ଭୁବନେଶ୍ୱର: ଭୁବନେଶ୍ୱରରେ ଶିଖ୍ ଯୁବକ ପରବିନ୍ଦର ପାଲ ସିଂହଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ଗୋଟିଏପଟେ ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ସାଙ୍ଗେ ସାଙ୍ଗେ ଜାମିନ ମିଳି ଯାଇଥିବାବେଳେ ଅନ୍ୟପଟେ ରାତି ୧ଟାରେ ପରବିନ୍ଦରଙ୍କ ଘର ଆଗରେ ବିଜେଡି ନେତା ଓ ପୁଲିସ୍ ଅଧିକାରୀଙ୍କ ପଇଁତରା। ଏହି ଦୁଇ ଘଟଣା ମାମଲାକୁ ଆହୁରି ସଙ୍ଗୀନ କରିଛି। ଗତକାଲି ରାତିରେ କେଉଁମାନେ ପରବିନ୍ଦରଙ୍କ ଘରକୁ ଆସିଥିଲେ, ତାହାର ସିସିଟିଭି ଭିଜୁଆଲ […]
କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ୍ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଶାଳଗାଁ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍ର ୫ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ […]
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗାଁରେ ଅନ୍ଧ ବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ବନ୍ଧନୀ ଓରାମ। ତାଙ୍କ ଘର ଟିକାୟତପାଲ୍ଲୀ ଗାଁରେ। ଅଭିଯୁକ୍ତର ନାଁ ରତିକାନ୍ତ ଓରାମ। ତେବେ ଏହି ଆକ୍ରମଣରେ ଜଣେ ଦେଢ଼ ବର୍ଷର ଶିଶୁ ମଧ୍ୟ ଗୁରୁତର ଆହତ ହୋଇଛି। ସୂଚନା ଅନୁଯାୟୀ,ବନ୍ଧନୀ ତାଙ୍କ ଝିଅକୁ ଟିକିରାପୋଷ ଗାଁରେ […]
କୃଷ୍ଣପ୍ରସାଦ: ଘନ କୁହୁଡ଼ି ଯୋଗୁ ଚିଲିକାରେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଫସି ରହିଲା ଏକ ଯାତ୍ରୀବାହୀ ଡଙ୍ଗା। ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବାବେଳେ ଘନ କୁହୁଡ଼ି ଯୋଗୁ ନାଉରିଆ ବାଟ ଜାଣି ନ ପାରିବାରୁ ଡଙ୍ଗାଟି ଚିଲିକା ମଝିରେ ଫସି ଯାଇଥିଲା। କୁହୁଡ଼ି ଛାଡ଼ିବା ପରେ ଡଙ୍ଗାଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଜହ୍ନିକୁଦରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ଡଙ୍ଗାରେ ୩୦ଜଣ ଯାତ୍ରୀ ଓ ୧୦ଟି ବାଇକ୍ ଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। […]
କଟକ: କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ଠୁ ମାତ୍ର କିଛି ମିଟର ଦୂରରେ ଏଲ୍ଟିଟି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ୍ ହୋଇଛି। ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଲାଇନ୍ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏକ୍ସପ୍ରେସ୍ର ୫ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୩ଟି ବଗି ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପର୍ଶଳା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ କୋଇଡ଼ାରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରୁଥିବା ‘ସଂସ୍କାର’ ନାମକ ଏହି ଯାତ୍ରୀବାହୀ ବସ୍ଟି ଭାରସାମ୍ୟ ହରାଇ ପର୍ଶଳା ନିକଟରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବହୁ […]
ଧର୍ମଗଡ଼(ଇଙ୍ଗିତ ପଣ୍ଡା): ମାତ୍ର ୧୦ ମିନିଟ୍ରେ ଭୟଭୀତ କରାଇ ଘରେ ବୁଲାଇ ଦେଲେ କଳାକନା। ୧୩ ଲକ୍ଷ ଟଙ୍କା ସହ ୨୫ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ଏହା ପରେ ଆଖି ପିଛୁଳାକେ ଉଭାନ ହୋଇଗଲେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଏଁରିପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏପରି ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ସୌରଭ ଜୈନ ନାମକ ବ୍ୟବସାୟୀଙ୍କ ଘରେ ବିଳମ୍ବିତ ରାତିରେ ୬ ଜଣ ଦୁର୍ବୃତ୍ତ ପଶି ସୁନା ସହ […]
ଭୁବନେଶ୍ୱର: ଟିଣ୍ଡର୍ ଆପ୍ରୁ ଡେଟିଂ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିବା ପରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ତାଙ୍କ(ବ୍ୟାଙ୍କ ଅଧିକାରୀ) ମା’ ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି। ବ୍ୟାଙ୍କ ଅଧିକାରୀ ସୁନୀଲଙ୍କ ମା’ ଘଟଣାକୁ ପ୍ରତିବାଦ ଜଣାଇବା ସହ କେଉଁ ପରିସ୍ଥିତିରେ ଯୁବତୀଙ୍କୁ ପୁଲିସ୍ ଛାଡ଼ି ଦେଇଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ମୋ ପୁଅକୁ ବାନ୍ଧିଲ, ସେ ଝିଅକୁ କାହିଁକି ଛାଡ଼ିଲ ? ମୋ ପୁଅ […]
ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟର ସବୁ ସ୍ଥାନରେ ତାପମାତ୍ରା ବଢ଼ିଛି। ଗତକାଲି ସୋନପୁରରେ ତାପମାତ୍ରା ୬.୦ ଡିଗ୍ରୀ ଥିବା ବେଳେ ଆଜି ୭.୦ ଡିଗ୍ରୀ ରହିଛି। ସେହିପରି ଟିଟିଲାଗଡ଼ରେ ୭.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୦ ଡିଗ୍ରୀ ଡିଗ୍ରୀ ଓ ଅନୁଗୁଳରେ ୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସବୁ ସ୍ଥାନରେ ୧ରୁ ୨ ଡିଗ୍ରୀ ମଧ୍ୟରେ ତାପମାତ୍ରା ବଢ଼ିଛି। ଆସନ୍ତା ୨୪ […]
ମାଲକାନଗିରି: ମାଓବାଦୀଙ୍କ ଭୟରେ ଥରହର ମାଲକାନଗିରିର ଗାଁ ଲୋକେ। ଆଉ ଏହି ଭୟରେ ଗାଁ ଛାଡ଼ିଛନ୍ତି କଟୁଆପଦର ଗାଁର ଏକ ଆଦିବାସୀ ପରିବାର। ଏହି ଆଦିବାସୀ ପରିବାର ଗାଁ ଛାଡ଼ି ପଳାଇଛନ୍ତି। ସୂଚନା ଅନୁସାରେ, ପୁଲିସ୍ ଇନଫର୍ମର ସନ୍ଦେହରେ ଗଙ୍ଗା ମାଢ଼ିଙ୍କ ପରିବାର ଲୋକଙ୍କୁ ମାଓବାଦୀ ନିସ୍ତୁକ ମାଡ଼ ମାରିଥିଲେ। ଗଙ୍ଗା ମାଢ଼ିଙ୍କ ପରିବାର ଲୋକଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ମାରିବା ସହ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଭୟରେ ସଂପୃକ୍ତ ପରିବାର ଗାଁ […]
ଝାରସୁଗୁଡ଼ା: ଦାୟିତ୍ୱରେ ଅବହେଳା ପାଇଁ ରେଲ୍ୱେ ପୁଲିସ୍ର ୪ଜଣ କର୍ମଚାରୀଙ୍କୁ ନିଲମ୍ବିତ ହୋଇଛନ୍ତି। ସେମାନେ ହେଲେ ଆରପିଏଫ ଇନ୍ସପେକ୍ଟର ଏଲ୍.କେ. ଦାସ, ଏଏସ୍ଆଇ ଏସ୍.କେ.କୁମାର ଏବଂ ଦୁଇ ହାବିଲଦାର ଆର.ଭି.ଠାକୁର ଏବଂ ଡି.ବକ୍ସଲା। ଦାୟିତ୍ୱରେ ଅବହେଳା ଲାଗି ଏମାନଙ୍କୁ ନିଲମ୍ବିତ କରିଛନ୍ତି ଆର୍ପିଏଫ୍ ଡିଜି। ଗତ ୮ତାରିଖ ରାତିରେ ରାଜ୍ୟ ଯୋଗାଣ ନିଗମର ଚାଉଳ ବରଗଡରୁ ରାଞ୍ଚି ଯାଉଥିବାବେଳେ ଝାରସୁଗୁଡାରେ ମାଲବାହୀ ଟ୍ରେନ୍ରୁ ୨୮୮ ବସ୍ତା ଚାଉଳ ଚୋରି ହୋଇଯାଇଥିଲା। ଚୋରି ଚାଉଳକୁ ଲୁଟେରାମାନେ ଝାରସୁଗୁଡା ରେଳ […]
ଭୁବନେଶ୍ୱର: ରାତି ପାହିଲେ ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ରାଜ୍ୟ ସରକାର ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି। କାଲି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ଘୋଷଣା କରିବା ପରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି। ମକର ସଂକ୍ରାନ୍ତିରେ ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠାପଣା ପ୍ରସ୍ତୁତ କରାଯାଇଥାଏ। ଏହି ପର୍ବକୁ […]
ସାଲେପୁର (ମନୋଜ ଆଚାର୍ଯ୍ୟ): କଲେଜରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କଟକ ସାଲେପୁର ଜପକୁଦ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିଜୟକୃଷ୍ଣ ମିଶ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ୧୫ ଜଣ ଅଭିଯୋଗକାରୀ। କଲେଜର ବିଭିନ୍ନ ପଦବୀରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ବିଜୟକୃଷ୍ଣ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ନକଲି ନିଯୁକ୍ତି ପତ୍ର ଦେଇ ସେମାନଙ୍କୁ ଚାକିରି ଦିଆଯାଇଥିଲା। ଏପରିକି ସେମାନେ କିଛି ଦିନ କାର୍ଯ୍ୟ […]
ନବରଙ୍ଗପୁର: ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରଠୁ ଧରପଗଡ଼ ଜୋରଦାର ଚାଲିଛି। ଏସବୁ ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ଘଟଣା। କେଉଁଠି ଟ୍ରକ୍ ଡ୍ରାଇଭରଙ୍କୁ ହେଲ୍ମେଟ୍ ପାଇଁ ଚାଲାଣ କଟାଯାଉଛି ତ ଆଉ କେଉଁଠି ଅଟୋ ଡ୍ରାଇଭରଙ୍କ ଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା। ଏହି କ୍ରମରେ ନବରଙ୍ଗପୁରରୁ ଆସିଛି ଏକ ରୋଚକ ଘଟଣା। ବାଇକ୍ ଅଛି ନବରଙ୍ଗପୁରରେ କିନ୍ତୁ ଚାଲାଣ କଟିଲା ଝାରସୁଗୁଡ଼ାରେ। ନବରଙ୍ଗପୁରର ମାନସ ରଞ୍ଜନ ଦାସ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗାଁରେ ୨ଟି ଅଲଗା ଅଲଗା ବନ୍ଦ ଘର ଭିତରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ। ଉଭୟେ ସମ୍ପର୍କରେ ଦିଅର-ଭାଉଜ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ୨ଟି କୀଟନାଶକ ବୋତଲ ଜବତ ହୋଇଛି। ସଞ୍ଜୟ ଯୋଡ଼ାରେ ଚାକିରି କରୁଥିବା ବେଳେ ଗତକାଲି ସେ ଘରକୁ ଆସିଥିଲେ। ତେବେ ଦିଅର ଓ ଭାଉଜଙ୍କର କେମିତି ମୃତ୍ୟୁ ହେଲା, ତା’ର ପ୍ରକୃତ […]
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ଆଜି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୬ ଡିଗ୍ରୀ ସହ ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛନ୍ତି। ଏଥିସହ ପୁରୀରେ ୬.୬ ଡିଗ୍ରୀ , ଟିଟିଲାଗଡ଼ରେ ୭.୧ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ , ଭବାନୀପାଟଣାରେ ୮.୫ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୧ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ ଡିଗ୍ରୀ , ସମ୍ବଲପୁରରେ ୯.୬ ଡିଗ୍ରୀ ଓ ତାଳଚେରରେ […]
ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ବାଦ୍ୟ କଳା ପ୍ରଦର୍ଶନରେ ବିମୋହିତ ହେଲେ ଛାତ୍ରଛାତ୍ରୀ। ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲର ବାର୍ଷିକ ଉତ୍ସବରେ ଗିରିଧର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସେ ବାଦ୍ୟଯନ୍ତ୍ର ବଜାଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଦର୍ଶକଙ୍କର ମଧ୍ୟ ମନ ମୋହି଼ନେଇଥିଲେ। ଏହି ବାର୍ଷିକ ଉତ୍ସବରେ କୁନି କୁନି ଶିଶୁମାନେ ନୃତ୍ୟ, ସଙ୍ଗୀତ ଓ ନାଟକ […]
ଝାରସୁଗୁଡ଼ା: ପିଆଜ ପାଇଁ ପଥଚାରୀଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଯିଏ ଯେମିତି ପାରିଲା ସେମିତି ତରବରିଆ ଭାବେ ପିଆଜ ଗୋଟାଇ ବ୍ୟାଗ୍ରେ ଭର୍ତ୍ତି କରୁଛନ୍ତି। ବୟସ୍କ ବ୍ୟକ୍ତିଙ୍କଠୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ଏପରିକି ମହିଳାମାନେ ମଧ୍ୟ ପିଆଜ ଗୋଟାଇବାରେ ବ୍ୟସ୍ତ। ବର୍ତ୍ତମାନ ସମୟରେ ମାଗଣାରେ ଏଭଳି ଅତ୍ୟାବଶ୍ୟକ ଜିନିଷ ପାଇଯିବା ପରେ ଲୋକଙ୍କ ମଧ୍ୟରେ ଖୁସି କହିଲେ ନ ସରେ।ଏମିତିରେ ବି ଆଜିକାଲି ପିଆଜ ଦର ଯାହା ହେଲାଣି ଏଭଳି ଘଟଣା ସ୍ୱାଭାବିକ। ଝାରସୁଗୁଡ଼ା ଜିଲ୍ଲା […]
ନୂଆପଡ଼ା: ଯେଉଁ ପୁଅ ନିଜ ରକ୍ତ ସମ୍ପର୍କୀୟକୁ ବଳି ଦେବାକୁ ପଛାଇଲା ନାହିଁ, ମାଆ ପେଟର ଭଉଣୀକୁ ବି ବଳି ଦେଇ ଦେଲା, ସେପରି ପୁଅ ଦରକାର ନାହିଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ସେ ମରିଯିବା ଭଲ ବୋଲି କୋହଭରା କଣ୍ଠରେ ଅତ୍ୟନ୍ତ କ୍ଷୋଭ, ଦୁଃଖ, ହତାଶାରେ ଏ କଥା କହିଛନ୍ତି ଜଣେ ମା’। ରୁକ୍ମିଣୀ ରଣା, ତାଙ୍କର ୧୨ ବର୍ଷର ଝିଅକୁ ତାଙ୍କ ପୁଅ ଶୋଭାବନ ବଳି ଦେଇ ଦେଇଥିବା ଅଭିଯୋଗ ହୋଇଛି। […]
ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍ ମୋଟ ୨୨ ଜଣଙ୍କୁ ଗିରଫ କରି ସାରିଲାଣି। ଏବେ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ସମସ୍ତେ ନାବାଳକ। ଏମାନେ ସ୍କୁଲ, କଲେଜରେ ପଢୁଥିବା ସୂଚନା ମିଳିଛି। ଆଗରୁ କମିଶନରେଟ ପୁଲିସ୍ ଏହି ମାମଲାରେ ୧୮ ଜଣଙ୍କୁ ଧରିଥିଲା। ଗତ ଶୁକ୍ରବାର ସଂଧ୍ୟାରେ ୨୫-୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ […]
ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ପୁଣି ଥରିଲା ସୋନପୁର। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୁଳରେ ୬ ଡିଗ୍ରୀ, ଟିଟିଲାଗଡ଼ରେ ୬.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୮.୪ ଡିଗ୍ରୀ, କେନ୍ଦୁଝରରେ ୮.୮ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ, ବଲାଙ୍ଗିରରେ ୯ ଡିଗ୍ରୀ, ସମ୍ବଲପୁରରେ ୯ ଡିଗ୍ରୀ, ଭବାନୀପାଟଣାରେ ୯.୩ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୫ ଡିଗ୍ରୀ ଓ ବାଲେଶ୍ୱରରେ ୯.୮ […]
ସୁନ୍ଦରଗଡ଼: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ତଥା ମୋରିସ କୁଜୁରଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ମୋରିସ କୁଜୁର ୧୯୩୫ ମସିହା ନଭେମ୍ବର ୨ ତାରିଖରେ ସୁନ୍ଦରଗଡ଼ରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୪ ରୁ ୧୯୮୯ ଯାଏ ଲୋକସଭା ସାଂସଦ ଥିଲେ। ଏଥିସହ ୧୯୯୬ରୁ ୨୦୦୨ ଯାଏ ରାଜ୍ୟସଭା […]
ମୁନିଗୁଡ଼ା: ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉହାପୁଚି ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ ଲଙ୍ଗେସା ହିକବାଡ଼ିକା। ଅଭିଯୁକ୍ତର ନାଁ ବଦ ହିକବାଡ଼ିକା। ସୂଚନା ଅନୁଯାୟୀ, ପାରିବାରିକ କଳହକୁ ନେଇ ଜାନୁଆରୀ ୧୦ରେ ଲଙ୍ଗେସା ଓ ବଦଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ନିକଟରେ ପଡ଼ିଥିବା ଏକ ଠେଙ୍ଗାରେ ଲଙ୍ଗେସାଙ୍କୁ ଆକ୍ରମଣ କରିଥିଲେ ବଦ। ସେ ତାଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ଫଳରେ […]
କଟକ: ଚିକିତ୍ସା ହେବାକୁ ଆସି କଟକ ବଡ଼ ମେଡିକାଲ୍ରୁ ଅଭିଯୁକ୍ତ ଫେରାର ହେବା ଘଟଣାରେ ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ପୁଲିସ୍ ତାଙ୍କୁ ମେଡିକାଲରୁ ପଳାଇ ଯିବାକୁ କହିଥିବା ଅଭିଯୁକ୍ତ ଜଣକ କହିଛନ୍ତି। ଅଭିଯୁକ୍ତଙ୍କ ନାଁ ଆଲୋକ ସାହୁ। ଅନ୍ୟପଟେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଦର୍ଶାଇ ମଙ୍ଗଳାବାଗ ପୁଲିସ୍ ଆଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୂରା ଘଟଣାଟି ହେଲା ଏମିତି… ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ଆଲୋକ କୁମାର ସାହୁ(୨୨) ପେଶାରେ ଜଣେ ଗାଡ଼ି ଚାଳକ। ଗତ […]
କୋରାପୁଟ: କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି। ପ୍ରମୋଦଙ୍କୁ କଟକରୁ ଗିରଫ କରିଛି କୋରାପୁଟ ପୁଲିସ୍ର ସ୍ପେଶାଲ ସ୍କ୍ୱାଡ୍। ମାନସିକ ଚାପ ସହି ନ ପାରି ଜଣେ ଶିକ୍ଷକ ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ମାମଲାରେ ସେ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ, ଗତ ବର୍ଷ ଡିସେମ୍ବର ୮ରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା, ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା ନେଇ ଜଣାପଡ଼ିଥିଲା। ତାଙ୍କ ମୃତ୍ୟୁ […]