ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପ୍ରଶିକ୍ଷଣ ପ୍ରେକ୍ଷାଳୟରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଜିଲ୍ଲା କୃଷକମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କଥାବାର୍ତ୍ତାରେ ଚାଷୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ ସେ ଆଲୋଚନା କରିଛନ୍ତି। ଏହି ଅବସରରେ ଓଡ଼ିଶା ଅନୁଗୁଳ ଦୁର୍ଗାପୁର ଅଞ୍ଚଳର ଚାଷୀ ବେଣୁଧର ପ୍ରଧାନ ଓ ବିଣାପାଣୀ ରାଉତଙ୍କ ସହିତ ମଧ୍ୟ ସିଧାସଳଖ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଇଥିବା […]
ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। କିନ୍ତୁ ରାଜ୍ୟରେ ଅଂଶୁଘାତ ଯୋଗୁଁ ମୋଟ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏପରି ସ୍ଥଳେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପାଖରେ କେବଳ ୭ ଜଣଙ୍କ ମୃତ୍ୟୁ ଖବର ରହିଛି। ତେବେ ଅନ୍ୟ ୩୫ ଜଣଙ୍କ ମୃତ୍ୟୁ ନେଇ ତଦନ୍ତ ଚାଲିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ୱର: ରାଜ୍ୟରେ ରେଳବାଇ ସୁରକ୍ଷା ନେଇ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସ୍ରେ ବସିଥିବା ବୈଠକ ଶେଷ ହୋଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ପୋଲିସ ଡିଜି ଆର.ପି. ଶର୍ମା। ଏହି ବୈଠକରେ ଟ୍ରେନ ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ବୈଠକରେ ଯାତ୍ରୀଙ୍କ ସୁରକ୍ଷା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଣିକି ସବୁ ଷ୍ଟେସନ ସହ ସମସ୍ତ ଟ୍ରେନ୍ରେ ସିସିଟିଭି ଲାଗିବ। ଓ ମାଓପ୍ରବଣ ଅଞ୍ଚଳ ଦେଇ ଯାଉଥିବା ଟ୍ରେନ୍ଗୁଡ଼ିକର ଗତିବିଧି ଉପରେ ନଜର ରଖାଯିବ […]
ରାରଉରକେଲା: ରାଉରକେଲାରର ଲହୁଣୀପଡ଼ା ଥାନା ବାଉରକେଲା ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସୁନୀଲ ମୁଣ୍ଡାଙ୍କ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଓ ଦୁଇ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ବାଉରକେଲା ନିକଟରେ ୧୦ ରୁ ୧୫ ଜଣ ଅଜଣା ଆତତାୟୀ ଏକ ଡମ୍ପରକୁ ଅଟକାଇଥିଲେ। ଏହାପରେ ସେମାନେ ଡମ୍ପର ଉପରକୁ ଅଖିବୁଜା ଗୁଳିମାଡ଼ କରିଥିଲେ। ଘଟଣା ପଛରେ ମାଓବାଦୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।
ଜାମ୍ମୁ : ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜବାନ ଔରଙ୍ଗଜେବଙ୍କ ପରିବାରକୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ପୁଂଚରେ ଥିବା ସହିଦଙ୍କ ଘରକୁ ଯାଇଥିଲେ। ସୀତାରମଣ ପରିବାରର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଔରଙ୍ଗଜେବଙ୍କ ପାଇଁ ସାରାଦେଶ ଗର୍ବିତ ବୋଲି ସେ କହିଥିଲେ। ଔରଙ୍ଗଜେବଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି। ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ପୁଲୱାମା ନିକଟରୁ ଅପହରଣ […]
ଜାମ୍ମୁ : ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ଗତକାଲି ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ଜାମ୍ମୁ ଓ କାଶ୍ମୀରରେ ରାଜନୈତିକ ଅଚଳାବସ୍ଥାର ଗୋଟିଏ ଦିନ ପରେ ଆଜି ରାଜ୍ୟପାଳ ଶାସନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଫଳରେ ଆଜିଠୁ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଛି। ଗତକାଲି ଆଶ୍ଚର୍ଯ୍ୟଜନକ ଭାବେ ଜାମ୍ମୁ ଓ କାଶ୍ମୀରରେ ଗତ ତିନି ବର୍ଷ ଧରି […]
ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏକ ମନିଲଣ୍ଡରିଂ ନିରୋଧ ଆଇନ ଅଧୀନରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା ବର୍ତ୍ତମାନର କନକପୁରା ବିଧାୟକ ଆଜି ଚତୁର୍ଥ ଥର ପାଇଁ ପଚରାଉଚରା ପାଇଁ ଇଡି ନିକଟରେ ହାଜର ହୋଇଥିଲେ। ଏହି କଂଗ୍ରେସ ନେତାଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯିବାର ଅଛି, ତେଣୁ ତାଙ୍କୁ ଗିରଫ କରାଯାଇଛି। ବୁଧବାର ଇଡି ତାଙ୍କୁ କୋର୍ଟରେ ହାଜର କରି ହେପାଜତରେ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ସମସ୍ତ ପଞ୍ଚ ଓ ସରପଞ୍ଚମାନଙ୍କୁ ଏଣିକି ପୁଲିସ୍ ସୁରକ୍ଷା ଓ ୨ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯିବ। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜମ୍ମୁ-କାଶ୍ମୀରର ପଞ୍ଚ(ପଞ୍ଚାୟତ ସଦସ୍ୟ) ଓ ସରପଞ୍ଚ(ଗାଁ ମୁଖିଆ)ଙ୍କ ଏକ ପ୍ରତିନିଧି ଦଳ ଭେଟିବା ବେଳେ ଶାହ ସେମାନଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। କୁପୱାଡା ଜିଲ୍ଲାର ମୀର ଜୁନେଦ ନାମକ ଜଣେ ସରପଞ୍ଚ କହିଛନ୍ତି, “ଆମେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଆମମାନଙ୍କୁ ସୁରକ୍ଷାକର୍ମୀ ଯୋଗାଇ ଦେବାକୁ କହିଥିଲୁ। ସେ […]
ନୂଆଦିଲ୍ଲୀ: ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଥିବା ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ ପରିଚାଳନା ସଂସ୍ଥାନରେ ଏଡବ୍ଲ୍ୟୁଇବିର ପ୍ରଶିକ୍ଷଣ, ଗବେଷଣା ଓ ଦସ୍ତାବିଜ ଲେଖନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ମଧ୍ୟ ଏହି ଅବସରରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଆରୋରା ୨୦୨୧ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ଏଥିସହିତ ରୋମାନିଆ ନିକଟରୁ ସଂଘର ଅଧ୍ୟକ୍ଷତା ଦାୟିତ୍ୱ […]
ନୂଆଦିଲ୍ଲୀ: ଉତ୍କଟ ସ୍ଥିତିରେ ପହଞ୍ଚିବାରେ ଲାଗିଛି ଅର୍ଥନୀତିକ ମାନ୍ଦାବସ୍ଥା ଏବଂ ବାଣିଜ୍ୟିକ ସମସ୍ୟାର ପ୍ରଭାବ। ମଙ୍ଗଳବାର ଗୋଟିଏ ଦିନରେ ଇକ୍ୱିଟି ମାର୍କେଟ୍ର ନିବେଶକମାନେ ୨.୫୫ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ସେହିଭଳି ବିଏସ୍ଇର ସୂଚକାଙ୍କ ସେନ୍ସେକ୍ସରେ ୭୬୯.୮୮ ପଏଣ୍ଟ ବା ୨.୦୬% ହ୍ରାସ ହୋଇଛି। ଏହା ବର୍ତ୍ତମାନ ୩୬,୫୬୨.୯୧ ପଏଣ୍ଟରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ଅଟୋମୋବାଇଲ ସେକ୍ଟରରେ ବିକ୍ରି ମାନ୍ଦା ଚାଲିଛି। ଏତଦ୍ବ୍ୟତୀତ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜିଡିପି ଗତ ୬ […]
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ମାସେ ହେବ ସମସ୍ତ ସମ୍ପର୍କ ବାତିଲ୍ ରହିଛି। ଏବେ କିନ୍ତୁ ପାକିସ୍ତାନରେ ଔଷଧ ଶେଷ ହୋଇଯିବା ପରେ ଜୀବନ ବଞ୍ଚାଇବା ପାଇଁ ପୁଣି ଥରେ ଭାରତ ଉପରେ ନିର୍ଭର କରିଛି ପାକିସ୍ତାନ। ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ରହିଛି। ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ବ୍ୟାବସାୟିକ, ସାଂସ୍କୃତିକ […]
ଗୁରୁଗ୍ରାମ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ ଆଇନ ଅନୁସାରେ ଗୁରୁଗ୍ରାମର ଜଣେ ସ୍କୁଟର ଚାଳକଙ୍କୁ ୨୩ ହଜାର ଟଙ୍କା ଜୋରିମାନା ଲାଗୁ କରିଛି ପୁଲିସ୍। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଦିଲ୍ଲୀର ଏହି ବ୍ୟକ୍ତିଙ୍କ ନାମରେ ହରିଆଣା ପୁଲିସ୍ ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଏହି ମୂଲ୍ୟର ଚାଲାଣ କାଟିଛି। ଦିନେଶ ମଦନ ନାମକ ଏହି ସ୍କୁଟର ଚାଳକଙ୍କ ନାମରେ ଆସିଥିବା ଅଭିଯୋଗର ତାଲିକା ଖୁବ୍ ଲମ୍ବା। ତାଙ୍କର ଡ୍ରାଇଭିଂ ଲାଇସେନ୍ସ […]
ମାଲଦା: ବାଂଲାଦେଶରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜାମାତ -ଉଲ-ମୁଜାହିଦ୍ଦିନର ୨ ଜଣ ଆତଙ୍କବାଦୀଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ୍ ଗିରଫ କରିଛି। ଅବଦୁଲ ବରି ଓ ନିଜାମୁଦ୍ଦିନ ଖାନ୍ଙ୍କୁ ମାଲଦା ଜିଲ୍ଲା ଅନ୍ତର୍ଗତ ସାମସି ଗାଁରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହାପୂର୍ବରୁ ସୋମବାର ପୁଲିସ୍ ଜାମାତ ଉଲ-ମୁଜାହିଦ୍ଦିନର ଜଣେ ସମର୍ଥକ ମହମ୍ମଦ ଅବଦୁଲ ଖାସମୀକୁ ଗିରଫ କରିଥିଲା। ତା’କୁ ଜେରା କରିବା ବେଳେ ସେ ଅବଦୁଲ ଓ ନିଜାମୁଦ୍ଦିନ ସମ୍ପର୍କରେ ସୂଚନା ଦେଇଥିଲା। ପୁଲିସ୍ ଆଜି ସକାଳେ ସାମସି […]
ଭୋପାଲ: ଶିବ କେୱଟ୍ ନାମକ ଜଣେ ଦିନ ମଜୁରିଆ ଘରୁ ବାହାରିଲା ମାତ୍ରେ ଆକାଶକୁ ଅନେଇ ଅନେଇ ରାସ୍ତା ଚାଲନ୍ତି। ସେ ସାବଧାନ ଥା’ନ୍ତି ଯେମିତି ତାଙ୍କ ଉପରେ ଆକାଶ ମାର୍ଗରୁ ଆକ୍ରମଣ ନହୁଏ। ଏହା ଦିନେ କିମ୍ବା ଦୁଇ ଦିନର କଥା ନୁହେଁ, ବର୍ଷ ବର୍ଷ ଧରି ଏଇ କାଉ ବାହିନୀ ତାଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି। ବେଳେବେଳେ ଏକାକୀ ଲଢ଼ୁଆ କାଉ ତାଙ୍କୁ ଖୁମ୍ପି ଦେଇ ପଳାଇଥିବା ମଧ୍ୟ ତାଙ୍କର ଅନୁଭୂତି ରହିଛି। ବିଶ୍ୱାସ […]