• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Central Government Introduces New Regulations To Make Inter Country Adoptions Easier
ପୋଷ୍ୟ ସନ୍ତାନକୁ ବିଦେଶ ନେବା ସହଜ ହେଲା, ନୂଆ ନିୟମ ଜାରି କଲେ ସରକାର

ଜାରି ହେଲା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ନୂଆ ନିୟମ । ପୌଷ୍ୟ ସନ୍ତାନ ଗ୍ରହଣ କରିଥିବା ଦମ୍ପତିମାନେ ଏବେ ଅତି ସହଜରେ ନିଜ ସନ୍ତାନକୁ ବଦେଶ ନେଇଯାଇପାରିବେ । ଏନେଇ ଶିଶୁ ବିକାଶ ମନ୍ତ୍ରୀଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ହେଗ ଦ୍ୱାରା ପ୍ରମାଣିତ ସମସ୍ତ ଦେଶ ପାଇଁ NOC ଜାରି କରିବାରେ ସକ୍ଷମ ହେବ। ହେଗ୍‌ ହେଉଛି ଏକ ଆର୍ନ୍ତଜାତୀୟ ଚୁକ୍ତି ଯାହାକି ପୋଷ୍ୟ ସନ୍ତାନମାନଙ୍କର ସୁରକ୍ଷା ଏବଂ ସହଯୋଗ ଉପରେ ଧ୍ୟାନ ଦେବ । ପୋଷ୍ୟ ସନ୍ତାନ ଗ୍ରହଣ କ୍ଷେତ୍ରରେ ଭାରତ ମଧ୍ୟ ଏହାର ନିୟମକୁ ସ୍ୱୀକୃତି ପ୍ରଦାନ କରିଛି ।

Mirage-2000 aircraft
୨୪ଟି ପୁରୁଣା ମିରାଜ୍ -୨୦୦ ଯୁଦ୍ଧ ବିମାନ କିଣିବ ଭାରତ, ଏୟାରଷ୍ଟ୍ରାଇକ୍ ଓ କାରଗିଲ ଯୁଦ୍ଧରେ ପାକିସ୍ତାନ ପାଇଁ ଯମ ସାଜିଥିଲା

ମିରାଜ୍‌ ୨୦୦ କିଣିବା ପାଇଁ ଭାରତୀୟ ବାୟୁସେନା IAF ଫ୍ରାନ୍ସ୍ ସହ ଏକ ଚୁକ୍ତିନାମା କରିଛି । ମିରାଜ୍ ୨୦୦୦ ବିମାନର ଜାହାଜକୁ ବଜାୟ ରଖିବା ପାଇଁ ଫ୍ରାନ୍ସ ବାୟୁସେନା ଠାରୁ ପର୍ଯ୍ୟାୟକ୍ରମେ ମିରାଜ୍ ବିମାନ କିଣିବା ପାଇଁ ଭାରତୀୟ ବାୟୁସେନା ମଧ୍ୟରେ ଏକ ଚୁକ୍ତିନାମା କରାଯାଇଛି ।

Punjab Congress crisis
କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ? ରେସରେ ନବଜୋତ ସିଂହ ସିଦ୍ଧୁଙ୍କ ସହ ପ୍ରଦେଶ କଂଗ୍ରେସର ୪ ନେତା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ ବୈଠକରେ ସାମିଲ ହୋଇନଥିଲେ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ୱତ କହିଥିଲେ ଯେ, ସିଏଲପି ମିଟିଂରେ ପାସ ହୋଇଥିବା ଦୁଇଟି ପ୍ରସ୍ତାବ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି ।

Midnapore
ପଶ୍ଚିମବଙ୍ଗରେ ବେହାଲ କଲାଣି ବର୍ଷା, ଗଲାଣି ୭ ଜଣଙ୍କ ଜୀବନ

ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଲରେ ପ୍ରବଳ ବନ୍ୟା । ବିଶେଷ କରି ପୂର୍ବ ଓ ପଶ୍ଚିମ ମେଦିନାପୁର ଜିଲ୍ଲାରେ ବନ୍ୟାର ସ୍ଥିତି ଗମ୍ଭୀର ରହିଛି । ଦୁଇ ଜିଲ୍ଲାର ବିସ୍ତୃତ ଅଞ୍ଚଳ ଜଳବନ୍ଦୀ ହୋଇଥିବାରୁ ସେଠରେ ତିନି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

  • Saturday, 18 September 2021
Rajnath Singh
ରାମ ଲାଲାର ହେବ ଜଳାଭିଷେକ, ୧୧୫ ଦେଶରୁ ଆସିଲା ଜଳ

ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ୧୧୫ ଟି ଦେଶରୁ ଆସିଛି ଜଳ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ଆଜି ଏହି ସୂଚନା ଦେଇ ସେ କହିଛନ୍ତି ଯେ, ରାମ ଲଲ୍ଲାର ଜଳାଭିଷେକ ପାଇଁ ସମସ୍ତ ଦେଶରୁ ଜଳ ଆସିବା ଉଚିତ ।

Sarbanand Sonwal
ରାଜ୍ୟସଭା ଉପନିର୍ବାଚନ: ବିଜେପି ପ୍ରାର୍ଥୀ ସର୍ବାନନ୍ଦ ସୋନୱାଲ-ଏଲ୍‌ ମୁରୁଗନ୍‌

ଆଗକୁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଆସାମ ପାଇଁ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ପ୍ରାର୍ଥୀ ଭାବେ ଦଳ ବାଛିଛି । ଦଳର କେନ୍ଦ୍ରୀୟ ର୍ନିବାଚନ କମିଟିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବେ ନାଁ ଘୋଷଣା କରାଯାଇଛି ।

NCC Cadets
ବୈଜୟନ୍ତଙ୍କ ଅଧ୍ୟକ୍ଷତାରେ ଗଠନ ହେଲା NCC କମିଟି

ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠନ ହେଲା NCC କମିଟି । NCCକୁ ଅଧିକ ସମୟୋପଯୋଗୀ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ହାଇଲେବଲ ଏକ୍ସପର୍ଟ କମିଟି ଗଠନ କରାଯାଇଛି ।

Punjab Chief Minister Captain Amarinder Singh
ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଛାଡ଼ିବେ କି କଂଗ୍ରେସ ?

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଦେଲେ ଇସ୍ତଫା ପତ୍ର । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିବା ସୂଚନା । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା ।

vishwas-saini
୧୬ ପର୍ଯ୍ୟନ୍ତ ପହଞ୍ଚିଥିଲା ଅକ୍ସିଜେନ୍ ଲେବେଲ୍ : ୧୩୦ ଦିନର ସଂଗ୍ରାମ ପରେ ଭାଇରସକୁ ହରାଇଲେ ବିଶ୍ୱାସ ସୈନି

ସୂତାଖିଅରେ ଝୁଲୁଥିଲା ଜୀବନ । ୧୬ ପର୍ଯ୍ୟନ୍ତ ପହଞ୍ଚିଥିଲା ଅକ୍ସିଜେନ୍ ଲେବେଲ୍୧୩୦ ଦିନର ସଂକ୍ରମଣ ସହ ସଂଗ୍ରାମ । ମେଡିକାଲ ବେଡରେ ମହାମାରୀ ସହ ଅହରହ ଯୁଦ୍ଧ । ଆଉ ଶେଷରେ ନୂଆ ଜୀବନ ପାଇଛନ୍ତି ଜଣେ ୩୯ ବର୍ଷୀୟ ଯୁବକ । ଜୀବନ ଜିଇଁବାର ଇଚ୍ଛା ବଳରେ ସେ ହୋଇଛନ୍ତି ଜଣେ କରୋନା ବିଜୟୀ ।

Bengaluru
ହୃଦୟବିଦାରକ : ବେଙ୍ଗାଲୁରୁରେ ଗୋଟିଏ ପରିବାରର ୫ ମୃତ, ଆତ୍ମହତ୍ୟା ସନ୍ଦେହ

ମୃତକଙ୍କ ମଧ୍ୟରେ କୁନି ଝିର ମା’ ସିନଚନା(୩୪ ବର୍ଷ), ଜେଜେମା ଭାରତୀ(୫୧ ବର୍ଷ ), ମାଉସୀ ସିନ୍ଧୁରାଣୀ ( ୩୧ ବର୍ଷ) , ମାମୁ ମଧୁସାଗର(୨୧ ବର୍ଷ), ୯ ମାସର ଶିଶୁ ସାମିଲ ଅଛନ୍ତି । ମାମୁ ମଧୁସାଗର ଯେଉଁ ରୁମ୍‌ରେ ଫାଶୀ ଲଗାଇ ଝୁଲିଥିଲେ, ସେହିଠାରୁ କୁନି ଝିଅକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଚିକିତ୍ସା ପାଇଁ ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହ କୁନି ଝିଅର କାଉନସେଲିଂ ଆବଶ୍ୟକ ଆବଶ୍ୟକ ହେବ ବୋଲି ପୋଲିସ କହିଛି ।

Islamic State
ଟାର୍ଗେଟରେ ଯୁବପିଢ଼ି ! ସୋସିଆଲ ମିଡିଆକୁ ଅସ୍ତ୍ର କରି ଭାରତରେ ଜାଲ ବିଛାଉଛି IS

ଆଇଏସ୍ ଆତଙ୍କୀଙ୍କ ଟାର୍ଗେଟରେ ଭାରତର ଯୁବପିଢ଼ି । ସୋସିଆଲ ମିଡିଆକୁ ଅସ୍ତ୍ର କରି ଚକ୍ରବ୍ୟୁହ ରଚୁଛନ୍ତି । ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ସଂପର୍କରେ ଏପରି ବୟାନ୍ ଦେଇଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) । ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ଜରିଆରେ ଭାରତକୁ ପ୍ରବେଶ କରିବାକୁ ଚାହୁଁଛନ୍ତି ଆତଙ୍କୀ ସଂଗଠନ ।

Tree
ଗୋଟିଏ ଗଛରେ ଫଳୁଛି ଆମ୍ୱ, କଦଳୀ ସହ ୪୦ ପ୍ରକାର ଫଳ

ଗୋଟିଏ ଗଛରେ ବିଭିନ୍ନ ରଙ୍ଗର ଫୁଲ ଫୁଥିଥିବା ଆମେ ଦେଖିଛେ। ତେବେ ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଫଳ ଫଳିବା ଆପଣ କେବେ ଦେଖିଛନ୍ତି କି? ଯଦି ନା ତାହେଲେ ଏବେ ଦେଖନ୍ତୁ। ଗୋଟିଏ ଗଛରେ ଫଳିଛି ଆମ୍ବ, ପିଜୁଳି, ସେଓ, କଦଳୀ ଓ ଜାମୁକୋଳି

packing of toast
କେତେବେଳେ ଚାଟୁଥିଲେ, ଆଉ କେତେବେଳେ ମଇଳା ପାଦ ରଖି ଟୋଷ୍ଟ ପ୍ୟାକିଂ କରୁଥିଲେ ଶ୍ରମିକ : ଭିଡିଓ ଭାଇରାଲ

ଖାଦ୍ୟ ସାମଗ୍ରୀକୁ ଅପରିସ୍କାର କରି ପ୍ୟାକିଂ କରୁଛନ୍ତି ଶ୍ରମିକ । ନିକଟରେ ଏପରି ଏକ ଭିଡିଓ ଭାଇରାଲ୍ ହେବା ପରେ ଲୋକେ ରାଗି ପାଚି ଲାଲ୍ ହୋଇଯାଇଛନ୍ତି । କରୋନା କାଳରେ ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଲୋକମାନେ ଖାଦ୍ୟ ସାମଗ୍ରୀ ଉପରେ ଛେପ ତଥା ଭୁଲ ଉପାୟରେ ତିଆରି କରୁଥିବା ଦେଖିବାକୁ ମିଳୁଛି ।

Punjab Chief Minister Captain Amarinder Singh
କୃଷି ବିଲ୍‌କୁ ପୂରିଲା ଏକ ବର୍ଷ ; କୃଷକମାନଙ୍କୁ ଆଲୋଚନା ପାଇଁ ଡାକିଲା କେନ୍ଦ୍ର

କୃଷି ବିଲ୍‌କୁ ପୂରିଲା ୧ ବର୍ଷ । ଏନେଇ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୃଷି ବିଲ୍‌କୁ ରଦ୍ଦ କରିବା ଓ କୃଷକ ମାନେ କିପରି ଆଗକୁ ବଢିବେ ସେ ନେଇ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଛନ୍ତି । କୃଷି ଆଇନ୍‌ ବିରୋଧରେ ପ୍ରତିବାଦ କରି ଅନେକ କୃଷକ ନିଜ ପ୍ରାଣ ହରାଇଛନ୍ତି

Coronavirus
କୋଭିଡ୍‌ର ନୂଆ ଭ୍ୟାରିଆଣ୍ଟ ପରୀକ୍ଷଣ ପାଇଁ ପଞ୍ଜାବ୍‌ରେ ଖୋଲିଲା ଲ୍ୟାବ୍

ରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରିବା ପାଇଁ ପଞ୍ଜାବରେ ଖୋଲାଯାଇଛି ନୂଆ ଲ୍ୟାବ୍‌ । ଭାରତର ସମସ୍ତ ରାଜ୍ୟମାନଙ୍କ ମଧ୍ୟରୁ ପଞ୍ଜାବ୍‌ ହେଉଛି ପ୍ରଥମ ରାଜ୍ୟ ଯିଏ ଏହି ସର୍ବପ୍ରଥମେ ଭାଇରସ୍ ରିସର୍ଚ୍ଚ ଡାଇଗ୍ନୋଷ୍ଟିକ୍ ଲ୍ୟାବ୍ (VRDL) କୁ ଖୋଲିଛି

Terrorist attack
୩ ଘଣ୍ଟାରେ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣଙ୍କୁ ହତ୍ୟା କଲେ ଆତଙ୍କୀ

ଜମ୍ମୁ-କଶ୍ମୀରରେ ଶୁକ୍ରବାର ପୁଣି ଆତଙ୍କୀ ଆକ୍ରମଣ କରିଛନ୍ତି। ଜଣେ ପୋଲିସ କର୍ମୀ ଏବଂ ବିହାରର ଜଣେ ଶ୍ରମିକ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ଦକ୍ଷିଣ କାଶ୍ମୀରର କୁଲଗାଓର ଭିନ୍ନ ଭିନ୍ନ ସ୍ଥାନରେ ଏହି ଅଘଟଣ ଘଟିଛି।

YouTube
ୟୁଟ୍ୟୁବରେ ରୋଷେଇ ଶିଖେଇ ଆଈ ଲକ୍ଷପତି

ସୁମନ ଧାମନେଙ୍କ ଚ୍ୟାନେଲର ନାଁ ହେଉଛି ‘ଆପ୍‌ଲି ଆଜି’। ଓଡ଼ିଶାରେ ଏହାର ଅର୍ଥ ଆପଣମାନଙ୍କ ଜେଜେମା। ‘ଆପ୍‌ଲି ଆଜି’ ୟୁଟ୍ୟୁବ ଚାନେଲ ମାଧ୍ୟମରେ ସୁମନ ନିଜେ ପାରମ୍ପରିକ ଖାଦ୍ୟ ସହିତ ଦେଶର ବିଭିନ୍ନ ରାଜ୍ୟର ସ୍ୱତନ୍ତ୍ର ଖାଦ୍ୟକୁ ବନାଇବା ଶିଖାଇଥାନ୍ତି।

Finance Minister Nirmala Sitharaman
ମହଙ୍ଗା ହେବ ଆଇସ୍‌କ୍ରିମ ଖାଇବା, ଜୋମାଟୋ ଓ ସ୍ୱିଗିରୁ ଅର୍ଡର କରିବା

:ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର GST କାଉନସିଲ ବୈଠକ ପରେ ଅନେକ ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି। ଅନେକ ଜିନିଷରୁ ଜିଏସ୍‌ଟି ହ୍ରାସ କରାଯାଇଛି। ଅନେକ ଜିନିଷ ଉପରେ ଜିଏସ୍‌ଟି ବଢିଛି।

china-india
ଚୀନକୁ ଚକ୍କମା ଦେବାକୁ ପ୍ରସ୍ତୁତ ହେଉଛି ଭାରତ

ଉତ୍ତରରେ ଉଗ୍ର ଚୀନ୍, ପଶ୍ଚିମରେ ପ୍ରକ୍ସି ପାକିସ୍ତାନ। ଉଭୟ ଶତ୍ରୁଙ୍କ ମୁକିବିଲା ଲାଗି ଦରକାର ଯୋଜନାବଦ୍ଧ ରଣନୀତି। ଜଳ, ସ୍ଥଳ ଓ ଆକାଶବାହିନୀ ମଧ୍ୟରେ ଆବଶ୍ୟକ ଶୀର୍ଷମାନର ସମନ୍ୱୟ। ସେଥିଲାଗି ଏକ ସମନ୍ୱିତ ଯୁଦ୍ଧ ଲଢିବା ବ୍ୟବସ୍ଥା ବିକଶିତ କରିବାକୁ ପ୍ରୟାସ କରୁଛି ଭାରତ।

pan-adhar
ପୁଣି ଆଧାର-ପାନ ଲିଙ୍କ୍‌ର ଅବଧୀ ବଢାଇଲେ କେନ୍ଦ୍ର ସରକାର

ଆପଣ ଆଧାର ସହ ପାନ ସଂଯୋଗ କରିନାହାନ୍ତି। ଯଦି ନା ତେବେ ଆପଣଙ୍କ ଲାଗି ଏହା ବଡ଼ ଖବର। କାରଣ ପୁଣି ଥରେ ଆଧାର-ପାନ ସଂଯୋଗ ଯୋଡ଼ିବାକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର। ଆହୁରି ୬ ମାସ ପର୍ଯ୍ୟନ୍ତ ଏହି ତାରିଖକୁ ବଢାଇ ଦେଇଛନ୍ତି କେନ୍ଦ୍ର ସରକାର

terror attack
ସତ ଓଗାଳୁଛନ୍ତି ଆତଙ୍କୀ: ଭୟଙ୍କର ବିସ୍ପୋରଣ ପାଇଁ କରିଥିଲେ ମାଷ୍ଟର ପ୍ଲାନ୍‌

ବିଭିନ୍ନ ରାଜ୍ୟରୁ ୬ ଆତଙ୍କୀ ଧରାପଡ଼ିବା ଘଟଣାରେ ସାମ୍ନାକୁ ଆସିବା ପରେ ,ତାହାକୁ ନେଇ ପୂରା ଦେଶରେ ଏବେ ଜୋରସୋରେ ଚର୍ଚ୍ଚା ଚାଲିଛି। କାରଣ ବାରମ୍ବାର ଦେଶରୁ ଏପରି ଆତଙ୍କୀମାନଙ୍କୁ ଧରାଯାଉଛି ଯେଉଁମାନେ କି ଦେଶରେ ଅଶାନ୍ତି ସୃଷ୍ଟି କରିବା ଏବଂ ବଡ଼ ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ଆସୁଛନ୍ତି। ସେମାନଙ୍କର ଭୟଙ୍କର ଯୋଜନା ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି

Tanu Padmanabhan died
ଚାଲିଗଲେ ବୈଜ୍ଞାନିକ ତନୁ ପଦ୍ମନାଭନ୍

ଜଣାଶୁଣା ବୈଜ୍ଞାନିକ ତନୁ ପଦ୍ମନାଭନ୍‌ଙ୍କ ପରଲୋକ। ଶୁକ୍ରବାର ପୁଣେରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ଜଣେ ପୂର୍ବତନ ସହକର୍ମୀ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସୂଚନା ମୁତାବକ ହୃଦଘାତରେ ପୀଡ଼ିତ ହେବା ପରେ ପଦ୍ମନାଭନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଚିକିତ୍ସା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

pm modi
“ଆଫଗାନୀସ୍ତାନରେ ମହିଳାଙ୍କ ସୁରକ୍ଷା ସବୁଠୁ ବଡ଼ ଚିନ୍ତାର କାରଣ”

ଭାରତ ଉପରେ ଗଭୀର ପ୍ରଭାବ ପକାଇବ ଆଫଗାନୀସ୍ତାନ ସ୍ଥିତି ଉଭୟ ଅର୍ଥନୈତିକ ଓ ମାନବିକ ଦୃଷ୍ଟିକୋଣରୁ ଆଫଗାନବାସୀ ଏବେ ଅତ୍ୟନ୍ତ କଦର୍ଯ୍ୟ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ବିନା ଚୁକ୍ତି କି ସହମତିରେ ତାଲିବାନ ସରକାର ଗଠନ କରିଥିବାରୁ, ବୁଝି ବିଚାରି ନିଷ୍ପତ୍ତି ନେବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Corona Vaccination
ମୋଦୀଙ୍କ ଜନ୍ମଦିନରେ ରେକର୍ଡ : ଦିନକରେ ଦୁଇ କୋଟି ଟିକାକରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଜନ୍ମଦିନ। ୭୧ ବର୍ଷରେ ପଦାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ଜନ୍ମଦିନ ଅବସରରେ କରୋନା ଟୀକାକରଣରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସାରା ଦେଶରେ ୨ କୋଟିରୁ ଅଧିକ ଟିକା ଦିଆଯାଇଛି

petroll
“ଜିଏସଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ, ଡିଜେଲ”

ବର୍ତ୍ତମାନ ପାଇଁ ଜିଏସଟି ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ, ଡିଜେଲ ଓ ଅନ୍ୟ ପେଟ୍ରୋଲିୟମଜାତ ସାମଗ୍ରୀ। ଆଜି ବସିଥିବା ଜିଏସଟି କାଉନସିଲର ୪୫ତମ ବୈଠକରେ ଏହି ପ୍ରସ୍ତାବକୁ ରାଜ୍ୟମାନେ ଜୋରଦାର ବିରୋଧ କରିଥିଲେ। ଏପରିକି ଏହି ପ୍ରସ୍ତାବ ଉପରେ ଆଲୋଚନା ଲାଗି ରାଜି ବି ହୋଇନଥିଲେ