ଚାନ୍ଦବାଲି: ବାଲେଶ୍ୱର ଜିଲ୍ଲା ଧାମରା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ଏକ ଅଘଟଣ ଘଟିଛି। ଆଜି ସକାଳେ ଏକ ବାଇକ୍ରେ ଦାଦା-ପୁତୁରା ଯାଉଥିବାବେଳେ ଗୁଆଁଳ ନିକଟରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ି ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଏହାସହ ବାଇକ୍ଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଛି। ଉଭୟ ସାମାନ୍ୟ ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ସେମାନେ ଏକ ବଡ଼ ଧରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟ ବାଇକ୍ରେ ନିକଟସ୍ଥ ବଜାରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ସୂଚନାଥାଉ […]
ଆସିକା: ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନି ଶିଳ୍ପ ନିଲାମ ହେବ। ଋଣ ଭାର ୭ କୋଟିରୁ ୨୯ କୋଟିକୁ ଛୁଇଁବା ପରେ ଏହାକୁ ନିଲାମ କରିବା ପାଇଁ ନୋଟିସ୍ ଆସିଛି। ଦିଲ୍ଲୀ ସ୍ଥିତ ନ୍ୟାସନାଲ କୋ-ଅପରେଟିଭ ଡେଭଲପମେଣ୍ଟ କର୍ପୋରେସନ (NCDC) ଏହି ନୋଟିସ୍ ପଠାଇଛି। ୧୯୯୪-୯୫ ଆର୍ଥିକ ବର୍ଷରେ ଆସିକା ସମବାୟ ଚିନି ଶିଳ୍ପ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ଏହି ଋଣ ନିଆଯାଇଥିଲା। ବର୍ତ୍ତମାନ ଆସିକା ଚିନି ଶିଳ୍ପରେ ଉତ୍ପାଦନ କମି ଯାଇଛି। ଫଳରେ ଦିଲ୍ଲୀରୁ […]
କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହିରେ ଥିବା ଲଳିତା ଜୁଏଲାରୀରୁ କେଜିଏରୁ ଉର୍ଦ୍ଧ୍ୱ ଓଜନର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଜୁଏଲାରୀ ମାଲିକ ଦୋକାନ ବନ୍ଦ କରିବା ବେଳେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ବନ୍ଧୁକ ପଛରେ ତାଙ୍କ ମୁଣ୍ଡକୁ ଆଘାତ କରିବାରୁ ସେ ତଳେ ପଡ଼ି ଯାଇଥିଲେ। ପରେ ଦୁର୍ବୃତ୍ତମାନେ ଦୋକାନରେ ପଶି ସୁନାଗହଣା ଲୁଟି ନେଇଥିଲେ। ଦୁର୍ବୃତ୍ତମାନେ ଦୋକାନରେ ଲାଗିଥିବା […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଗତକାଲି ଏକ ଯାତ୍ରୀବାହୀ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ପୁଲିସ୍ ନିଜ ଆଡୁ ଏନେଇ ମାମଲା ରୁଜୁ କରି ଖୋଳତାଡ଼ କରୁଛି। ଗୋଳନ୍ଥରା ଥାନା ପୁଲିସ୍ IPC ଧାରା 279, 304-A, 337 ଓ 338ରେ ମାମଲା ରୁଜୁ […]
ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ସହର ସ୍ଥିତ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଲପତୁର ନିକଟରେ ଏକ ଯାତ୍ରୀବାହୀ ବସ୍ରେ ୧୧ କେଭିର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ୪୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍ରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। କିଛି ଯାତ୍ରୀ ପୋଡ଼ି ଯାଇଛନ୍ତି ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ପୁଲିସ୍ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଉଛନ୍ତି। ଘଟଣାସ୍ଥଳରେ ୫ଟି ଆମ୍ୱୁଲାନ୍ସ ପହଞ୍ଚିବା ଜଣାପଡ଼ିଛି। […]
ଜଳେଶ୍ୱର: ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ୭୦ ତୀର୍ଥଯାତ୍ରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଏକ ଟୁରିଷ୍ଟ୍ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ତେବେ ବସ୍ ଡ୍ରାଇଭରଙ୍କ ଉଦ୍ୟମ ଯୋଗୁ ବସ୍ରେ ଥିବା ସମସ୍ତ ଯାତ୍ରୀ ଏକ ବଡ଼ ଧରଣର ଅଘଟଣରୁ ରକ୍ଷା ପାଇଛନ୍ତି। ସୂଚନା ଅନୁସାରେ, ଟୁରିଷ୍ଟ୍ ବସ୍ଟି ଆଜି ବାରିପଦାରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଡଗରା ସମୁଦ୍ର କୂଳ ଅଭିମୁଖେ ଯାଉଥିଲା। ତେବେ ସମୁଦ୍ର କୂଳରେ ପହଞ୍ଚିବାର ୧ କି.ମି. […]
ଭୁବନେଶ୍ୱର: କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗାଁରୁ କୁଖ୍ୟାତ ହାତୀ ଶିକାରୀ ବାବୁଲି ମହାଳିକକୁ ବନ ବିଭାଗ ଗିରଫ କରିଛି। ତାଙ୍କ ନିକଟରୁ ସିଙ୍ଗଲ ବ୍ୟାରେଲ ଦେଶୀ ବନ୍ଧୁକ, ହରିଣ ଛାଲ ଓ ଶିଙ୍ଗ ଜବତ ହୋଇଛି। ବାବୁଲିକୁ ବନ ବିଭାଗ ଜେରା କରିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ସେ ୨୦ରୁ ଅଧିକ ହାତୀ ମାରିଥିବା କଥା ସ୍ୱୀକାର କରିଛନ୍ତି। ଗୋଟିଏ ହାତୀକୁ ଗୁଳି କରିବାକୁ ସେ ୩୦ ହଜାର ଟଙ୍କା […]
ରାଉରକେଲା: ରାଉରକେଲାର ଜଣେ ନାବାଳିକାଙ୍କୁ ରାଉରକେଲା ପ୍ଳାଣ୍ଟ୍ ସାଇଟ୍ ପୁଲିସ୍ ଦିଲ୍ଲୀର ଗୁରୁଗ୍ରାମରୁ ଉଦ୍ଧାର କରିଛି। ତାଙ୍କୁ ରାଉରକେଲା ଅଣାଯାଇଛି। ଏହାସହ ପୁଲିସ୍ ସୁନୀତା ସିଂ ନାମକ ଜଣେ ମହିଳା ଦଲାଲଙ୍କୁ ଗିରଫ କରି ପଚରାଉଚରା କରୁଛି। ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ନାବାଳିକଳାଙ୍କ ଘର ରାଉରକେଲାର ଗୋପବନ୍ଧୁପାଲିରେ। ସେଠାରେ ରହୁଥିବା ସୁନୀତା ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ଜାନୁଆରୀ ୨୦ ତାରିଖରେ ଦିଲ୍ଲୀ ନେଇ ପଳାଇଥିଲେ। ସେ […]
ଭୁବନେଶ୍ୱର: ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେଉଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]
ବଲାଙ୍ଗିର: ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକ ଦ୍ୱୟ ହେଲେ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍। ସମସ୍ତ ମୃତାହାତଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଗାଁର। ସୂଚନା ଅନୁସାରେ, ଗତକାଲି […]
କେନ୍ଦୁଝର(ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ଯାଇଥିବା ଅବସ୍ଥାରେ ଦୁଇଟି ଅଚିହ୍ନା ଶବ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ସନ୍ଦେହ କରୁଛି। ନଦୀ ଅପରପାର୍ଶ୍ୱରେ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅଞ୍ଚଳ ହୋଇଥିବା ବେଳେ ସେଠାରେ […]
ଆନନ୍ଦପୁର(ମୁନା ସିଂ): ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ ଓ ସୀମା ସରହଦ। କେତେବେଳେ କାହା ସହ ପ୍ରେମ ହୋଇଯିବ ତାହା କେହିବି କହିପାରିବେ ନାହିଁ। ଆଉ ମନର ମଣିଷକୁ ପାଇବା ପାଇଁ ସମାଜର କଟକଣା/ପ୍ରତିବନ୍ଧକ ବି ବାଟ ଓଗାଳି ପାରେ ନାହିଁ। ଏପରି ପ୍ରେମରେ ପଡ଼ି ସାତ ଜନ୍ମର ସାଥୀ ପାଲଟିଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳର ଏକ ଆଦିବାସୀ ପ୍ରେମୀ ଯୁଗଳ। ସେମାନେ ସମ୍ପର୍କୀୟ ଭାଇଭଉଣୀ। ଯେଉଁଥିପାଇଁ ସେମାନେ ସମାଜ ଆଗରେ […]
ବାଲିଗୁଡ଼ା(ଅଜିତ ନାୟକ): ପଥର ତଳୁ ବାହାରୁଛି ଡିଜେଲ୍ ! କଥାଟା ବିଶ୍ୱାସ ଲାଗୁ ନ ଥିଲେ ବି ଘଟଣାଟି ବିଲ୍କୁଲ୍ ସତ। ଲୋକେ ପଥରୁ ତଳୁ ଡିଜେଲ ବାହାର କରି ଘରକୁ ବୋହି ନେଇ ଯାଉଛନ୍ତି। ଡିଜେଲକୁ କିଏ ବାଲ୍ଟିରେ ଭର୍ତ୍ତି କରି ପକାଉଛନ୍ତି ତ ଆଉ କିଏ ବୋତଲରେ ଭର୍ତ୍ତି କରି ଘରକୁ ନେବାରେ ଲାଗି ପଡ଼ିଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ। ସୂଚନା ମୁତାବକ, ଲଦପଙ୍ଗାର ବିଲମାଳ […]
ଭଦ୍ରକ (ପାର୍ଥସାରଥୀ ନାୟକ): ଟ୍ରାଫିକ୍ ନିୟମ ଭାଙ୍ଗିଲା ପୁଅ, ଆଉ ବାପା ଦେଲେ ଫାଇନ୍। ତା’ ବି ପୁଣି ହଜାରେ କି ଦୁଇ ହଜାର ଟଙ୍କା ନୁହେଁ, ୪୨ ହଜାର ୫୦୦ ଟଙ୍କାର ଫାଇନ୍ ଦେଇଛନ୍ତି ଜଣେ ବ୍ୟକ୍ତି। ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଗତ ୬ ତାରିଖରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କହଁରା ଛକରେ ଟ୍ରାଫିକ୍ ନିୟମ ଭାଙ୍ଗିବା ଅଭିଯୋଗରେ ଜଣେ ନାବାଳକ କଲେଜ ଛାତ୍ରଙ୍କ ବାପାଙ୍କ ନାଁରେ ଫାଇନ୍ କାଟିଛନ୍ତି ବିଭାଗୀୟ ଅଧିକାରୀ। ଭଦ୍ରକ ଆଞ୍ଚଳିକ […]
ଭୁବନେଶ୍ୱର: ବିହାର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେଉଛି। ଆଜି ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାସହ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ […]
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ନୀତିକାନ୍ତି ନେଇ କାର୍ଯ୍ୟ ନିର୍ଘଣ୍ଟ ହୋଇଛି। ଚଳିତ ବର୍ଷ ଶିବରାତ୍ରି ଦିନ, ରାତି ୧୦ଟାରେ ମହାଦୀପ ଉଠିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୩ ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ପରେ ଶ୍ରଦ୍ଧାଳୁ ମାନେ ସାଢେ ୩ ଟାରୁ ସାହାଣମେଲା ଦର୍ଶନ କରିପାରିବେ ବୋଲି ନୀତି ନିର୍ଘଣ୍ଟ ହୋଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ଏହି ନୀତିକାନ୍ତି […]
ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ପାଗ କୋହଲା ରହିବା ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବଜ୍ରପାତ ମଧ୍ୟ ହୋଇପାରେ। ଏନେଇ ୭ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଓ କେନ୍ଦୁଝର। ସକାଳ ୯ଟା ୪୫ ଯାଏ ଏହି […]
ଜୟପୁର: ଦୁଇ ନାବାଳକଙ୍କ ସାହାସିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା। କେନାଲରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଏହି ଦୁଇ ନାବାଳକ ଏହି ପ୍ରଶଂସା ସାଉଁଟିଛନ୍ତି। ନାବାଳକ ଦ୍ୱୟ ହେଲେ କୋରାପୁଟ ଜିଲ୍ଲା ଜୟପୁରର କିଶାନ ମାଝୀ ଓ ସଞ୍ଜୟ ପୂଜାରୀ। ଏମାନଙ୍କର ବୟସ ୧୨ରୁ ୧୩ ବର୍ଷ ହେବବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ମଣ ସାହୁ ନାମକ ଜଣେ ବ୍ୟକ୍ତି ମର୍ଣ୍ଣିଂ ୱାକ୍ରେ ଯାଇଥିଲେ। […]
ଜୟପୁର: ଲାଞ୍ଚ ନେବା ଅଭିଯୋଗରେ କୋରାପୁଟ ଜିଲ୍ଲା ଆମ୍ବଗୁଡା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି। କୋରାପୁଟ ଏସ୍ପି ମୁକେଶ ଭାମୁ ଏକ ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଗତ ଡିସେମ୍ବର ୨୪ରେ ଆମ୍ବଗୁଡା ଫାଣ୍ଡି ଅନ୍ତର୍ଗତ କୁମୁଲିପୁଟ ଦୁର୍ଘଟଣାରେ ମୂଳାଶୁର ଗାଁର ଦେବେନ୍ଦ୍ର ତନ୍ତୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ ସମବେଦନା ବଦଳରେ ନାରାୟଣ ପଟ୍ଟନାୟକ ଗାଡ଼ିର ଇନ୍ସ୍ୟୁରାନ୍ସ ଓ ଅନ୍ୟାନ୍ୟ ବାବଦକୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର। ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଓ କୁଆପଥର ମଧ୍ୟ ପଡ଼ିପାରେ। ଏହାସହ […]
ଉମରକୋଟ: ତିନି ଧରି ନିଖୋଜ ଥିବା ୨ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଠାବ କରାଯାଇଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ପକନାଗୁଡ଼ା ଗାଁର ମହାଦେବ ଗଣ୍ଡଙ୍କ ୯ ବର୍ଷର ଝିଅ ପଞ୍ଚବତୀ ଓ ଗୋନା ଗାଁର ପ୍ରକାଶ ପାଣ୍ଡେଙ୍କ ୭ ବର୍ଷର ଝିଅ ଲକ୍ଷ୍ମୀ। ଗତ ୪ ତାରିଖରୁ ଉଭୟ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ସେମାନଙ୍କର କୌଣସି ପତ୍ତା ନ ମିଳିବାରୁ ଏନେଇ ଉଭୟ […]
ମାଲକାନଗିରି: କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ। ନା ମାନେ କୌଣସି ବାଧାବିଘ୍ନ ନା ସମାଜର ପ୍ରତିବନ୍ଧକ। ଏପରିକି ପ୍ରେମକୁ ସବୁଦିନ ପାଇଁ ନିଜର କରିବା ଲାଗି ସେମାନେ ସବୁ କିଛି କରିପାରନ୍ତି। ଏମିତି କିଛି ଘଟଣା ଘଟିଛି ଦିଲ୍ଲୀରେ। ଯାହାକୁ ନେଇ ଏବେ ମାଲକାନଗିରିରୁ ଦିଲ୍ଲୀ ସବୁଆଡେ ଚର୍ଚ୍ଚା। ମାଲକାନଗିରିର ଦୁଇ ଜଣ ଝିଅ ପରସ୍ପରଙ୍କୁ ଭଲ ପାଉଥିଲେ। ସାରା ଜୀବନ ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଲେ। ହେଲେ କେମିତି ସମ୍ଭବ ? ସାମାଜିକ […]
ବ୍ରହ୍ମପୁର: ରାସ୍ତା ଉପରେ ଅଳିଆ ପକାଇଥିବା ୬ ଜଣ ଦୋକାନୀଙ୍କୁ ୧୦ ହଜାର ଲେଖାଏ ଅର୍ଥ ଦଣ୍ଡ ଦେବାକୁ ପଡ଼ିଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବ୍ରହ୍ମପୁରର ମୁଖ୍ୟ ମାର୍କେଟ କୁହାଯାଉଥିବା ଅନ୍ନପୂର୍ଣ୍ଣା ମାର୍କେଟ ଓ ଏସ୍ଏନଟି ରୋଡ୍ରେ ବୁଲୁଥିଲେ। ଏହି ସମୟରେ ମାର୍କେଟରେ ଥିବା ଦୋକାନୀ ମାନେ ସେମାନଙ୍କ ଦୋକାନ ବନ୍ଦ କରୁଥିବା […]
ଭୁବନେଶ୍ୱର: ଭୁଲ୍ ରାସ୍ତାରେ ଗାଡ଼ି ଚଲାଉଛନ୍ତି କି ? ତା’ହେଲେ ହୋଇଯାଆନ୍ତୁ ସାବଧାନ ! ନ ହେଲେ ଅସୁବିଧାରେ ପଡ଼ିପାରନ୍ତି। କାହିଁକି ନା ଏଣିକି ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ୍ ଜୋରଦାର ଅଭିଯାନ ଆରମ୍ଭ କରିଛି। ଗତକାଲି ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ସ୍ଥାନରେ ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଥିବା ୮୦ ଜଣଙ୍କୁ ପୁଲିସ୍ ଧରିଛି। ଏହାସହ ସେମାନଙ୍କର ଗାଡ଼ିକୁ ମଧ୍ୟ ସିଜ୍ କରାଯାଇଛି। ଅନ୍ୟପକ୍ଷରେ ରାସ୍ତାରେ ରଙ୍ଗ୍ […]
ପୁରୀ: ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ମାଡ଼ି ଆସିଲା ବଡ଼ ଲହଡି। ସମୁଦ୍ରରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ମୃତ୍ୟୁ ମୁଖରୁ ୪ଜଣଙ୍କ ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ। ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ଦମ୍ପତ୍ତି ସମୁଦ୍ରରେ ଗାଧୋଉଥିଲେ। ହଠାତ୍ ଏହି ସମୟରେ ସମୁଦ୍ରରେ ଏକ ବଡ଼ ଲହଡି ଆସିବାରୁ ଭାସି ଯାଇଥିଲେ ୪ ଜଣ। ସମୁଦ୍ର ବେଳାଭୂମିରେ କର୍ତ୍ତବ୍ୟରତ ଲାଇଫ ଗାର୍ଡ ତୁରନ୍ତ […]