• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Srinagar
ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଶ୍ରୀନଗର: ଆଜି ପୁଣି ୩ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଥିବା ଜଦିବାଲ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଛି। କାଶ୍ମୀର ଅଞ୍ଚଳର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମସ୍ତ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିଲେ। ଆଇଜି କାଶ୍ମୀର ଭିଜୟ କୁମାରଙ୍କ ସୂଚନାନୁସାରେ, ମେ ୨୦ ତାରିଖ  ରମଦାନ ସମୟରେ ପଣ୍ଡାଚ ଚୌକ୍‌ ନିକଟରେ ଯେଉଁ ଦୁଇ ବିଏସ୍‌ଏପ୍‌ ଯବାନ ସହିତ ହୋଇଥିଲେ ତା ପଛରେ ଏହି ଆତଙ୍କବାଦୀମାନେ ସାମିଲ […]

trump-1
କୋଭିଡ୍‌-୧୯କୁ 'କୁଙ୍ଗ୍‌ ଫ୍ଲୁ' ନାମକରଣ କରି ଚାଇନାକୁ ଟାର୍ଗେଟ୍‌ କଲେ ଟ୍ରମ୍ପ

ୱାଶିଂଟନ: ବିଶ୍ୱରେ କରୋନା ଭାଇରସ୍‌ ବ୍ୟାପିବା ନେଇ ଚୀନ୍‌କୁ ପୁଣିଥରେ ଦାୟୀ କରିଛନ୍ତି ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କରୋନାକୁ ‘କୁଙ୍ଗ୍ ଫ୍ଲୁ’ କହି ଚୀନକୁ ତେର୍ଛା ଟାର୍ଗେଟ୍ କରିଛନ୍ତି। ଶନିବାର ତାଙ୍କର ପ୍ରଥମ ନିର୍ବାଚନ ରାଲି ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଟୁଲ୍‌ସା ଓକ୍ଲାହୋମାରେ ରାଲିରେ କରିଛନ୍ତି ଟ୍ରମ୍ପ। ଏହି ଅବସରରେ ଲୋକଙ୍କୁ ସମ୍ବୋଧନ କରି କରୋନା କୁ ସେ ‘କୁଙ୍ଗ୍ ଫ୍ଲୁ’ ନାମକରଣ କରିପାରିବେ ବୋଲି କହିଛନ୍ତି ଟ୍ରମ୍ପ। ଉହ୍ୱାନ୍‌ରୁ ଏହି ଭାଇରସ୍‌ […]

jammu-kashmir
କାଲି ନିପାତ ହୋଇଥିଲେ ୮, ଆଜି ଆଉ ଜଣକୁ ଏନ୍‌କାଉଣ୍ଟର କଲା ସେନା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ସୋପିଆନ୍ ଜିଲ୍ଲାରେ ସିଆର୍‌ପିଏଫ୍‌ ଓ କାଶ୍ମୀର ପୁଲିସ୍‌ର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଜି ଭୋରରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରିଛି ସେନା।  ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏନେଇ ସେନା ପକ୍ଷରୁ ଏକ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି “ ସୋପିଆନ୍‌ ଜିଲ୍ଲାରେ ଅପରେସନ ଲାକିରପୁରରେ […]

pm-moid
ବିଶ୍ୱ ଏବେ ବୁଝୁଛି ଯୋଗର ଆବଶ୍ୟକତା: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଚଳିତ ବର୍ଷର ଥିମ୍ ରହିଛି ‘ୟୋଗା ଫର୍ ହେଲ୍ଥ, ୟୋଗା ଆଟ୍ ହୋମ୍।’ ଯୋଗ ଦିବସ ପାଳନ ଲାଗି ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି। କରୋନା କଟକଣା ଭିତରେ ସାମାଜିକ ଦୂରତା ରଖି କିଭଳି ଯୋଗ ଦିବସ ପାଳନ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଇଛି। କରୋନା ମହାମୀର ଯୋଗୁ  ବିଶ୍ୱ ଏବେ ପୂର୍ବ ଅପେକ୍ଷା ଯୋଗର ଆବଶ୍ୟକତାକୁ ଅଧିକ ବୁଝୁଛି। ଭାରତର ଏହି ବହୁ ପୁରୁଣା ଅଭ୍ୟାସ ସାରା […]

  • Monday, 26 July 2021
trump
ଭାରତ-ଚାଇନା ସୀମା ବିବାଦ: ଉଭୟ ଦେଶକୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲା ଆମେରିକା

ୱାଶିଂଟନ: ଚାଇନା-ଭାରତ ସୀମା ବିବାଦରେ ଆମେରିକାର ମଧ୍ୟସ୍ଥତା ନେଇ ଭାରତ ଓ ଚାଇନା ବାରମ୍ବାର ମନା କରୁଥିବା ବେଳେ ପୁଣିଥରେ ସାହାଯ୍ୟ କରିବା କଥା ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶନିବାର ଟ୍ରମ୍ପ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ସାମାଧାନ କରିବା ପାଇଁ ଆମେରିକା କଥା ହୋଇଛି। ଏଥିପାଇଁ ସେ ପ୍ରସ୍ତୁତ ଥିବା ଶନିବାର ନିର୍ବାଚନ ରାଲିରେ ଯୋଗ ଦେବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଟ୍ରମ୍ପ। ଟ୍ରମ୍ପ ତାଙ୍କ […]

rahul
ରାହୁଲଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଗଲଓ୍ୱାନ୍ ଘାଟିରେ ଭାରତୀୟ ଯବାନ ମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ବେଳେ ରାହୁଲଙ୍କ ମନ୍ତବ୍ୟ ଯବାନଙ୍କ ମନୋବଳ କମାଉଛି ବୋଲି ନଡ୍ଡା କହିଛନ୍ତି। ରାହୁଲ ଅଯଥା ବାରମ୍ବାର ଟ୍ୱିଟ୍ କରି ଯବାନଙ୍କ ମନୋବଳ କମାଉଛନ୍ତି। କୌଣସି ସଠିକ୍ ତଥ୍ୟ ନଜାଣି ନାନା ପ୍ରସଙ୍ଗରେ ଟ୍ୱିଟ୍ କରୁଥିବାରୁ ନଡ୍ଡା ରାହୁଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Monday, 26 July 2021
pm-mioid
କେନ୍ଦ୍ରର ସ୍ପଷ୍ଟୀକରଣ; ମୋଦିଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି

ନୂଆଦିଲ୍ଲୀ: ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି। ଏହାକୁ ନେଇ ଅଯଥାରେ ବିବାଦ ସୃଷ୍ଟି କରାଯାଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଲଦାଖ ସଂଘର୍ଷ ନେଇ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ମୋଦି କହିଥିଲେ ଯେ, ଭାରତୀୟ ସୀମା ଭିତରେ ଚୀନ୍ ଯବାନ ଆଦୌ ପ୍ରବେଶ କରିନାହାନ୍ତି। ତେବେ ଏହାକୁ ନେଇ କେତେକ ରାଜନୈତିକ ଦଳ ଅଯଥାରେ ଭୁଲ ତଥ୍ୟ ଦେବା ସହ ମୋଦିଙ୍କ ମନ୍ତବ୍ୟକୁ […]

  • Monday, 26 July 2021
galwan-vally
ଚାଇନା ସହିତ ସଂଘର୍ଷର ମାତ୍ର ୭୨ ଘଣ୍ଟାରେ ପୋଲ ନିର୍ମାଣ କାମ ଶେଷ କଲା ଭାରତ

ଲଦାଖ: ଲଦାଖର ଗଲୱାନ ଭ୍ୟାଲିରେ ଭାରତ- ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ସୀମାରେ ଉତ୍ତେଜନା ଲାଗି ରହିଛି। ମଙ୍ଗବାର ସକାଳ ପର୍ଯ୍ୟନ୍ତ ସହିଦ ଯବାନଙ୍କ ମୃତଦେହ ଖୋଜା ଚାଲିଥିବା ବେଳେ ସୀମାରେ ସାମରିକ ଭିତ୍ତିଭୂମି କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଘଟଣାସ୍ଥଳକୁ ତ୍ୱରିତ ବେଗରେ ଯାଇଥିଲା ସେନା। ଏବଂ ଏଥିରେ ସଫଳ ମଧ୍ୟ  ହୋଇଛି। ଗଲୱାନ୍‌ ଘାଟିକୁ ନେଇ ଏବେ ଏହି ନୂଆ ଖବର ସାମ୍ନାକୁ ଆସିଛି। ଜୁନ୍‌ ୧୫ ତାରିଖରେ ଭାରତ- ଚୀନ […]

shah
ସଂକୀର୍ଣ୍ଣ ରାଜନୀତି ଛାଡ଼ି ରାହୁଲ ମଧ୍ୟ ଦେଶ ସହିତ ଛିଡ଼ା ହେବା ଉଚିତ: ଅମିତ ଶାହ

ନୂଆଦିଲ୍ଲୀ:  ରାହୁଲ ଗାନ୍ଧି ଶସ୍ତା ରାଜନୀତି ଛାଡ଼ି ଦେଶ ସହିତ ଛିଡ଼ା ହୁଅନ୍ତୁ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରଶ୍ନର ଆଜି ଏମିତି ଢଙ୍ଗରେ ଯବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗଲୱାନ୍‌ରେ ୨୦ ଭାରତୀୟ ଯବା ସହିଦ ହେବା ନେଇ କେନ୍ଦ୍ର ସରକାର ଉପରେ ପ୍ରଶ୍ନ ଉଠାଇଥିଲେ ରାହୁଲ୍। ଗଲୱାନ୍‌ ସଂଘର୍ଷରେ ଆହତ ହୋଇଥିବା ଜଣେ ଯବାନଙ୍କ ବାପାଙ୍କର ଫଟୋ ଶେୟାର କରି ରାହୁଲ୍‌ଙ୍କୁ ଯବାବ ଦେଇଥିଲେ ଶାହ। ଫଟୋ ଶେୟାର କରି ଶାହ […]

pakistan-drone
ବନ୍ଧୁକ ଓ ଗୋଳାବାରୁଦ ନେଇ ପାକିସ୍ତାନ ପଟୁ ଆସୁଥିଲା ଡ୍ରୋନ୍‌, ଗୁଳି କରି ଖସାଇଲେ ଯବାନ

ନୂଆଦିଲ୍ଲୀ: ବନ୍ଧୁକ ଓ ଗୋଳାବାରୁଦ ନେଇ ଭାରତର ସୀମାରେ ଉଡ଼ିଥିବା ପାକିସ୍ତାନୀ ସ୍ପାଏ ଡ୍ରୋନ୍‌କୁ ଗୁଳି କରି ଖସାଇଲା ବିଏସ୍‌ଏଫ୍‌। ଜାମ୍ମୁ-କାଶ୍ମରୀର କାଠୁଆ ଜିଲ୍ଲାର ହରିନଗର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାରେ ଆଜି ସକାଳ ପ୍ରାୟ ୫ଟା ବେଳେ ଡ୍ରୋନ୍‌କୁ ଗୁଳି କରି ଖସାଇଛି ବିଏସ୍‌ଏଫ୍। ଡ୍ରୋନ୍ ଖସିପଡ଼ିବା ପରେ ତା ମଧ୍ୟରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଖବର ଅନୁସାରେ, ବିଏସ୍‌ଫର ୧୯ ବାଟାଲିୟନ୍‌ର ଯବାନ ପ୍ୟାଟ୍ରୋଲିଂ କଲାବେଳେ ପାକିସ୍ତାନୀ ଡ୍ରୋନ୍‌ଟି ହରିନଗର ସେକ୍ଟରର ଅନ୍ତର୍ଜାତୀୟ ସୀମା ପାଖରେ […]

  • Monday, 26 July 2021
RKS-Bhadauria
'ମୁକାବିଲା ପାଇଁ ଭାରତ ପ୍ରସ୍ତୁତ, ଏଲ୍‌ଏସି ଘଟଣା ଆମ ପ୍ରସ୍ତୁତିର ଏକ ଛୋଟ ପ୍ରତିଫଳନ'

ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି।  କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଭାରତୀୟ ସେନା ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ପୂରା ସଜାଗ ରହିଛନ୍ତି ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ସୀମାରେ ଭୌଗୋଳିକ ସ୍ଥିତି ଏପରି ଯେ, ସେନାକୁ ସବୁବେଳେ ସତର୍କ ରହିବାକୁ ପଡ଼ିବ। କିଛି […]

coorna
ଦିନକରେ ୧୪, ୫୧୬ ପଜିଟିଭ୍‌ ଚିହ୍ନଟ; ୪ ଲକ୍ଷ ପାଖାପାଖି ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ସାଂଘାତିକ ହେଉଛି କରୋନା ସ୍ଥିତି। ଆକ୍ରାନ୍ତଙ୍କ ସଂଖ୍ୟା ବହୁଳ ଭାବରେ ବଢ଼ିବାରେ ଲାଗିଛି। ଦିନକରେ ୧୪, ୫୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୫ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୨,୯୪୮କୁ ବୃଦ୍ଧି ପାଇଛି। ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ୧ଲକ୍ଷ ୬୮ ହଜାର ୨୬୯ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୨ଲକ୍ଷ ୧୩ ହଜାର ୮୩୧ […]

  • Monday, 26 July 2021
petroll-hike
ଆଜି ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ଆଜି ପୁଣି ତୈଳ ଦରରେ ବୃଦ୍ଧି ହୋଇଛି। ଆଜିକୁ ମିଶାଇ ଲଗାତର ୧୪ ଦିନ ହେଲା ତେଲ ଦର ବଢ଼ିଛି। ଆଜି ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର ପିଛା ୦.୫୧ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‌ରେ ୦.୬୧ ପଇସା ବୃଦ୍ଧି ହୋଇଛି। ଆଜିର ବର୍ଦ୍ଧିତ ତୈଳ ଦର ଅନୁସାରେ ବର୍ତ୍ତମାନ ଏକ ଲିଟର ପେଟ୍ରୋଲ୍‌ର ମୂଲ୍ୟ ୭୮.୮୮ ଥିବା ବେଳେ ଡିଜେଲ୍‌ ୭୭.୬୭ ଟଙ୍କା ରହିଛି। ଜୁନ୍‌ ୯ ତାରିଖଠାରୁ ଆଜିକୁ ମିଶାଇ ଲଗାତର ୧୪ […]

ratha
ଆତଙ୍କବାଦୀ ଲିଙ୍କ୍ ନେଇ ଗିରଫ୍‌ ହୋଇଥିବା ଜାମ୍ମୁ-କାଶ୍ମୀରର ଡିଏସ୍‌ପିଙ୍କୁ ବେଲ୍‌

ଶ୍ରୀନଗର: ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଥିବା ନେଇ ଗରିଫ ହୋଇଥିବା ଜାମ୍ମୁ-କାଶ୍ମରୀର ଡିଏସ୍‌ପି ଦେବେନ୍ଦର ସିଂହଙ୍କୁ ବେଲ୍‌ ମିଳିଛି। ଚଳିତ ବର୍ଷ ଶ୍ରୀନଗର-ଜାମ୍ମୁ ରାଜପଥରେ ଦୁଇଜଣ ହିଜବୁଲ-ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ଏକ ଗାଡ଼ିରେ ନେଇ ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ କୋର୍ଟରୁ ଆଜି ତାଙ୍କୁ ବେଲ୍‌ ମିଳିଥିବା ଦେବେନ୍ଦରଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କ ସହିତ ଆଉ ଜଣେ ଅଭିଯୁକ୍ତ ଇରାନ ସାଫୀ ମୀରଙ୍କୁ ବି ବେଲ୍‌ ମିଳିଛି। ଏହି ଦୁଇଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ […]

  • Monday, 26 July 2021
china 2
୧୯ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ: ଭୋଟ୍ ଦେବା ପାଇଁ ଅମ୍ବୁଲାନ୍ସରେ ଆସିଲେ ବିଧାୟକ

ନୂଆଦିଲ୍ଲୀ: ରାଜ୍ୟସଭାର ଖାଲିଥିବା ୧୯ଟି ସିଟ୍ ପାଇଁ ନିର୍ବାଚନ ଚାଲିଛି। ଗୁଜୁରାଟର ୪, ଆନ୍ଧ୍ରପ୍ରଦେଶର ୪, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏ, ଝାରଖଣ୍ଡର ୨ଟି ଆସନ ପାଇଁ ନିର୍ବାଚନ ହେଉଛି। ସେହିଭଳି ,ମଣିପୁର, ମିଜୋରାମ ଓ ମେଘାଳୟର ଗୋଟିଏ ଲେଖାଏ ଆସନରେ ନିର୍ବାଚନ ହୋଇଛି। ଏହି ସବୁ ରାଜ୍ୟରେ ପାଖାପାଖି ଏକ ହଜାର ବିଧାୟକ ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ତେବେ ସବୁଠୁ କୌତୁହଳପୂର୍ଣ୍ଣ କଥା ହେଉଛି କରୋନା ସଂକ୍ରମିତ ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକ […]

  • Monday, 26 July 2021
Fuel price hike
ଡିଜେଲ ଓ ପେଟ୍ରୋଲ୍ ଦରରେ ରେକର୍ଡ ବୃଦ୍ଧି ‌

ନୂଆଦିଲ୍ଲୀ: ୧୩ ଦିନ ଧରି ଲଗାତର ମୂଲ୍ୟ ବୃଦ୍ଧି ଯୋଗୁ ଡିଜେଲ୍-ପେଟ୍ରୋଲ୍‌ ଦର ବୃଦ୍ଧି ଏବେ ରେକର୍ଡ କରିଛି। ଦିଲ୍ଲୀରେ ଡିଜେଲ୍ ମୂଲ୍ୟ ୭୭.୦୬ ଟଙ୍କା ବୃଦ୍ଧି ହୋଇଛି। ସେହିଭଳି ପେଟ୍ରୋଲ୍‌ ଦର ୧୯ ମାସରେ ସର୍ବାଧିକ ବୃଦ୍ଧି ହୋଇଛି। ତେବେ ପୂର୍ବରୁ ଡିଜେଲ୍‌ ମୂଲ୍ୟରେ ଏତେ ବୃଦ୍ଧି କେବେ ହୋଇ ନଥିଲା। ୧୬ ଅକ୍ଟୋବର ୨୦୧୮ରେ ଡିଜେଲ୍‌ ଦର ସର୍ବାଧିକ ୭୫.୬୯ ଟଙ୍କା ହୋଇଥିଲା। କିନ୍ତୁ ଏବେ ଦିଲ୍ଲୀରେ ଏହାର ଦର ୭୭.୦୬ ହୋଇଛି। ଆଜି […]

opd
ସହିଦ ଭାରତୀୟ ଯବାନଙ୍କ ପାଇଁ ଗଭୀର ଶୋକପ୍ରକାଶ କଲା ଆମେରିକା

ୱାଶିଂଟନ: ଲଦାଖର ଗଲୱାନ ଭ୍ୟାଲିରେ ଚୀନ ସହ ସଂଘର୍ଷ କରି ସହିଦ ହୋଇଥିବା ଭାରତୀୟ ଯବାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କଲା ଆମେରିକା। ଆମେରିକା ରାଷ୍ଟ୍ର ସଚିବ ମାଇକ ପୋମ୍ପିଓ ଏ ନେଇ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, “ ଚାଇନା ସହିତ ସଂଘର୍ଷ କରି ମୂଲ୍ୟବାନ ଜୀବନ ହରାଇଥିବା ଭାରତ ପାଇଁ ଆମେ ଗଭୀର ଶୋକ ପ୍ରକାଶ କରୁଛୁ।” ଚୀନ କୁଟନିତୀଜ୍ଞ ୟାଙ୍ଗ ଜେଇଚିଙ୍କ ସହିତ ଆଲୋଚନା ପରେ ଭାରତ […]

snea
୭ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା

ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଭୟଙ୍କର ସଂଘର୍ଷରେ ୭ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା। ସେଥିମଧ୍ୟରୁ ମମ୍ପୋରେରୁ ୩ ଆତଙ୍କବାଦୀ ନିହତ  କରାଯାଇଥିବା ବେଳେ ସୋପିଆନ୍‌ରେ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛି ସେନା। ତେବେ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଗୁରବାର ରାତିରୁ ଏପର୍ଯ୍ୟନ୍ତ ପମ୍ପୋରେ ଓ ସୋପିଆନରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଜାମ୍ମୁକାଶ୍ମୀର ପୁଲିସର୍ ସହଯୋଗରେ ଏହି ସର୍ଚ୍ଚ ଅପରେସନ କରାଯାଇଛି। ତେବେ ମୃତ ଆତଙ୍କବାଦୀମାନଙ୍କ ମଧ୍ୟରୁ […]

India China Border Fight Update
ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ିଲା ଚୀନ !

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷର କିଛିଦିନ ପରେ ଚୀନ ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ି ଦେଇଛି। ଦୁଇ ଦେଶ ମଧ୍ୟରେ ଲଗାତର ତିନିଦିନ ଧରି ଆଲୋଚନା ପରେ ଗୁରୁବାର ସନ୍ଧ୍ୟାରେ ୨ ମେଜରଙ୍କ ସହିତ ମୋଟ ୧୦ ଜଣ ଯବାନଙ୍କୁ ମୁକ୍ତ କରି ଦେଇଛି ଚୀନ। ସମାଚାର ଏଜେନ୍ସି PTI ରେ ଏଭଳି ଖବର ପ୍ରକାଶ ପାଇଛି। ଖବର ଅନୁସାରେ, ଭାରତୀୟ ଯବାନଙ୍କୁ ମୁକୁଳାଇବା ପାଇଁ ଲଗାତର ଭାବେ […]

migrant
ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର। ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା। ଏହି ଯୋଜନାକୁ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ବିଭିନ୍ନ ରାଜ୍ୟର ୧୧୬ ଜିଲ୍ଲାରେ ପ୍ରଥମେ ଗରିବ କଲ୍ୟାଣ ରୋଜଗାର ଯୋଜନା ଆରମ୍ଭ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରାୟ ୫୦ […]

  • Monday, 26 July 2021
china
ଚୀନ୍‌କୁ ସାବାଡ୍‌ କରିବାକୁ ୫ ପ୍ଲାନ୍

ପୁରୀ: ଚୀନର ଧୋକାବାଜି ପରେ ସାରା ଦେଶରେ ମେଡ୍-ଇନ୍-ଚାଇନା ସାମଗ୍ରୀ ପ୍ରତି ବିଦ୍ରୋହ ତେଜିବାରେ ଲାଗିଛି। ଦେଶବାସୀ ଚୀନ ସାମଗ୍ରୀ ବର୍ଜନ କରିବାକୁ ଅଣ୍ଟାଭିଡୁଥିବା ବେଳେ, ଚୀନ୍‌କୁ ଉଚିତ ଶିକ୍ଷା ଦେବାକୁ ସରକାରୀ ସ୍ତରରେ ମଧ୍ୟ ଆରମ୍ଭ ହୋଇଛି କସରତ। ସାରା ଦେଶରେ ଚୀନ୍ ବିରୋଧୀ ତାତି ନାରାବାଜିଠୁ କୁଶପୁତ୍ତଳିକା ଦାହ କରିବା ସହିତ ଚୀନି ସାମଗ୍ରୀ ଭଙ୍ଗା-ଜଳାଠୁ, ହୋର୍ଡିଂରେ କାଳି ବୋଳା ଆଦି ଚାଲିଛି। ବିହାର ପାଟନାରେ ତ ଗଧ ବେକରେ ଝୁଲିଛି ଚୀନ ରାଷ୍ଟ୍ରମୁଖ୍ୟଙ୍କ […]

top-headlines
ସନ୍ଧ୍ୟା ୭ଟା ବେଳର ୭ ଟପ୍‌ ଖବର

ଟପ୍‌ ଖବର ସଂକ୍ଷେପରେ ଜିତିଲା ମହାମାରୀ, ହାରିଲା ପରମ୍ପରା: ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ। ଚୂଡ଼ାନ୍ତ ପ୍ରସ୍ତୁତି ସାଙ୍ଗକୁ ଭକ୍ତଶୂନ୍ୟ ଘୋଷଯାତ୍ରା। ଆୟୋଜନ ନେଇ କୋର୍ଟରେ ରାଜ୍ୟ ସରକାରଙ୍କ ଟାଣୁଆ ଓକିଲଙ୍କ ନୀରବତାକୁ ନେଇ ପ୍ରଶ୍ନ। ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇବି ୪ ଦିନ ଆଗରୁ ସରିଛି ରଥ ନିର୍ମାଣ: ଘୋଷଯାତ୍ରା ବନ୍ଦ ନିଷ୍ପତ୍ତିକୁ ସରକାରୀ ପ୍ରାୟୋଜିତ କହିଲେ ସେବାୟତ ଓ ବିରୋଧୀ। ଗଜପତି କହିଲେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶରେ ନୀତିକାନ୍ତି। ଏଣେ କାନ୍ଦୁଛି […]

  • Monday, 26 July 2021
army
ତିନି ସେନାକୁ ହାଇ ଆଲର୍ଟ; ସବୁ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚୀନ ସହ ତିକ୍ତତା ପରେ ତିନି ସେନାକୁ ହାଇ ଆଲର୍ଟ। ଲଦାଖ ସୀମାନ୍ତ LACକୁ ଅଧିକ ସଂଖ୍ୟକ ଯବାନ ପଠାଯାଇଥିବା ସୂଚନା ମିଳିଛି। ଲଦାଖରେ ୩ ଇନଫାଣ୍ଟ୍ରୀ ବାଟାଲିୟନ ମୁତୟନ ଅଛନ୍ତି। ଏଥିସହିତ ଅତି ଉଚ୍ଚ ପାର୍ବତ୍ୟ ଭୂମି ଯୁଦ୍ଧାଭ୍ୟାସ ଦକ୍ଷତା ରଖିଥିବା ଦୁଇଟି ଅଲଗା ଅଲଗା ବ୍ରିଗେଡ୍ ମଧ୍ୟ ମୁତୟନ କରାଯାଇଛି। ସେହିପରି ୧୭ ମାଉଣ୍ଟେନ ଷ୍ଟ୍ରାଇକ କୋର ସେନାକୁ ମଧ୍ୟ ମୁତୟନ କରାଯାଇଛି। ହିମାଚଳ ପ୍ରଦେଶକୁ ଆର୍ମି ପକ୍ଷରୁ ଅତିରିକ୍ତ ସେନା ପଠାଯାଇଛି। […]