ଜଳେଶ୍ୱର:ଭୂତ ଛଡ଼ାଇବା ନାଁରେ ଜଣେ ବାଳକକୁ ନିର୍ଘାତ ମାଡ଼ ମାରିଛି ଗୁଣିଆ । ସେତିକି ନୁହେଁ, ଚପଲ ଖୁଆଇବାକୁ ବି ଉଦ୍ୟମ କରିଛି । ଏଣେ ପିଲାଟି ମାଡ଼ ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଧା ଥାନା ରାଣୀଗୁଡ଼ା ଗାଁରେ। ଯାହାର ଭିଡ଼ିଓ ଭାଇରାଲ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମହାଦେବ ଗାଁର ୭/୮ ବର୍ଷର ଏହି ବାଳକର ଦେହ ନିୟମିତ ଭାବେ ଅସୁସ୍ଥ ହେଉଥିଲା। […]
ମୟୂରଭଞ୍ଜ:ଜେଲ ଭିତରେ ଅପରାଧୀ, ହେଲେ ବାହାରେ କରୁଛି ଚୋରି ! କେମିତି ସମ୍ଭବ ? ହଁ, ପୋଲିସ ଫାଇଲ୍ରେ ଏ ସବୁ ସମ୍ଭବ। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଜଣେ ଯୁବକଙ୍କ ନାଁରେ ଆସିଛି ଏମିତି ଅଭିଯୋଗ। ଯୁବକ ଜଣକ ଏକ ଅପରାଧିକ ମାମଲାରେ ସଂପୃକ୍ତ ହୋଇ ୨୦ ଦିନ ଜେଲରେ ରହିଲେ। ହେଲେ ସେହି ୨୦ଦିନ ମଧ୍ୟରେ ଅନ୍ୟ ଗୋଟିଏ ସ୍ଥାନରେ ହୋଇଥିବା ଚୋରି ଘଟଣାରେ ସେ ହୋଇଗଲେ ଅଭିଯୁକ୍ତ । ଉଦଳା ପୋଲିସ ଏ […]
ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଜେପୁରର ନବନିର୍ବାଚିତ ବିଧାୟିକା ରୀତା ସାହୁ । ବାଚସ୍ପତିଙ୍କ ଚାମ୍ବରରେ ସେ ଶପଥ ନେଇଛନ୍ତି ।ଗତମାସରେ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିର ରୀତା ସାହୁ ବିଜୟୀ ହୋଇଥିଲେ । ସୂଚନାଥାଉ କି, ଗତ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ଠିଆ ହୋଇ ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ସେ ବିଜେପୁର ଆସନ ଛାଡି ଦେଇଥିଲେ। […]
ଜୟପୁର: ପୁଣି ସାପକୁ ଅଟକାଇଲା ପୋଷା କୁକୁର। ସାପ ସହ ସଂଘର୍ଷ ସହ ତାକୁ ଦି ଗଡ଼ କରିଦେଇଛି। ବଡ଼ ବିପଦରୁ ବଞ୍ଚାଇଛି ତାର ମାଲିକ ପରିବାରକୁ। ପୁଣି ଥରେ ପ୍ରମାଣ ଦେଇଛି ତାର ବିଶ୍ୱସନୀୟତାର। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ। ଜୟପୁର ସହରର ପାଓ୍ୱାର ହାଉସ କଲୋନୀରେ ରୁହନ୍ତି ଶଙ୍କର ତ୍ରୀପାଠି। ଗତକାଲି ଅପରାହ୍ନ ୩ଟା ବେଳେ ତାଙ୍କ ଘରକୁ ଏକ ସାପ ପଶି ଆସୁଥିଲା। ହଠାତ୍ ପୋଷା କୁକୁରର ନଜର ପଡିଥିଲା […]
ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏଠି ପ୍ରସୂତିଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଜଣେ ପ୍ରସୂତିଙ୍କୁ କେବଳ ଭାତ ଏବଂ ଡାଲି ଦିଆଯାଇଥିବା ପ୍ରସୂତିଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ସେତିକି ନୁହେଁ, ପ୍ରସୂତିଙ୍କୁ ଦିଆଯାଉଥବା ଖାଦ୍ୟର ପରିମାଣ ମଧ୍ୟ ଯଥେଷ୍ଟ ନ ଥିବା ଅଭିଯୋଗ କରିଛନ୍ତି ପ୍ରସୂତିଙ୍କ ସମ୍ପର୍କୀୟ। ଏ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଏନେଇ […]
ସୋନପୁର:ଏ ଥିଲା ଏକ ନିଆରା ବାହାଘର। ଏଠି ବରକନ୍ୟାଙ୍କ ଆଖିରେ ନ ଥିଲା ଆକାଶରେ ଉଡ଼ି ବୁଲିବାର ସ୍ୱପ୍ନ । କାହା ମନରେ ବି ନ ଥିଲା କାହାଠାରୁ କିଛି ପାଇବାର ଆଶା । ତଥାପି ଏ ବାହାଘରରେ ସେମାନେ ଖୁସି ଥିଲେ। ବେଶ ଆଡମ୍ବରରେ ବି ହୋଇଥିଲା ବାହାଘର । ବାଜା ଥିଲା, ରୋଷଣୀ ବି ଥିଲା। ଏମିତି ଏକ ବାହାଘର ଆୟୋଜିତ ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ। ବର ଥିଲେ ୭୫ ବର୍ଷ […]
ବରଗଡ଼: ସ୍କୁଲ ପିଲାଙ୍କୁ ଗଣିତ ପଢାଇ ଚର୍ଚ୍ଚାକୁ ଆସିଥିଲେ ମାଲକାନଗିରି ଜିଲ୍ଲାପାଳ। ତା ପରେ ଗଜପତି ଜିଲ୍ଲାପାଳ ସ୍କୁଲପିଲାଙ୍କୁ ଭୂଗୋଳ ପଢାଇ ବି ଏମିତି ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରି ପ୍ରଶଂସା ସାଉଁଟୁଛନ୍ତି ବରଗଡ଼ ଜିଲ୍ଲାପାଳ। ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜନକେଡ଼ାରେ ଥିବା ଗୋପବନ୍ଧୁ ସେବା ସଦନକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ମଧ୍ୟାହ୍ନ ଭୋଜନର ମାନ ପରଖିବା ପାଇଁ ଜିଲ୍ଲାପାଳ […]
ଭୁବନେଶ୍ୱର: ଆଜି ବଡ଼ ଓଷା। ସକାଳୁ ସକାଳୁ ବେଶ୍ ଚଳଚଞ୍ଚଳ ହୋଇଉଠିଛି ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠ। ଆଜି ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି। ରାତି ପ୍ରାୟ ୩ଟା ସମୟରେ ବାବା ଧବଳେଶ୍ୱରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା। ପରେ ମଙ୍ଗଳଆଳତି, ମଇଲମ ଆଦି ସମସ୍ତ ରୀତିନୀତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପାଦିତ ହୋଇଥିଲା। ଏହାପରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ମଧ୍ୟରାତ୍ରୀରେ […]
ଏହି ହାତୀ ପଲ କରଞ୍ଜିଆ ରେଞ୍ଜର ମହୁଲିଆସୁଳି,ରାଉତାଲିପାଟ,ତୁଟି ସାହି ,ହଳଦିଆ, କାଶିଆ ପୋଖରିଆ,ଶିରମଣିପୁର,ଘରମାବେଡା, ସୁନାପୋଷି ଅଞ୍ଚଳରେ ଉତ୍ପାତ ଜାରି ରଖିଛନ୍ତି। ଯାହା ଫଳରେ ଉଭୟ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ନାନାଦି ପ୍ରୟାସ ସତ୍ତ୍ୱେ ହାତୀ ପୁନର୍ବାର ଆସୁଥିବା ବିଭାଗ ସୂଚନା ଦେଇଛି
ଆଦିବାସୀ ଅଧ୍ୟୁସିତ ବଣ ପାହାଡ ଘେରା କୁଚିଣ୍ଡା ଉପଖଣ୍ଡର ଶିରିଡ ଗାଁରେ ଅପହଂଚ ମୋବାଇଲ ନେଟୱାର୍କ। । ଇଂଟରନେଟ ସେବା ଉପଲବ୍ଧ ହେଉନଥିବାରୁ ଚାଷୀଙ୍କ ଧାନ ବିକ୍ରି ଠାରୁ ଆରମ୍ଭ କରି ଗ୍ରାମର ଉନ୍ନୟନ ମୂଳକ କାମ, ପୋଷ୍ଟ ଅଫିସ କାମ କି ଛାତ୍ର ଛାତ୍ରୀଙ୍କ ପାଠପଢା ସବୁ ବାଧାପ୍ରାପ୍ତ ହେଉଛି । କଥା ହେବା ଠାରୁ ଆରମ୍ଭ କରି ନେଟ ସେବା ପାଇଁ ଗାଁ ମୁଣ୍ଡ ସ୍ଥିତ ପଥୁରିଆ ପାହାଡ ସାହା ଭରସା ଏବେ ପାଲଟିଛି ।
ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ବୃୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରୟାସ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ ବର୍ଷ ହେଲା ରାସ୍ତାରେ ଥିବା ଖାଲଖମାକୁ ମରାମତି କରୁଛନ୍ତି ହାଇଦ୍ରାବାଦର ବୃଦ୍ଧ ଦମ୍ପତି।
ଯେଉଁ ବୟସରେ ଘରେ ବସି ପୁଅବୋହୂଙ୍କ ସେବା ପାଇବା କଥା, ସେହି ବୟସରେ ବିଛଣାରେ ପଡ଼ିଥିବା ପୁଅର ସେବାରେ କଟୁଛି ସମୟ। ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ। ଦିନ ମଜୁରିଆ ପୁଅ ବିଛଣାରେ ପଡ଼ିବା ପରେ ପର ଦୁଆରେ ହାତପାତି ଯାହା ପାଉଛନ୍ତି, ସେଥିରେ ଚଳୁଛନ୍ତି । ଚିକିତ୍ସା କଥା ପଚାରେ କିଏ ? ଏବେ ସରକାରୀ ସହାୟତାକୁ ଅପେକ୍ଷା . . .
ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲେ ବାରିପଦାର ଦୁଇ କୁନି ଝିଅ । ନିଜ ନାଚର ଯାଦୁରେ କିମିଆଁ କରି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ । ଜୁନିଅର ମଡେଲ ଇଣ୍ଟରନେସନାଲ ରାଇଜିଂ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ଏବେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଡ ଶୋରେ ପ୍ରତିଯୋଗିତା କରିବେ ଅର୍ଚ୍ଚିତା ଓ ଦିବ୍ୟାଙ୍ଗନା ।
ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।
ଲୋକକଳା, ଲୋକ ସଂସ୍କୃତି ତଥା ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା । ଲକଡାଉନ, ସଟଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବକ୍ରି ହେଉନଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।
ଏସ୍ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।
ବର୍ଷାଦିନ ଆସିଲେ ନିଦ ହଜିଯାଉଛି । ନଦୀ ଫୁଲିଲେ ବଢୁଛି ଚିନ୍ତା । ଗାଁ ଆଡକୁ ମାଡି ଆସୁଛି ବିପଦ । ରାୟଗଡ଼ା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ଲୋକଙ୍କ ପାଇଁ ଦୁଃଖ ସାଜିଛି ନାଗାବଳୀ ନଦୀ । ଲଗାଣ ବର୍ଷା ହେଲେ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡା ଖସୁଛି । ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗାଁ ଆଡ଼କୁ ମାଡି ମାଡ଼ି ଆସୁଛି । ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି । ସ୍ଥାୟୀ ସମାଧାନ ନେଇ ଗାଁଲୋକେ ପ୍ରଶାସନକୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।
କେନ୍ଦୁଝର: ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ କେନ୍ଦୁଝର ପୁଲିସ୍ ୭ଜଣଙ୍କୁ ଗିରଫ କରିଛି। ଏମାନେ ଚାକିରି କରାଇ ଦେବା କହି ପ୍ରତି ପିଲାଙ୍କ ଠାରୁ ୧୨ ରୁ ୧୪ ହଜାର ଟଙ୍କା ନେଉଥିଲେ ବୋଲି ପୁଲିସ୍ କହିଛି। ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ଗ୍ଲେଜ ଇଣ୍ଡିଆ ନାମକ ମାର୍କେଟିଂ ସଂସ୍ଥା ବିରୋଧରେ ଠକେଇ ଅଭିଯୋଗ ଆସିବା ପରେ ପୁଲିସ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର ଜବତ ହୋଇଛି। ଏହି ମାର୍କେଟିଂ ସଂସ୍ଥା ଯୁବକ ଯୁବତୀଙ୍କୁ […]
ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱର-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ୍ ପ୍ଲାଟଫର୍ମ ଛାଡ଼ୁ ଥିବା ବେଳେ ଯାତ୍ରୀ ଜଣଙ୍କ ସେଥିରୁ ଡେଇଁ ପଡ଼ିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ଯାତ୍ରୀ ଜଣକ ପଡ଼ି ଯାଇଥିଲେ। ଏହି ସମୟରେ ଉପସ୍ଥିତ ଆର୍ପିଏଫ୍ କନଷ୍ଟେବଳ ସଙ୍ଗେସଙ୍ଗେ ଦୌଡ଼ି ଯାଇ ତାଙ୍କୁ ରକ୍ଷା କରିଥିଲେ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଏହି ଯାତ୍ରୀଙ୍କ […]
ବଲାଙ୍ଗିର (ମନୋରଞ୍ଜନ ଯୋଶୀ): କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଛି। କୌଣସି ଏକ ଅଜଣା ସ୍ଥାନରେ ବିଧାୟକଙ୍କୁ ପୁଲିସ୍ ଜେରା କରୁଥିବା ଜଣାପଡ଼ିଛି। ପାଟଣାଗଡ଼ର ପୂର୍ତ୍ତ ବିଭାଗ ଜେଇ ଜୟକାନ୍ତ ଶବରଙ୍କୁ ଉଠ୍ବସ୍ ଘଟଣାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୨୬ରେ ବିଧାନସଭା […]
ନୟାଗଡ଼: ପୁଣି କଙ୍ଗାରୁ କୋର୍ଟ! ଚୋର ଧରିବା ପାଇଁ ରାତି ଅଧିରେ ବୁଲିଲା ଖଟ। ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଉଦୟପୁର ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଏହି ଗାଁର ଜଣେ ମହିଳା ନିଜ ଦିଅରଙ୍କ ଘରୁ ସୁନା ଗହଣା ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗ୍ରାମସଭା ଡ଼କା ଯାଇଥିଲା। ଚୋର ଧରିବା ପାଇଁ ଗାଁରେ ଖଟ ବୁଲାଯିବା ବୋଲି ସଭାରେ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁସାରେ, […]
ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରେ ଗତକାଲି ବିଳମ୍ବିତ ରାତିରେ ୪ଟି ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁବୃର୍ତ୍ତମାନେ ଏକ ତେଜରାତି ଦୋକାନ ସହିତ ବିୟୁଟି ପାର୍ଲର, ଗ୍ୟାରେଜ୍ ଓ ପାନ ଦୋକାନର ତାଲା ଭାଙ୍ଗି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ଗୋପାଳପୁର ବଜାରରେ ବାରମ୍ୱାର ସିରିଜ୍ ଚୋରି ହେଉଥିଲେ ବି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ […]
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଛନ୍ତି। ବିଜେଡି-ବିଜେପି ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ପୂର୍ବରୁ କଂଗ୍ରେସ ଅଭିଯୋଗ କରିଥିବା ବେଳେ ଏହାକୁ ଖୋଲା ବୁଝାମଣା ବୋଲି ଧର୍ମେନ୍ଦ୍ର କହିଛନ୍ତି। ‘ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ। ତାଙ୍କ କଥାକୁ ରକ୍ଷା କରିଛନ୍ତି ନବୀନ। ଏହି ବୁଝାମଣା ପଛରେ ବିକାଶ ହିଁ ପ୍ରମୁଖ […]
ଭୁବନେଶ୍ୱର: ସାରା ରାଜ୍ୟକୁ ମୌସୁମୀ ଛୁଇଁଥିଲେ ବି ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏଭଳି ଆକଳନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଅନେକ ସ୍ଥାନରେ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ତାଲଚେରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ […]
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ଏକ ବିମାନ ଜରୁରୀ ଅବତରଣ କରିଛି। ଜଣେ ମାନସିକ ବିକାରଗ୍ରସ୍ତ ଯାତ୍ରୀଙ୍କ ଉତ୍ପାତ ଯୋଗୁ ଇଣ୍ଡିଗୋର ଏହି ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଛି। ବିମାନଟି ହାଇଦ୍ରାବାଦରୁ ଗୌହାଟି ଅଭିମୁଖେ ଯାଉଥିଲା। ସୂଚନା ଅନୁସାରେ, ଇର୍ସାଦ ଅଲ୍ଲୀ ନାମକ ଜଣେ ଯୁବକ ବିମାନ ଭିତରେ ଚିତ୍କାର କରିବା ସହ ଲୋକଙ୍କୁ ଗାଳିଗୁଲଜ, ପାଟି କରୁଥିଲେ। ଏପରିକି ବିମାନ ଉଡ଼ୁଥିବା ସମୟରେ ସେ ଏଣେତେଣେ ଚଲାବୁଲା ମଧ୍ୟ କରୁଥିଲେ। ଫଳରେ ତାଙ୍କର […]