍ୟ ହେବ ବୋଲି କୁହାଯାଇଛି। ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓ ପଶ୍ଚିମ […]
ଭୁବନେଶ୍ୱର: ମେଡିକାଲ ଆଡମିଶନ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ Ojee.nic.inରେ ଅନ୍ଲାଇନ୍ ଯୋଗେ କାଉନସେଲିଂ ପାଇଁ ରେଜିଷ୍ଟ୍ରେସନ୍ କରିବେ। ଜୁନ୍ ୧ ଓ ୨ରେ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ ଓ ଲକିଂ କରିବେ। ପ୍ରଥମ ପର୍ଯ୍ୟାୟ ଆଡମିଶନ ଲାଗି ଜୁନ୍ ୨୬ରେ ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ୨୬ରୁ ୨୯ ମଧ୍ୟରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ହୋଇ ଜୁନ୍ ୩୦ରେ ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ […]
ସମ୍ବଲପୁର: ଶେଷ ପର୍ଯ୍ୟାୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ସୋମବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଦେବ ଦମ୍ପତିଙ୍କ ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ଏବେ ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଚାଲିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୬ହଜାରରୁ ଅଧିକ କଳାକାର ମଧ୍ୟ ସାମିଲ ହୋଇଛନ୍ତି। ଶୋଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୩୫ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଦେବ ଦମ୍ପତିଙ୍କ ଶୋଭାଯାତ୍ରା ଯାଉଥିବା ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି […]
ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷା ଯୋଗୁ ଆଜି ଜମ୍ମୁ-କଶ୍ମୀର ଓ ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେପଟେ କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଓ ଗୁଜରାଟ୍ରେ ବନ୍ୟା ବିଭୀଷିକା ଜାରି ରହିଛି। ଏହି ୪ ରାଜ୍ୟରେ ବନ୍ୟା ଯୋଗୁ ଏଯାଏ ୧୭୩ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏବେ ବି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ […]
ଭୁବନେଶ୍ୱର: ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଭୁବନେଶ୍ୱର ଡମଣା ଗାଁ କପାଳଲୋଚନ ମହାଦେବ ମନ୍ଦିରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଶନିବାର ପାରମ୍ପରିକ ରୀତିରେ ମଙ୍ଗଳକୃତ୍ୟ ଓ ଅଭିଷେକ ସଂପନ୍ନ କରାଯାଇଥିଲା I ରବିବାର ସକାଳୁ କପାଳ ଲୋଚନ ମହାଦେବଙ୍କୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା I ଈଶ୍ୱର ପାର୍ବତୀଙ୍କ ଏହି ପବିତ୍ର ବିବାହ ଉତ୍ସବରେ ବରପିତା ଭାବେ ପ୍ରମୋଦ ବେହେରା ଓ କନ୍ୟାପିତା ଭାବେ ବେଣୁଧର ସାହୁ ଦାୟିତ୍ୱ ନିର୍ବାହ କରିଥିଲେ […]
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଓ ରାଜ୍ୟକୁ ଦୁଇ ଖଣ୍ଡ କରିବା ନିଷ୍ପତ୍ତିକୁ ନେଇ ଜୋରଦାର ବିତର୍କ ଚାଲିଛି। ଜଣେ ପାକିସ୍ତାନୀ ବିଶେଷଜ୍ଞ ଇସ୍ଲାମାବାଦର ଏକ ଚ୍ୟାନେଲ୍ରେ ଭାରତରେ ଥିବା ସେମାନଙ୍କ ସମର୍ଥକ ବା ସିମ୍ପାଥାଇର୍ଜସଙ୍କ ନାଁ କହିଛନ୍ତି। ଏହି ତାଲିକାରେ ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ପାର୍ଟି ରହିଛନ୍ତି। ମୁଶାହିନ ହୁସେନଙ୍କ ନାମକ ଏହି ବିଶେଷଜ୍ଞ ଜଣଙ୍କ ପାକିସ୍ତାନର ଟିଭି ଚ୍ୟାନେଲ ଜିଓ ଟିଭିର […]
ଭୁବନେଶ୍ୱର : ଆକାଶରୁ ବର୍ଷୁଛି ନିଆଁ। ଡହ ଡହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ କଲବଲ ହେଉଛି ସାରା ରାଜ୍ୟ। ଗତକାଲି ଭଳି ଆଜି ବି ଭୁବନେଶ୍ୱରରେ ରେକର୍ଡ ଛୁଇଁଛି ତାତି। ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀର ତାପମାତ୍ରା ୪୨ ଡିଗ୍ରୀ ଟପିଯାଇଥିଲା। ଅବସ୍ଥା ଏଭଳି ହୋଇଛି ଯେ, ଦିନ ୯ଟା ପରେ ଆଉ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଗତ ୧୦ ବର୍ଷର ତାପମାତ୍ରା ରେକର୍ଡକୁ ଦେଖିଲେ, ୨୦୧୨ ଜୁନ୍ରେ ରାଜଧାନୀର ପାରଦ […]
ଅାଳି: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ହାଟସାହି ହାଇସ୍କୁଲରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ 1967 ମସିହାର ପୁରାତନ ଛାତ୍ର ଗୁରୁଙ୍କୁ ପୂଜା କରିଥିଲେ I ଏହା ସହ ଶିକ୍ଷା ଗୁରୁ ସର୍ବଦା ଅବିସ୍ମରଣୀୟ ଶୀର୍ଷକ ଏକ ଅାଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା I ଏହି ଉତ୍ସବରେ ପାଖାପାଖି ୫୦ ଜଣ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ଶିକ୍ଷକ ଓ ଛାତ୍ରମାନେ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା […]
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜରୀୱାଲ୍ଙ୍କୁ ଶକ୍ତ ଝଟକା। ଉପରାଜ୍ୟପାଳଙ୍କ ଅଫିସ୍ ସମ୍ମୁଖରେ ବସିଥିବା ଧାରଣାକୁ ନେଇ ଆପତ୍ତି ଉଠାଇଛନ୍ତି ଅଦାଲତ। କାହିଁକି ଏବଂ କେଉଁ ପରିସ୍ଥିତିରେ କେଜରୀୱାଲ୍ ଧାରଣାରେ ବସିଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ। କେବଳ ଏତିକି ନୁହଁ କେଜରୀୱାଲ୍ ପକ୍ଷ ଓକିଲଙ୍କୁ ଏକାଧିକ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଧାରଣାରେ ବସିବାକୁ ଅନୁମତି ନେଇଥିଲେ କି ? ଧାରଣାରେ ବସିବା ନିଷ୍ପତ୍ତି ବ୍ୟକ୍ତିଗତ ଥିଲା […]
ବ୍ରହ୍ମପୁର : ପାରିବାରିକ କଳହରୁ କରୁଣ ପରିଣତି। ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର। ଆସିକା ଧରାକୋଟ ଥାନା କହିରାପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଘରୋଇ କଳିକୁ ନେଇ ପତ୍ନୀ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ୱାମୀ ତାଙ୍କୁ ଅଟକାଇଥିଲେ। ତେବେ ନିଆଁ ସଂସ୍ପର୍ଶରେ ଆସି ସ୍ୱାମୀ ମଧ୍ୟ ଗୁରୁତର ହୋଇଛନ୍ତି। ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
କଟକ : ସୀମା ବିବାଦକୁ ନେଇ କଟକରେ ଗଣ୍ଡଗୋଳ ଘଟଣାରେ ୪୩ ଜଣ ଗିରଫ । ଲାଇଟ୍ ସଜାକୁ ନେଇ ଗତ ୧୫ ତାରିଖ ରାତିରେ କଟକ ଝୋଲାସାହି ଓ ପୀଠାପୁର ନୂଆସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କଟକ ଡିସିପି ଅଖିଳେଶ୍ୱର ସିଂ ସ୍ଥାନୀୟ ପୋଲିସ ସହ ମିଶି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହାପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ଏହାପରେ ଉତ୍ତେଜନା ଲାଗି […]
ମହାରାଷ୍ଟ୍ର : ମହାରାଷ୍ଟ୍ରରେ ବନ୍ୟାପାଣି କମିବା ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବା ବେଳେ ଉଦ୍ଧାରକାରୀ ଟିମ୍କୁ ସ୍ଥାନୀୟ ମହିଳାମାନେ ରାକ୍ଷୀ ବାନ୍ଧିଛନ୍ତି। ଏନଡିଆରଏଫ୍ କର୍ମଚାରୀମାନଙ୍କୁ ତିଳକ ଲଗାଇ ବନ୍ଦାପନା କରିବା ସହ ସେମାନଙ୍କ ହାତରେ ରାକ୍ଷୀ ବନ୍ଧା ଯାଇଥିଲା। ବିପଦ ସମୟରେ ଏନଡିଆରଏଫ୍ କର୍ମଚାରୀ ମାନେ ସହାୟତାର ହାତ ବଢାଇଥିବାରୁ ସେମାନଙ୍କୁ ସ୍ଥାନୀୟ ଲୋକମାନେ ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରଳୟଙ୍କରୀ ବନ୍ୟାରେ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ବ୍ୟାପକ […]
ରାୟଗଡା : ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୬୦ ବର୍ଷୀୟ ଜଣେ ବୃଦ୍ଧ ଗିରଫ ହୋଇଛନ୍ତି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ଗତ ରାତିରେ ନାବାଳିକା ଜଣକ ଘରେ ଶୋଇଥିବା ବେଳେ ବେଣିଆ ଜଳ ନାମକ ଜଣେ ବୃଦ୍ଧ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ନାବାଳିକା ଜଣକ ଉଠି ପଡି ପାଟି କରିବାରୁ ସେ ଫେରାର୍ ହୋଇଯାଇଥିଲେ। ସକାଳୁ ପୀଡିତାଙ୍କ ପରିବାର ପକ୍ଷରୁ କଲ୍ୟାଣସିଂପୁର ଥାନାରେ ଏତଲା […]
ବୈାଦ୍ଧ : ହାତ ଗୋଡ଼ ବାନ୍ଧି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବୈାଦ୍ଧରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି। ଦୁଇ ଜଣ ଅଭିଯୁକ୍ତ ନାବାଳିକା ଜଣକୁ ବଳପୂର୍ବକ ଉଠାଇ ନେଇ ପ୍ରଥମେ ହାତଗୋଡ଼ ବାନ୍ଧି ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବୌଦ୍ଧ ଥାନାରେ ପୀଡ଼ିତାଙ୍କ ପରିବାର ଲୋକେ ଏତଲା ଦେବା ପରେ ପୋଲିସ ଦୁଇ ଅଭିଯୁକ୍ତ ଟିକୁ କୁମ୍ଭାର ଓ ପିଙ୍କୁ ବରିହାଙ୍କୁ […]
କୋରାପୁଟ : କୋରାପୁଟ କଂଗ୍ରେସରେ ପୁଣି ତେଜିଲା ଗୋଷ୍ଠୀ ବିବାଦ। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା କଂଗ୍ରେସରେ ଥିବା ଫାଟ ଆଜି ପୁଣି ଥରେ ଦେଖାଦେଇଛି। ସମ୍ୱର୍ଦ୍ଧନା ସଭା ପୂର୍ବରୁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ରାଲି ଆୟୋଜିତ ହୋଇଥିଲା। ରାଲିରେ ପ୍ରଦୀପଙ୍କ ସହ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ଏବଂ ୨ କଂଗ୍ରେସ ବିଧାୟକ ସାମିଲ ହୋଇଥିଲେ। ବିଧାୟକ କୈଳାସ କୁଲେସିକା, କୃଷ୍ଣଚନ୍ଦ୍ର ଶଗରିଆ ସାମିଲ […]
ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ପ୍ରେସମିଟ୍ରେ କହିଛନ୍ତି ଯେ, ଶ୍ରୀମନ୍ଦିର ଆଇନ ଅନୁସାରେ ଏକ ଫାଉଣ୍ଡେସନ ଫଣ୍ଡ୍ କମିଟି ରହିଛି। ମୁଖ୍ୟମନ୍ତ୍ରୀ ଏହି ଫାଉଣ୍ଡେସନ ଫଣ୍ଡ୍ କମିଟିର ଅଧ୍ୟକ୍ଷ ଥିବା ବେଳେ ଗତ ୧୮ ବର୍ଷ ଭିତରେ କେତେଥର କମିଟିର ବୈଠକ ଡାକିଛନ୍ତି ବୋଲି ପୀତାମ୍ବର ପ୍ରଶ୍ନ କରିଛନ୍ତି। ତେଣୁ ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ଦାୟୀ ବୋଲି ପୀତାମ୍ବର […]
କଳାହାଣ୍ଡି: ସ୍ୱାମୀ ନିଜ ସ୍ତ୍ରୀକୁ ଅପହରଣ କରୁଥିବା ବେଳେ ଚିତ୍କାର ଶୁଣି ରାସ୍ତାରେ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି ପତ୍ନୀ। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ। ଅଭିଯୋଗ ଅନୁସାରେ ଗତ ୩ବର୍ଷ ହେଲା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଲାଗି ରହିଥିଲା। ଉଭୟ ଅଲଗା ରହୁଥିବା ବେଳେ, ଗତକାଲି ସ୍ୱାମୀ ସ୍ତ୍ରୀକୁ ଘରୁ ଜୋରଜବରଦସ୍ତ ନେଇଯାଇଥିଲେ। ସ୍ୱାମୀ ଏକ ଗାଡ଼ିରେ ପତ୍ନୀଙ୍କୁ ନେଇଯାଉଥିବା ବେଳେ ଧର୍ମଗଡ ଚାରିଛକ ନିକଟରେ କିଛି ଲୋକ ମହିଳାଙ୍କ […]
ଭୁବନେଶ୍ୱର / ଦିଲ୍ଲୀ ; ଏମସ ( All India Institute Of Medical Science) ରେ 551 ନର୍ସିଙ୍ଗ ଅଫିସର ପଦବିରେ ନିଯୁକ୍ତି ପାଇଁ ଵିଜ୍ଞପ୍ତି ପ୍ରକାଶ ପାଇଛି ପଦବିର ନାମ– ନର୍ସିଙ୍ଗ ଅଫିସର ଗ୍ରୁପ B ପଦବି ସଖ୍ୟା – ୫୫୧ UR-୨୭୯ SC-୮୨ ST-୪୧ OBC-୧୪୯ ଶିକ୍ଷାଗତ ଯୋଗ୍ୟତା – ନର୍ସିଂରେ ସ୍ନାତକ/ଡିପ୍ଲୋମା ବୟସ ସୀମା– ୧୮ ବର୍ଷରୁ ୩୦ ବର୍ଷ ଭିତରେ ଅାବେଦନ କରିପାରିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ […]
ଭୁବନେଶ୍ୱର: ମୌସୁମୀର ଦେଖା ନଥିବାବେଳେ ଆକାଶରୁ ଯେମିତି ନିଆଁ ବର୍ଷୁଛି। ଆଜି ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀ ତାପମାତ୍ରା ୪୨.୩ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜୁନ୍ ୮ ତାରିଖରୁ ଓଡିଶାକୁ ମୌସୁମୀ ଛୁଇଁ ଦୁର୍ବଳ ହୋଇଯାଇଛି। ଗତ ୪ ଦିନ ହେବ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସାରା ଓଡିଶାରେ ହିଟ୍ ୱେଭ୍ ସତର୍କତା ଜାରି […]
ଗଞ୍ଜାମ: ସଂପତ୍ତି ପାଇଁ ବାପାକୁ ମାରିଦେଲା ପିଶାଚ ପୁଅ । ଯେଉଁ ବାପା ନିଜେ ଭୋକିଲା ରହି ପୁଅ ପେଟରେ ମୁଠାଏ ଦାନା ଦେବାକୁ ଦିନ ରାତି ଏକାକାର କରିଥିଲା ସେହି ପୁଅ ଆଜି ବାପାର ହତ୍ୟାକାରୀ ସାଜିଛି। ଏଭଳି ଏକ ଦୁଖଃଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସମରଝୋଳ ଗାଁରେ। ସମରଝୋଳ ଗାଁର ଦିବାକର ନାମକ ଜଣେ ବ୍ୟକ୍ତି ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ନିଜ ବାପାଙ୍କୁ ଲୁହା ରଡରେ ପିଟି ପିଟି ହତ୍ୟା […]