• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

malkangiri
କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ଆଜି ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାପାଳଙ୍କୁ ଦାୟୀ କରି କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ବସ୍ ଓ ଅନ୍ୟ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନାରାବାଜି କରୁଛନ୍ତି। ‘ନିଜର ସ୍ୱାର୍ଥ […]

  • Wednesday, 21 July 2021
odisha
ଜଙ୍ଗଲୀ ରାସ୍ତାରେ ବାପ-ପୁଅଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କପା ବିକ୍ରି ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ବାପା-ପୁଅ। ଏହି ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବାପା। ଗତକାଲି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବୋରଗୁଡ଼ା ନିକଟ ଜଙ୍ଗଲୀ ରାସ୍ତାରେ ଗତକାଲି ଏଭଳି ଘଟଣା ଘଟିଛି। ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଲୁଟ୍‌ କରି ନେଇଛନ୍ତି। ଅଭିଯୋଗ ଅନୁସାରେ, ବୋରଗୁଡ଼ାର କ୍ଷିତି ନାଏକ ଓ ତାଙ୍କ […]

  • Wednesday, 21 July 2021
Nandankanan
ଦୁଇ ସନ୍ତାନର ମା’ ହେଲେ ‘ସ୍ନେହା’

ଭୁବନେଶ୍ୱର: ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାତିରେ ବାଘୁଣୀ ସ୍ନେହା ଦୁଇଟି ଶାବକ ଜନ୍ମ ଦେଇଛି। ସିସିଟିଭି ମାଧ୍ୟମରେ ଏହା ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଏଥିସହ ନନ୍ଦନକାନନରେ ବାଘ ସଂଖ୍ୟା ୨୭ରେ ପହଞ୍ଚିଛି। ନନ୍ଦନକାନନରେ ଏବେ ୮ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି । ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ପ୍ରସବ କରିଛି। ପ୍ରଥମ ବାଘ ଛୁଆଟି ଭୋର ୩ଟା […]

  • Wednesday, 21 July 2021
fire
ଏସିଡ୍‌ ବୋଝେଇ ଟ୍ୟାଙ୍କରରେ ନିଆଁ

ରାୟଗଡ଼ା: ଦୁର୍ଘଟଣା ପରେ ଜଳିଗଲା ଟ୍ୟାଙ୍କର। ରାୟଗଡ଼ା ଜିଲ୍ଲା ମଝିଘରିଆଣି ମନ୍ଦିର ବ୍ରିଜ୍ ନିକଟରେ ଏକ ଟ୍ରକ୍‌ ଓ ଏସିଡ୍‌ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୁମ୍ବାଇରୁ ଜେକେପୁର କାଗଜ କଳକୁ ହାଇଡ୍ରୋଜେନ ପାରାକ୍ସାଇଡ୍ ଏସିଡ୍ ନେଇ ଆସୁଥିବା ଏହି ଟ୍ୟାଙ୍କର ମଝିଘରିଆଣି ମନ୍ଦିର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଅପରପଟୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌ ସହ ଟ୍ୟାଙ୍କରଟିର ମୁହାଁମୁହିଁ […]

  • Wednesday, 21 July 2021
odisha
‘ଆମକୁ ଟଣାଓଟରା କରି ରାସ୍ତାରେ ବସାଇ ଦେଉ ନାହାନ୍ତି’

ଭୁବନେଶ୍ୱର: ‘କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ବହୁ ହିତାଧିକାରୀ ଧାରଣାରେ ବସିଥିଲେ। ହେଲେ ସେମାନଙ୍କୁ ସେଠାରୁ ପୁଲିସ୍‌ ଉଠାଇ ନେଇଥିଲା। ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ ଆଜି ସକାଳେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଉଥିଲେ। ଅନେକ ମହିଳା ଚାଷୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକାଇବା ସହ ସେମାନଙ୍କୁ ଉଠାଇ […]

  • Wednesday, 21 July 2021
rainfall
ଆହୁରି ୨ ଦିନ ବର୍ଷା !

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆଜି ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ। ସେହିପରି ଆସନ୍ତାକାଲି ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ଧରଣର […]

  • Wednesday, 21 July 2021
accident-1
ପାଣି ଧରି ଫେରୁଥିଲେ ମା’-ପୁଅ, ପିଟି ଦେଲା ଅଜଣା ଗାଡ଼ି

କରଞ୍ଜିଆ: ରାସ୍ତା ପାର୍ଶ୍ୱ ନଳକୂପରୁ ପାଣି ଧରି ଘରକୁ ଫେରୁଥିବା ବେଳେ ମା’ ଓ ପୁଅଙ୍କୁ ଧକ୍କା ଦେଲା ଏକ ଅଜଣା ଗାଡ଼ି। ଆଉ ଘଟଣାସ୍ଥଳରେ ଚାଲିଗଲା ମା’ ଓ ପୁଅଙ୍କ ଜୀବନ। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ରାତି ପ୍ରାୟ ୯ଟା ବେଳେ ଚାଇଁନେବଦା ଗାଁର  ତ୍ରିଲୋଚନ ନାୟକ, ତାଙ୍କ ପତ୍ନୀ ସବିତା […]

  • Wednesday, 21 July 2021
head master
କୋଟିପତି ହେଡ୍‌ମାଷ୍ଟର ଗିରଫ

ଉମରକୋଟ: ପାଠ ପଢ଼ାଉ ପଢ଼ାଉ ଅମାପ ସମ୍ପତ୍ତିର ମାଲିକ ହୋଇଗଲେ ପ୍ରଧାନଶିକ୍ଷକ। କୋଟି କୋଟି ଟଙ୍କାର ସମ୍ପତ୍ତି ତାଙ୍କ ପାଖରେ ରହିଛି। ତାଙ୍କ ପାଖରେ ଥିବା ବ୍ୟାଙ୍କ ବାଲାନ୍ସଠୁ ଆରମ୍ଭ କରି କୋଠାବାଡ଼ି, ଧନ, ସମ୍ପତ୍ତି ସମ୍ପର୍କରେ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ […]

  • Wednesday, 21 July 2021
river
ନଦୀରେ ଗାଧୋଉଥିଲେ, ହଠାତ୍‌ ହେଲା ବିସ୍ଫୋରଣ

ଫୁଲବାଣୀ: ନଦୀକୁ ଗାଧୋଇବାକୁ ଯାଉଛନ୍ତି କି ? ତା’ହେଲେ ସାବଧାନ ! ଏମିତି ବି ଘଟିପାରେ। ନଦୀ ଭିତରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି କଲେଜ ଛକ ନିକଟ ସାଲୁଙ୍କୀ ନଦୀରେ ଗାଧୋଉଥିଲେ। ଏହି ସମୟରେ ହଠାତ୍‌ ନଦୀ ଭିତରେ ବିସ୍ଫୋରଣ ହୋଇଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ନଦୀରୁ […]

  • Wednesday, 21 July 2021
bus
କାଲି ଚଳାଚଳ କରିବନି ଘରୋଇ ବସ୍‌

ଭୁବନେଶ୍ୱର: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ସିଏଏ, ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ୯ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସମର୍ଥନ ଜଣାଇଛି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ କାଲି କୌଣସି ଘରୋଇ ବସ୍ ରାସ୍ତାରେ […]

  • Wednesday, 21 July 2021
representational image
ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ

କାମାକ୍ଷାନଗର: ସାତ ଜନ୍ମର ସାଥୀ ହେବା ପାଇଁ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ବାହା ହୋଇଥିଲେ। ହେଲେ ସାତ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମର ସାଥୀକୁ ସହ୍ୟ କରିପାରିଲେନି ସ୍ୱାମୀ। ସାମାନ୍ୟ ବଚସାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗର ପଙ୍ଗାତିରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ମିତା ସାହୁ। ତାଙ୍କ ସ୍ୱାମୀଙ୍କ ନାଁ ଲଳିତ ସାହୁ। ସୂଚନା ଅନୁଯାୟୀ, ଦୁଇ ବର୍ଷ […]

  • Wednesday, 21 July 2021
minister
ଭାରତ ବନ୍ଦକୁ ସମର୍ଥନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଛୁ ବୋଲି କହିଲେ ବିଜେଡି ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବନ୍ଦକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, “ଦରଦାମ, ବେକାରୀ, ବେରୋଜଗାରୀ ସବୁ ଜିନିଷ ବଢ଼ିଛି। ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ଯେଉଁମାନେ କହୁଥିଲେ ବର୍ତ୍ତମାନ ସବ୍‌କା ବିନାଶ ହେବାପାଇଁ ଯାଉଛି। ବିନାଶକାରୀ ଆର୍ଥିକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଦେଶର ଶ୍ରମିକ, କୃଷକ ଯେଉଁମାନେ ଏକାଠି ହୋଇଛନ୍ତି ତାଙ୍କୁ ଆମେ ସମର୍ଥନ ଦେଉଛୁ।” […]

  • Wednesday, 21 July 2021
JE
ଅଫିସ କାମରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ, ମିଳୁନି ପତ୍ତା

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନା ଏମ୍. ଭେଙ୍କଟ ରାଓ । ଗତକାଲି ଅଫିସ୍ କାମ ପାଇଁ ସେ ହରଡ଼ାପୁଟ ଯାଇଥିଲେ। ସାଙ୍ଗରେ ଜୟପୁର RWSS ଏସ୍‌ଡିଓ ଓ ଠିକାଦାର ମଧ୍ୟ ଥିଲେ। ତେବେ ଫେରିଲା ବେଳେ ଜେଇଙ୍କ କୌଣସି ସୂଚନା ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ବି. ସିଂହପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ୍‌ ଘଟଣାର […]

  • Wednesday, 21 July 2021
odisha
ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଉମରକୋଟ: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରିଛି। ରଞ୍ଜିତ ପାଣିଗ୍ରାହୀଙ୍କ ରାଇଘରରେ ଥିବା ୩ଟି ବାସଭବନ, ଦୋକାନଗୃହ ସହ ସ୍କୁଲରେ ରେଡ୍ ଚାଲିଛି। ଭିଜିଲାନ୍ସ ଟିମ୍‌ର ୩୦ ଜଣ ସଦସ୍ୟ ୫ଟି ଟିମ୍‌ରେ ବିଭକ୍ତ […]

  • Wednesday, 21 July 2021
heavy rainfall
ଘୂର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ବର୍ଷା !

ଭୁବନେଶ୍ୱର: ସବ୍‌-ହିମାଳୟର ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ବର୍ଷା ଲାଗି ରହିବ। ଆସନ୍ତାକାଲି ଓଡ଼ିଶାର ୮ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ ଓ କେନ୍ଦୁଝର। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୯ ତାରିଖ ଦିନ ଉତ୍ତର ଓଡ଼ିଶା ସମେତ […]

  • Wednesday, 21 July 2021
rourkela
ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଥିବା ‘ପୂଜା’ ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଜୟ ସମଦ ଏବଂ ଫ୍ରାନସିସ୍ କେର୍କେଟା। ଗତକାଲି ଅଜୟ ଓ ଫ୍ରାନସିସ୍ କାରଖାନାର ଫରନେସ୍‌ ସଫା କଲା ବେଳେ ଅଣନିଃଶ୍ୱାସୀ ହୋଇ ସଂଜ୍ଞାହୀନ ହୋଇଯାଇଥିଲେ। ଉଭୟଙ୍କୁ ରାତି ପ୍ରାୟ ସାଢ଼େ ୯ଟା ବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର […]

  • Wednesday, 21 July 2021
petrol pump
୬ ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ଗୋଟିଏପଟେ ସୁନା ଦର ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଲଗାତର ୬ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୪ ଟଙ୍କା ୭୧ ପଇସା ହୋଇଥିବାବେଳେ ମାଲକାନଗିରିରେ ସର୍ବାଧିକ ୭୮ ଟଙ୍କା ୮୩ ପଇସା ହୋଇଛି। ସେହିପରି ଡିଜେଲ ଲିଟର ପିଛା ୭୩ ଟଙ୍କା ୭୯ ପଇସା ହୋଇଛି। ସେହିପରି ପ୍ରିମିୟମ ପେଟ୍ରୋଲ ଲିଟର ପିଛା ୭୭ […]

  • Wednesday, 21 July 2021
odisha assembly
WIFI ହେବ ଓଡ଼ିଶା ବିଧାନସଭା ପରିସର

ଭୁବନେଶ୍ୱର: ୨୦ ଦିନ ମଧ୍ୟରେ ପୂରା ବିଧାନସଭାକୁ କରାଯିବ ୱାଇ-ଫାଇ। ଏହାସହ ଏଣିକି ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍ ଓ ଦସ୍ତାବିଜ୍ କାର୍ଯ୍ୟ ଅନଲାଇନ୍‌ରେ ହେବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଓକାକ୍ ସହ ଏନେଇ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଛି।  ଆଗାମୀ ଦିନରେ ବିଧାନସଭାକୁ ପେପର୍ ଲେସ୍ କରିବାକୁ ବି ଯୋଜନା କରାଯାଇଥିବା ବାଚସ୍ପତି କହିଛନ୍ତି।  ସେହିପରି ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିଭିନ୍ନ ସମସ୍ୟାର ଆଲୋଚନା ପାଇଁ ବିଧାନସଭାରେ ର୍ନିମିତ […]

  • Wednesday, 21 July 2021
bjd-rally
ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲି କରି ଫାଇନ୍‌ ଗଣିଲେ ବିଜେଡି କର୍ମୀ

ଭୁବନେଶ୍ୱର: ଦଳୀୟ ରାଲିରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଫାଇନ୍‌ ଗଣିଲେ ବିଜେଡି କର୍ମୀ। ଦଳୀୟ କର୍ମୀଙ୍କ ସହ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ଜରିମାନା ଗଣିଛନ୍ତି।  ପ୍ରାୟ ୫୦ ଜଣ ବିଜେଡି କର୍ମୀ ଜରିମାନା ଦେଇଥିବା ସୂଚନା ମିଳିଛି। କେତେକ ନିୟମ ଉଲ୍ଲଂଘନକାରୀଙ୍କୁ ଚାଲାଣ ପଠା ଯାଇଥିବା ବେଳେ ଅନ୍ୟ କେତେ ଜଣ ସ୍ୱଇଛାରେ ଜରିମାନା ଦେଇଥିବା ଜଣାପଡ଼ିଛି। ସୂଚନାଥାଉ କି, ଗତ ୨୬ ତାରିଖ […]

  • Wednesday, 21 July 2021
odissi
ଓଡ଼ିଶୀ ନୃତ୍ୟଶିଳ୍ପୀ ମୀନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପୁରୁଖା ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ମୀନତି ମିଶ୍ରଙ୍କ ପରଲୋକ ହୋଇଯାଇଛି। ସ୍ୱିଜରଲାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ମୀନତି ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ ଥିଲେ। ସେ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ୧୯୪୮ରେ ପ୍ରଥମେ ଶିକ୍ଷା ଆରମ୍ଭ କରିଥିଲେ। ଏହାର ୨ ବର୍ଷ ପରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ପରେ ଗୁରୁ […]

  • Wednesday, 21 July 2021
rainfall
୮ରୁ ପୁଣି ବର୍ଷା !

ଭୁବନେଶ୍ୱର: କମିଲା ବର୍ଷା, ଆରମ୍ଭ ହେଲା ଶୀତ। ଗତ କିଛିଦିନ ତଳେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା। ତେବେ ବର୍ଷାର ପରିମାଣ କମିବା ପରେ ପୁଣି ଆଜିଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ଆଗକୁ ପାରଦ ଆହୁରି ଖସିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେବେ ୮ ଓ ୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ସୁନ୍ଦରଗଡ଼, […]

  • Wednesday, 21 July 2021
odisha
ମହଙ୍ଗା ପଡିଲା ମହିଳାଙ୍କୁ ଅସଦାଚରଣ, ସର୍ବସମ୍ମୁଖରେ ଉଠ୍‌ବସ୍‌ ହେଲେ କଣ୍ଡକ୍ଟର

ଅନୁଗୁଳ: ମହଙ୍ଗା ପଡିଲା ଚଳନ୍ତା ବସ୍‌ରେ ମହିଳାଙ୍କୁ ଅସଦାଚରଣ। ଶେଷରେ ସର୍ବସମ୍ମୁଖରେ ଉଠ୍‌ବସ୍‌ ହେଲେ ଜଣେ ବସ୍ କଣ୍ଡକ୍ଟର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବସ୍ ଷ୍ଟାଣ୍ଡରେ। ଅନୁଗୁଳରୁ ଆଠମଲ୍ଲିକ ଯାଉଥିବା ଏକ ଘରୋଇ ବସ୍‌ର କଣ୍ଡକ୍ଟର ଚଳନ୍ତା ବସ୍‌ରେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ସମ୍ପୃକ୍ତ ମହିଳା ଜଣକ କଣ୍ଡକ୍ଟରଙ୍କୁ ସର୍ବସମ୍ମୁଖରେ ଉଠ୍‌ବସ୍‌ କରାଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ […]

  • Wednesday, 21 July 2021
odisha
ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ରେଢାଖୋଲ: ଘରର ବଡ଼ପୁଅ ଥିଲେ, ବୟସ ମାତ୍ର ୧୭ ବର୍ଷ। ପରିବାର ପ୍ରତିପୋଷଣ କରିବାରେ କଷ୍ଟକର ହେବାରୁ ଗାଁ ପିଲାଙ୍କ ସହ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ପରିବାରର ଅଭାବ ଅନଟନ ଦୂର ହୋଇଯିବ ବୋଲି ଭାବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଦାଦନ ଖଟିବାକୁ ଯାଇଥିବା ଏହି ନାବାଳକ ଜଣକ ଶେଷରେ ଶବ ହୋଇ ଫେରିଛନ୍ତି। ଏପରି ଘଟଣା ଘଟିଛି ସମ୍ବଲପୁର […]

  • Wednesday, 21 July 2021
odisha
ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ କିରାଣି ଗିରଫ

ଅନୁଗୁଳ (ବିରଜା ପ୍ରସାଦ ଦାସ): ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣିକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ନାଁ ବିଶ୍ୱଜିତ ନାୟକ। ଅଭିଯୋଗ ଅନୁଯାୟୀ, ନୂଆବର୍ଷ ଦିନ ବିଶ୍ୱଜିତ, ସମ୍ପୃକ୍ତ ମହିଳା ଫରେଷ୍ଟରଙ୍କୁ ଅନୁଗୁଳର ଏକ ହୋଟେଲକୁ ଫୋନ କରି ଡାକିଥିଲେ। ମହିଳା ଜଣକ ଖୋର୍ଦ୍ଧାରୁ ଯାଇ ଅନୁଗୁଳର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ସହ ବିଶ୍ୱଜିତ୍ ଦୁଷ୍କର୍ମ କରିଥିବା […]

  • Wednesday, 21 July 2021
talking on phone
ଫୋନ୍‌ ଉଠାଇଲେନି ପତ୍ନୀ, ଦେହରେ ନିଆଁ ଲଗାଇଦେଲେ ସ୍ୱାମୀ

ନୀଳଗିରି: ଯେତେବେଳେ ଆମେ କାହାକୁ ଫୋନ୍‌ କରୁ ଯଦି ଏହାର ଉତ୍ତର ନ ମିଳେ ସାଧାରଣତଃ ଆମେ ଟିକେ ଚିଡ଼ି ଯାଉ ନ ହେଲେ ଆମକୁ ବ୍ୟତିବ୍ୟସ୍ତ ଲାଗିଥାଏ। ହେଲେ ଏଠି ତ ଘଟଣା ପୂରାପୂରି ଅଲଗା। ପତ୍ନୀଙ୍କୁ ଫୋନ୍‌ କରିଥିଲେ, ହେଲେ ସେ ନ ଉଠାଇବାରୁ ଦେହରେ ନିଆଁ ଲଗାଇ ଦେଲେ ସ୍ୱାମୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନୀଳଗିରି ଅଞ୍ଚଳର ଗୋପାଳ ସିଂ ନାମକ ଜଣେ ବ୍ୟକ୍ତି ଦେହରେ […]

  • Wednesday, 21 July 2021