• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ: ୧ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ

ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପିତ ହୋଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଐତିହ୍ୟ ବିକାଶକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ବଜେଟ୍‌ରେ ମୋଟ୍ ୧ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଯାହା ମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ ୬୫ ହଜାର ୬୫୫ କୋଟି ଟଙ୍କା ଦେଇଛନ୍ତି ଅର୍ଥମନ୍ତ୍ରୀ। ତା‘ସହ ୭୪ ହଜାର କୋଟି କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଉଦ୍ଦିଷ୍ଟ ଥିବାବେଳେ ଉନ୍ନୟନ ସଂସ୍ଥା ପାଇଁ ୭ […]

  • Thursday, 22 July 2021
odisha
ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ନେଇ ଆକଳନ

ଭୁବନେଶ୍ୱର: ରାଜ୍ୟ ବଜେଟ୍ ପୂର୍ବରୁ ବିଧାନସଭାରେ ୨୦୧୯-୨୦ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି। ରାଜ୍ୟର ଅଭିବୃଦ୍ଧି ହାର କମିଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଗତବର୍ଷ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୭.୯୦% ଥିଲା। ତେବେ ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ନେଇ ଆକଳନ କରାଯାଇଛି। ବାତ୍ୟା ପାଇଁ କୃଷି ଉତ୍ପାଦନ କମିଥିବାରୁ ଓ ଖଣିଜ କାରବାରରେ ମାନ୍ଦା ଯୋଗୁ […]

  • Thursday, 22 July 2021
instagram
ଇନ୍‌ଷ୍ଟାଗ୍ରାମ୍‌ର ଏହି ପୋଷ୍ଟ ଖୋଲିବ କି ଛାତ୍ରୀଙ୍କ ମୃତ୍ୟୁର ରହସ୍ୟ ?

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରୁ ଖସି ପଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ଏହା ଦୁର୍ଘଟଣା ନା ଆତ୍ମହତ୍ୟା ସେ ନେଇ ଉଠିଛି ପ୍ରଶ୍ନ। ହେଲେ  ଏବେ ସାମ୍ନାକୁ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି ଯାହା ଏହି ଘଟଣାକୁ ଆହୁରି ରହସ୍ୟଜନକ କରିଛି। ଗତକାଲି ଭୁବନେଶ୍ୱରର ଜଣେ ଛାତ୍ରୀ ଭାରସାମ୍ୟ ହରାଇ ଆପାର୍ଟମେଣ୍ଟରୁ ଖସି ପଡ଼ିଥିବା ନେଇ ପ୍ରାଥମିକ ସୂଚନା ମିଳିଥିଲା। କିନ୍ତୁ ଆଜି ମୃତ୍ୟୁର କାରଣ ଭିନ୍ନ ବୋଲି ଚର୍ଚ୍ଚା […]

  • Thursday, 22 July 2021
Ramesh Ganeriwal
‘ମୁଁ ଘରେ ଅଛି, ଗଣମାଧ୍ୟମରେ କ’ଣ ପ୍ରସାରଣ ହେଉଛି ମୁଁ କିଛି ଜାଣିନି’

ଭୁବନେଶ୍ୱର: ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଜଣେ ସହଯୋଗୀଙ୍କୁ ପୁଲିସ୍‌ ଗିରଫ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ଘଟଣାର ପ୍ରତିକ୍ରିୟା ରଖିଛନ୍ତି ଅନୁପଙ୍କ ଏହି ସହଯୋଗୀ। ଅନୁପଙ୍କ ସହଯୋଗୀ ରମେଶ ଗେନେରିଓ୍ୱାଲଙ୍କୁ ପୁଲିସ୍‌ ଗିରଫ କରିବା ନେଇ କିଛି ଗଣମାଧ୍ୟମର ସୂଚନା ପରେ ଏହାର ପ୍ରତିକ୍ରିୟା ରଖିଛନ୍ତି ରମେଶ।  ‘ମୁଁ ଘରେ ଅଛି’ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି। ସେ କହିଛନ୍ତି, ‘ମୁଁ ଘରେ ଅଛି। ଗଣମାଧ୍ୟମରେ କ’ଣ […]

  • Thursday, 22 July 2021
arrest
ବିଜେଡି ଛାତ୍ର ନେତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୭ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେଡି ଛାତ୍ର ନେତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଛନ୍ତି। ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା ଏବଂ ୩ଟି ଗାଡ଼ି ଜବତ ହୋଇଥିବା ନେଇ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ୍‌ ଖୋଳତାଡ଼ ଜାରି ରଖିଛି। 7 accused persons arrested in connection with Sahidnagar PS case no 87, with regard […]

  • Thursday, 22 July 2021
explosion
ବ୍ୟାଟେରୀ ଫାଟି ଛିଣ୍ଡିଗଲା ୩ ଆଙ୍ଗୁଠି

ଭଦ୍ରକ: ମାଇକ୍ରୋଫୋନ୍‌ରେ ବ୍ୟବହୃତ ଏକ ଚାଇନା ବ୍ୟାଟେରୀ ଫାଟି ଜଣେ ନାବାଳକ ଗୁରୁତର ହୋଇଥିବାବେଳେ ଓ ଆଉ ଜଣେ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତରାଶୁଣୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ନାବାଳକ ଜଣକ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ ଆହତ ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ଗୁରୁତରଙ୍କୁ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କୁ କଟକ […]

  • Thursday, 22 July 2021
odisha
ବକେୟା ବିଦ୍ୟୁତ୍ ବିଲ୍‌କୁ ନେଇ ସାଉଥ୍‌କୋ ଓ ନେସ୍କୋର ବିଦ୍ୟୁତ୍‌ କାଟ୍ ପ୍ରକ୍ରିୟା ଜାରି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବକେୟା ବିଦ୍ୟୁତ୍ ବିଲ୍‌କୁ ନେଇ ଉଭୟ ସାଉଥ୍‌କୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍‌ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ମଧ୍ୟ ଏହା ଜାରି ରହିବ। ଗତକାଲି ସାଉଥ୍‌କୋର ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ ବକେୟା ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍‌ କଟା ଯାଇଥିଲା। ଅନେକ ଲୋକଙ୍କ ଲକ୍ଷାଧିକ ଟଙ୍କା ବକେୟା ଥିବା ଜଣା ପଡିଥିଲା। ଯେଉଁମାନେ ବକେୟା ବିଲ୍‌ର ୬୦ ପ୍ରତିଶତ ବିଲ୍ […]

  • Thursday, 22 July 2021
odisha
ଘର ଭାଙ୍ଗିବାକୁ ଉଦ୍ୟମ ବେଳେ ଖଣ୍ଡା ଧରି ଗୋଡ଼ାଇଲେ ଘର ମାଲିକ

ରାଉରକେଲା: ଘର ଭାଙ୍ଗିବାକୁ ଉଦ୍ୟମ ବେଳେ ରାଉରକେଲା ଇସ୍ପାତ କାରଖାନାର ଲ୍ୟାଣ୍ଡ ଗାର୍ଡଙ୍କୁ ଖଣ୍ଡା ଧରି ଗୋଡ଼ାଇଲେ ଘର ମାଲିକ। ଗତକାଲି ରାଉରକେଲା ସାରନଗରୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭଜହରି ନାମକ ଜଣେ ବ୍ୟକ୍ତି ରାଉରକେଲା ଇସ୍ପାତ କାରଖାନା ଅଞ୍ଚଳରେ ଗତ ୪୦ ବର୍ଷ ହେବ ରହି ଆସୁଛନ୍ତି। ସେ ରହୁଥିବା ଜାଗାରେ ଏବେ ଏକ ଘର ନିର୍ମାଣ କରୁଛନ୍ତି। ହେଲେ ଉକ୍ତ ଜାଗା କମ୍ପାନୀର ବୋଲି ଦାବି କରୁଛନ୍ତି ଆରଏସ୍‌ପି କର୍ତ୍ତୃପକ୍ଷ। ଏହାକୁ […]

  • Thursday, 22 July 2021
anup
ଡବଲ୍ ମର୍ଡର ମାମଲାରେ ଆଉ ଏକ ଖୁଲାସା; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଝାରସୁଗୁଡ଼ା: ଡବଲ୍ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଗିରଫ କରିଛି। ଉଭୟଙ୍କୁ ଗିରଫ ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ […]

  • Thursday, 22 July 2021
odisha
ଡବଲ୍ ମର୍ଡର ମାମଲାରେ ଅନୁପଙ୍କ ଡ୍ରାଇଭର ଗିରଫ

ଭୁବନେଶ୍ୱର: ଡବଲ୍ ମର୍ଡର ମାମଲାରେ ଗିରଫ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଗିରଫ କରିଛି। ଏହି ମାମଲାରେ ବର୍ଦ୍ଧନଙ୍କ ସମ୍ପୃକ୍ତି ନେଇ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତାଙ୍କ ନାଁରେ ପୁଲିସ୍‌ ସଙ୍ଗୀନ ଦଫା ଲଗାଇଛି। ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। […]

  • Thursday, 22 July 2021
odisha
ମରି ବି ଅମର ହୋଇଗଲେ; ଦୁଇ ଆଖିରେ ଦେଖୁଛନ୍ତି ଦୁନିଆ

ବାଲେଶ୍ୱର: ମରି ବି ଅମର ହୋଇଗଲେ ବାଲେଶ୍ୱର ଜିଲ୍ଲା ଅମର୍ଦ୍ଦା ନାରାୟଣପୁର ଗାଁର କରୁଣାକର ବେହେରା। ତାଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଯାଇଥିଲେ ବି ୨ ଆଖିରେ ସେ ଦୁନିଆ ଦେଖୁଛନ୍ତି। ଆଉ ପରିବାର ଲୋକେ କରୁଣାକରଙ୍କୁ ହରାଇ ମଧ୍ୟ ଦୁଃଖ ଭିତରେ ସୁଖୀ ହୋଇଛନ୍ତି। କାହିଁକି ନା ନିଜର ଆଖି ଦାନ କରି କରୁଣାକର ଅନ୍ୟକୁ ଦୃଷ୍ଟିଶକ୍ତି ଦେଇଛନ୍ତି ଓ ମରି ବି ଅମର ହୋଇଯାଇଛନ୍ତି। ସେ ଜଣେ ଦିନ ମଜୁରିଆ ଥିଲେ। ଗତକାଲି କାମ […]

  • Thursday, 22 July 2021
representational image
କାଠ ଫାଳିଆରେ ଶାଶୂଙ୍କୁ ପିଟି ପିଟି ହତ୍ୟା କଲା ଜ୍ୱାଇଁ !

କଟକ: କାଠ ଫାଳିଆରେ ଶାଶୂଙ୍କୁ ପିଟି ପିଟି ହତ୍ୟା କଲା ଜ୍ୱାଇଁ ! ପାରିବାରିକ କଳହକୁ କେନ୍ଦ୍ର କରି ଶାଶୂଙ୍କୁ କାଠ ଫାଳିଆରେ ଜ୍ୱାଇଁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିଛି। ମୃତକ ହେଲେ ସାଲକେ ହେମ୍ବ୍ରମ୍‌। ତେବେ ଅଭିଯୁକ୍ତ ଜ୍ୱାଇଁ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଆଦିବାସୀ ମହିଳା ସାଲକେ କଟକ ଓଏମ୍‌ପି ଛକ ନିକଟରେ ଗୋର୍ଖା କଲୋନୀରେ ରହୁଥିଲେ। ଆଜି ସକାଳେ ଅଭିଯୁକ୍ତ ଜଣକ ହାଣ୍ଡିଆ ପିଇ […]

  • Thursday, 22 July 2021
engineering students
କମୁଛି ଇଞ୍ଜିନିୟରିଂ ଶିକ୍ଷାର ଚାହିଦା, ଫାଙ୍କା ପଡ଼ିଛି ୬୦ ପ୍ରତିଶତ ସିଟ୍

ଭୁବନେଶ୍ୱର: ରାଜ୍ୟରେ ଇଞ୍ଜିନିୟରିଂ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଛି। ଛାତ୍ରଛାତ୍ରୀମାନେ ଆଉ ଇଞ୍ଜିନିୟରିଂ ପଢ଼ିବାକୁ ବିଶେଷ ମନ ବଳାଉ ନାହାନ୍ତି। ଏହାର ପ୍ରମାଣ ହେଉଛି ୬୦ ପ୍ରତିଶତ ସିଟ୍ ଖାଲି ପଡ଼ିବା। ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି, ରାଜ୍ୟର ମୋଟ ୯୩ଟି ଇଞ୍ଜିନିୟରିଂ କଲେଜରେ ରହିଛି। ୩୧ ହଜାର ୧୭୪ ସିଟ୍‌। ସେଥିମଧ୍ୟରୁ ୨୦୧୯-୨୦ ଶିକ୍ଷା ବର୍ଷରେ ୧୯ ହଜାର ୪୨୯ […]

  • Thursday, 22 July 2021
odisha
ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ନିଆଁ, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ୩ ଦିନ ହେବ ନିଆଁ ଲାଗି ଯାଇଛି। ଏଥିଯୋଗୁ ଦାରୁଠେଙ୍ଗ ସହ ପାଖାପାଖି ସମସ୍ତ ଗାଁରେ ଧୂଆଁ ବ୍ୟାପି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଏଥିଯୋଗୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଡମ୍ପିଂୟାର୍ଡରେ ନିଆଁ ଲାଗିଥିଲେ ବି ନିଆଁ ଲିଭାଯାଉ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏହାସହ ଧୂଆଁମୟ ସ୍ଥିତି ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷେ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ଜଣେ ସ୍ଥାନୀୟ ବାସିନ୍ଦା […]

  • Thursday, 22 July 2021
beggar 1
କଟକରେ ଅଛନ୍ତି ସବୁଠାରୁ ଅଧିକ ଭିକାରି

କଟକ: ରାଜ୍ୟରେ ସବୁଠାରୁ ଅଧିକ ଭିକାରି କଟକ ଜିଲ୍ଲାରେ ଅଛନ୍ତି। ଏନେଇ ବିଧାନସଭାରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ୍‌ ୫ହଜାର ୯ଶହ ୫୦ଜଣ ଭିକାରି ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କଟକରେ ସର୍ବାଧିକ ୧ହଜାର ୬୦ ଜଣ ଭିକାରି ଥିବା ମନ୍ତ୍ରୀ କହିଛନ୍ତି। ସେହିପରି ଗଞ୍ଜାମରେ ୫୪୫, ସୁନ୍ଦରଗଡ଼ରେ ୪୨୩, ପୁରୀରେ ୩୬୬ ଓ ଖୋର୍ଦ୍ଧାରେ ୧୯୭ଜଣ ଭିକାରି ଥିବା ନେଇ ବିଧାନସଭାରେ ମନ୍ତ୍ରୀ ଆଜି ଏହି ସୂଚନା ଦେଇଛନ୍ତି।

  • Thursday, 22 July 2021
odisha
ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ !

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି।ଆଜି ଯୁକ୍ତ ୩ ତୃତୀୟ ସେମିଷ୍ଟରର ଗଣିତ (Hons.) ପରୀକ୍ଷା ଥିବା ବେଳେ ପ୍ରଶ୍ନ ଲିକ୍ ହୋଇଥିବା ନେଇ ସନ୍ଦେହ ଉପୁଜିଛି। ଆଜି ଦିନ ୧ଟାରୁ ୪ଟା ମଧ୍ୟରେ ପରୀକ୍ଷା ହେବାର ଥିଲା ହେଲେ ତା’ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଫଳରେ ଆଜି ଦିନ ୧୨ଟା ୩୦ ମଧ୍ୟରେ ଇମେଲ୍‌ରେ ପ୍ରଶ୍ନ ପଠାଯିବ ଓ ଏହାକୁ ଡାଉନ୍‌ଲୋଡ୍‌ କରି ପରୀକ୍ଷା କରିବାକୁ କଲେଜଗୁଡିକୁ […]

  • Thursday, 22 July 2021
odisha
୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାଇୱା ଡ୍ରାଇଭରଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ତନ୍ତିଆପାଳ ଥାନା ଅନ୍ତର୍ଗତ ତରପଦା ଗାଁରେ ଏକ ବାଲି ବୋଝେଇ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭର ହେଲେ ବରଜ ବାହାକୁଦ ଗାଁର ପ୍ରଭାତ ସେଠୀ। ସୂଚନା ଅନୁଯାୟୀ, ତରପଦା ଗାଁର ସୁରେନ୍ଦ୍ର ରାଉତରାୟଙ୍କ ଘରେ ପ୍ରଭାତ ବାଲି ଅନ୍‌ଲୋଡ୍‌ କରୁଥିବା ବେଳେ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ […]

  • Thursday, 22 July 2021
odisha
‘ମୋ ବାପା ନିର୍ଦ୍ଦୋଷ, ସେ କିଛିବି କରି ନାହାନ୍ତି’

ଝାରସୁଗୁଡ଼ା: ଡବଲ୍ ମର୍ଡର ମାମଲାରେ ଗିରଫ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୁଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ବର୍ଦ୍ଧନଙ୍କୁ ଗତକାଲି ରାତିରେ ପୁଲିସ୍ ଘରୁ ଉଠାଇ ନେଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ପୁଲିସ୍ ତାଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ବର୍ଦ୍ଧନ ନିର୍ଦ୍ଦୋଷ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଏହି ଘଟଣାକୁ ନେଇ ବର୍ଦ୍ଧନଙ୍କ ଝିଅ କହିଛନ୍ତି, ‘ମୋ ବାପା ନିର୍ଦ୍ଦୋଷ। ସେ […]

  • Thursday, 22 July 2021
odisha
୫ଶହ ବର୍ଷ ପୁରାତନ ଗଙ୍ଗାମାତା ମଠ ସୁଡ଼ଙ୍ଗ ଦେଇ ପଶିଲେ ବିଦେଶୀ ପର୍ଯ୍ୟଟକ

ପୁରୀ: ପୁରୀର ୫ଶହ ବର୍ଷ ପୁରାତନ ଗଙ୍ଗାମାତା ମଠ ସୁଡ଼ଙ୍ଗ ଦେଇ ବିଦେଶୀମାନଙ୍କ ପ୍ରବେଶକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏହି ସୁଡଙ୍ଗ ଏବେ ବିଦେଶୀମାନଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ଏହି ସୁଡଙ୍ଗ ପୁରୁଣା ରାଜବାଟୀ ଓ ରତ୍ନବେଦୀଙ୍କୁ ସଂଯୋଗ କରୁଥିବା କିଛି ଐତିହାସିକମାନେ ପୂର୍ବରୁ ମତ ଦେଇଥିଲେ। ଏହାକୁ ନେଇ ବିଦେଶୀ ପର୍ଯ୍ୟଟକମାନେ ଏହି ସୁଡ଼ଙ୍ଗ ଦେଇ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଏହି ସୁଡଙ୍ଗର କିଛି ବାଟ ପରେ ରାସ୍ତା […]

  • Thursday, 22 July 2021
arrest
ଶବ ବ୍ୟବଚ୍ଛେଦ ଲାଗି ଟଙ୍କା ମାଗି ବନ୍ଧା ହେଲେ ଡାକ୍ତର

କୋରାପୁଟ: ଶବ ବ୍ୟବଚ୍ଛେଦ କରିବାକୁ ଟଙ୍କା ମାଗି ଗିରଫ ହେଲେ ଡାକ୍ତର। କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତର ମନୋଜ ଜେନାଙ୍କୁ ଏହି ଅଭିଯୋଗରେ ପୁଲିସ୍‌ ଗତକାଲି ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୪ ତାରିଖରେ ଜୟପୁର ସଦର ଥାନା ଅଞ୍ଚଳରେ ଏକ ବାଇକ୍‌ ଓ ଅଟୋ ମଧ୍ୟରେ ଧକ୍କା ହୋଇଥିଲା। ଉକ୍ତ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡ଼ିକୁ ପୁଲିସ୍‌ ଜବତ କରିଥିବା […]

  • Thursday, 22 July 2021
odisha
ଅଧା ପ୍ରୋସେସନ୍‌ରୁ ଫେରିଗଲା ବର ଓ ବରଯାତ୍ରୀ

ସୋର: ଅଧା ପ୍ରୋସେସନ୍‌ରୁ ଫେରିଗଲା ବର ଓ ବରଯାତ୍ରୀ। ରୋଷଣୀ ବି ଶେଷ ହୋଇ ପାରିଲା ନାହିଁ। କନ୍ୟା ନାବାଳିକା ଥିବାରୁ ଏକ ବିବାହ ଅଧାରୁ ବନ୍ଦ ହୋଇଯାଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଅନ୍ତର୍ଗତ ସାରଙ୍ଗପୁର ଗାଁରେ। ସୂଚନା ଅନୁସାରେ, ବାହାନଗା ବ୍ଲକ୍‌ର ଜଣେ ନାବାଳିକାଙ୍କ ସହ ଡାଲଙ୍ଗ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଗତକାଲି ବିବାହ ହୋଇଥାନ୍ତା। ହେଲେ ଝିଅଟି ନାବାଳିକା ହୋଇଥିବାରୁ ବିବାହ ହୋଇପାରିନାହିଁ। ଝିଅକୁ ୧୮ […]

  • Thursday, 22 July 2021
anup sai
ଜେଲ୍‌ରେ ରାତି କାଟିଲେ ପୂର୍ବତନ ବିଧାୟକ

ଝାରସୁଗୁଡ଼ା: ଛତିଶଗଡ଼ର ରାଇଗଡ଼ ଜେଲ୍‌ରେ କଟିଲା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରାତି।  ଗତକାଲି ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ତାଙ୍କୁ ଡବଲ୍‌ ମର୍ଡର ମାମଲାରେ ପୁଲିସ୍‌ ଗିରଫ କରିଥିଲା। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅନୁପ୍‌ଙ୍କ ଡ୍ରାଇଭର୍ ଏବେ ବି ପୁଲିସ୍‌ କବ୍‌ଜାକୁ ଆସିନି। ତାଙ୍କୁ କେବେ ଗିରଫ କରାଯିବ ତା’ ଉପରେ ଏବେ ସମସ୍ତଙ୍କ ନଜର। କୋର୍ଟରେ ଅନୁପଙ୍କ ବିରୋଧରେ ପ୍ରମାଣ, ସାକ୍ଷୀଙ୍କ ବୟାନ୍‌କୁ ରଖିବ ପୁଲିସ୍‌। ଏହାସହ […]

  • Thursday, 22 July 2021
odisha
ଡ୍ୟୁଟି ସମୟରେ ମାତାଲ ହେଲେ କନଷ୍ଟେବଲ୍‌, ଭିଡିଓ ଭାଇରାଲ

ବାରିପଦା(ମାଣିକଲାଲ ପାଣି): ଡ୍ୟୁଟି ସମୟରେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ମାତାଲ୍‌ ଅବସ୍ଥାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୟୂରଭଞ୍ଜ ଜିଲ୍ଲା ବଡ଼ସାହିରେ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍‌ ମୁତୟନ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣେ କନଷ୍ଟେବଲ୍ ମାତାଲ୍‌ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଡ୍ୟୁଟି ସମୟରେ ମଦ ପିଇ କନଷ୍ଟେବଲ୍‌ ଗଗନ ବିହାରୀ […]

  • Thursday, 22 July 2021
Capture-1
ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ମାମଲା ସ୍ଥାନାନ୍ତର ପାଇଁ ପଦକ୍ଷେପ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ସମସ୍ତ ମାମଲାକୁ ଅନ୍ୟ ନ୍ୟାୟିକ ଅଞ୍ଚଳକୁ ରାଜ୍ୟ ସରକାର ସ୍ଥାନାନ୍ତର କରିଛନ୍ତି। ଓକିଲଙ୍କ ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତି ଓ ତ୍ୱରିତ ବିଚାର ପ୍ରକ୍ରିୟା ସାରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଗତ […]

  • Thursday, 22 July 2021
odisha
ଡ୍ୟୁଟିରେ ଥିବା ନର୍ସଙ୍କୁ ପିଟିଲେ ରୋଗୀଙ୍କ ସମ୍ପର୍କୀୟ

ବଲାଙ୍ଗିର: ଡ୍ୟୁଟିରେ ଥିବା ଜଣେ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟ ପିଟିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ନର୍ସ ପ୍ରତିମା ପ୍ରଧାନ ଆହତ ହୋଇଛନ୍ତି। ଏନେଇ ସେ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଜଣେ ରୋଗୀଙ୍କୁ ତାଙ୍କ ସଂପର୍କୀୟମାନେ ଅର୍ଥୋପେଡ଼ିକ ୱାର୍ଡରୁ ମେଡିସିନ ୱାର୍ଡକୁ ଆଣିଥିଲେ। ଏହି ସମୟରେ କୌଣସି କଥାକୁ ନେଇ ରୋଗୀଙ୍କ […]

  • Thursday, 22 July 2021