• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cm
ସଚିବାଳୟର ସେଇ ଲକି ଚେୟାର ଓ ନବୀନ...

ଭୁବନେଶ୍ୱର: ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଗାଦି ଦଖଲ ପଛରେ କାରଣ ଯାହା ଥାଉନା କାହିଁକି, ସଚିବାଳୟରେ ନିଜ ଅଫିସରେ ସେ ଯେଉଁ ଚେୟାରେ ବସୁଛନ୍ତି ସେହି ଚେୟାର୍ କିନ୍ତୁ ତାଙ୍କ ପାଇଁ ଲକି ଚେୟାର।  ଏକଥା ଆମେ କହୁନୁ, ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି। ସେ ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ତାଙ୍କ ଚୌକିକୁ ଲକି ଚେୟାର୍ ବୋଲି କହିଛନ୍ତି। ଗତକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ […]

  • Saturday, 10 July 2021
odisha assembly
ଶପଥ ନେଲେ ନବ ନିର୍ବାଚିତ ବିଧାୟକ

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । କାମଚଳା ବାଚସ୍ପତି ଅମର ଶତପଥୀ ବିଧାୟକ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକ ଶପଥ ନେବେ। ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ସଂଧ୍ୟା ୫ଟା ଯାଏ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ହେବ। […]

  • Saturday, 10 July 2021
odisha
ଦିନରେ ଦେଇ ରାତିରେ ନେଇଗଲେ ମନ୍ତ୍ରିପଦ

ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରିପଦ ବଣ୍ଟନରେ ଗୁରୁତର ତ୍ରୁଟି ସାମ୍‌ନାକୁ ଆସିଛି। ଜଣେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଙ୍କୁ ଗୃହ ରାଷ୍ଟ୍ର ବିଭାଗ ଦାୟିତ୍ୱ ଦେବା ଏବଂ ପରବର୍ତ୍ତୀ ସମୟରେ ତ୍ରୁଟି ସୁଧାରିବା ପଛରେ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ଗତକାଲି କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଇସ୍ପାତ, ଖଣି ଓ ପୂର୍ତ୍ତବିଭାଗ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଥିଲା। ତେବେ ନିୟମ ଅନୁଯାୟୀ, ଜଣେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଙ୍କୁ […]

  • Saturday, 10 July 2021
Representational Image
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁ ଘରକୁ ବୁଲିବାକୁ ଆସିଥିବା ୨ ଭଉଣୀ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।ମୃତକ ହେଲେ ଶୀତଳ ବଘେଲ ଓ ତନିସା ବଘେଲ। ସେମାନଙ୍କ ଘର ଛତିଶଗଡ଼ର ରାୟପୁରରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ଶୀତଳ ଓ ତନିଶା ଆଈଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗୋଡ ଖସିଯିବାରୁ ଦୁହେଁ ବୁଡ଼ି ଯାଇଥିଲେ। ଦୁଇ ନାତୁଣୀ […]

  • Saturday, 10 July 2021
odisha
ମନ୍ତ୍ରୀ ହେଉ ହେଉ ସମୀକ୍ଷା କଲେ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  ଗତକାଲି ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ୯ ଜଣ ରାଷ୍ଟ୍ରାପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ମନ୍ତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ବଣ୍ଟା ଯାଇଥିଲା। କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦାୟିତ୍ୱ ମିଳିବା ପରେ ସେ ସଙ୍ଗେ ନିଜ ବିଭାଗର ସମୀକ୍ଷା କରିଥିଲେ। ବାତ୍ୟା ‘ଫୋନି’ରେ […]

  • Saturday, 10 July 2021
orang utan bini
ଆଖି ବୁଜିଲା ଓରାଙ୍ଗଓଟାନ୍ ‘ବିନି’

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକମାତ୍ର ଓରାଙ୍ଗଓଟାନ୍ ‘ବିନି’ର ମୃତ୍ୟୁ ହୋଇଛି। ଗତକାଲି ରାତି ୯ଟା ୪୦ ମିନିଟ୍‌ରେ ଏହି ପ୍ରାଣୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାକୁ ୪୧ ବର୍ଷ ବୟସ ହୋଇଥିଲା। ୨୦୦୩ ନଭେମ୍ବରେ ପୁଣେ ଚିଡିଆଖାନାରୁ ଏହି ଓରାଙ୍ଗଓଟାନ୍ ‘ବିନି’କୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ପ୍ରାୟ ବର୍ଷେ ଧରି ବୟସାଧିକ ଜନିତ ଶ୍ୱାସନଳୀ ସଂକ୍ରମଣର ଶିକାର ହୋଇ ଓରାଙ୍ଗଓଟାନ୍ ‘ବିନି’ ଚିକିତ୍ସାଧୀନ ଥିଲା। ଓରାଙ୍ଗଓଟାନ୍ ‘ବିନି’ ଆମେରିକା […]

  • Saturday, 10 July 2021
accident
ଦୁର୍ଘଟଣାରେ ଚାଲିଗଲା ବାପା, ମା’ ଓ ପୁଅର ଜୀବନ

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଏନ୍ଏଚ୍ ୪୯ର ପିପିଲିମାଲ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାପା ବିଶିକେଶନ କାଲୋ, ମା’ ତପସ୍ୱିନୀ କାଲୋ ଓ ପୁଅ ସତ୍ୟନାରାୟଣ କାଲୋ। ମିଳିଥିବା ସୂଚନା ଅନୁଯାୟୀ, ବିଶିକେଶନଙ୍କ ପୁଅ ବାହାଘର ଥିଲା। ଆଜି ବିଶିକେଶନ ନିଜ ପୁଅ ବାହାଘର ପାଇଁ  ବେଲପାହାଡ଼ରୁ ଜିନିଷ କିଣି ସ୍ତ୍ରୀ […]

  • Saturday, 10 July 2021
police station
ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଧିକାରୀ। ସ୍ଥାନୀୟ ଅଞ୍ଚଳର ଜଣେ କ୍ରସର ମାଲିକଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀ ସନ୍ତୋଷ ପ୍ରଧାନ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ମାସିକ ଚାନ୍ଦା ଆଦାୟ ଉଦ୍ଦେଶ୍ୟରେ ଥାନା ବାବୁ ସେ ଏହି ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଲାଞ୍ଚ ଟଙ୍କା ନେଉଥିବା ବେଳେ ଢେଙ୍କାନାଳ ଭିଜିଲାନ୍ସ ଶାଖା ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ଅଧିକ ପଚରାଉଚରା ପାଇଁ […]

  • Saturday, 10 July 2021
modi-naveen
ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: କ୍ରମାଗତ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ ଜରି‌ଆରେ ନବୀନ ଓ ତାଙ୍କ ସହ ଶପଥ ନେଇଥିବା ନୂଆ ମନ୍ତ୍ରିମଣ୍ଡଳକୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଓଡ଼ିଶାର ବିକାଶରେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ମୋଦି ଭରସା ଦେଇଛନ୍ତି। Congratulations to Shri Naveen Patnaik Ji on taking oath as Odisha’s Chief Minister. Best […]

  • Saturday, 10 July 2021
cm naveen
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଇଂରାଜୀରେ ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ୨୦  ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି। ନବୀନଙ୍କ ଏହି ଶପଥ ସମାରୋହ ଲାଗି […]

  • Saturday, 10 July 2021
bbsr
ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ଭାଇଭଉଣୀ

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବେ। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ୨୦  ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ନବୀନଙ୍କ ଏହି ଶପଥ ସମାରୋହ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶପଥ ସମାରୋହରେ ନବୀନ ପଟ୍ଟନାୟକଙ୍କ ପହଞ୍ଚି ସାରିଥିବା ବେଳେ ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ମଧ୍ୟ ଯୋଗ […]

  • Saturday, 10 July 2021
representational image
ସ୍କୁଟିକୁ ଚାପି ଦେଲା ଟ୍ରକ୍‌: ପୁଅ ମୃତ, ବାପା ଗୁରୁତର

ନୟାଗଡ଼: ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଟ୍ରକ୍‌ ଚାପି ଦେବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ବାପା ମଧ୍ୟ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୌରାଙ୍ଗପୁର ଗାଁରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ପ‍ଢ଼ିଆରୀ। ଗୁରୁତର ଆହତ ହୋଇଥିବା ତାଙ୍କ ବାପା ରଞ୍ଜିତ କୁମାର ପଢ଼ିଆରୀଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। […]

  • Saturday, 10 July 2021
minister
ନବୀନଙ୍କ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ଏହି ପୁରୁଣା ମନ୍ତ୍ରୀ

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବେ। ଆଜି ଦିନ ସାଢ଼େ ୧୦ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ହେବ। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ଭବ୍ୟ ଆୟୋଜନ କରାଯାଇଛି। ଶପଥ ନେବାକୁ ଥିବା ନବୀନଙ୍କ ସହିତ ନୂଆ ମନ୍ତ୍ରିମଣ୍ଡଳର ତାଲିକା ଗତକାଲି ପ୍ରକାଶ ପାଇଥିଲା। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୮ଜଣ ପୁରୁଣା ମନ୍ତ୍ରୀ ବାଦ୍‌ ପଡ଼ିଥିବା ବେଳେ ଚତୁର୍ଥ ପାଳିର ଶେଷ ସମୟ ପର୍ଯ୍ୟନ୍ତ ମନ୍ତ୍ରୀ ଥିବା […]

  • Saturday, 10 July 2021
cm
ନବୀନଙ୍କ ନୂଆ ଟିମ୍‌ରେ ୬ ପୁରୁଣା ମୁହଁ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରମାଗତ ପଞ୍ଚମଥର ପାଇଁ ଆଜି ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ଏଥିପାଇଁ ଶପଥ ନେବାକୁ ଥିବା ନବୀନଙ୍କ ସହିତ ନୂଆ ମନ୍ତ୍ରିମଣ୍ଡଳର ତାଲିକା ଗତକାଲି ପ୍ରକାଶ ପାଇଥିଲା। ଏନେଇ ରାଜଭବନ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଥିଲା। ଆଜି ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ। ଗୋଟିଏ ମନ୍ତ୍ରୀ ପଦକୁ ନବୀନ ଖାଲି ରଖିଛନ୍ତି। ଚତୁର୍ଥ ପାଳିର ଶେଷ ସମୟ ପର୍ଯ୍ୟନ୍ତ ମନ୍ତ୍ରୀ ଥିବା […]

  • Saturday, 10 July 2021
naveen
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଆଜି ଦିନ ସାଢ଼େ ୧୦ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ଏଥିପାଇଁ ପ୍ରଦର୍ଶନୀ ପଡିଆରେ ଭବ୍ୟ ଆୟୋଜନ କରାଯାଇଛି। ଶପଥ ଗ୍ରହଣ ସ୍ଥାନ ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବା ସହ ଅତିଥିମାନଙ୍କ ପ୍ରବେଶ ପାଇଁ ୫ଟି ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି। ଭିଭିଆଇପି,ନିମନ୍ତ୍ରିତ ଅତିଥି […]

  • Saturday, 10 July 2021
fire safety
ସୁରତ ଘଟଣା ପରେ ପଶିଲା ଚେତା; କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଯାଞ୍ଚ

ଭୁବନେଶ୍ୱର: ଗୁଜରାଟ ସୁରଟର ସରଥଣା କୋଚିଂ ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡ ପରେ ଓଡ଼ିଶାରେ ଅଗ୍ନିଶମ ବିଭାଗର ତତ୍ପରତା ଦେଖିବାକୁ ମିଳିଛି। କୋଚିଂ ସେଣ୍ଟର ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ସେନେଇ ଯାଞ୍ଚ କରାଯାଉଛି।ଏଥିଲାଗି ୨୨ଟି ଟିମ୍‌ ଗଠନ କରାଯାଇଛି। ଆଜି ଭୁବନେଶ୍ୱର, କଟକରେ ଥିବା କୋଚିଂ ସେଣ୍ଟର ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡ଼ିକରେ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ତେବେ ଯାଞ୍ଚ ସମୟରେ କିଛି […]

  • Saturday, 10 July 2021
theft
ଚୋରଙ୍କୁ ଧରି ନଡ଼ିଆ ଗଛରେ ବାନ୍ଧିଲେ ଗାଁ ଲୋକେ

ସାଲେପୁର: ରାତିଅଧରେ ପାଚେରି ଡେଇଁ ପଶିଥିଲେ ଚୋରି କରିବାକୁ । ହେଲେ ଉଦ୍ୟମ ହୋଇଗଲା ପଣ୍ଡ। କିଛି ବୁଝିବା ଆଗରୁ ଗାଁ ଲୋକେ ମାଡି ବସି କାବୁ କରି ନେଲେ ୩ ଚୋରଙ୍କୁ। ଆଉ ସେଠାରୁ ସେମାନେ ସିଧା ଗଲେ ଥାନାକୁ। କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ଅଢ଼ଙ୍ଗା ଗାଁରେ ଏଭଳି ଘଟଣା ଘଟିଛି । ଧରାପଡ଼ିଥିବା ଚୋରମାନେ ହେଲେ ସେହି ଗାଁର ବୀରକିଶୋର ସାହୁ ଓ ଲଷ୍ମୀଧର ସାହୁ ଏବଂ ସୁନାଖଣ୍ଡି କାଶୀପୁର ଗାଁର ଗଣେଶ୍ୱର […]

  • Saturday, 10 July 2021
accident
ସୋରରେ ଟୁରିଷ୍ଟ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡା ଛଅପୋଲିଆ ନିକଟରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥ ଉପରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସିଲିଣ୍ଡର ବୋଝେଇ ଟ୍ରକ୍‌କୁ ‘ପ୍ରଧାନ’ ନାମକ ବସ୍ ଧକ୍କା ଦେଇଥିଲା। ବସ୍‌ଟି ଏତେ ଜୋରରେ ଟ୍ରକ୍‌କୁ ଧକ୍କା […]

  • Saturday, 10 July 2021
kalpana das
ଓଡ଼ିଶା ଫେରିବ କଳ୍ପନାଙ୍କ ମରଶରୀର; କାଠମାଣ୍ଡୁ ଅଭିମୁଖେ ୩ଜଣିଆ ଟିମ୍‌

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଫେରାଇ ଆଣିବାକୁ ଆଜି ୩ଜଣିଆ ଟିମ୍ ନେପାଳର କାଠମାଣ୍ଡୁ ଗସ୍ତ କରିଛନ୍ତି। କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ଏଭେରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ମଧ୍ୟ ଟିମ୍‌ ସହ କାଠମାଣ୍ଡୁ ଅଭିମୁଖେ ଗସ୍ତ କରିଛନ୍ତି। ଏଥିସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି ପାର୍ଥିବ ଶରୀରକୁ କିପରି ଓଡ଼ିଶା ଅଣାଯାଇପାରିବ […]

  • Saturday, 10 July 2021
cm
ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଲେ ନବୀନ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଭେଟି ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ଏହା ସହିତ ସେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ନବୀନ ରାଜ୍ୟପାଳଙ୍କୁ ଭେଟିବାକୁ ଯିବା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ନବୀନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ତାଙ୍କୁ ନେତା ରୂପେ ବାଛିବା ପାଇଁ ଦଳର ଅନ୍ୟତମ ବରିଷ୍ଠ ନେତା ବିକ୍ରମ […]

  • Saturday, 10 July 2021
cm discuss
ନବନିର୍ବାଚିତ ସାଂସଦଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର: ବିଧାୟକ ଦଳ ବୈଠକ ପୂର୍ବରୁ ଆଜି ବିଜେଡିର ପ୍ରଥମ ସଂସଦୀୟ ଦଳ ବୈଠକ ବସିଥିଲା। ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ୧୨ ଜଣ ନବ ନିର୍ବାଚିତ ବିଜେଡି ସାଂସଦ ଯୋଗ ଦେଇଥିଲେ। ସଂସଦରେ ବିଜେଡିର ଆଭିମୁଖ୍ୟ ନେଇ ସାଂସଦଙ୍କ ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ  ଆଲୋଚନା କରିଥିଲେ। ସଂସଦରେ କିଏ କେଉଁ ପ୍ରସଙ୍ଗ ଉଠାଇବେ ସେ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ସଂସଦରେ ବିଜେଡି ମୁଖ୍ୟତଃ ୩ଟି ପ୍ରମୁଖ ଦାବି ରଖିବ। […]

  • Saturday, 10 July 2021
fire
ଗଛରେ ପିଟି ହୋଇ ଜଳିଗଲା ବୋଲେରୋ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ କରେଲଧୂଆ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ ଗାଡ଼ିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋଟି ବଲାଙ୍ଗିର ଆଡୁ ଦ୍ରୁତ ଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଖବର […]

  • Saturday, 10 July 2021
naveen patnaik
୨୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ କ୍ରମାଗତ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ନବୀନଙ୍କ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପୁଲିସ୍‌ ଡିଜି ଆର୍‌.ପି. ଶର୍ମା ପ୍ରଦର୍ଶନୀ ପଡ଼ିଆ ଯାଇ ସୁରକ୍ଷା ସମୀକ୍ଷା କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇପାରେ।ଏଥିସହ ରାଜ୍ୟ ବାହାରୁ ଅତିଥି ଆସୁଥିବାରୁ ସୁରକ୍ଷା […]

  • Saturday, 10 July 2021
summer
ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା; ୯ ଜିଲ୍ଲାରେ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ୪୬.୫ ଡିଗ୍ରୀ ସହ ଟିଟିଲାଗଡ଼ରେ ତାପମାତ୍ରା ରେକର୍ଡ କରିଛି। ତା’ସହ ରାଜ୍ୟର ୯ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ପାର୍ କରିଛି। ରାଜ୍ୟରେ ଏଭଳି ସ୍ଥିତି ଆହୁରି ୪ ଦିନ ଯାଏ ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ, ସ୍ଥିତିକୁ ନଜରରେ ରଖି ରାଜ୍ୟର ୯ଟି ଜିଲ୍ଲାରେ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲା ଗୁଡ଼ିକ […]

  • Saturday, 10 July 2021
bus accident
ଗଛରେ ପିଟି ହେଲା ବସ୍‌

ସୋନପୁର(ରବିନ୍ଦ୍ର ହୋତା): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା ବାସୁଦେବପାଲିଠାରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ ଅବସ୍ଥା ଗୁରୁତର ରହିଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଭୁବନେଶ୍ୱରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ବସ୍‌ଟି ଏତେ ଜୋରରେ ଯାଇ […]

  • Saturday, 10 July 2021