ନୂଆଦିଲ୍ଲୀ: ଚୀନ ସହ ତିକ୍ତତା ପରେ ତିନି ସେନାକୁ ହାଇ ଆଲର୍ଟ। ଲଦାଖ ସୀମାନ୍ତ LACକୁ ଅଧିକ ସଂଖ୍ୟକ ଯବାନ ପଠାଯାଇଥିବା ସୂଚନା ମିଳିଛି। ଲଦାଖରେ ୩ ଇନଫାଣ୍ଟ୍ରୀ ବାଟାଲିୟନ ମୁତୟନ ଅଛନ୍ତି। ଏଥିସହିତ ଅତି ଉଚ୍ଚ ପାର୍ବତ୍ୟ ଭୂମି ଯୁଦ୍ଧାଭ୍ୟାସ ଦକ୍ଷତା ରଖିଥିବା ଦୁଇଟି ଅଲଗା ଅଲଗା ବ୍ରିଗେଡ୍ ମଧ୍ୟ ମୁତୟନ କରାଯାଇଛି। ସେହିପରି ୧୭ ମାଉଣ୍ଟେନ ଷ୍ଟ୍ରାଇକ କୋର ସେନାକୁ ମଧ୍ୟ ମୁତୟନ କରାଯାଇଛି। ହିମାଚଳ ପ୍ରଦେଶକୁ ଆର୍ମି ପକ୍ଷରୁ ଅତିରିକ୍ତ ସେନା ପଠାଯାଇଛି। […]