ଭୁବନେଶ୍ୱର: ଆସନ୍ତା ଫେବୃଆରୀରୁ ଭୁବନେଶ୍ୱର ବିମାନବନ୍ଦର ରନ୍ୱେର ରିସର୍ଫେସିଂ କାମ ଆରମ୍ଭ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ ଏନେଇ ସୂଚନା ଦେଇଛନ୍ତି। ରିସର୍ଫେସିଂ ବେଳେ ୮ରୁ ୧୦ ମାସ ବିମାନ ସେବା ପ୍ରଭାବିତ ହେବ। ପ୍ରଥମ ପର୍ଯ୍ୟାୟରେ ଏହି କାମ ରାତିରେ କରାଯିବ। ତେଣୁ ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଦିନରେ କାର୍ଯ୍ୟ କରାଯିବ। ତେଣୁ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା […]
ଭୁବନେଶ୍ୱର: ପ୍ରଥମେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ, ତା’ପରେ ଶାରୀରିକ ସମ୍ପର୍କ ରଖିଲେ। ଏପରିକି ମନ୍ଦିରରେ ବିବାହ କରି ୭ ବର୍ଷ ଏକାଠି ମଧ୍ୟ ରହିଲେ। ଶେଷରେ ଯୁବତୀଙ୍କୁ ଧୋକା ଦେଲେ। ଜଣେ ସରପଞ୍ଚଙ୍କ ବିରୋଧରେ ଏମିତି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ। ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ଭୁବନେଶ୍ୱର ଡମଣା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ କରିଥିଲେ। ଏହାପରେ ତାଙ୍କ ସହ ଶାରୀରିକ […]
ପୁରୀ: ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼। ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଶ୍ରୀକାନ୍ତ ପେଟ୍ରୋଲ ପମ୍ପରେ ବସି ନିଜ କର୍ମଚାରୀଙ୍କ ସହ ଟଙ୍କା ହିସାବ କରୁଥିଲେ। ଏହି ସମୟରେ ତିନି ଜଣ ଯୁବକ ବାଇକ୍ରେ ସେଠାରେ ଆସି ପହଞ୍ଚି […]
ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ଏଭଳି ଶୀତ ଆହୁରି ୨ ଦିନ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଲଗାତାର ତୃତୀୟ ଦିନ ପାଇଁ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ତାପମାତ୍ରା ୩.୪ ଡିଗ୍ରୀ ଥିବା ବେଳେ […]
ଭୁବନେଶ୍ୱର: ନୂଆ ସମ୍ଭାବନା ନେଇ ଆସୁଥିବା ନୂଆବର୍ଷକୁ ଫିକା କରିପାରେ ବର୍ଷା। ଏବେ ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଏହି ଶୀତର ଲହରି ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଲାଗି ରହିବ। ତେବେ ଜାନୁଆରୀ ୧ ଓ ୨ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜାନୁଆରୀ ୧ରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ୍ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ପଛ ପଟୁ କୁକୁଡା ବୋଝେଇ ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଜଣ କୁକୁଡା ବୋଝେଇ ଗାଡ଼ିର ଡ୍ରାଇଭର ଶତ୍ରୁଘ୍ନ ଯାଦବ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ କୁକୁଡା ବୋଝେଇ ଗାଡ଼ିରେ ଥିବା ଆଉ ୨ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ଆଜି ଭୋର ସମୟରେ ଏକ କୁକୁଡ଼ା ବୋଝେଇ ଗାଡ଼ି ପରଜଙ୍ଗ ଅଞ୍ଚଳରୁ ରାଉରକେଲା ଅଭିମୁଖେ ଯାଉଥିଲା। […]
ଜଗତସିଂହପୁର: ଭିଜିଲାନ୍ସ ଜାଲରେ CESUର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ଘରେ ଚଢ଼ଉ ହୋଇଛି। ଆଜି ଭୋର ସମୟରୁ ଦୀପ୍ତିଙ୍କ ଜଗତସିଂହପୁରର ଗୋପାଳସାଗର ମଙ୍ଗଳା କଲୋନୀ ସ୍ଥିତ ବାସଭବନ, ବିସପିତ୍ତଳ ସ୍ଥିତ ପୈତୃକ ଘର, ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମେତ ୫ ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ୩ […]
ଭୁବନେଶ୍ୱର: ବାଲେଶ୍ୱର ସ୍ଥିତ ଶୋଭାରାମପୁରରେ ଗତକାଲି ନିର୍ମାଣାଧୀନ ରେଲ୍ୱେ ଓଭରବ୍ରିଜ୍ର ଏକ ବିମ୍ ଖସି ପଡ଼ିବା ଫଳରେ ଖୋର୍ଦ୍ଧା-ଖଡଗପୁର ରୁଟ୍ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଆଜି କିଛି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍ର ସମୟ ସୂଚୀରେ ପରିବର୍ତ୍ତନ ହୋଇଛି। ଏନେଇ ରେଲ୍ୱେ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ-ହାଓ୍ୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଆଜି ଉଭୟ (ପୁରୀ ଓ ହାୱଡା) ପଟୁ ବାତିଲ୍ ହୋଇଛି। ଗତକାଲି ଛାଡ଼ିବାକୁ ଥିବା ହାଓ୍ୱଡ଼ା-ଏମ୍ଜିଆର୍ ଚେନ୍ନାଇ ମେଲ୍ ଆଜି […]
ଭୁବନେଶ୍ୱର: ପ୍ରାୟ ୧୨ ଘଣ୍ଟା ପରେ ଖୋର୍ଦ୍ଧା-ଖଡଗପୁର ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ଗତକାଲି ବାଲେଶ୍ୱର ସ୍ଥିତ ଶୋଭାରାମପୁରରେ ନିର୍ମାଣାଧୀନ ରେଲ୍ୱେ ଓଭରବ୍ରିଜ୍ର ଏକ ବିମ୍ ଖସି ପଡିବା ଫଳରେ ଖୋର୍ଦ୍ଧା-ଖଡଗପୁର ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିରେ ରେଲ୍ୱେର ଇଲେକ୍ଟ୍ରିକ୍ ତାର ଛିଣ୍ଡି ଯାଇଥିଲା। ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଜାଡ଼ିବା ପାଇଁ ୧୫୦ରୁ ଅଧିକ ରେଲ୍ୱେ କର୍ମଚାରୀ ଓ ଠିକା ଶ୍ରମିକ ନିୟୋଜିତ ହୋଇଥିଲେ। ରାତି ପ୍ରାୟ ୧୧ଟା ପରେ ଉଭୟ […]
ପୁରୀ: ନୂଆବର୍ଷ ପୂର୍ବରୁ ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରିକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି। ଯାହାକି ଶ୍ରୀମନ୍ଦିରକୁ ଆହୁରି ଅଧିକ ସୌନ୍ଦର୍ଯ୍ୟମୟ କରିଛି। ପ୍ରଥମେ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାରର ବୃକ୍ଷ ଲଗା ଯାଇଥିଲା। ଏହାପରେ ରଙ୍ଗୀନ ଆଲୋକମାଳାରେ ମେଘନାଦ ପାଚେରିକୁ ସୁସଜ୍ଜିତ କରାଯାଇଛି। ଏହା ଏତେ ସୁନ୍ଦର ଲାଗୁଛି ଯେ, ଏହାକୁ ଦେଖିଲେ ଆପଣଙ୍କ ଆଖି ବି ଝଲସି ଉଠିବ। ବିଶେଷକରି ସିଂହଦ୍ଵାରରୁ ଦକ୍ଷିଣ ଦ୍ୱାର, ଆଉ ସିଂହଦ୍ଵାରରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା […]
ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା ଅଧିକାର କର୍ମୀ(ଆର୍ଟିଆଇ) ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୨ଜଣ ସୁପାରି କିଲରଙ୍କ ସମେତ ୫ ଜଣଙ୍କୁ କନ୍ଧମାଳ ପୁଲିସ୍ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ାର ବ୍ୟବସାୟୀ କେ.ବିଶ୍ଵଜିତ ପାତ୍ର, ବିଦ୍ୟୁତ୍ ବିଭାଗର ଚୁକ୍ତି ଭିତ୍ତିକ କର୍ମଚାରୀ ଏସ୍ ଵାଲାଜି ପାତ୍ର ଓ ରାସ ବିହାରୀ ପାତ୍ର। ମୁଖ୍ୟ ଅଭିଯୁକ୍ତ କୁହଯାଉଥିବା ବିଶ୍ଵଜିତ ପାତ୍ରଙ୍କୁ ଗିରଫ ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ସେମାନଙ୍କଠାରୁ […]
ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍ ଅନ୍ତର୍ଗତ ଭୀମକାଣ୍ଡ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ସ୍କୁଟି ଆରୋହୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏନ୍ଏଚ୍ ୧୪୯ ଭୀମକାଣ୍ଡ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ‘ବିଜୟ’ ନାମକ ଏକ ଯାତ୍ରୀବାହୀ ବସ୍ […]
ଭୁବନେଶ୍ୱର: ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣର ପ୍ରତିବାଦ କରି ଭୁବନେଶ୍ୱର ରସୁଗଲଡ଼ ସ୍ଥିତ ଏସ୍ପ୍ଲାନେଡ୍ ମଲ୍ ସମ୍ମୁଖରେ ସାମ୍ବାଦିକଙ୍କ ପକ୍ଷରୁ ଧାରଣା ଦିଆଯାଇଛି। ସାମ୍ବାଦିକମାନେ ମଲ୍ ସମ୍ମୁଖରେ ଧାରଣାରେ ବସି ଏହି ଘଟଣାର ପ୍ରତିବାଦ କରିଛନ୍ତି। ଏସ୍ପ୍ଲାନେଡ୍ରେ ଗତକାଲି ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନ୍ ବେଆଇନ୍ ପାର୍କିଂ ଫି ଆଦାୟ ନେଇ ଖବର ସଂଗ୍ରହ କରୁଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ସପିଂ ମଲ୍ର ସୁରକ୍ଷାକର୍ମୀ ଉପରିସ୍ଥ ଅଧିକାରୀଙ୍କ […]
ଭୁବନେଶ୍ୱର: କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର ଅର୍ଜୁନ କୁମାର ଧଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାସଭବନରୁ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସେ ପ୍ରାୟ ୬ ମାସ ପରେ ଚାକିରିରୁ ଅବସର ନେଇଥା’ନ୍ତେ। କିନ୍ତୁ ତା’ ପୂର୍ବରୁ ଅର୍ଜୁନଙ୍କ ମୃତ୍ୟୁ ଘଟଣାକୁ ସନ୍ଦେହ ଘେରକୁ ଟାଣି ଆଣିଛି। […]
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଆଜି ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ପୁଣି ଥରେ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିଲା। ସେହିପରି ଆଜି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା […]
ଭୁବନେଶ୍ୱର: ନୂଆ ରୂପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଦେଖିବାକୁ ମିଳିଛି। ହେଲେ ଏଥର ରାଜନୀତି ମଇଦାନରେ ନୁହେଁ, ବରଂ କଳା ଜଗତରେ ସେ ପାଦ ଥାପିଛନ୍ତି। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ସତ। ବର୍ତ୍ତମାନର ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ତାରା ବାହିନୀପତି ଏକ ବ୍ୟଙ୍ଗାତ୍ମକ ଗୀତରେ କଣ୍ଠଦାନ କରିଛନ୍ତି। ଭୁବନେଶ୍ୱରରେ ଏହି ଗୀତର ରେକର୍ଡିଂ କରାଯାଇଛି। କେ ଓ୍ୱାନ୍ ଲାଇଭ ପକ୍ଷରୁ ପ୍ରଯୋଜିତ ଏହି ଗୀତକୁ ତାରାଙ୍କ ସାଥିରେ ଗାଇଛନ୍ତି […]
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ ଥିବା ୪ CISF ଯବାନ ନିଲମ୍ବିତ ହୋଇଛନ୍ତି। ଦାୟିତ୍ୱରେ ଅବହେଳା ଲାଗି ୪ ଜଣ ଯବାନଙ୍କୁ CISF କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଗତକାଲି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପରିସରର ପ୍ଲେଟ୍ ମିଲ୍ ନିକଟରୁ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଟିମ୍ ଦୁଇ ଟ୍ରେଲରକୁ ଜବତ କରିଥିଲେ। ବିନା ଏଣ୍ଟ୍ରି ପାସ୍ରେ ଏହି ଦୁଇ ଟ୍ରେଲର ପ୍ରବେଶ କରିଥିଲେ। ରେଡ୍ ପରେ ଏହି ଦୁଇ ଟ୍ରେଲରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। […]
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଅଫିସ୍ରୁ ଘରକୁ ଫେରୁଥିବା ବେଳେ ଦେବନାରାୟଣ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ଆଜି ସତୀଗୁଡା ଡ୍ୟାମ୍ ନିକଟରୁ ତାଙ୍କ ବାଇକ୍ ଓ ହେଲମେଟ୍ ମିଳିଥିଲା। ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ଡ୍ୟାମ୍ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସୋନପୁର ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି। ସେଠାରେ ସର୍ବନିମ୍ନ ୪ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି କେନ୍ଦୁଝରରେ ୫.୬, ଝାରସୁଗୁଡ଼ାରେ ୫.୮, ଟିଟିଲାଗଡ଼ ଓ ଦାରିଙ୍ଗିବାଡ଼ିରେ ୭, ସମ୍ବଲପୁରରେ ୭.୪, ବାଲେଶ୍ୱର ୭.୬, କଟକ ୯.୬, ହୀରାକୁଦରେ ୯.୮ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨ ଡିଗ୍ରୀ ରହିଛି। ତେବେ ସୁନ୍ଦରଗଡ଼ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଣି ଖାକିରେ ଦାଗ ! ନିଜକୁ ଥାନା ଅଧିକାରୀର ପରିଚୟ ଦେଇ ବଟି ଆଦାୟ କରୁଥିବା ଅଭିଯୋଗରେ ଜଣେ ହୋମଗାର୍ଡ ଓ ତାଙ୍କର ୨ ଜଣ ସହଯୋଗୀଙ୍କୁ ମାଲକାନଗିରି ପୁଲିସ୍ ଗିରଫ କରିଛି। ସେମାନେ ହେଲେ ସୁଜନ ମଜୁମଦାର, ଜଗନ୍ନାଥ ମଣ୍ଡଳ ଓ ବିଦୁ ସାହା। ସୁଜନଙ୍କ ଘର ମାଲକାନଗିରି ଥାନା ଅନ୍ତର୍ଗତ ପିଟାକାଟା ଗାଁରେ, ଜଗନ୍ନାଥଙ୍କ ଘର ମାରିବେଡା ଗ୍ରାମରେ, ବିଦୁଙ୍କ ଘର ଏମ.ଭି-୨୩ ଗାଁରେ। ବିଦୁ ମାଲକାନଗିରି ଥାନାରେ ହୋମଗାର୍ଡ ଭାବେ […]
ଉଦଳା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ମାଳୀ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ୪ ଟି ସ୍ଥାନରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ୪ଟି ଟିମ୍ ଚଢ଼ଉ କରିଛନ୍ତି। ନୁଦଡିହା ସ୍ଥିତ ଉଦ୍ଧବଙ୍କ ଶ୍ୱଶୁର ଘର, କପ୍ତିପଦାରେ ଥିବା ଫାର୍ମ ହାଉସ, ଉଦଳା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, କପ୍ତିପଦା ବ୍ଲକ ବଡାମପଦା ତାଙ୍କ ବାସଭବନରେ ଚଢ଼ଉ ହୋଇଛି। ତେବେ ତାଙ୍କ ଘରର ମୂଲ୍ୟ ଆନୁମାନିକ […]
କୋଣାର୍କ: ଦୁଷ୍କର୍ମ ଉଦ୍ୟମକାରୀଙ୍କୁ ପାନେ ଦେଲେ ମହିଳା। ନିଜ ଇଜ୍ଜତ ବଞ୍ଚାଇବାକୁ ଜଣେ ମହିଳା ଦୁଷ୍କର୍ମ ଉଦ୍ୟମ କରୁଥିବା ଜଣେ ଯୁବକଙ୍କ ଜିଭ ଛିଣ୍ଡାଇ ଦେଇଛନ୍ତି। ଏହାପରେ ପ୍ରାଣ ବିକଳରେ ଯୁବକ ଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ପୁରୀ ଜିଲ୍ଲା କାକଟପୁର ସ୍ଥିତ ଏକ ଆଶ୍ରମରେ ଏହି ଘଟଣା ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ମହିଳା ଜଣକ […]
ଭୁବନେଶ୍ୱର: ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା। ହେଲେ ଅନ୍ୟ ସ୍ଥାନମାନଙ୍କରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ହେବାର କୌଣସି ଆଶଙ୍କା ନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଆଜି ରାଜ୍ୟର […]
ବଲାଙ୍ଗିର: ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଆଜି ବଲାଙ୍ଗିର ଗସ୍ତରେ ଆସିବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି। ଖରାପ ପାଗ ପାଇଁ ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହେବାପରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ LPG ବଟଲିଂ ପ୍ଲାଣ୍ଟର ଲୋକାର୍ପଣ କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ, ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ […]
ମାଲକାନଗିରି: ରାଜ୍ୟରେ ବେଧଡ଼କ ଭାବେ ଚାଲିଛି ଚୋରା ଗଞ୍ଜେଇ ଚାଲାଣ କାରବାର। ସବୁଠାରୁ ବଡ଼ କଥା ବିହାରୀ ମହିଳାମାନେ ଏଥିରେ ସାମିଲ ଅଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଟନେଲ କ୍ୟାମ୍ପ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରି ଏଭଳି ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ କରିଛି। ଏକ ଗାଡ଼ିରେ ୨ ଜଣ ବିହାରୀ ମହିଳାଙ୍କ ସମେତ ୫ ଜଣ ବ୍ୟକ୍ତି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଯାଇଛନ୍ତି। ପୁଲିସ୍ ଆଖିରେ ଧୂଳି ଦେବାକୁ ଏମାନେ […]