• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

explosion
ଗ୍ୟାସ୍‌ ଟାଙ୍କି ଫାଟି ୪ ଗୁରୁତର

ନୟାଗଡ଼: ଗ୍ୟାସ୍‌ ଟାଙ୍କି ଫାଟି ୪ ଗୁରୁତର ଆହତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଗାଁରେ ଏହି ଅଘଟଣ ଘଟିଛି। ଆହତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ବାହାଡ଼ାଝୋଲା ଗାଁର ବିଜୟ ଘଟୁଆ, ଘରେ ଥିବା ଟାଙ୍କିରୁ ଗ୍ୟାସ୍‌ ଲିକ୍ ହେଉଥିବା ଦେଖି ସଜାଡ଼ିବା ପାଇଁ ମେକାନିକ୍‌କୁ ଡାକିଥିଲେ। ମେକାନିକ୍‌ ଟାଙ୍କି ସଜାଡ଼ିବା ପରେ ଟାଙ୍କିରୁ ଗ୍ୟାସ୍‌ ଲିକ୍‌ ହେଉଛି କି ନାହିଁ […]

  • Saturday, 10 July 2021
RRB Exam
ପରୀକ୍ଷା ନଦେଇ ଫେରିଗଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷା(ଆର୍‌ଆର୍‌ବି)ରେ ଅବ୍ୟବସ୍ଥା।  ଜୁନିଅର୍‌ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଆଇଟି ଓ ଡିପୋଟ୍‌ ମ୍ୟାଟେରିଆଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ପଦବୀ ପାଇଁ ଆଜି ଜାତୀୟ ସ୍ତରରେ ପରୀକ୍ଷା ହେଉଥିଲା। ଏଠାରେ ଆର୍‌ଆର୍‌ବି ଭୁବନେଶ୍ୱର ପକ୍ଷରୁ ଏହାକୁ ପରିଚାଳନା କରାଯାଉଥିଲା। ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ଅବ୍ୟବସ୍ଥା ଯୋଗୁ ଛାତ୍ରଛାତ୍ରୀ ଶେଷ ମୁହୂର୍ତ୍ତରେ ପରୀକ୍ଷା ଦେଇ ନ ପାରି ନିରାଶ ହୋଇ ଫେରିଯାଇଛନ୍ତି। ଶେଷରେ ପରୀକ୍ଷାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷାକୁ ବାତିଲ୍‌ […]

  • Saturday, 10 July 2021
Blue Whales
ହ୍ୱେଲ୍ ମାଛ ମାପେ ସମୁଦ୍ରର ଗଭୀରତା

କ’ଣ ଆପଣ ଜାଣନ୍ତି ହ୍ୱେଲ୍ ମାଛର ଶବ୍ଦ ସମୁଦ୍ରର ଗଭୀରତା ମାପିପାରେ ! ହେଲେ କେମିତି ଦେଖନ୍ତୁ ପୁରା ରିପୋର୍ଟ।

rain
ତାତିରୁ ମିଳିବ ତ୍ରାହି! ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଅସହ୍ୟ ତାତିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ତେବେ କିଛି ଜିଲ୍ଲାରେ ବର୍ଷା ହେବାନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର। ଏହି ସବୁ ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସମ୍ବଲପୁର ଓ ହୀରାକୁଦରେ ସ୍ୱଳ୍ପ ଧରଣର ବର୍ଷା ହୋଇଥିଲା। ଅନ୍ୟପକ୍ଷେ, ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ଦୁଇ ତିନି […]

  • Saturday, 10 July 2021
sand art
ବାଲୁକା କଳା ମାଧ୍ୟମରେ କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ(ମଧୁସୂଦନ ମିଶ୍ର): ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରରୋହଣକାରୀ କଳ୍ପନା ଦାଶଙ୍କ ଦୁଃଖଦ ବିୟୋଗ ଘଟିଛି। ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ ପ୍ରାଣ ହରାଇଛନ୍ତି ପାହାଡ଼ ରାଣୀ କଳ୍ପନା। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଲୁକା କଳା ମାଧ୍ୟମରେ କଳ୍ପନା ଦାଶଙ୍କ ଆତ୍ମାର ସେ ସଦ୍‌ଗତି କାମନା କରିଛନ୍ତି। I am deeply saddened to know about the demise of #KalpanaDash, the woman mountaineer from […]

  • Saturday, 10 July 2021
fire
ଦୋକାନରେ ଲାଗିଲା ନିଆଁ

ରାୟଗଡ଼ା(ମନୋଜ ପାତ୍ର): ଦୋକାନ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ। ରାୟଗଡ଼ା ଜିଲ୍ଲା ସାରଳା ଛକ ନିକଟ ଓଭରବ୍ରିଜ୍‌ ତଳେ ଏହି ଅଘଟଣ ଘଟିଛି। ଆଜି ଭୋର ସମୟରେ ଓଭରବ୍ରିଜ୍‌ ତଳେ ଥିବା ଘଣ୍ଟା, ଚପଲ ଓ ଫଳ ଦୋକାନରେ କୌଣସି କାରଣରୁ  ନିଆଁ ଲାଗି ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡରେ  ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

  • Saturday, 10 July 2021
child dead body rescue
ନାଳ ଭିତରୁ ନିଖୋଜ ଶିଶୁର ମୃତଦେହ ଉଦ୍ଧାର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ପଡ଼ାର  ନିଖୋଜ ହୋଇଥିବା ଜଣେ ୫ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଏକ ପରିତ୍ୟକ୍ତ ନାଳରୁ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସ୍‌କୁ ଖବର ଦିଆଯାଇଥିଲା। ଟାଉନ୍  ଥାନା ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି। ଶିଶୁର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ନାକରୁ ରକ୍ତ ବାହାରୁଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ  […]

  • Saturday, 10 July 2021
aparajita sarangi
ବିଜୟ ପରେ ଅପରାଜିତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିଜେପିର ନବ ନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପାର୍ଟି ଅଫିସ୍‌ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହେବା ପରେ ଗତକାଲି ଅପରାଜିତା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ।  ସେଠାରେ କର୍ମୀ ଏବଂ ନେତାମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ସହ ସ୍ୱାଗତ ଜଣାଇଥିଲେ। ଏଥର ଭୁବନେଶ୍ୱର ଲୋକସଭା ଆସନରେ ରୋଚକପୂର୍ଣ୍ଣ ଲଢେଇ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ଦୁଇ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍ ଅଧିକାରୀ । ହେଲେ ଏହି ଲଢ଼େଇରେ […]

  • Saturday, 10 July 2021
drown
ପାଣିରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ; ବନ୍ଧା ହେଲେ କୋଚିଂ ସେଣ୍ଟର ମାଲିକ

ସମ୍ବଲପୁର(ସଞ୍ଜୟ ଜେନା): ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଜତ କୁମାର ସାହୁ। ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳରେ ତାଙ୍କ ଘର। ସେ ଚିପିଲିମା ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର। ସମ୍ବଲପୁରର ସିଂହପାଲିରେ ଥିବା ଏକ କୋଚିଂ ସେଣ୍ଟରରେ ରହି ସେ ସମରକୋର୍ସ କରୁଥିଲେ ବୋଲି ଜଣାପଡ଼ିଛି। ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରଜତ ତାଙ୍କର କିଛି ସାଙ୍ଗଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ […]

  • Saturday, 10 July 2021
bombing
ପିପିଲିରେ ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପିପିଲିରେ ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ବଳଙ୍ଗା ଥାନା ଅନ୍ତର୍ଗତ କମାକନ୍ତିଆରେ ଥିବା ଆଶ୍ରିତଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ୨ଟି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ତାଙ୍କ ଘରର କବାଟ ଭାଙ୍ଗି ଯାଇଛି। ତେବେ କେହି ମୃତାହତ ହୋଇ ନାହାନ୍ତି। ଚଳିତ ନିର୍ବାଚନରେ ଆଶ୍ରିତ ପିପିଲିରୁ ବିଜେପି ବିଧାୟକ […]

  • Saturday, 10 July 2021
rain
ଆଜି ୪ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେବେ ଆଜି ୪ଟି ଜିଲ୍ଲାରେ ଧୂଳିଝଡ଼, କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ଏହି ଜିଲ୍ଲା ଗୁଡ଼ିକରେ ଅପରାହ୍ଣ ୩ଟା ୩୦ ଯାଏ ସତର୍କ ରହିବାକୁ କୁହାଯାଇଛି। ଏହି ସମୟରେ ହାଲ୍‌କା ବର୍ଷା ହେବା ସହ […]

  • Saturday, 10 July 2021
recheck
୨୪ରୁ ମାଟ୍ରିକ୍‌ ଖାତା ଯାଞ୍ଚ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ

ଭୁବନେଶ୍ୱର: ଆସନ୍ତା ୨୪ରୁ ମାଟ୍ରିକ୍‌ ପରୀକ୍ଷା ଖାତା ଯାଞ୍ଚ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୧୦ ଦିନ ପାଇଁ ଅନ୍‌ଲାଇନ୍‌ ଯୋଗେ ଆବେଦନ କରିପାରିବେ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି। ସେହିପରି ମଧ୍ୟମା ପରୀକ୍ଷାର୍ଥୀ ଆସନ୍ତା ୨୪ରୁ ଅଫ୍‌ଲାଇନ୍‌ ଯୋଗେ ଯାଞ୍ଚ ପାଇଁ ଆବେଦନ କରିପାରିବେ। ଅନ୍ୟପକ୍ଷେ, ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ୨ଟି କଣ୍ଟ୍ରୋଲ୍ ରୁମ୍ ନମ୍ବର ଜାରି କରାଯାଇଛି। କଣ୍ଟ୍ରୋଲ୍ ରୁମ୍ ନଂ ହେଲା- ୦୬୭୧- ୨୪୧୨୦୫୯, […]

  • Saturday, 10 July 2021
matric exam
OMR ସିଟ୍ ଗାଏବ ଘଟଣା: ସ୍ୱତନ୍ତ୍ର ଫର୍ମୁଲାରେ ଖାତା ମୂଲ୍ୟାୟନ

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷା ବେଳେ ମାଲକାନଗିରି ଜିଲ୍ଲାର ପଡ଼ିଆ SSV ହାଇସ୍କୁଲର OMR ସିଟ୍ ହଜି ଯାଇଥିଲା। ୧୦୮ଟି ଓଏମ୍ଆର୍ ସିଟ୍  ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ପରୀକ୍ଷା କମିଟିର ସୁପାରିଶ ଅନୁସାରେ ଏକ ସ୍ୱତନ୍ତ୍ର ଫର୍ମୁଲା ଅନୁଯାୟୀ ସେହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରୋସେସ୍ କରାଯାଇଥିବା ବୋର୍ଡ ସଭାପତି ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି। ଲିଖିତ ଉତ୍ତରକୁ ଦେଖି ସେହି ଅନୁସାରେ ମାର୍କ ଦିଆଯାଇଥିବା ଜଣାପଡ଼ିଛି। ସେପଟେ ୩ଟି ସ୍କୁଲ୍‌ରେ କପି ପାଇଁ […]

  • Saturday, 10 July 2021
naveen patnaik
କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଦଶମ ବୋର୍ଡ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି। Congratulate all students who matriculated today. Best wishes for your future. pic.twitter.com/BKrzMYd3H6 — Naveen Patnaik […]

  • Saturday, 10 July 2021
controll room
ପରୀକ୍ଷାର୍ଥୀଙ୍କ ଅଭିଯୋଗ ପାଇଁ ଜାରି ହେଲା କଣ୍ଟ୍ରୋଲ୍‌ ରୁମ୍‌ ନମ୍ବର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ। ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ହୋଇଥିବା ବେଳେ ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ତେବେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ୨ଟି କଣ୍ଟ୍ରୋଲ୍ ରୁମ୍ ନମ୍ବର ଜାରି କରାଯାଇଛି। କଣ୍ଟ୍ରୋଲ୍ ରୁମ୍ ନଂ ହେଲା- ୦୬୭୧- ୨୪୧୨୦୫୯, ୨୪୧୨୦୬୦। ପରୀକ୍ଷାର୍ଥୀଙ୍କ ଯଦି କୌଣସି ବିଷୟକୁ ନେଇ ଅଭିଯୋଗ ଥାଏ କିମ୍ବା କୌଣସି ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହି କଣ୍ଟ୍ରୋଲ୍ […]

  • Saturday, 10 July 2021
matric result
ଝାରସୁଗୁଡ଼ାରେ ଅଧିକ, କୋରାପୁଟରେ କମ୍‌

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥର ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ତେବେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ହୋଇଥିବା ବେଳେ ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି। ଝାରସୁଗୁଡ଼ାରେ ପାସ୍ ହାର ୮୫. ୪୮ ପ୍ରତିଶତ ରହିଛି। ସେହିପରି କୋରାପୁଟରେ […]

  • Saturday, 10 July 2021
matric result
ଏଥର ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ରହିଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ସ୍କୁଲ୍‌ରେ ମାଟ୍ରିକ୍ ରେଜଲ୍ଟ ଖରାପ ହୋଇଛି ତା’ର ସମୀକ୍ଷା ହେବ। ରେଜଲ୍ଟ ଖରାପ ହୋଇଥିବା ସ୍କୁଲ୍‌ର ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଚଳିତ ବର୍ଷ ପରୀକ୍ଷାରେ ସିସିଟିଭି ଏବଂ କପି ରୋକିବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

  • Saturday, 10 July 2021
matric students..
ମାଟ୍ରିକ୍‌ ପରୀକ୍ଷାରେ ଝିଅଙ୍କ ବାଜିମାତ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍‌ ରେଜଲ୍ଟ। ଏଥର ମୋଟ୍‌ ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ଅଛି। ଚଳିତ ବର୍ଷ ମୋଟ୍‌ ୩ ଲକ୍ଷ ୯୭ ହଜାର ୧୨୫ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ଛାତ୍ରୀ ଥିବାବେଳେ , ୧ ଲକ୍ଷ ୯୧ ହଜାର ୬୫୫ ଛାତ୍ର ଅଛନ୍ତି। […]

  • Saturday, 10 July 2021
a man stoned to death
ପଥରରେ ଛେଚି ନିର୍ମମ ହତ୍ୟା

ରାଉରକେଲା: ରାଉରକେଲା ବୀରମିତ୍ରପୁରରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ କବିବର ଜୟପୁରିଆ। ଗତକାଲି ବିଳମ୍ବିତ ରାତିରେ ବୀରମିତ୍ରପୁର ଡେଲି ମାର୍କେଟ୍‌ରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। କବିବର ବିଭିନ୍ନ ହୋଟେଲ୍‌କୁ ପାଣି ଯୋଗାଇ ଗୁଜରାଣ ମେଣ୍ଟାଉଥିଲେ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

  • Saturday, 10 July 2021
Nandankanan
ଆଜି ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ୧୯ ଦିନ ପରେ ଆଜି ଖୋଲିବ ନନ୍ଦନକାନନ। ନନ୍ଦନକାନନ ସଂଲଗ୍ନ ବଟାନିକାଲ୍‌ ଗାର୍ଡେନ ବି ଆଜି ଖୋଲିବ। ବାତ୍ୟା ‘ଫୋନି’ରେ ନନ୍ଦନକାନନ ସହ ବଟାନିକାଲ୍‌ ଗାର୍ଡେନ କ୍ଷତିଗ୍ରସ୍ତ ହୋଇଥିଲା। ଭାଙ୍ଗି ଯାଇଥିବା ଗଛ ଓ ତାର ଜାଲି, ବାଡ଼ ମରାମତି ପରେ ନନ୍ଦନକାନନ ଖୋଲିବ। ‘ଫୋନି’ ତାଣ୍ଡବରେ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚିଡିଆଖାନାର ବହୁ ଖୁଆଡ଼ରେ ଗଛ ଉପୁଡ଼ି ପଡିଥିଲା। ତେବେ ଚିଡିଆଖାନାକୁ ପୁଣି ଥରେ ସଜାଡ଼ିବାକୁ ଯୁଦ୍ଧକାଳୀନ ଭିତ୍ତିରେ ନନ୍ଦନକାନନ କର୍ତ୍ତୃପକ୍ଷ କାମ ଆରମ୍ଭ […]

  • Saturday, 10 July 2021
jual oram
ଓଡ଼ିଶାରେ ବିଜେପି ସରକାର ଗଠନ କରିବ: ଜୁଏଲ୍‌ ଓରାମ

ଭୁବନେଶ୍ୱର: ବିଭିନ୍ନ ଗଣମାଧ୍ୟମ ଏବଂ ଏଜେନ୍ସି ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପରେ ବିଭିନ୍ନ ଦଳର ରାଜନୈତିକ ନେତାମାନେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଏକ୍‌ଜିଟ୍ ପୋଲ ଆକଳନକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଜୁଏଲ କହିଛନ୍ତି। ସେ କହିଛନ୍ତି, ‘ଓଡ଼ିଶାରେ ବିଜେପି ୭୦ରୁ ଅଧିକ ଆସନ ଜିତି ସରକାର ଗଠନ କରିବ। ସେହିପରି ୧୮ରୁ ଅଧିକ ଲୋକସଭା ଆସନ ଦଳକୁ […]

  • Saturday, 10 July 2021
damodar rout
‘ବିଜେଡି ମ୍ୟାଜିକ୍‌ ନମ୍ବର ଛୁଇଁବା ସମ୍ଭବ ନୁହେଁ’

ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ପାଇଁ ଗତକାଲି ମତଦାନ ସରିଯାଇଥିବା ବେଳେ ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ହେଲେ ତା’ପୂର୍ବରୁ ଏକଜିଟ୍ ପୋଲ୍‌ ଆକଳନକୁ ନେଇ ଭିନ୍ନ ଭିନ୍ନ ପୂର୍ବାନୁମାନ କରାଯାଉଛି । ତେବେ ଏକ୍‌ଜିଟ୍ ପୋଲ ଆକଳନକୁ ନେଇ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ପ୍ରତିକ୍ରିୟା ରଖିଛନ୍ତି। ନିଜ ପୂର୍ବ ଆକଳନକୁ ଦୋହରାଇ ଦାମ ରାଉତ କହିଛନ୍ତି ଯେ, ଏଥର ଝୁଲା ବିଧାନସଭା ହେବ। ଓଡ଼ିଶାରେ ବିଜେପି ୫୫ରୁ ଅଧିକ, କଂଗ୍ରେସ ୨୫ରୁ […]

  • Saturday, 10 July 2021
heat wave
ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାତିରୁ ନାହିଁ ତ୍ରାହି; ୮ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଲାଗୁଛି ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଲୋକେ କଲବଲ ହେଉଛନ୍ତି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବି ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏବେ ଆଉ ଦିନ ୧୦ଟା ନୁହେଁ ବରଂ ସକାଳ ୮ଟା ପରଠୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅପରାହ୍ନ ୫ଟା ଯାଏ ବି ଘରୁ ବାହାରିବା ମୁସ୍କିଲ। କାରଣ ଦିନ […]

  • Saturday, 10 July 2021
representational image
ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଞ୍ଜିତ ପଟ୍ଟନାୟକ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୁର୍ଲା ମେଡିକାଲ୍‌ର ହୃଦରୋଗ ବିଭାଗରୁ ତାଙ୍କ ମୃତଦେହକୁ ‌ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି। ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ରଞ୍ଜିତଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବେ ବୋଲି ରଞ୍ଜିତଙ୍କ ପରିବାର ଲୋକେ କହିଛନ୍ତି। ସୂଚନା […]

  • Saturday, 10 July 2021
exam
ଓଡ଼ିଶାରେ ଆଜି ନିଟ୍‌ ପରୀକ୍ଷା

ଭୁବନେଶ୍ୱର: ଆଜି ଓଡ଼ିଶାରେ ସର୍ବଭାରତୀୟ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହେବ। ମେ’ ୫ ତାରିଖରେ ନିଟ୍ ପରୀକ୍ଷା ହେବାକୁ ଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ଏହାକୁ ମେ’ ୨୦ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଏହି ପରୀକ୍ଷା ସରିଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ […]

  • Saturday, 10 July 2021