• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

24252768
ସେବାୟତ ଦାବି କଲେ-‘ରତ୍ନ ଭଣ୍ଡାର ଖୋଲାଯାଉ’

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଉ। ରତ୍ନ ଭଣ୍ଡାରରେ କେତେ ସୁନା ରହିଛି ତାର ମେଳକ କରାଯାଉ । ଏପରି ଦାବି କରିଛନ୍ତି ସେବାୟତ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର। ଆସନ୍ତା ଜାନୁଆରୀ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ରହିଛି। ଏହା ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ସେବାୟତ ଏପରି ଦାବି କରିଛନ୍ତି । ହେଲେ ରତ୍ନଭଣ୍ଡାର ଖୋଲାଯିବ ନା ନାହିଁ, ସେ ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଆଯିବ ବୋଲି ସୂଚନା ଦେଇଛନ୍ତି […]

  • Sunday, 11 July 2021
WhatsApp Image
ହାସ୍ୟ ଅଭିନେତା ପ୍ରେମାନନ୍ଦ ବାରିକ ଆଉ ନାହାନ୍ତି

ଖୋର୍ଦ୍ଧା:ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ତଥା ଥିଏଟର ନାଟ୍ୟ ନିର୍ଦ୍ଦେଶକ ପ୍ରେମାନନ୍ଦ ବାରିକଙ୍କର ଆଜି ୫୫ ବର୍ଷ ବୟସରେ ପରଲୋକ ହୋଇଯାଇଛି।   ପ୍ରେମାନନ୍ଦ ତାଙ୍କ ଶ୍ୱଶୁର ଘର ନିରାକାର ପୁର ଯାଇଥିଲେ। ଆଜି ସକାଳେ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ବାଟରେ ତାପଙ୍ଗ ଷ୍ଟଶନ ନିକଟ ନରଣଗଡ଼ ନିକଟରେ  ସେ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ଆସନ୍ତାକାଲି ପରିବାରଲୋକଙ୍କୁ ହସ୍ତାନ୍ତର […]

  • Sunday, 11 July 2021
12345545543
କୁନି ହାତରେ ଆଙ୍କିଲେ ନିଖୁଣ ଚିତ୍ର

କଟକ: ଦୃଢ ଇଚ୍ଛାଶକ୍ତି ଥିଲେ ପ୍ରତିବନ୍ଧକ ବାଧା ହେବନି । ଅର୍ଥର ଅଭାବ ହେଉ ବା ସୁବିଧା ସୁଯୋଗର, ପ୍ରତିଭାର ବିକାଶ ନିଶ୍ଚୟ ହେବ। ଏହି କଥାକୁ ପ୍ରମାଣ କରିପାରିଛନ୍ତି କୁନି ଝିଅଟିଏ। ନାଁ ତାଙ୍କର ସାରା କର୍ମକାର। ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଯାଉଛନ୍ତି, ତଥାପି ତାଙ୍କର ଇଚ୍ଛାଶକ୍ତି ଓ ନିଷ୍ଠା ପାଇଁ ତାଙ୍କର ପ୍ରତିଭା ଆଜି ପ୍ରସ୍ପୁଟିତ ହେଉଛି। ପାଠ ପଢାଠାରୁ ଆରମ୍ଭ କରି ଚିତ୍ରାଙ୍କନ ସବୁଥିରେ ହୋଇ ପାରିଛନ୍ତି ସାନା ପ୍ରଥମ । […]

  • Sunday, 11 July 2021
123456
ଚେହେରା ପାଇଁ ଉଜୁଡ଼ିଗଲା ଘରସଂସାର; ଇଚ୍ଛାମୃତ୍ୟୁ ଲୋଡିଲେ ଶିବଶଙ୍କର

ପାରଳାଖେମୁଣ୍ଡି: ଦିନେ ଥିଲା ତାଙ୍କର ସୁନ୍ଦର ଚେହେରା, ସୁନ୍ଦର ସଂସାର। ହେଲେ ଆଜି ସବୁ ସାତ ପର। ସାତ ସ୍ୱପ୍ନ। ସତ କେବଳ ମୃତ୍ୟୁ ଶଯ୍ୟାରେ ପଡି ମୃତ୍ୟୁ ସହ ସଂଗ୍ରାମ। ଆଉ ଏଇ ସଂଗ୍ରାମର ଥକିଯାଇ ଶେଷରେ ଇଚ୍ଛା ମୃତ୍ୟୁ ଖୋଜୁଛନ୍ତି । ଏ ହେଉଛି ଶିବଶଙ୍କରଙ୍କ ଜୀବନ ଯନ୍ତ୍ରଣାର କାହାଣୀ। ଦିନଥିଲା ପାରଳାଖେମୁଣ୍ଡି ବସ୍‌ଷ୍ଟାଣ୍ଡର ଏକ ହୋଟେଲ୍‌ରେ ରୋଷେୟା କାର୍ଯ୍ୟ କରୁଥିଲେ ଶିବଶଙ୍କର ମିଶ୍ର। ପାଖରେ ଥିଲେ ସ୍ତ୍ରୀ, ୫ ବର୍ଷର ଝିଅ- ଏକ […]

  • Sunday, 11 July 2021
1212
ନକଲି ଡାକ୍ତରଙ୍କ ମିନି ଡାକ୍ତରଖାନା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଏବେ ନକଲି ଡାକ୍ତର ଭିଡ଼। ରୋଗୀଙ୍କ ଭାଗ୍ୟ ବନ୍ଧା ପଡ଼ିଛି ଏହି ନକଲି ଡାକ୍ତରଙ୍କ ହାତରେ । କିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ନକଲି ଡାକ୍ତର ଧରାପଡ଼ି ଜେଲ ଯାଇଥିଲେ। ଏବେ ଆଉ ଜଣେ ସେମିତି ନକଲି ଡାକ୍ତରଙ୍କ କଥା ସାମ୍ନାକୁ ଆସିଛି।  ୫ ବର୍ଷ ହେଲାଣି କ୍ଲିନିକ କରି ସେ ଲୋକଙ୍କୁ ଡାକ୍ତରୀ ଚିକିତ୍ସା କରୁଛନ୍ତି । ହେଲେ ଏହି ନକଲି ଡାକ୍ତରଙ୍କ ସଂପର୍କରେ ସ୍ୱାସ୍ଥ୍ୟ ବିଭାଗ ପାଖରେ […]

  • Sunday, 11 July 2021
mm
ମୃତ୍ୟୁଜାଲରେ ମାଙ୍କଡ଼ ପଲ; କିଏ ଦେବ ମୁକ୍ତି !

ଝାରସୁଗୁଡ଼ା(ଭାଗୀରଥି ସାହୁ): ଉପରେ ବିଦ୍ୟୁତ ତାର, ତଳେ ଈବ ନଦୀର ପାଣି। ଦୁଇ ପଟେ ମୃତ୍ୟୁର ଜାଲ । ତା ମଧ୍ୟରେ ମୃତ୍ୟୁ ସହ ମୁହାଁମୁହିଁ ହୋଇଛନ୍ତି ମାଙ୍କଡ଼ପଲ । ବଞ୍ଚିବା ପାଇଁ ଚଲାଇଛନ୍ତି ସଂଘର୍ଷ। ଏଇ ସଂଘର୍ଷ ଭିତରେ  ଦିନେ କି ଦୁଇ ଦିନ ନୁହେଁ, ବିତିଗଲାଣି  ଦୀର୍ଘ ୩ ମାସ ।  ଏହା ଭିତରେ ନିଜର ୫ଜଣ ସାଥୀଙ୍କୁ ହରାଇ ସାରିଲେଣି। ତଥାପି ତାଙ୍କ ନୀରିହ ଆଖିରେ ଜୀଇଁବାର ଆଶା ଟିକକ ମରିନି। ଯାହାକୁ […]

  • Sunday, 11 July 2021
1b1
ଭୂତ ଛଡାଇବା ନାଁରେ ନିସ୍ତୁକ ପିଟିଲେ, ଚପଲ ଖୁଆଇଲେ

ଜଳେଶ୍ୱର:ଭୂତ ଛଡ଼ାଇବା ନାଁରେ ଜଣେ ବାଳକକୁ ନିର୍ଘାତ ମାଡ଼ ମାରିଛି ଗୁଣିଆ । ସେତିକି ନୁହେଁ, ଚପଲ ଖୁଆଇବାକୁ ବି ଉଦ୍ୟମ କରିଛି । ଏଣେ ପିଲାଟି ମାଡ଼ ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଧା ଥାନା ରାଣୀଗୁଡ଼ା ଗାଁରେ। ଯାହାର ଭିଡ଼ିଓ ଭାଇରାଲ୍ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମହାଦେବ ଗାଁର ୭/୮ ବର୍ଷର ଏହି ବାଳକର ଦେହ ନିୟମିତ ଭାବେ ଅସୁସ୍ଥ ହେଉଥିଲା। […]

  • Sunday, 11 July 2021
1222
ଜେଲ୍‌ ଭିତରେ ଥାଇ ବି ଚୋରି କରିପାରେ ଅଭିଯୁକ୍ତ !

ମୟୂରଭଞ୍ଜ:ଜେଲ ଭିତରେ ଅପରାଧୀ, ହେଲେ ବାହାରେ କରୁଛି ଚୋରି  ! କେମିତି ସମ୍ଭବ ? ହଁ, ପୋଲିସ ଫାଇଲ୍‌ରେ ଏ ସବୁ ସମ୍ଭବ। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳର ଜଣେ ଯୁବକଙ୍କ ନାଁରେ ଆସିଛି ଏମିତି ଅଭିଯୋଗ। ଯୁବକ ଜଣକ ଏକ ଅପରାଧିକ ମାମଲାରେ ସଂପୃକ୍ତ ହୋଇ ୨୦ ଦିନ ଜେଲରେ ରହିଲେ। ହେଲେ ସେହି ୨୦ଦିନ ମଧ୍ୟରେ ଅନ୍ୟ ଗୋଟିଏ ସ୍ଥାନରେ ହୋଇଥିବା ଚୋରି ଘଟଣାରେ ସେ ହୋଇଗଲେ ଅଭିଯୁକ୍ତ । ଉଦଳା ପୋଲିସ ଏ […]

  • Sunday, 11 July 2021
123
ଶପଥ ନେଲେ ବିଧାୟିକା ରୀତା ସାହୁ

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହର ସଦସ୍ୟ ଭାବେ ଶପଥ ନେଇଛନ୍ତି ବିଜେପୁରର ନବନିର୍ବାଚିତ ବିଧାୟିକା ରୀତା ସାହୁ । ବାଚସ୍ପତିଙ୍କ ଚାମ୍ବରରେ ସେ ଶପଥ ନେଇଛନ୍ତି ।ଗତମାସରେ ହୋଇଥିବା ବିଜେପୁର ଉପନିର୍ବାଚନରେ ବିଜେଡିର ରୀତା ସାହୁ ବିଜୟୀ ହୋଇଥିଲେ । ସୂଚନାଥାଉ କି, ଗତ ସାଧାରଣ ନିର୍ବାଚନରେ ହିଞ୍ଜିଳି ଓ ବିଜେପୁର ଆସନରୁ ଠିଆ ହୋଇ ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ସେ ବିଜେପୁର ଆସନ ଛାଡି ଦେଇଥିଲେ। […]

  • Sunday, 11 July 2021
123454
ସାପ ସହ ଲଢି ୨ ଖଣ୍ଡ କରିଦେଲା କୁକୁର

ଜୟପୁର: ପୁଣି ସାପକୁ ଅଟକାଇଲା ପୋଷା କୁକୁର। ସାପ ସହ ସଂଘର୍ଷ ସହ ତାକୁ ଦି ଗଡ଼ କରିଦେଇଛି। ବଡ଼ ବିପଦରୁ ବଞ୍ଚାଇଛି ତାର ମାଲିକ ପରିବାରକୁ। ପୁଣି ଥରେ ପ୍ରମାଣ ଦେଇଛି ତାର ବିଶ୍ୱସନୀୟତାର। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ। ଜୟପୁର ସହରର ପାଓ୍ୱାର ହାଉସ କଲୋନୀରେ ରୁହନ୍ତି ଶଙ୍କର ତ୍ରୀପାଠି। ଗତକାଲି ଅପରାହ୍ନ ୩ଟା ବେଳେ ତାଙ୍କ ଘରକୁ ଏକ ସାପ ପଶି ଆସୁଥିଲା।  ହଠାତ୍‌ ପୋଷା କୁକୁରର ନଜର ପଡିଥିଲା […]

  • Sunday, 11 July 2021
123
ଡାକ୍ତରଖାନାରେ ପ୍ରସୂତିଙ୍କୁ ନିମ୍ନମାନର ଖାଦ୍ୟ

ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏଠି ପ୍ରସୂତିଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଜଣେ ପ୍ରସୂତିଙ୍କୁ କେବଳ ଭାତ ଏବଂ ଡାଲି ଦିଆଯାଇଥିବା ପ୍ରସୂତିଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ସେତିକି ନୁହେଁ, ପ୍ରସୂତିଙ୍କୁ ଦିଆଯାଉଥବା ଖାଦ୍ୟର ପରିମାଣ ମଧ୍ୟ ଯଥେଷ୍ଟ ନ ଥିବା ଅଭିଯୋଗ କରିଛନ୍ତି ପ୍ରସୂତିଙ୍କ ସମ୍ପର୍କୀୟ। ଏ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  ତେବେ ଏନେଇ […]

  • Sunday, 11 July 2021
1234567
ମନେ ରହିବ ଏ ବାହାଘର...

ସୋନପୁର:ଏ ଥିଲା ଏକ ନିଆରା ବାହାଘର। ଏଠି ବରକନ୍ୟାଙ୍କ ଆଖିରେ ନ ଥିଲା ଆକାଶରେ ଉଡ଼ି ବୁଲିବାର ସ୍ୱପ୍ନ । କାହା ମନରେ ବି ନ ଥିଲା କାହାଠାରୁ କିଛି ପାଇବାର ଆଶା । ତଥାପି ଏ ବାହାଘରରେ ସେମାନେ ଖୁସି ଥିଲେ। ବେଶ ଆଡମ୍ବରରେ ବି ହୋଇଥିଲା ବାହାଘର । ବାଜା ଥିଲା, ରୋଷଣୀ ବି ଥିଲା। ଏମିତି ଏକ ବାହାଘର ଆୟୋଜିତ ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ। ବର ଥିଲେ ୭୫ ବର୍ଷ […]

  • Sunday, 11 July 2021
123456
ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ

ବରଗଡ଼: ସ୍କୁଲ ପିଲାଙ୍କୁ ଗଣିତ ପଢାଇ ଚର୍ଚ୍ଚାକୁ ଆସିଥିଲେ ମାଲକାନଗିରି ଜିଲ୍ଲାପାଳ। ତା ପରେ ଗଜପତି ଜିଲ୍ଲାପାଳ ସ୍କୁଲପିଲାଙ୍କୁ ଭୂଗୋଳ ପଢାଇ ବି ଏମିତି ଚର୍ଚ୍ଚାକୁ ଆସିଥିଲେ। ହେଲେ ଏବେ ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରି ପ୍ରଶଂସା ସାଉଁଟୁଛନ୍ତି ବରଗଡ଼ ଜିଲ୍ଲାପାଳ। ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଜନକେଡ଼ାରେ ଥିବା ଗୋପବନ୍ଧୁ ସେବା ସଦନକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ମଧ୍ୟାହ୍ନ ଭୋଜନର ମାନ ପରଖିବା ପାଇଁ ଜିଲ୍ଲାପାଳ […]

  • Sunday, 11 July 2021
Capture-1
ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଦେଖିବାକୁ ଭକ୍ତଙ୍କ ଭିଡ

ଭୁବନେଶ୍ୱର: ଆଜି ବଡ଼ ଓଷା। ସକାଳୁ ସକାଳୁ ବେଶ୍ ଚଳଚଞ୍ଚଳ ହୋଇଉଠିଛି  ଆଠଗଡ଼ ସ୍ଥିତ ବାବା ଧବଳେଶ୍ୱରଙ୍କ ପୀଠ। ଆଜି ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି। ରାତି ପ୍ରାୟ ୩ଟା ସମୟରେ ବାବା ଧବଳେଶ୍ୱରଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରାଯାଇଥିଲା।  ପରେ ମଙ୍ଗଳଆଳତି, ମଇଲମ ଆଦି ସମସ୍ତ ରୀତିନୀତି ନିର୍ଦ୍ଧାରିତ ସମୟ ଅନୁସାରେ ସମ୍ପାଦିତ ହୋଇଥିଲା। ଏହାପରେ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ମଧ୍ୟରାତ୍ରୀରେ […]

  • Sunday, 11 July 2021
Elephant
କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବଢି ଚାଲିଛି ହାତୀ ଉପଦ୍ରବ : ଆତଙ୍କିତ ଗ୍ରାମବାସୀ

ଏହି ହାତୀ ପଲ କରଞ୍ଜିଆ ରେଞ୍ଜର ମହୁଲିଆସୁଳି,ରାଉତାଲିପାଟ,ତୁଟି ସାହି ,ହଳଦିଆ, କାଶିଆ ପୋଖରିଆ,ଶିରମଣିପୁର,ଘରମାବେଡା, ସୁନାପୋଷି ଅଞ୍ଚଳରେ ଉତ୍ପାତ ଜାରି ରଖିଛନ୍ତି। ଯାହା ଫଳରେ ଉଭୟ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ନାନାଦି ପ୍ରୟାସ ସତ୍ତ୍ୱେ ହାତୀ ପୁନର୍ବାର ଆସୁଥିବା ବିଭାଗ ସୂଚନା ଦେଇଛି

Mobile Net Work Problem
ଗାଁରେ ଆସୁନି ନେଟ୍‌ୱାର୍କ, ପାହାଡ଼ ଉପରେ ପାଠ ପଢ଼ୁଛନ୍ତି ପିଲା

ଆଦିବାସୀ ଅଧ୍ୟୁସିତ ବଣ ପାହାଡ ଘେରା କୁଚିଣ୍ଡା ଉପଖଣ୍ଡର ଶିରିଡ ଗାଁରେ ଅପହଂଚ ମୋବାଇଲ ନେଟୱାର୍କ। । ଇଂଟରନେଟ ସେବା ଉପଲବ୍ଧ ହେଉନଥିବାରୁ ଚାଷୀଙ୍କ ଧାନ ବିକ୍ରି ଠାରୁ ଆରମ୍ଭ କରି ଗ୍ରାମର ଉନ୍ନୟନ ମୂଳକ କାମ, ପୋଷ୍ଟ ଅଫିସ କାମ କି ଛାତ୍ର ଛାତ୍ରୀଙ୍କ ପାଠପଢା ସବୁ ବାଧାପ୍ରାପ୍ତ ହେଉଛି । କଥା ହେବା ଠାରୁ ଆରମ୍ଭ କରି ନେଟ ସେବା ପାଇଁ ଗାଁ ମୁଣ୍ଡ ସ୍ଥିତ ପଥୁରିଆ ପାହାଡ ସାହା ଭରସା ଏବେ ପାଲଟିଛି ।

Fill Potholes
ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ନିଜ ଟଙ୍କାରେ ଖାଲଖମା ମରାମତି କରୁଛନ୍ତି ବୃୃଦ୍ଧ ଦମ୍ପତି

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ବୃୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରୟାସ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ ବର୍ଷ ହେଲା ରାସ୍ତାରେ ଥିବା ଖାଲଖମାକୁ ମରାମତି କରୁଛନ୍ତି ହାଇଦ୍ରାବାଦର ବୃଦ୍ଧ ଦମ୍ପତି।

Paralysed Youth
‘ମୋ ଉପରେ ଦୟାକର, ମୋ ପୁଅକୁ ବଞ୍ଚାଇ ଦିଅ’

ଯେଉଁ ବୟସରେ ଘରେ ବସି ପୁଅବୋହୂଙ୍କ ସେବା ପାଇବା କଥା, ସେହି ବୟସରେ ବିଛଣାରେ ପଡ଼ିଥିବା ପୁଅର ସେବାରେ କଟୁଛି ସମୟ। ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ। ଦିନ ମଜୁରିଆ ପୁଅ ବିଛଣାରେ ପଡ଼ିବା ପରେ ପର ଦୁଆରେ ହାତପାତି ଯାହା ପାଉଛନ୍ତି, ସେଥିରେ ଚଳୁଛନ୍ତି । ଚିକିତ୍ସା କଥା ପଚାରେ କିଏ ? ଏବେ ସରକାରୀ ସହାୟତାକୁ ଅପେକ୍ଷା . . .

dancing kid
ଦମଦାର ଡାନ୍ସ ସାଙ୍ଗକୁ ଜବରଦସ୍ତ ଏକ୍ସପ୍ରେସନ୍ : ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ

ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲେ ବାରିପଦାର ଦୁଇ କୁନି ଝିଅ । ନିଜ ନାଚର ଯାଦୁରେ କିମିଆଁ କରି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ । ଜୁନିଅର ମଡେଲ ଇଣ୍ଟରନେସନାଲ ରାଇଜିଂ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ଏବେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଡ ଶୋରେ ପ୍ରତିଯୋଗିତା କରିବେ ଅର୍ଚ୍ଚିତା ଓ ଦିବ୍ୟାଙ୍ଗନା ।

Hirakud Dam
ହୀରାକୁଦ ଡ୍ୟାମରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ ଖୋଲା ଯାଇଛି।

corona
କରୋନା ଛଡ଼ାଇନେଲା ଜୀବନ-ଜୀବିକା : ସଙ୍କଟରେ ମୃଦଙ୍ଗବାଦ୍ୟ କାରିଗର

ଲୋକକଳା, ଲୋକ ସଂସ୍କୃତି ତଥା ଲୋକବାଦ୍ୟକୁ ବଂଚାଇବାପାଇଁ ସରକାରୀ ସ୍ତରରେ ବିଭିନ୍ନ ଉତ୍ସବ ଆୟୋଜନା ସହ କଳାକାରମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ହେଲେ ଏଥିପାଇଁ ଯେଉଁ ବାଦ୍ୟ ଦରକାର ସେ ବାଦ୍ୟର କାରିଗରମାନେ ଏବେ ଅବହେଳିତ ଅବସ୍ଥାରେ । କରୋନା ମହାମାରୀ ଛଡେଇ ନେଇଛି ସେମାନଙ୍କ ଜୀବନ ଜୀବିବା । ଲକଡାଉନ, ସଟଡାଉନ ହେବା ଫଳରେ ସେମାନଙ୍କ ବାଦ୍ୟ ଯନ୍ତ୍ର ବକ୍ରି ହେଉନଥିବାରୁ ଏବେ ଚିନ୍ତ୍ରାରେ ଏହି ମୃଦଙ୍ଗ ବାଦ୍ୟ କାରିଗର।

prajameli
ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଏକାଠି ହେଲେ ଶତାଧିକ ଗ୍ରାମବାସୀ

ଏସ୍‌ପିଙ୍କ ବଦଳିକୁ ପ୍ରତିବାଦ କରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରିଙ୍କ ବଦଳିକୁ ବିରୋଧ କରି ଶତାଧିକ ଗ୍ରାମବାସୀ ଏକାଠି ହୋଇ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି।  

Nagavali River
ରାୟଗଡ଼ାବାସୀଙ୍କ ପାଇଁ ଦୁଃଖ ପାଲଟିଛି ନାଗାବଳୀ ନଦୀ: ଗତିପଥ ବଦଳୁଥିବାରୁ ସଙ୍କଟରେ ଜୀବନ-ଜୀବିକା

ବର୍ଷାଦିନ ଆସିଲେ ନିଦ ହଜିଯାଉଛି । ନଦୀ ଫୁଲିଲେ ବଢୁଛି ଚିନ୍ତା । ଗାଁ ଆଡକୁ ମାଡି ଆସୁଛି ବିପଦ । ରାୟଗଡ଼ା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ଲୋକଙ୍କ ପାଇଁ ଦୁଃଖ ସାଜିଛି ନାଗାବଳୀ ନଦୀ । ଲଗାଣ ବର୍ଷା ହେଲେ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡା ଖସୁଛି । ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗାଁ ଆଡ଼କୁ ମାଡି ମାଡ଼ି ଆସୁଛି । ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି । ସ୍ଥାୟୀ ସମାଧାନ ନେଇ ଗାଁଲୋକେ ପ୍ରଶାସନକୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।

arrest
ଚାକିରି ନାଁରେ ଠକେଇ; ୭ଜଣଙ୍କୁ ବାନ୍ଧିଲା ପୁଲିସ୍‌

କେନ୍ଦୁଝର: ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ କେନ୍ଦୁଝର ପୁଲିସ୍‌ ୭ଜଣଙ୍କୁ ଗିରଫ କରିଛି। ଏମାନେ ଚାକିରି କରାଇ ଦେବା କହି ପ୍ରତି ପିଲାଙ୍କ ଠାରୁ ୧୨ ରୁ ୧୪ ହଜାର ଟଙ୍କା ନେଉଥିଲେ ବୋଲି ପୁଲିସ୍‌ କହିଛି। ଟାଉନ ଥାନା ଅନ୍ତର୍ଗତ ନରଣପୁରଠାରେ ଗ୍ଲେଜ ଇଣ୍ଡିଆ ନାମକ ମାର୍କେଟିଂ ସଂସ୍ଥା ବିରୋଧରେ ଠକେଇ ଅଭିଯୋଗ ଆସିବା ପରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର  ଜବତ ହୋଇଛି। ଏହି ମାର୍କେଟିଂ ସଂସ୍ଥା ଯୁବକ ଯୁବତୀଙ୍କୁ […]

  • Sunday, 11 July 2021
train
ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନରେ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଭୁବନେଶ୍ୱର-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ୍‌ ପ୍ଲାଟଫର୍ମ ଛାଡ଼ୁ ଥିବା ବେଳେ ଯାତ୍ରୀ ଜଣଙ୍କ ସେଥିରୁ ଡେଇଁ ପଡ଼ିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ଟ୍ରେନ୍ ଓ ପ୍ଲାଟଫର୍ମ ମଝିରେ ଯାତ୍ରୀ ଜଣକ ପଡ଼ି ଯାଇଥିଲେ। ଏହି ସମୟରେ ଉପସ୍ଥିତ ଆର୍‌ପିଏଫ୍ କନଷ୍ଟେବଳ ସଙ୍ଗେସଙ୍ଗେ ଦୌଡ଼ି ଯାଇ ତାଙ୍କୁ ରକ୍ଷା କରିଥିଲେ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଏହି ଯାତ୍ରୀଙ୍କ […]

  • Sunday, 11 July 2021