• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pakka ghar
ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍କାଘର ବାହାସ୍ପୋଟ

ଭୁବନେଶ୍ୱର: ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣର ସଫଳତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟରେ ୧୭ ଲକ୍ଷ ପକ୍କାଘର କରି ବାହାବା ଗୋଟାଉ ଥିବା ସରକାରଙ୍କ ଖୋଦ୍ ପଞ୍ଚାୟତିରାଜ ବିଭାଗର ତଥ୍ୟ ହିଁ ଏହି ସଫଳତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ଦେଇଥିବା ତଥ୍ୟ ସହ ସରକାରଙ୍କ ତଥ୍ୟର ତାଳ ମେଳ ନାହିଁ। ଏପଟେ ପକାଘର ଖଣ୍ଡେ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଗରିବଙ୍କ ଆଖିରୁ ପାଣି ମଲାଣି। ହେଲେ […]

  • Saturday, 17 July 2021
kumaraswamyoath
ମୋଦି ବିରୋଧୀ ମହାମେଳିରେ ଶପଥ ନେଲେ କୁମାରସ୍ୱାମୀ

ବେଙ୍ଗାଲୁରୁ: କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହ ବାହାନାରେ ମୋଦି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ। ଗୋଟିଏ ମଞ୍ଚରେ ଏକାଠି ହେଲେ ସୋନିଆ, ରାହୁଲ, ମମତା, ମାୟାବତୀ, ଅଖିଳେଶ ଓ ଚନ୍ଦ୍ରବାବୁଙ୍କ ଭଳି ଡଜନେରୁ ଅଧିକ ତୁଙ୍ଗ ରାଜନେତା । ବାର୍ତ୍ତା ଦେଇଛନ୍ତି, ଏବେ ଏକାଠି ହେବାର ସମୟ। ଏହାରି ଭିତରେ ଏକ ଭବ୍ୟ ସମାରୋହରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏଚ୍.ଡି. କୁମାରସ୍ୱାମୀ। ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି କଂଗ୍ରେସର ଜି. ପରମେଶ୍ୱର। ଆଜି ଥିଲା କର୍ଣ୍ଣାଟକ ହାଇଡ୍ରାମାର ଆଉ […]

  • Saturday, 17 July 2021
NREGA
ମନରେଗାରେ ମେସିନ୍‌ରେ ହେଉଛି କାମ, ହାତ ବାନ୍ଧି ବସିଛନ୍ତି ଶ୍ରମିକ

ନୟାଗଡ଼: ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଛି ନୟାଗଡ଼ ଜିଲ୍ଲାରେ । ଏହି ଜିଲ୍ଲାର ଓଡ଼ଗାଁ ବ୍ଲକ କୋମୋଣ୍ଡ ପଞ୍ଚାୟତର ଖଜୁରୀ ବନ୍ଧ, ଛେଳିଆ ଓ ଛଣପୋଖରୀ ଗାଁରେ ଶ୍ରମିକଙ୍କ ବଦଳରେ କାମ କରୁଛି ମେସିନ୍। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମୋଣ୍ଡ ପଞ୍ଚାୟତର ଖଜୁରୀ ବନ୍ଧ, ଛେଳିଆ, ଛଣପୋଖରୀ ଗାଁରେ ଜେସିବି ମେସିନ ଲଗାଇ ରାତିରେ କାମ ହେଉଛି । ପୋଖରୀ କାମ ବାବଦକୁ ପ୍ରାୟ ୧୫ ଲକ୍ଷ […]

  • Saturday, 17 July 2021
waterproblem
  ମୁନ୍ଦାଏ ପାଣି ପାଇଁ ଯେଉଁଠି ବାଜି ଲାଗେ ଜୀବନ

ବଲାଙ୍ଗିର/କେନ୍ଦୁଝର: ଯୋଜନ ଦୂରରେ ଯୋଜନା। ସରକାରଙ୍କ ବିକାଶ ମୂଳକ ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚିପାରୁନି । ସବୁଦିନ ପାଣି ମୁନ୍ଦାଏ ପାଇଁ ଯିବାକୁ ପଡ଼ୁଛି ମାଇଲ୍ ମାଇଲ୍ ବାଟ। ତଥାପି ବି ମିଳୁନି ଶୁଦ୍ଧ ପାଣି, ଲୋକେ ପାଣି ପାଇଁ ସଂଘର୍ଷ କରୁଛନ୍ତି। ବଲାଙ୍ଗିର କରୁଆଁଝର ଗାଁ ଏବଂ ତେଲକୋଇର ରାଙ୍କି ଗାଁରେ ଏଭିଳି ଅବସ୍ଥା ଦେଖିବାକୁ ମିଳିଛି। ବଲାଙ୍ଗିର କରୁଆଁଝର ଗାଁରେ ଲୋକେ ପାଣି ପାଇଁ କିଭଳି ସଂଘର୍ଷ କରୁଛନ୍ତି ତା ନ ଦେଖିଲେ ବିଶ୍ୱାସ ହେବ […]

  • Saturday, 17 July 2021
citahahelicopter
ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ନିୟମିତ ଉଡାଣ ବେଳେ ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ୯ଟା ୫୦ରେ ହେଲିକପ୍ଟର ଜାମ୍ମୁରୁ ନାଥାକୁ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ହେଲିକପ୍ଟରରେ ଦୁଇଜଣ ବିମାନ କର୍ମଚାରୀ ଓ ଦୁଇଜଣ ଯାତ୍ରୀ ଥିଲେ।  ସମସ୍ତେ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ି ନ ଥିବା ବେଳେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

  • Saturday, 17 July 2021
sterliteprotest
ତୁତିକୋରିନ ଗୁଳିକାଣ୍ଡକୁ ନେଇ ତେଜିଲା ତାମିଲନାଡୁ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଥିରୁଅନନ୍ତପୁରମ: ତୁତିକୋରିନରେ ଥିବା ଷ୍ଟେରଲାଇଟ୍ କମ୍ପାନୀଙ୍କୁ ବିରୋଧ କରି ପୋଲିସ ଗୁଳିରେ ୧୧ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟଣାରେ ତାମିଲନାଡୁରେ କଡ଼ା ପ୍ରତିକ୍ରିୟା ଦେଖାଦେଇଛି। ଏହାକୁ ବ୍ରିଟିଶ ଅମଳର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ସହ ତୁଳନା କରିଛନ୍ତି ଡିଏମ୍‌କେ ନେତା ଏମ.କେ.ଷ୍ଟାଲିନ୍। ପୋଲିସ କାହା ନିର୍ଦ୍ଦେଶରେ ଗୁଳି ଚଳାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପିଏମ୍‌କେ ନେତା ଅନବୁ ମଣି ରାମଦୋସ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ପୋଲିସ ଅତି ନୃଶଂସ ଭାବେ ସାଧାରଣ ଲୋକଙ୍କୁ ହତ୍ୟା କରିଛି। ଗୁଳିମାଡ଼ […]

  • Saturday, 17 July 2021
fuel image
ତୈଳ ଦର ଚିନ୍ତା: ବସିଲା କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ : ବଢୁଥିବା ତୈଳ ଦରକୁ ନେଇ କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ପେଟ୍ରୋଲ, ଡିଜେଲ୍ ଦରକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ସେପଟେ ପେଟ୍ରୋଲ, ଡିଜେଲକୁ GST ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଇଚ୍ଛୁକ ଅଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବପ୍ରତାପ ଶୁକ୍ଲା। ତେବେ ଏଥିପାଇଁ ସବୁ ରାଜ୍ୟକୁ ଚିନ୍ତା କରିବାକୁ […]

  • Saturday, 17 July 2021
train
ବିଦ୍ୟୁତ ତାର ଛିଡ଼ିବା ଯୋଗୁଁ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ, ଟ୍ରେନ ସେବା ବାତିଲ

ଭୁବନେଶ୍ୱର :  କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ।  ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ରେଳଲାଇନର କିଛି ସ୍ଥାନରେ ବିଦ୍ୟୁତ ତାର ଛିଡ଼ି ଯାଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ  ଟ୍ରେନର ସିଗନାଲ ସିଷ୍ଟମ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସିଗନାଲ ବ୍ୟବସ୍ଥା ଅଚଳ ହେବାରୁ ଭୁବନେଶ୍ୱରରୁ ପୁରୀ, ବ୍ରହ୍ମପୁର ଏବଂ ଭଦ୍ରକକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସିଗନାଲ ବ୍ୟବସ୍ଥା ଅଚଳ ଯୋଗୁଁ କିଛି ଟ୍ରେନକୁ ବାତିଲ କରାଯାଇଛି। ଭୁବନେଶ୍ୱର […]

  • Saturday, 17 July 2021
lightening
ବଜ୍ରପାତରେ ଜଳିଗଲା ଘର

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଝଣଝଣାରେ ବଜ୍ରପାତ ଯୋଗୁ ଅଘଟଣ। ବଜ୍ରାଘାତ ଯୋଗୁ ଜଣଙ୍କ ଘରେ ନିଆଁ ଲାଗି ଯାଇଛି। ଫଳରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଘଡ଼ଘଡ଼ି ସହ ପ୍ରବଳ ବେଗରେ ପବନ ବହୁଛି। କାଳବୈଶାଖୀକୁ ନେଇ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାରେ ସକାଳ ୭ଟା ୩୦ରୁ ଦିନ ୧୧ଟା ୩୦ ମିନିଟ ମଧ୍ୟରେ ପ୍ରବଳ […]

  • Saturday, 17 July 2021
puri
ଅଣାଯିବ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାସୁଙ୍ଗା ପାଟ

ପୁରୀ : ଶ୍ରୀମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗୁପ୍ତ ନୀତିରେ ବାସୁଙ୍ଗା ପାଟର ବେଶ୍ ଗୁରୁତ୍ୱ ରହିଛି। ଏହି ବାସୁଙ୍ଗା ପାଟ କିଭଳି ଉନ୍ନତ ମାନର ଅଣାଯିବ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍ ଆଜି କଟକ ଜିଲ୍ଲା ନୂଆପାଟଣା ଗସ୍ତ କରିବେ। ଏହି ଟିମ୍‌ରେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର, କାର୍ତ୍ତିକ ଦାସ ମହାପାତ୍ର, ଗଣେଶ ଦାସ ମହାପାତ୍ରଙ୍କ ସମେତ ପାଟରା ସେବାୟତ, ବୟନିକା ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ […]

  • Saturday, 17 July 2021
kalabaisakhi
୧୫ଟି ଜିଲ୍ଲାରେ କାଳବୈଶାଖୀ ନେଇ ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ସତର୍କତା। ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାରେ ସକାଳ ୧୧ଟା ୩୦ ମିନିଟ ମଧ୍ୟରେ ବଜ୍ରପାତର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।  ଢେଙ୍କାନାଳ, ଅନୁଗୁଳ, ମୟୂରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଘଡ଼ଘଡ଼ି, ବଜ୍ରପାତ ସହ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ […]

  • Saturday, 17 July 2021
kumar swami-=1
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏଚ୍‌.ଡି. କୁମାରସ୍ୱାମୀ

ବେଙ୍ଗାଲୁରୁ : ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚ.ଡି. କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି. ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ କୁମାରସ୍ୱାମୀ ବିଧାନସଭାରେ ବହୁମତ ପ୍ରମାଣ କରିବା ପରେ ଅନ୍ୟାନ୍ୟ ମନ୍ତ୍ରୀମାନେ ଶପଥ ନେବେ। କଂଗ୍ରେସରୁ ମୋଟ ୨୨ଟି ଓ ଜେଡିଏସ୍‌ରୁ ୧୨ଟି ମନ୍ତ୍ରୀ ପଦ ମିଳିବ ବୋଲି ଆପାତତଃ ସୂଚନା ମିଳିଛି। ତେବେ କାହାକୁ କେଉଁ […]

tutucorin protest
ତାମିଲନାଡୁରେ ପୋଲିସ-ବିକ୍ଷୋଭକାରୀ ରକ୍ତାକ୍ତ ସଂଘର୍ଷ, ଗୁଳିରେ ଟଳିଲେ ୯ ବିକ୍ଷୋଭକାରୀ

ତୁତିକୋରିନ: ତାମିଲନାଡୁର ତୁତିକୋରିନରେ ପ୍ରଦୂଷଣ ସୃଷ୍ଟିକାରୀ ଷ୍ଟେରଲାଇଟ୍ କମ୍ପାନୀକୁ ବିରୋଧ ବେଳେ ପୋଲିସ-ବିକ୍ଷୋଭକାରୀ ରକ୍ତାକ୍ତ ସଂଘର୍ଷ। ପୋଲିସର ଅନ୍ଧାଧୁନ୍ ଗୁଳିରେ ୯ ବିକ୍ଷୋଭକାରୀ ପ୍ରାଣ ହରାଇଛନ୍ତି। ଆହତ ହୋଇଛନ୍ତି ୪୦ରୁ ଅଧିକ ଲୋକ। ଷ୍ଟେରଲାଇଟ୍ କମ୍ପାନୀକୁ ବନ୍ଦ କରିବା ଦାବିରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଘଉଡାଇବାକୁ ଯାଇ ପୋଲିସ ଗୁଳିଚାଳନା କରିଥିଲା। ସୂଚନା ଅନୁସାରେ ଷ୍ଟେରଲାଇଟ୍ କମ୍ପାନୀ ବନ୍ଦ କରିବା ଦାବିରେ ଗତ ଶହେ ଦିନ ଧରି ଆନ୍ଦୋଳନ ଚାଲିଥିଲା । ଆଜି ଆନ୍ଦୋଳନକୁ ଶହେ ଦିନ […]

  • Saturday, 17 July 2021
toll
ପୁଣି ତେଜିଲା ସମ୍ବଲପୁର ଟୋଲ ଗେଟ୍ ବିବାଦ

ସମ୍ବଲପୁର : ପୁଣି ତେଜିଲା ସମ୍ବଲପୁର ଟୋଲ ଗେଟ୍ ବିବାଦ। ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେରେ ଥିବା ଟୋଲ ଗେଟ୍‌ରେ ସମ୍ବଲପୁର ରେଜିଷ୍ଟ୍ରେସନ୍ ଗାଡିକୁ ଫ୍ରିରେ ଛାଡିବା ପାଇଁ ସମ୍ବଲପୁର ହାଇେୱେ ୟୁଜର ଦାବି କରିଛି। କିଛି ଦିନ ତଳେ ସେଠାରେ ବହୁ ଗାଡି ମୋଟର ଅନେକ ସମୟ ଧରି ବନ୍ଦ କରାଯାଇଥିଲା। ହେଲେ ପ୍ରଶାସନ ନଶୁଣିବାରୁ ଆସନ୍ତା ୨୬ ତାରିଖରୁ ସେହି ସ୍ଥାନରେ ପୁଣି ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏଥିସହ ଏ ସମ୍ପର୍କରେ […]

  • Saturday, 17 July 2021
ash
ଭୂଷଣ କାରଖାନାରୁ ନିର୍ଗତ ପାଉଁଶ ହଟାଇବା ଦାବିରେ ଆନ୍ଦୋଳନ

ଝାରସୁଗୁଡ଼ା  : ପାହାଡର ଭ୍ରମ ସୃଷ୍ଟି କରୁଛି କାରଖାନାରୁ ନିର୍ଗତ ପାଉଁଶ ଗଦା। ଝାରସୁଗୁଡା ବଡମାଲ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରିପଥର ଗାଁ ଆଖପାଖରେ କୁଢାଯାଇଛି ଏଭଳି ପାଉଁଶ। ସମ୍ବଲପୁର ଜିଲ୍ଲା ଭୂଷଣ କାରଖାନାରୁ ଶହ ଶହ ଡମ୍ପର ଓ ଟ୍ରକ୍‌ରେ ବୁହା ହୋଇ ଏଠାରେ ଗଦା କରାଯାଇଛି ପାଉଁଶ। ଗତ ୧୫ ଦିନ ହେଲାଣି ପଣ୍ଡରିପଥର, ବେହେରାପାଟ, ସିଂହାବଗାଠାରେ ପାଉଁଶ କୁଢାଯାଉଛି। ଏଥିପାଇଁ ବିରୋଧ ଆରମ୍ଭ କରିଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ବଡମାଲ ଥାନାରେ ଲିଖିତ ଅଭିଯୋଗ କରିବା ସହ […]

  • Saturday, 17 July 2021
sabarimala-temple
ଆଜି ଠାରୁ ୫ ଦିନ ପାଇଁ ଖୋଲା ସାବରିମାଳା ମନ୍ଦିର : ପ୍ରତିଦିନ ୫୦୦୦ ଭକ୍ତଙ୍କ ଦର୍ଶନକୁ ଅନୁମତି

ଦର୍ଶନ ପାଇଁ ଭକ୍ତଙ୍କୁ ପ୍ରଥମେ ଅନଲାଇନ୍ ବୁକିଂ କରିବାକୁ ପଡିବ ଏବଂ ପ୍ରତିଦିନ କେବଳ ୫ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ ଭକ୍ତଙ୍କୁ ସାବରିମାଳା ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି

representational image
ଇଂଜିନିୟରିଂ କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଅଫୁଟା ଗୁଳି ଜବତ

ଭୁବନେଶ୍ୱର : ରାଜଧାନୀରେ ଛାତ୍ର ଗୋଷ୍ଠୀ ସଂଘର୍ଷ। ଏକ ପ୍ରତିଷ୍ଠିତ ଇଂଜିନିୟରିଂ କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଘଟିଛି ଗଣ୍ଡଗୋଳ। ଏହି ଘଟଣାରେ ୨ ଛାତ୍ରଙ୍କ ଠାରୁ ୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି। ଗଣ୍ଡଗୋଳ ଖବର ପାଇ କଲେଜରେ ପହଞ୍ଚିଛି ପୁଲିସ। ଗୋଟିଏ ଗୋଷ୍ଠୀର ୨ ଛାତ୍ରଙ୍କୁ ଧରି ଥାନାକୁ ନେଇଛି ପୁଲିସ। ତେବେ ୨ ଛାତ୍ରଙ୍କ ଠାରୁ ୩ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି। ଅନ୍ୟପଟେ ପିସ୍ତଲକୁ ଛାତ୍ର ଫିଙ୍ଗି […]

  • Saturday, 17 July 2021
food park
ଓଡ଼ିଶାରେ ହେବ ୨ ମେଗା ଫୁଡ୍ ପାର୍କ ଓ ୨ ଶୀତଳ ଭଣ୍ଡାର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ)ରେ ଓଡ଼ିଶାରେ ୨ଟି ମେଗା ଫୁଡ୍ ପାର୍କ ଓ ୨ଟି ଶୀତଳ ଭଣ୍ଡାର ସମେତ ମୋଟ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି ଯେ ପିଏମକେଏସୱାଇ ଅଧୀନରେ ଅନେକ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ମୋଟ ୧୦ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିମଧ୍ୟରେ […]

  • Saturday, 17 July 2021