Advertisment

ମୌସୁମୀ ଅଧିବେଶନ ପୂର୍ବରୁ ଏନ୍‌ଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସମେତ ଅନେକ ନେତା ରବିବାର ଏନଡିଏ ବୈଠକରେ ଯୋଗ ଦେଇଥିଲେ। ସଂସଦ ଭବନରେ ଡକାଯାଇଥିବା ଏନ୍‌ଡିଏ ସାଂସଦଙ୍କ ଏହି ବୈଠକରେ ଅନ୍ୟ ନେତାମାନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଜଦୟୁର ରାମନାଥ ଠାକୁର୍ ଓ ନିଜ ଦଳର ନେତା ଅନୁପ୍ରିୟା ପଟେଲ ମଧ୍ୟ ସାମିଲ ଥିଲେ।

author-image
Pramod Behera
ମୌସୁମୀ ଅଧିବେଶନ ପୂର୍ବରୁ ଏନ୍‌ଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ

NDA Meeting

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସଙ୍କ ସମେତ ଅନେକ ନେତା ରବିବାର ଏନଡିଏ ବୈଠକରେ ଯୋଗ ଦେଇଥିଲେ। ସଂସଦ ଭବନରେ ଡକାଯାଇଥିବା ଏନ୍‌ଡିଏ ସାଂସଦଙ୍କ ଏହି ବୈଠକରେ ଅନ୍ୟ ନେତାମାନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଜଦୟୁର ରାମନାଥ ଠାକୁର୍ ଓ ନିଜ ଦଳର ନେତା ଅନୁପ୍ରିୟା ପଟେଲ ମଧ୍ୟ ସାମିଲ ଥିଲେ।

Advertisment

ଏନଡିଏ ନେତାଙ୍କ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ମୋସୁମୀ ଅଧିବେଶନ ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକରେ କହିଛନ୍ତି ଯେ ସଂସଦର ବିଭିନ୍ନ ପ୍ରସଙ୍ଗରେ ସରକାର ଏକ ସୁସ୍ଥ ଏବଂ ଫଳପ୍ରଦ ଆଲୋଚନା ପାଇଁ ପ୍ରସ୍ତୁତ। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ଉଦ୍ଧୃତ କରି କହିଛନ୍ତି । ସେ ଗୃହର ବିଭିନ୍ନ ଦଳର ନେତାମାନଙ୍କୁ କହିଛନ୍ତି ଯେ ସରକାର ନିୟମ ଏବଂ ପଦ୍ଧତି ଅନୁଯାୟୀ ଉଠାଯାଇଥିବା ପ୍ରସଙ୍ଗ ଉପରେ ସୁସ୍ଥ ଏବଂ ଫଳପ୍ରଦ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସର୍ବଦଳୀୟ ବୈଠକରେ ୩୩ ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଲୋଚନାକୁ ସମୃଦ୍ଧ କରୁଥିବାରୁ ଲୋକ ପ୍ରତିନିଧିଙ୍କ ବିଶେଷ କରି ବିରୋଧୀ ଦଳର ପରାମର୍ଶ ମୂଲ୍ୟବାନ ଅଟେ।

Advertisment

ସଂସଦର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି ଏବଂ ଏହାର ସମାପ୍ତି ଅଗଷ୍ଟ ୧୩ ତାରିଖରେ ହେବ ବୋଲି ସ୍ଥିର କରାଯାଇଛି। ସଂସଦ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ କ୍ୟାବିନେଟ୍‌ରେ ନୂତନ ମନ୍ତ୍ରୀମାନଙ୍କୁ ଉଭୟ ଗୃହର ସଦସ୍ୟଙ୍କ ସହ ପରିଚିତ କରାଇବେ। ଏହା ଏକ ପରମ୍ପରା ହୋଇସାରିଛି ଯେ ଏକ ନୂଆ ସରକାର ଗଠନ କିମ୍ବା କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ପୁନଃ ନିର୍ମାଣ ପରେ ପ୍ରଧାନମନ୍ତ୍ରୀ ନୂତନ ଗୃହର ସଦସ୍ୟମାନଙ୍କୁ ଉଭୟ ଗୃହର ସଦସ୍ୟମାନଙ୍କ ସହିତ ପରିଚିତ କରାଇଥାନ୍ତି।

ପ୍ରକାଶଥାଉ ଯେ ନିକଟରେ କେନ୍ଦ୍ର କ୍ୟାବିନେଟ୍‌ରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଏଥିରେ ଅନେକ ନୂଆ ଚେହେରା ଅନ୍ତର୍ଭୁକ୍ତ ହୋଇଥିବାବେଳେ କେତେକ ମନ୍ତ୍ରୀଙ୍କୁ ପଦୋନ୍ନତି ଦିଆଯାଇଛି ଏବଂ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ସେହିଭଳି କିଛି ମନ୍ତ୍ରୀଙ୍କ ମନ୍ତ୍ରଣାଳୟରେ ପରିବର୍ତ୍ତନ କରାଯାଇଛି। ଏଥି ସହିତ ନିକଟରେ ଅନୁଷ୍ଠିତ ଉପ-ନିର୍ବାଚନ ପରେ କିଛି ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ସୋମବାର ସେମାନେ ଗୃହର ସଦସ୍ୟ ଭାବରେ ଶପଥ ଗ୍ରହଣ କରିବେ।

Narendra Modi NDA Meeting
Advertisment
Advertisment