କଲ୍ୟାଣସିଂହପୁର (ମାଉଡି ବାରିକ) : ୪ ମାସ ତଳେ ବିବାହ ହୋଇଥିଲା। ସ୍ୱାମୀ ରାଜ୍ୟ ବାହାରେ ଚାକିରି କରୁଥିବାରୁ ଶିକ୍ଷକ ବାପାଙ୍କ ପାଖରେ ଥିଲେ ଶିକ୍ଷୟିତ୍ରୀ ଝିଅ ସ୍ୱାଗତିକା ସାହୁ। ଗତକାଲି ସନ୍ଧ୍ୟାବେଳେ ସେ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିଲେ। ଏପରି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି। ପୁଲିସ ଉକ୍ତ ଘରୁ ଏକ ସୁଇସାଇଡ୍ ନୋଟ୍ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି : କଲ୍ୟାଣସିଂହପୁର ହାତୀବାରି ଉଚ୍ଚ […]
ନୂଆଦିଲ୍ଲୀ : ଦେଶରେ ଆର୍ଥିକ ସଂକଟ ଆଶଙ୍କା ଭିତରେ ସରକାରଙ୍କ ରୋଡ୍ମ୍ୟାପ୍ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଏବେବି ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତି ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଜିଡିପି ମାତ୍ର ୩ ଦଶମିକ ୨ ପ୍ରତିଶତ ଥିବା ବେଳେ ଭାରତର ଅଭିବୃଦ୍ଧି ଏହାଠାରୁ ବହୁ ଅଧିକ ରହିଛି। ବିଶ୍ୱର ୧୦ଟି ଶ୍ରେଷ୍ଠ ଆର୍ଥିକ ସମୃଦ୍ଧ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି। ଚୀନ ଓ ଆମେରିକା ଠାରୁ ଭାରତର […]
ଲକ୍ଷ୍ନୌ: ଭାରତୀୟ ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଥିବା ଇନଷ୍ଟାଣ୍ଟ ଟ୍ରିପଲ ତଲାକ ଏବେ ଅପରାଧିକ ଶ୍ରେଣୀଭୁକ୍ତ ହୋଇଛି। ତଥାପି ପ୍ରତିଦିନ ଦେଶର କୋଣ ଅନୁକୋଣରେ ମୁସଲିମ ମହିଳାମାନେ ଟ୍ରିପଲ ତଲାକର ଶିକାର ହେଉଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଟ୍ରିପଲ ତଲାକର ଶିକାର ହୋଇଥିବା ଜଣେ ମହିଳା ପୁଲିସ୍ରେ ଅଭିଯୋଗ କରିଥିଲେ। ଏକଥା ଜାଣିବା ପରେ ତାଙ୍କ ଶ୍ୱଶୁର ଘର ଲୋକେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ […]
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ି ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟ ଟେଲିଫୋନ ଯୋଗେ ୩୦ ମିନିଟ୍ରୁ ଅଧିକ ସମୟ କଥା ହୋଇଛନ୍ତି। ଟ୍ରମ୍ପଙ୍କ ସହ ମୋଦି କଶ୍ମୀର ଠାରୁ ଆରମ୍ଭ କରି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ବିକାଶ ସମ୍ପର୍କରେ କଥା ହୋଇଛନ୍ତି। ଏହି ସମୟରେ ପାକିସ୍ତାନ କେମିତି ଭାରତରେ ବିଶୃଙ୍ଖଳା […]
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ୭ ଦଶନ୍ଧି ଧରି ଲାଗୁ ହୋଇଥିବା ଧାରା ୩୭୦କୁ ଉଚ୍ଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ହିଂସା ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ। ୧୪୪ ଧାରା ଜାରି କରିବାଠାରୁ ଆରମ୍ଭ କରି ବିଭିନ୍ନ ନେତାଙ୍କୁ ଅଟକ ଏବଂ ଫୋନ୍ ଓ ଇଣ୍ଟରନେଟ୍ ବନ୍ଦ ଆଦି ପଦକ୍ଷେପ ନିଆଯାଇଥିଲା। ତେବେ ବର୍ତ୍ତମାନ ସୂଚନା ମିଳିଛି ଅଗଷ୍ଟ ୫ ତାରିଖର ଏହି ଐତିହାସିକ ନିଷ୍ପତ୍ତି ପରେ ସମ୍ଭାବ୍ୟ ହିଂସାକୁ ନିୟନ୍ତ୍ରଣ ପାଇଁ ୪ଟି ଗୋଷ୍ଠୀ […]
ଇସଲାମାବାଦ୍: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି ପରେ ପାକିସ୍ତାନ ବିଭିନ୍ନ ଦିଗରୁ ଭାରତକୁ ଅଡ଼ୁଆରେ ପକାଇବାର ପ୍ରୟାସ କରୁଥିଲେ ମଧ୍ୟ ବିଫଳତା ଏହି ଦେଶର ପିଛା ଛାଡ଼ୁନି। ଗତକାଲି ପରମ ବନ୍ଧୁ ଚାଇନା ସହାୟତାରେ ଜାତିସଂଘର ସୁରକ୍ଷା ପରିଷଦରେ ‘କଶ୍ମୀର ପ୍ରସଙ୍ଗ’ ଉଠାଇବାର ପ୍ରୟାସରେ ସଫଳ ହୋଇଥିଲେ ମଧ୍ୟ ଚାଇନା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ପାକିସ୍ତାନର ସମର୍ଥନରେ ବାହାରିନଥିଲେ। ତେବେ ପାକିସ୍ତାନକୁ ଆଜି ଲାଗିଥିବା ଝଟ୍କା କୂଟନୀତିକ ନୁହେଁ, ବରଂ ଏକ ବଡ଼ […]
ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ। ମେଡିକାଲର ଦ୍ୱିତୀୟ ମହଲାରେ ଥିବା ଏମର୍ଜେନ୍ସି ୱାର୍ଡ ନିକଟ ଥିବା ପିସି ବ୍ଲକରେ ପ୍ରଥମେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ଏହା ଅନ୍ୟ ମହଲାକୁ ବ୍ୟାପିଥିଲା। Delhi: A fire has broken out on first and second floor at All India Institute of Medical Sciences (AIIMS). Fire brigade present at the spot pic.twitter.com/KRd3oBpO4d — ANI (@ANI) August […]
ହାଇଦ୍ରାବାଦ: ସ୍ୱାଧୀନତା ଦିବସ ଅବସରରେ ‘ଶ୍ରେଷ୍ଠ କନଷ୍ଟେବଲ’ ପୁରସ୍କାର ପାଇଥିବା ଜଣେ ପୁଲିସ୍ କର୍ମଚାରୀ ଏହାର ୨୪ ଘଣ୍ଟା ପରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ମେହବୁବ୍ନଗରରେ କନ୍ଷ୍ଟେବଲ ଭାବେ ନିଯୁକ୍ତ ପାଲ୍ଲେ ତିରୁପତି ରେଡ୍ଡୀଙ୍କୁ ଗତ ଅଗଷ୍ଟ ୧୫ରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡ଼ ସମ୍ମାନିତ କରିଥିଲେ। ଏହି ଅବସରରେ ଜିଲ୍ଲା ଏସ୍ପି ରେମା ରାଜେଶ୍ୱରୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ପୁରସ୍କୃତ ହେବାର ଗୋଟିଏ ଦିନ ପରେ ଏବେ ପୁଣି ଥରେ ଖବର […]