ଭୁବନେଶ୍ୱର: ରାଜ୍ୟରେ ଆଜି ପାଗ ଶୁଖିଲା ରହିବ ହେଲେ କାଲି ଓ ୨୯ ତାରିଖ ଦିନ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ସେହିପରି ୨୯ ତାରିଖ ଦିନ ମଧ୍ୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର […]
କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ପରିସରରେ ଉତ୍ତ୍ୟକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଥାନା ଭିତରେ ପଶି କିଛି ବ୍ୟକ୍ତି ଜଣେ ଯୁବକଙ୍କୁ ନିର୍ଦ୍ଧୁମ ପଟିଛନ୍ତି। ଏପରିକି ପୋଲିସକୁ ମଧ୍ୟ ଛାଡ଼ି ନାହାନ୍ତି। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଏସ୍ଆଇ ଆକ୍ରମଣର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି ଗଣତନ୍ତ୍ର ଦିବସ ଅବସରରେ ରେଲ୍ୱେ ଷ୍ଟାଡିୟମକୁ ସିପକପଡାର ମନୋରଞ୍ଜନ ଓ ତାଙ୍କ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ମାରୁତି ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ଭାବାନୀ ବରାଳ। ମହିଳା ଜଣକ ସକାଳୁ ସକାଳୁ ଫୁଲ ତୋଳିବାକୁ ଯାଇ ଥିବାବେଳେ ତାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମହିଳାଙ୍କୁ ଆକ୍ରମଣ […]
କେନ୍ଦୁଝର (ପ୍ରଣୟ ପାଣି): ଆଜି ସାରା ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ବେଶ୍ ଧୂମ୍ଧାମ୍ରେ ପାଳିତ ହୋଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି କେନ୍ଦୁଝରରେ ବି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ହେଲେ ଏଠାକୁ ମୁଖ୍ୟ ଅତିଥି ହୋଇ ଆସିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଚପଲ ବୁହାଇବା ଘଟଣାକୁ ନେଇ ଫସି ଯାଇଛନ୍ତି। ପଦ୍ମନାଭ ବେହେରା ଆଜି ଏଠାରେ ପତାକା ଉତ୍ତୋଳନ […]
ବଲାଙ୍ଗିର: ଗଣତନ୍ତ୍ର ଦିବସକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବରିପାଲି ଗାଁରେ ଦୁଇଟି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। କମ୍ୱିଂ ଅପରେସନ୍ ସମୟରେ ବରଗଡ଼ ଜିଲ୍ଲା ବୁଡ଼େନ ଥାନାର ପୁଲିସ୍ କର୍ମଚାରୀମାନେ ଏହି ପୋଷ୍ଟର ଦୁଇଟି ଦେଖିଥିଲେ ଓ ସେଗୁଡ଼ିକୁ ଜବତ କରିଥିଲେ। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ବଲାଙ୍ଗିର-ବରଗଡ଼ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ଥିବା ବେଳେ ଆଜି ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। […]
ଭୁବନେଶ୍ୱର: ସାରା ଦେଶରେ ଆଜି ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ ପତାକା ଉତ୍ତୋଳନ କରିଥିଲେ। ଏଥିସହ ସେ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡ୍ ଉତ୍ସବରେ ୪୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ସେହିପରି ଏଥିରେ ୧୨ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ଭାଗ ନେଇଥିଲେ। ଏଥର ରାଜ୍ୟ […]
ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ବସ୍ତାମ୍ବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭନସୁଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଚକ୍ରଧର ପାଲଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସାଧାରଣତନ୍ତ୍ର ଦିବସ ଅବସରରେ ଚକ୍ରଧର ପାଲ ଗତକାଲି କୋଟପାଡ଼ ବଜାରରୁ ଗିଫ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣାକିଣି କରିବାକୁ ଯାଇଥିଲେ। ସେଠାରୁ କିଣାକିଣି ସାରି ଭନସୁଲି ଫେରୁଥିବା ବେଳେ ବାସ୍ତାମ୍ବା ନିକଟରେ […]
ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଖୁବ୍ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଓ ତାଙ୍କ ଛାତ୍ରଛାତ୍ରୀ। ୧୫ ଟନ୍ ବାଲିରେ ୧୫ ଫୁଟ୍ ଓସାରର ଏହି ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ସହ ତ୍ରିରଙ୍ଗା ଏବଂ ଲାଲ୍ କିଲ୍ଲା, ଇଣ୍ଡିଆ ଗେଟ୍, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ତାଜମହଲ ଭଳି ବହୁ ଐତିହ୍ୟ ସ୍ଥଳ […]
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରର ନିର୍ମାଣାଧୀନ କୋଠାର ଛାତ ଭୁଶୁଡିବା ଘଟଣାର ପ୍ରାରମ୍ଭିକ ଯାଞ୍ଚ ଆରମ୍ଭ କରିଛି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(AAI)। ଗତକାଲି ରାତିରେ ବିମାନବନ୍ଦର ପରିସରରେ ଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। “ଏହି ଘଟଣାର ବୈଷୟିକ ଦିଗ ସମ୍ପର୍କରେ ତଦନ୍ତ କରାଯିବ। AAI ମୁଖ୍ୟାଳୟରେ ଏନେଇ ତଦନ୍ତ କମିଟି ଗଠନ କରାଯିବ। ଆଉ ଖୁବ୍ଶୀଘ୍ର କମିଟି ଭୁବନେଶ୍ୱର ଆସି […]
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ବିମାନବନ୍ଦର ପରିସରରେ ଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ଦିଲ୍ଲୀପ କନ୍ଷ୍ଟ୍ରକସନ୍ ନାମକ ଏକ ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରୁଥିଲା। ଅନ୍ୟପକ୍ଷରେ ଏହି ଦୁର୍ଘଟଣାକୁ ନେଇ ଅତି ଖାମ୍ଖିଆଲ ଢଙ୍ଗରେ ଠିକା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଦିଲୀପ ଖଟେଇ ନିଜର ପ୍ରତିକ୍ରିୟା […]
ପିପିଲି: ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣ ସ୍କୁଲ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ସ୍ନେହଲତା ସାହୁ (୪୨) ଓ ଶୁଭଲକ୍ଷ୍ମୀ ପରିଡ଼ା(୨୩)। ସେମାନେ ସ୍ଥାନୀୟ ପୀତବାସ ୟୁଜି ଏମ୍ଇ ସ୍କୁଲର ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି। ଆଜି ଶନିବାର ସକାଳୁଆ ସ୍କୁଲ ଥିବାରୁ ଉଭୟ ସ୍କୁଟିରେ ସ୍କୁଲ୍ […]
ଭୁବନେଶ୍ୱର: ଭୁବନେଶ୍ୱର ୧ ନମ୍ବର ହାଟ ବାହାରେ ବାଇକ୍ ପାର୍କିଂ ନିଷେଧ ହେବା ପରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଉପସ୍ଥିତିରେ ଗତକାଲି ୧ ନମ୍ବର ମାର୍କେଟ୍ ଆଗରୁ ଜବରଦଖଲ ଉଚ୍ଛେଦ ହୋଇଛି। ଏୟାର ଇଣ୍ଡିଆ ଅଫିସ ନିକଟରେ ଥିବା ୧୫ଟି ଫଳ ଦୋକାନ ଏବଂ ଗୋଟିଏ କ୍ୟାବିନକୁ ଉଚ୍ଛେଦ କରାଯାଇଛି। ଏହାସହ ରାଜମହଲରୁ ଏଜି ଛକ ଯାଏ ରାସ୍ତା କଡ଼ରେ ଥିବା ଦୋକାନଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇଛି। ବହୁ ଫଳ […]
ଭୁବନେଶ୍ୱର: ବାଂଲାଦେଶୀ ଯୁବତୀ ସେକ୍ସ ରାକେଟ ଘଟଣାରେ ଏସ୍ଟିଏଫ୍ ତନାଘନା ଆରମ୍ଭ କରିଛି। ସୁଧାର ଗୃହରେ ଯୁବତୀଙ୍କୁ ରଖା ଯାଇଥିବା ଜଣାପଡ଼ିଛି। ଏସ୍ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ସୁଧାର ଗୃହକୁ ଯାଇ ଜେରା କରୁଥିବା ଜଣାପଡ଼ିଛି। ୬ ଯୁବତୀଙ୍କ ମଧ୍ୟରୁ ୪ ଜଣ ବାଂଲାଦେଶୀ ଯୁବତୀଙ୍କ ନିକଟରୁ ଜାଲ୍ ଆଧାରକାର୍ଡ ମିଳିଛି। କେମିତି ଭାବରେ ସେମାନେ ଏହି ଜାଲ୍ ଆଧାରକାର୍ଡ ମାଧ୍ୟମରେ ଭାରତ ଆସିଲେ ? କେଉଁଠୁ ଏହି ଜାଲ୍ ଆଧାରକାର୍ଡ ପାଇଲେ ? ଏନେଇ ଏସ୍ଟିଏଫ୍ […]
ବର୍ଷା ଦିନ ଆସିଲେ ମାଡିଆସେ ଆତଙ୍କ। କୁମ୍ଭୀର ଆତଙ୍କ। ତେଣୁ କୁମ୍ଭୀର ପାଇଁ ତିଆରି ହେଉଛି ବାଉଁଶ ବାଡ। ହେଲେ ସତରେ କ’ଣ ଏହି ବାଡ ତାଙ୍କୁ ଦେବ ସୁରକ୍ଷା ଦେବ !
ଆଇସିଏମ୍ର୍ ଡିଜିଙ୍କ ପରାମର୍ଶ ପରେ, ପ୍ରାଥମିକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେବେ କି ସରକାର ? ଚତୁର୍ଥ ସେରୋ ସର୍ଭେ ରିପୋର୍ଟ ଅନୁସାରେ, ବୟସ୍କଙ୍କଠାରୁ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ।
୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଘୋଷଣା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ।
୮ ଦିନ ହେବ ମୃତ୍ୟୁ ହେଲାଣି । ହେଲେ ଆଜି ଯାଏ ଆମ୍ବୁଲାନ୍ସରେ ପଡ଼ି ରହିଛି ଶବ । ତାମିଲନାଡୁରୁ ଶବ ଆମ୍ବୁଲାନ୍ସ ଯୋଗେ ଗାଁକୁ ଆସିବାର ତିନି ଦିନ ବିତିଲାଣି ହେଲେ ଏଯାଏ ସତ୍କାର ହୋଇପାରିନାହିଁ ।
ଭୁବନେଶ୍ୱର: ସାକାର ହେଲା ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ। ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଆକାଶରେ ଉଡ଼ିଛନ୍ତି ରାଜ୍ୟର ୪୩ ଜଣ ଦିବ୍ୟାଙ୍ଗ ପିଲା। ଭୁବନେଶ୍ୱର ବିମାନ ବନ୍ଦରରୁ ପ୍ରାୟ ୪୦ ମିନିଟ୍ ଯାଏ ଆକାଶରେ ଉଡ଼ିଛନ୍ତି ପିଲାମାନେ। ଏଭଳି ନିଆରା ଓ ଅଦ୍ଭୁତପୂର୍ବ ଅଭିଜ୍ଞତା ସାଉଁଟିବା ପରେ ପିଲାମାନେ ବେଶ ଖୁସି ଅଛନ୍ତି। ଦିବ୍ୟାଙ୍ଗ ପିଲାଙ୍କର ଏହି ସ୍ୱପ୍ନ ସାକାର କରିଛି ସ୍ୱାଭିମାନ ଅନୁଷ୍ଠାନ। ଏଥିପାଇଁ ଆଲିଆନ୍ସ ଏୟାର ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା। ବିମାନରେ […]
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଦୁଇ କିରାଣି। ଲାଞ୍ଚ ନେଉଥିବା ବେଳେ କିରାଣୀ ସତ୍ୟବ୍ରତ ବେହେରା ଓ ସୁଚିସ୍ମିତା ସିଂଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ସୂଚନା ଅନୁସାରେ, ଠିକା ଶ୍ରମିକଙ୍କ ଲାଇସେନ୍ସ ସାର୍ଟିଫିକେଟ କରାଇ ଦେବା ପାଇଁ ରାକେଶ ମହଲ ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ଏହି ୨ କିରାଣି ୩ ହଜାର ଟଙ୍କା ଲାଞ୍ଚ ନେଉ ଥିବାବେଳେ ସେମାନଙ୍କୁ ଭିଜିଲାନ୍ସ ଧରିଥିଲା। ସାର୍ଟିଫିକେଟ କରାଇ ଦେବା ପାଇଁ ଲେବର୍ ଅଫିସର […]
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡିଭାଇଡର ଡେଇଁ ରାସ୍ତାର ଅପରପାର୍ଶ୍ୱରେ ସ୍କର୍ପିଓକୁ ଏକ କାର୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ରାଉରକେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ କାର୍ରେ ଥିବା ୩ ଜଣ ଓ ସ୍କର୍ପିଓରେ ଥିବା ୩ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ରାଉରକେଲା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇନ୍ତି। ଦୁର୍ଘଟଣା […]
ସୋନପୁର: ସୁବର୍ଣ୍ଣପୁର ଏସ୍ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏସ୍ପିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଏସ୍ପି ଓ ଅନ୍ୟ ୨ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏସ୍ପି ଏହି ଗାଡ଼ିରେ ସୋନପୁର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ସମ୍ବଲପୁର-ସୋନପୁର ରାସ୍ତାର ସିଣ୍ଢୋଲ ଢାବା ନିକଟରେ ଗାଡ଼ିଟି କୌଣସି କାରଣରୁ ରାସ୍ତା ତଳକୁ ଓଲଟି ପଡ଼ିଥିଲା।
ମାଲକାନଗିରି: ଟପ୍ ମାଓ ନେତା ପାପାରାଓଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଧରିଲେ କିମ୍ବା ଏନ୍କାଉଣ୍ଟର କଲେ ୨୫ଲକ୍ଷ ଟଙ୍କା ମିଳିବ ବୋଲି ଛତିଶଗଡ଼ ସରକାର ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଥିଲେ ପାପାରାଓ। କିଛିଦିନ ହେବ ସେ କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଗତ ୪ ଦିନ ହେବ ସେ ଶ୍ୱଶୁର ଘରେ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଛତିଶଗଡ଼ର ଟପ୍ ଲିଡର […]
ଝାରସୁଗୁଡ଼ା: ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ। ଆଲାଏନ୍ସ ଏୟାର୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ହୋଇଯିବ। ଏହାଦ୍ୱାରା ଭୁବନେଶ୍ୱରରୁ ମଧ୍ୟ ଯାତ୍ରୀମାନେ ବାରାଣସୀକୁ ସିଧାସଳଖ ବିମାନ ସେବା ପାଇ ପାରିବେ। ପୂର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇ ଯିବାକୁ ପଡ଼ୁଥିଲା। କେବଳ ଏତିକି ନୁହେଁ, ଜାନୁଆରୀ ୨୭ରୁ ଝାରସୁଗୁଡ଼ାରୁ କୋଲକାତାକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ କରୁଛି ଆଲାଏନ୍ସ ଏୟାର୍। ଝାରସୁଗୁଡ଼ାରୁ କୋଲକାତା […]
ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ୨୨ ଓ ୨୩ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେବ। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଏହି ଜିଲ୍ଲା ଗୁଡ଼ିକ ହେଲା-ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି କୋରାପୁଟ ଓ ମାଲକାନଗିରି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
ଜୟପୁର: ଗୋଟିଏ ମଞ୍ଚରେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଓ ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦଙ୍କୁ ଦେଖିବାକୁ ମିଳିଛି। ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ରବି ଓ ତାରାଙ୍କ ମଧ୍ୟରେ ଆସନ ଲାଗି ଛକାପଞ୍ଝା ଚାଲିଥିବା ଦେଖିବାକୁ ମିଳିଥିଲା। ହେଲେ ଏବେ ପରସ୍ପର ପ୍ରତି ଥିବା ଶତ୍ରୁତାକୁ ଭୁଲି ଉଭୟ କୋରାପୁଟର ବିକାଶ ଲାଗି ଉଭୟ ଅଣ୍ଟା ଭିଡ଼ିଛନ୍ତି। ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ […]