ସୋନପୁର: ସୁବର୍ଣ୍ଣପୁର ଏସ୍ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏସ୍ପିଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଏସ୍ପି ଓ ଅନ୍ୟ ୨ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଏସ୍ପି ଏହି ଗାଡ଼ିରେ ସୋନପୁର ଅଭିମୁଖେ ଯାତ୍ରା କରୁଥିଲେ। ଏହି ସମୟରେ ସମ୍ବଲପୁର-ସୋନପୁର ରାସ୍ତାର ସିଣ୍ଢୋଲ ଢାବା ନିକଟରେ ଗାଡ଼ିଟି କୌଣସି କାରଣରୁ ରାସ୍ତା ତଳକୁ ଓଲଟି ପଡ଼ିଥିଲା।
ମାଲକାନଗିରି: ଟପ୍ ମାଓ ନେତା ପାପାରାଓଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଧରିଲେ କିମ୍ବା ଏନ୍କାଉଣ୍ଟର କଲେ ୨୫ଲକ୍ଷ ଟଙ୍କା ମିଳିବ ବୋଲି ଛତିଶଗଡ଼ ସରକାର ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ମାଓ ନେତା ଥିଲେ ପାପାରାଓ। କିଛିଦିନ ହେବ ସେ କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ଗତ ୪ ଦିନ ହେବ ସେ ଶ୍ୱଶୁର ଘରେ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଛତିଶଗଡ଼ର ଟପ୍ ଲିଡର […]
ଝାରସୁଗୁଡ଼ା: ଜାନୁଆରୀ ୩୧ରୁ ଝାରସୁଗୁଡ଼ାରୁ ବାରାଣସୀକୁ ଉଡ଼ିବ ବିମାନ। ଆଲାଏନ୍ସ ଏୟାର୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ସେବା ଭାୟା ଭୁବନେଶ୍ୱର ହୋଇଯିବ। ଏହାଦ୍ୱାରା ଭୁବନେଶ୍ୱରରୁ ମଧ୍ୟ ଯାତ୍ରୀମାନେ ବାରାଣସୀକୁ ସିଧାସଳଖ ବିମାନ ସେବା ପାଇ ପାରିବେ। ପୂର୍ବରୁ ଏଥିପାଇଁ ଯାତ୍ରୀଙ୍କୁ ଭୁବନେଶ୍ୱରରୁ ଭାୟା ଦିଲ୍ଲୀ ହୋଇ ଯିବାକୁ ପଡ଼ୁଥିଲା। କେବଳ ଏତିକି ନୁହେଁ, ଜାନୁଆରୀ ୨୭ରୁ ଝାରସୁଗୁଡ଼ାରୁ କୋଲକାତାକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ କରୁଛି ଆଲାଏନ୍ସ ଏୟାର୍। ଝାରସୁଗୁଡ଼ାରୁ କୋଲକାତା […]
ଭୁବନେଶ୍ୱର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ୨୨ ଓ ୨୩ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେବ। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। ଏହି ଜିଲ୍ଲା ଗୁଡ଼ିକ ହେଲା-ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି କୋରାପୁଟ ଓ ମାଲକାନଗିରି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
ଜୟପୁର: ଗୋଟିଏ ମଞ୍ଚରେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି ଓ ପୂର୍ବତନ ବିଧାୟକ ରବି ନାରାୟଣ ନନ୍ଦଙ୍କୁ ଦେଖିବାକୁ ମିଳିଛି। ଗତ ୩ଟି ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ରବି ଓ ତାରାଙ୍କ ମଧ୍ୟରେ ଆସନ ଲାଗି ଛକାପଞ୍ଝା ଚାଲିଥିବା ଦେଖିବାକୁ ମିଳିଥିଲା। ହେଲେ ଏବେ ପରସ୍ପର ପ୍ରତି ଥିବା ଶତ୍ରୁତାକୁ ଭୁଲି ଉଭୟ କୋରାପୁଟର ବିକାଶ ଲାଗି ଉଭୟ ଅଣ୍ଟା ଭିଡ଼ିଛନ୍ତି। ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ […]
ଭୁବନେଶ୍ୱର: ଭୁବନେଶ୍ୱର-ସୁରତ ମଧ୍ୟରେ ଆଜିଠାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି।ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହୋଇଛି। ଦୁଇ ସହର ମଧ୍ୟରେ ସପ୍ତାହକୁ ୨ଥର ବିମାନ ଚଳାଚଳ କରିବ। ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ଗୁଜରାଟର ସୁରତକୁ ବିମାନ ଚଳାଚଳ କରିବାକୁ ଥିବାବେଳେ ସୁରତରୁ ଭୁବନେଶ୍ୱରକୁ ଶୁକ୍ରବାର ଓ ରବିବାର ଦିନ ବିମାନ ଚଳାଚଳ କରିବ। ଏହି କ୍ରମରେ ଭୁବନେଶ୍ୱରରୁ ଆଜି ସକାଳ ୮ଟା ୪୦ରୁ ବିମାନ ସୁରତକୁ ଉଡ଼ାଣ ଭରିଛି। ଏହା […]
ଜଗତସିଂହପୁର( ଶଶାଙ୍କ ଶେଖର ପଣ୍ଡା): ପୁଣି ଚର୍ଚ୍ଚାରେ ସୁର ବାବା। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ସ୍ଥିତ ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ କାମ କରିବାକୁ ଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ୯ ବର୍ଷ ହେଲା ପୁଅକୁ ନ ଦେଖି ପୁଅର ଫଟୋ ଧରି ଆଖିରୁ ଲୁହ ଗଡ଼ାଉଛି ମା’। ୨୦୧୧ ମାର୍ଚ୍ଚ ମାସଠାରୁ ପୁଅ ଯାଇଛି ଯେ ଯାଇଛି, ଆଉ ଘରକୁ ଫେରିନି। ଏନେଇ ପୁଲିସ୍ ବି କୌଣସି କାର୍ଯ୍ୟାନୁଷ୍ଠାନ […]
ପୁରୀ: ଶେଷରେ ଘରକୁ ଫେରିଲେ ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ବି.ଟେକ୍ ଇଞ୍ଜିନିୟର ଗିରିଜା ଶଙ୍କର ମିଶ୍ର। ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିବା ସୂଚନା ମିଳିଛି। ତାଙ୍କ ଘର ଭୁବନେଶ୍ୱରରେ ଓ ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଡିଏସ୍ପି। ସବୁଦିନ ଭଳି ବଡ଼ଦାଣ୍ଡରେ ସେ ଭିକ୍ଷାବୃତ୍ତି କରୁଥିବା ବେଳେ ଗିରିଜାଙ୍କ ଆଗରେ ଜଣେ ରିକ୍ସା ଚାଳକ ତାଙ୍କ ରିକ୍ସାକୁ ରଖିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ଗଣ୍ଡଗୋଳ ହୋଇଥିଲା। ଉଭୟ […]
ଭୁବନେଶ୍ୱର: ଏକକ ବ୍ୟବହୃତ ପ୍ଲାଷ୍ଟିକ(ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍) ବର୍ଜନ ନେଇ ନବୋଦୟ ଆଲୁମିନି ଆସୋସିଏସନ୍ (ଓଡ଼ିଶା) ପକ୍ଷରୁ ଏକ ସଚେତନତା ପଦଯାତ୍ରା ଆୟୋଜିତ କରାଯାଇଛି। ଗତକାଲି ସହିଦ ନଗର ଦୁର୍ଗାମଣ୍ଡପ ଠାରୁ ଏକ ରାଲି ବାହାରି ପିଏମ୍ଜିରେ ପହଞ୍ଚିଥିଲା। ସେଠାରେ ଏକ ସଭା ଆୟୋଜିତ ହୋଇଥିଲା। ରାଲିରେ ପ୍ରାୟ ୨୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ସାଧାରଣ ଜନତା ପ୍ରମୁଖ ଏହି ରାଲିରେ ସାମିଲ ହୋଇଥିଲେ। ପିଏମ୍ଜିରେ ଆୟୋଜିତ ଏହି ସଭାରେ […]
ବାଲେଶ୍ୱର: ଖାଲି ମୋଟରସାଇକେଲ୍ ଚଲାଉଥିବା ବ୍ୟକ୍ତି ନୁହେଁ ବରଂ ଗାଡ଼ି ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ। ମାର୍ଚ୍ଚ ୧ରୁ ଏହି ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ମଧ୍ୟ ଦେଇଛନ୍ତି। ହେଲେ କିଛି ଲୋକ ଏହି ନିୟମକୁ ମାନୁ ନ ଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ ଦେଖିବାକୁ ମିଳିଛି କେହି କେହି ଗାଡ଼ି ପଛରେ ୩ ଜଣଙ୍କୁ ବସାଇଛନ୍ତି, ନା ଗାଡ଼ି ଚଲାଉଥିବା ବ୍ୟକ୍ତି ହେଲ୍ମେଟ୍ […]
ଭୁବନେଶ୍ୱର: ବିଶିଷ୍ଟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ତଥା ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ସେ ମେଡିକାଲରେ ଚିକିତ୍ସାଧିନ ଥିଲେ। ଓଡ଼ିଶା ସଙ୍ଗୀତ ଏକାଡେମୀ ସହ ଅନେକ ଜାତୀୟ ସମ୍ମାନରେ ସୁନନ୍ଦା ସମ୍ମାନିତ ହୋଇଥିଲେ। ସୁନନ୍ଦାଙ୍କ ଜୀବନୀ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ନୀଳମାଧବ’ […]
ବ୍ରହ୍ମପୁର: ଘନ କୁହୁଡ଼ି ଯୋଗୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟ ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି। ଧକ୍କା ପରେ ଉଭୟ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ଦୁଇଟି ଯାକ ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କେବଳ ସାମାନ୍ୟ ଆହତ ହୋଇଛନ୍ତି। ସମୁଦ୍ର ଉପକୂଳରୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ଟା […]
ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ଆଜି ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ତେବେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୨ ଓ ୨୩ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ଅନୁଗୁଳ। ଏହାସହ କେନ୍ଦୁଝର […]
ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଧରାପଡ଼ିଲେ ୩ ଜଣ ମୁଖ୍ୟ ଅଭିଯୁକ୍ତ। ସେମାନେ ହେଲେ ଚିଣ୍ଟୁ, ପ୍ରୀତମ୍ ଓ ଉଦିତ୍। ଗତକାଲି ରାତିରେ କ୍ୟାପିଟାଲ ଥାନା ପୁଲିସ୍ ଏହି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ୨୨ ଜଣ ଧରାପଡ଼ିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ୧୬ ଜଣ ନାବାଳକ ଏବଂ ଜଣେ ଡିଏସ୍ପିଙ୍କ ପୁଅ ମଧ୍ୟ ଥିଲେ। ତେବେ ଏବେ ସୁଦ୍ଧା ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୨୫ ଜଣଙ୍କୁ […]
ଭୁବନେଶ୍ୱର: ଇଜିପ୍ଟରୁ ଆସିଥିବା ପିଆଜ ଲୋକେ ଖାଉ ନାହାନ୍ତି। କାହିଁକି ନା ଦେଶୀ ପିଆଜ ଭଳି ଇଜିପ୍ଟ ଓ ଅନ୍ୟ ଦେଶରୁ ଆସିଥିବା ଏହି ପିଆଜ ସୁଆଦିଆ ଲାଗୁନାହିଁ। ପିଆଜ ଦର ବୃଦ୍ଧି ପରେ ବିଦେଶରୁ ଆସିଥିବା ୩୪ ହଜାର ଟନ୍ ପିଆଜ ଏବେ ବିକ୍ରି ହେଉନାହିଁ। ଏହିସବୁ ପିଆଜ ସୁଆଦିଆ ନ ଥିବାରୁ ଲୋକେ କିଣୁ ନାହାନ୍ତି। ନଭେମ୍ବର ଓ ଡିସେମ୍ବର ମାସରେ ପିଆଜ ସଙ୍କଟ ବେଳେ ତୁର୍କୀ ଓ ଇଜିପ୍ଟରୁ ଏହି ପିଆଜ ଆସିଥିଲା। […]
ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ର ଆଉ ଏକ ନିୟମ କଡ଼ାକଡ଼ି ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ନିୟମଟି ହେଲା ମୋଟରସାଇକେଲ୍ ପଛରେ ବସୁଥିବା ବ୍ୟକ୍ତି ହେଲ୍ମେଟ୍ ପିନ୍ଧିବେ। ସେହିପରି କାର୍ରେ ସବୁ ଯାତ୍ରୀ ମଧ୍ୟ ସିଟ୍ ବେଲ୍ଟ ପିନ୍ଧିବେ। ଏହା ବାଧ୍ୟତାମୂଳକ ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତା ମାର୍ଚ୍ଚ ପହିଲାରୁ ଏହି ନିୟମ କାର୍ଯ୍ୟକାରୀ ହେବ। ସେପଟେ ୩ ମାସର ସମୟ ପୂରଣ ହେବା ପରେ ଯାଞ୍ଚ କଡ଼ାକଡ଼ି […]
ପୁରୀ: ଆଜିକାଲି ଶିକ୍ଷିତ ଯୁବକଯୁବତୀମାନେ ଚାକିରି ନ ପାଇ କିଏ ଅଟୋ ଚଲାଇ ପରିବାର ଭରଣପୋଷଣ କରୁଛନ୍ତି ତ ଆଉ କିଏ ଚା’ ଦୋକାନ କରି। ଏମିତିରେ ବି ଭାଗ୍ୟର ବିଡ଼ମ୍ବନା କେତେବେଳେ ଯେ କାହାକୁ କେଉଁ ସ୍ଥିତିକୁ ନେଇ ଆସିବ ତାହା କେହି କହିପାରିବେ ନାହିଁ। ଏମିତି ଏକ ଘଟଣା ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି। ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାକୁ ଆସିଛନ୍ତି। ବ୍ୟକ୍ତି ଜଣକ ସବୁଦିନ ଭଳି ଗତକାଲି […]
ନୀଳଗିରି: କାଲି ବାହାଘର, ହେଲେ ତା’ପୂର୍ବରୁ ଖାଇଲେ ବ୍ଲେଡ୍ ମାଡ଼। ଏପରି କିଛି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ। ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିବାହ ପାଇଁ ନିମନ୍ତ୍ରଣ କାର୍ଡ ଦେଇ ଘରକୁ ଫେରିବା ବାଟରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ନିଧୂର୍ମ ମାଡ଼ ମାରିଛନ୍ତି। ସୂଚନା ଅନୁସାରେ, ନୀଳଗିରି ଅଞ୍ଚଳର ମନୋଜ ବେହେରା ନାମକ ଜଣେ ଯୁବକ ଗତକାଲି ରାତି ପ୍ରାୟ ୧୧ଟା ସମୟରେ କାଳୀଝାଟି ଅଞ୍ଚଳକୁ ନିଜ ବିବାହ ନିମନ୍ତ୍ରଣ କାର୍ଡ […]
ଆସିକା (ମନୋଜ ମୁନି): ଯୁବକଙ୍କୁ ହତ୍ୟା କରିବା ପରେ ପାଳ ପକାଇ ଜାଳିଦେଲେ ଦୁର୍ବୃତ୍ତ ! ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆଜି ସକାଳେ ଜଣେ ବ୍ୟକ୍ତି ପୋଡ଼ି ଯାଉଥିବା ଦେଖି ଗାଁ ଲୋକେ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲା। ଅର୍ଦ୍ଧଦଗ୍ଧ ହୋଇଯାଇଥିବା ଯୁବକଙ୍କ ପାଟିରେ ରୁମାଲ ବନ୍ଧା ଯାଇଥିବା ବେଳେ ବେକରେ ଏକ ସୁନା ଚେନ୍ ମଧ୍ୟ […]
ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି। ୨୦୧୯ ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକ ଆଜି କଂଗ୍ରେସ ଭବନ ପରିସରରେ ଚାଲିଥିଲା। ଏହି ସମୟରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କଂଗ୍ରେସ ଭବନରେ ଦୁର୍ବ୍ୟବହାର ପ୍ରତିବାଦରେ ସମର୍ଥକଙ୍କ ସହ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ଧାରଣାରେ ବସିବା ସହ ନାରାବାଜି କରିଛନ୍ତି। ଭିତରେ ଓଡ଼ିଶା […]
ଭୁବନେଶ୍ୱର: ରାଜ୍ୟର ଅନେକ ଜିଲ୍ଲାରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଯିବ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ଓ କୋରାପୁଟ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ତା’ ସହିତ ପୁରୀ, ଜଗତସିଂହପୁର, […]
ପଟ୍ଟାମୁଣ୍ଡାଇ: ଘନ କୁହୁଡ଼ି ଯୋଗୁ ବାଟବଣା ହେଲା ଯାତ୍ରୀବାହୀ ଲଞ୍ଚ୍। କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆରୁ ଚାନ୍ଦବାଲି ଅଭିମୁଖେ ଯାତ୍ରା କରୁଥିବା ଏହି ଲଞ୍ଚ୍ଟି ବାଟବଣା ହୋଇ ସମୁଦ୍ର ଆଡ଼କୁ ଚାଲି ଯାଇଥିଲା। ସୂଚନା ଅନୁସାରେ, ଆଜି ସକାଳୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏହି ଲଞ୍ଚ୍ଟି ତାଳଚୁଆରୁ ବ୍ରାହ୍ମଣୀ-ବୈତରଣୀ ମୁହାଣ ଦେଇ ଚାନ୍ଦବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ ଘନ କୁହୁଡ଼ି ଯୋଗୁ ଲଞ୍ଚ୍ଟି ବାଟବଣା ହୋଇ ଚାନ୍ଦବାଲି ଯାଇ ନ ପାରି ସମୁଦ୍ର […]
ଭୁବନେଶ୍ୱର: ଟ୍ୱିନ୍ ସିଟି ସମେତ ସାରା ରାଜ୍ୟକୁ ଆଜି ଆଚ୍ଛାଦିତ କରିଛି ଘନ କୁହୁଡ଼ି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ିର ମାତ୍ରା ଅଧିକ ଦେଖିବାକୁ ମିଳିଛି। ଘନ କୁହୁଡ଼ିର ଆସ୍ତରଣ ଏତେ ମାତ୍ରା ଅଧିକ ଥିଲା ଯେ ପ୍ରାୟ ୧୦ରୁ ୧୫ ମିଟର ଦୂରରୁ କିଛି ଦେଖାଯାଉ ନ ଥିବା ଦେଖିବାକୁ ମିଳିଥିଲା। ଅଘଟଣରୁ ବର୍ତ୍ତିବା ପାଇଁ ରାସ୍ତା କଡ଼ରେ ବହୁ ଭାରି ଯାନ ଅଟକି ରହିଥିବା ନଜର ଆସିଥିଲା। ଏହାସହ ଘନ କୁହୁଡ଼ିର […]
ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାମ ନାୟକଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ଉ କରିଛି। ଅନାମଙ୍କ ଭବାନୀପାଟଣା ନକଟିଗୁଡ଼ା ବାସଭବନ ଓ ମଦନପୁର ରାମପୁରରେ ଥିବା ଏକ ହୋଟେଲରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ରେଡ୍ ନେଇ ଭିଜିଲାନ୍ସ DSP ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି। ୨୦୧୪ରେ ଅନାମ ନାୟକ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଶିଖ୍ ଯୁବକ ପରବିନ୍ଦର ପାଲ ସିଂହଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ଗୋଟିଏପଟେ ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ସାଙ୍ଗେ ସାଙ୍ଗେ ଜାମିନ ମିଳି ଯାଇଥିବାବେଳେ ଅନ୍ୟପଟେ ରାତି ୧ଟାରେ ପରବିନ୍ଦରଙ୍କ ଘର ଆଗରେ ବିଜେଡି ନେତା ଓ ପୁଲିସ୍ ଅଧିକାରୀଙ୍କ ପଇଁତରା। ଏହି ଦୁଇ ଘଟଣା ମାମଲାକୁ ଆହୁରି ସଙ୍ଗୀନ କରିଛି। ଗତକାଲି ରାତିରେ କେଉଁମାନେ ପରବିନ୍ଦରଙ୍କ ଘରକୁ ଆସିଥିଲେ, ତାହାର ସିସିଟିଭି ଭିଜୁଆଲ […]