Advertisment

ONGC Recruitment 2024: ଆପଣ ଦଶମ ପାଶ୍ କରିଛନ୍ତି କି… ONGCରେ ଚାକିରି ସୁଯୋଗ

ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ରେ ବାହାରିଛି ଚାକିରି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
ONGC Recruitment 2024

ONGC Recruitment 2024

ଚାକିରି ଖୋଜିବା ନେଇ ଆଡେ-ସାଡେ ବୁଲୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ରେ ବାହାରିଛି ଚାକିରି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ONGCରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୨୨୦୦ରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ଫାଇଦା ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ONGCର ଅଫିସିଆଲ୍ ୱେବ୍‌ସାଇଟ୍‌ ongcindia.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ONGC Recruitment 2024 Apply for 2237 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୫ ଅକ୍ଟୋବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୫ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଉତ୍ତର କ୍ଷେତ୍ର - ୧୬୧ଟି ପୋଷ୍ଟ୍‌
  • ମୁମ୍ବାଇ କ୍ଷେତ୍ର - ୩୧୦ଟି ପୋଷ୍ଟ୍‌
  • ପଶ୍ଚିମ କ୍ଷେତ୍ର – ୫୪୭ଟି ପୋଷ୍ଟ୍‌
  • ପୂର୍ବ କ୍ଷେତ୍ର - ୫୮୩ଟି ପୋଷ୍ଟ୍‌
  • ଦକ୍ଷିଣ କ୍ଷେତ୍ର - ୩୩୫ଟି ପୋଷ୍ଟ୍‌
  • କେନ୍ଦ୍ରୀୟ କ୍ଷେତ୍ର – ୨୪୯ଟି ପୋଷ୍ଟ୍‌
  • ମୋଟ୍ – ୨୨୩୭ଟି ପୋଷ୍ଟ୍

ଯୋଗ୍ୟତା:

  • ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଦଶମ ପାଶ୍‌ କରିଥିବେ
  • ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ପ୍ରାସଙ୍ଗିକ ଅନୁଶାସନରେ ଡିପ୍ଲୋମା କିମ୍ବା ଡିଗ୍ରୀ ହାସଲ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ବର୍ଷ
  • ସର୍ବାଧିକ ବୟସ – ୨୪ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୭,୦୦୦ ଟଙ୍କା
  • ସର୍ବାଧିକ ଦରମା – ୯,୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Job Search Job Seekers ONGC Recruitment
Advertisment
Advertisment