ପୁରୀ : ପୁରୀ ବିଶ୍ୱ ଐତିହ୍ୟ ନଗରୀ ଅଗ୍ରଗତି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା। ଲୋକସେବା ଭବନଠାରେ ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୩ଟି ପ୍ରକଳ୍ପ ହେଲା, ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପ। ଜଗନ୍ନାଥ ସଂସ୍କୃତିର ଗବେଷଣା କେନ୍ଦ୍ର ହେବ ରଘୁନନ୍ଦନ ଲାଇବ୍ରେରୀ। ରଘୁନନ୍ଦନ ଲାଇବ୍ରେରୀ ବିକଶିତ ପାଇଁ ୨୫ […]
ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ମନୋରଞ୍ଜନ ଦୁନିଆରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୫ରୁ ଆରମ୍ଭ ହେଉଛି ଜିଓ ଫାଇବର ଯୁଗ। ପୂର୍ବରୁ ବହୁ ଲୋଭନୀୟ ଅଫର ଜରିଆରେ ଗ୍ରାହକଙ୍କ ମନ କିଣିପାରିଥିବା ଜିଓ ପ୍ରାଥମିକ ଭାବେ ୧୬୦୦ ସହରରେ ଏହି ସେବା ଆରମ୍ଭ କରିବ। ଯଦିଓ ବିଧିବଦ୍ଧ ଭାବେ ନୂଆ ଟାରିଫ୍ ଏବଂ ସୁବିଧା ବିଷୟରେ ଘୋଷଣା ହୋଇନି, ଆମେ ଶେଷ ଖବର ସୁଦ୍ଧା ପହଞ୍ଚିଥିବା ସୂଚନା ଆପଣଙ୍କୁ ଜଣାଇବୁ। ଏହି ଯୋଜନା ଅନୁଯାୟୀ, ଲ୍ୟାଣ୍ଡଲାଇନରୁ ସାରାଜୀବନ ଫ୍ରି’ […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ବିରୋଧ କରୁଛି। କଶ୍ମୀରକୁ ନେଇ ପାକିସ୍ତାନ ଭାରତକୁ ବାରମ୍ୱାର ଧମକ ଦେବାରେ ଲାଗିଛି। ଏପରିକି ପାକିସ୍ତାନ କଳାକାର ମଧ୍ୟ ଭାରତକୁ ଧମକ ଦେଉଥିବାର ଦେଖାଯାଉଛି। ଏହି କ୍ରମରେ ପାକିସ୍ତାନ ଗାୟିକା ରବି ପିରଜାଦା ବି ଏଥିରେ ସାମିଲ ହୋଇଛନ୍ତି। ପିରଜାଦା କଶ୍ମୀର ଉପରେ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି। ଏକ […]
ନୂଆଦିଲ୍ଲୀ: ଆଜି ହେଉଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ସାରା ବିଶ୍ୱରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏପଟେ ସାରା ଦେଶ ଆଜି ଯୋଗ ମୁଦ୍ରାରେ ରହିଛି। ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ର ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରେ ଆୟୋଜିତ ଯୋଗ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ବିଶାଳ ଯୋଗ ଶିବିରରେ ୫୦ ହଜାରରୁ ଅଧିକ ଲୋକେ ଅଂଶଗ୍ରହଣ କରି ଯୋଗ କରିଛନ୍ତି। ଶାରୀରିକ ଓ ମାନସିକ ସୁସ୍ଥତାର ମହୌଷଧି ଯୋଗ […]
ଭୁବନେଶ୍ୱର: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ବାରବାଟୀ ଜମି ଦୁର୍ନୀତି ମାମଲାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ସଞ୍ଜିତ ସାମଲ ଇନ୍କନ୍ ଆସୋସିଏଟସ୍ର ପାର୍ଟନର ଥିବାବେଳେ ଏହି ସଂସ୍ଥା ବାରବାଟୀ ଜମି କେଳେଙ୍କାରୀ ଲିଙ୍କରେ ଛନ୍ଦି ହୋଇଥିଲା। ଏହି ମାମଲାର ତଦନ୍ତ ପୂର୍ବରୁ ସିବିଆଇ କରୁଛି। ଏନେଇ ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହାରା, ତାଙ୍କ […]
କେନ୍ଦୁଝର: ଅଜଣା ପାର୍ସଲକୁ ନେଇ ଡାକ ଘରେ ଆତଙ୍କ। କେନ୍ଦୁଝର ଜିଲ୍ଲା ଘସିପୁରା ଡାକଘରରେ ଏକ ପାର୍ସଲକୁ ନେଇ ଆଜି ଆତଙ୍କ ଦେଖାଦେଇଥିଲା। ଏଠାକୁ ଆସିଥିବା ଏକ ପାର୍ସଲକୁ ରଖିଲା ବେଳେ ହଠାତ୍ ସେଥିରୁ ଧୂଆଁ ବାହାରିଥିଲା। ଫଳରେ ଡାକ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ। ଖବର ପାଇ ପୋଲିସ ଓ ଦମକଳ ବାହିନୀ ଆସି ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ପାର୍ସଲଟିକୁ ଏକ ପରିତ୍ୟକ୍ତ ସ୍ଥାନରେ ରଖାଯାଇଛି। ତେବେ ପାର୍ସଲଟି କେଉଁଠୁ ଆସିଥିଲା, କେଉଁ ସ୍ଥାନକୁ ଏହାକୁ ପଠାଯାଇଥାନ୍ତା […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମାଛଗାଁ ରାସ୍ତାର ସଦେଇପୁର ଛକ ନିକଟରେ ୧୦୮ ଆମ୍ବୁଲାନ୍ସକୁ କାର୍ ଧକ୍କା ଦେବା ଫଳରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଓ ତାଙ୍କ ସାଙ୍ଗ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ବିଜୟଙ୍କୁ ପ୍ରଥମେ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।
ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡ଼ିରେ ୨ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି। ଏହି ଘଟଣାରେ ୬ଜଣ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅାରଡ଼ି ଆଖଣ୍ଡଳମଣି ପୀଠରେ ୨ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଏହି ଏସିଡ୍ ମାଡ଼ ହୋଇଛି। ସୂଚନା ଅନୁସାରେ, ଭକ୍ତଙ୍କୁ ନେଇ ପ୍ରଥମେ ୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। ପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିବା […]
ପୁରୀ: ଆଜି ହେଉଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ସାରା ବିଶ୍ୱରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଯୋଗକୁ ନେଇ ବାଲୁକାକଳା ମଧ୍ୟ ପ୍ରସ୍ତୁତ ହୋଇଛି । ଚଳିତ ବର୍ଷର ଥିମ୍ ରହିଛି ‘ଶାନ୍ତି ପାଇଁ ଯୋଗ’। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ଏକ ବାଳୁକା କଳା କରିଛନ୍ତି। ଶାନ୍ତି ପାଇଁ ଯୋଗ ଆବଶ୍ୟକତା ବୋଲି ସେ ବାଲୁକା କଳା […]
ଭୁବନେଶ୍ୱର: ପାଗ ବଦଳିଲେ ବାଘ ଆସିବ। ପାଣିପାଗକୁ ଦେଖି ମଧ୍ୟପ୍ରଦେଶରୁ ଓଡ଼ିଶାକୁ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ। ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରେ ବାଘ ଚିହ୍ନଟ ହୋଇଛି। ଖୁବ୍ ଶୀଘ୍ର ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶର ବାଘ ବିଚରଣ କରିବ ବୋଲି ସେ ସୂଚନା ଦେଇଛନ୍ତି। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା ମଧ୍ୟ କରାଯାଇଛି। ତିନିବର୍ଷରୁ କମ୍ […]
ଭୁବନେଶ୍ୱର: ଚାଷୀଙ୍କ ଲାଗି ଆରମ୍ଭ କରିଛନ୍ତି କୃଷକ ସଚେତନତା କାର୍ଯ୍ୟକ୍ରମ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OUATରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉନ୍ନତ ପ୍ରଣାଳୀରେ ଚାଷ କରିବା ନେଇ ଚାଷୀଙ୍କୁ ସଚେତନ କରାଯିବ। କାର୍ଯ୍ୟକ୍ରମ ଅନୁଯାୟୀ ୩୧୪ଟି ବ୍ଲକର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବାର ଯୋଜନା ରହିଛି। ଦୈନିକ ପ୍ରତି ପଞ୍ଚାୟତର ୨ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷିତ ଚାଷୀ ପଞ୍ଚାୟତ ସ୍ତରର ଅନ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ଦେବେ। ଆଜି କାର୍ଯ୍ୟକ୍ରମର […]
ନୂଆପଡ଼ା: ମହାନଦୀ ପାଣି ବିବାଦ ତୁଟିନି, ଏବେ ଓଡ଼ିଶାର ଜମି ଉପରେ ଆଖି ପକେଇଲାଣି ଛତିଶଗଡ଼। ନୂଆପଡ଼ା ଜିଲ୍ଲାର ନୂଆମାଲପଡ଼ା ଗାଁର ୨୦ ଏକର ଜମିକୁ ଛତିଶଗଡ଼ ସରକାର ତାଙ୍କ ରାଜ୍ୟର ଲୋକଙ୍କ ନାଁରେ ପଟ୍ଟା କରି ଜବରଦଖଲ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଛତିଶଗଡ଼ ସରକାର ଜମି ନ ଫେରାଇଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକପ୍ରତିନିଧି ଓ ରାଜନେତା ଚେତାବନୀ ଦେଇଛନ୍ତି। ବର୍ଷ ବର୍ଷ […]
ଗଞ୍ଜାମ ଜିଲ୍ଲାରେ ନିର୍ମାଣାଧିନ ଜାନବିଲି ଆନିକଟ ପାନୀୟ ଜଳ ପ୍ରକଳ୍ପରେ ବଡ଼ଧରଣର ଘୋଟାଲା ହୋଇଥିବା ଅଭିଯୋଗ ଆସିଛି। ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ତାମିଲନାଡୁର ଏକ କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ରାଜ୍ୟ ସରକାର । ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ୫୨୦ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି। ଦେଶର ବଛା ବଛା ୮ଟି କମ୍ପାନି ଟେଣ୍ଡର ପକାଇଥିଲେ ବି, ସର୍ବନିମ୍ନ ରାଶିଠାରୁ ୨ ପ୍ରତିଶତ କମ୍ ବିଡ଼ିଂ କରିଥିବା ଏଲ୍ ଆଣ୍ଡ ଟି […]
ଭୁବନେଶ୍ୱର: ଓଡ଼ିଶା ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ କରୁଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ। ରାଜ୍ୟର ସବୁ ପଞ୍ଚାୟତ ପ୍ରମୁଖଙ୍କୁ ଭେଟିବାକୁ ଗୁପ୍ତ ରଣନୀତି କରିଛନ୍ତି ବିଜେପି କମାଣ୍ଡର। ଏଥିପାଇଁ ଜୁଲାଇ ୧ତାରିଖରେ ଦିନିକିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଶାହ। କାରଣ ବିଜେପି ଫୋକସ୍ରେ ଏବେ ୩ ଲୋକସଭା ଅଧିନରେ ଯାଉଥିବା ୨୧ଟି ବିଧାନସଭା କ୍ଷେତ୍ରର ସବୁ ପଞ୍ଚାୟତ । ଶାହ ଏହି ପଞ୍ଚାୟତ ପ୍ରମୁଖଙ୍କୁ ଗୁରୁମନ୍ତ୍ର ଦେବା ସହ ପୂର୍ବରୁ ଦେଇଥିବା କାମର ହିସାବ ମଧ୍ୟ ମାଗିବେ। […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ I ରାଜ୍ୟର ଆଠଟି ସହରରେ ପାରଦ 40 ଡିଗ୍ରୀ ଟପିଛି I ତାପମାତ୍ରା ସାମାନ୍ୟ କମିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ତାପମାତ୍ରା 39 ଡିଗ୍ରୀ ପାଖାପାଖି ରହିଛି I ଅନୁଗୁଳରେ ସର୍ବାଧିକ ତାପମାତ୍ରା 41.9 ଡିଗ୍ରୀ ରେକର୍ଡ କରାଯାଇଛି I ଆଜି କେଉଁଠି ତାପମାତ୍ରା କେତେ ? ଅନୁଗୁଳ 41.9, ଟିଟିଲାଗଡ଼ 41,ବାରିପଦା 40.4,ଚାନ୍ଦବାଲି 40.2,ସମ୍ବଲପୁର 40.1,ବଲାଙ୍ଗୀର 40, ସୋନପୁର 40,ହୀରାକୁଦ 39.9, ଭୁବନେଶ୍ୱର 39.6,ଭବାନୀପାଟଣା 39.5,ଝାରସୁଗୁଡା 39.4, […]
ବେଙ୍ଗାଳୁରୁ: କର୍ଣ୍ଣାଟକର ପୁତରଠାରେ ସୋମବାର ଏକ ନିଅାରା ବାହାଘର ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚିତ ହୋଇଛି। ଏଠାରେ ଜଣେ ଜେସିବି ଡ୍ରାଇଭର ବାହା ହେଉଥିଲେ। ବିଚିତ୍ର କଥା ହେଉଛି ଜେସିବି ଡ୍ରାଇଭର ବର ତାଙ୍କ କନିଅା ଘରକୁ ଘୋଡା କିମ୍ବା କାର୍ ବଦଳରେ ନିଜ ଜେସିବିରେ ବର ହୋଇ ଯାଇଥିଲେ। ଆଉ ବିବାହ ପରେ ତାଙ୍କ ନବ ବିବାହିତା ପତ୍ନୀଙ୍କୁ ଜେସିବି ଆଗରେ ବସାଇ ଆଣିଥିଲେ I ଏମିତି ଘଟଣାକୁ ଚେତନଙ୍କ ଶଶୁର ଘର […]
ବ୍ରହ୍ମପୁର: ଗତକାଲି ଧୋବା ବନ୍ଧ ହୁଡ଼ା ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୯ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁକିଛି ପୋଡ଼ି ଛାରଖାର ହୋଇଯାଇଥିଲା। ତେବେ ନିଆଁ କେଉଁଠୁ ଓ କେମିତି ଲାଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।