ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ୫% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ବକେୟା ୧୦% ପ୍ରଦାନ ନେଇ ଘୋଷଣା କରିଥିଲେ ସରକାର। ଏବେ ବକେୟା ଦରମାର ୧୦% ଓ ମହଙ୍ଗା ଭତ୍ତା ୫% ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ମିଳିବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସି ଦେଖା […]
ବିନିକା: ପୋଖରୀକୁ ଫୁଲ ତୋଳିବାକୁ ଯାଇଥିବାବେଳେ ଜଣେ ଯୁବତୀଙ୍କ ଗୋଡ଼ ଖସି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଯୁବତୀ ହେଲେ ଚରଦା ଗାଁର ପ୍ରିୟଙ୍କା ଥନାପତି(୧୮)। ଆଜି ସକାଳ ୬ଟାରେ ପ୍ରିୟଙ୍କା ପୋଖରୀକୁ ଫୁଲ ତୋଳିବାକୁ ଯାଇଥିଲେ। ଏହି ସମୟରେ କୌଣସି କାରଣ ବଶତଃ ତାଙ୍କ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): “୧୫ ଦିନ ମଧ୍ୟରେ ନ୍ୟାୟ ନ ମିଳେ, ତା’ହେଲେ ଡିଜି ଅଫିସ୍ ଆଗରେ ମୁଁ ଆତ୍ମାହୂତି ଦେବି। ମୋ ମା’ ଆତ୍ମାହୂତି ଦେଲେ, ମୁଁ ଆତ୍ମାହୂତି ଦେବି।” ଏଭଳି କିଛି ଧମକ ଦେଇଛନ୍ତି ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ପୁଅ କୃତ୍ତିବାସ ମିଶ୍ର ଓରଫ ରାଜା ମିଶ୍ର। ଜାମିନରୁ ବାହାରିବା ପରେ ରାଜା ଅଭିଯୋଗ କରିଛନ୍ତି, ମିଥ୍ୟା କେସ୍ରେ ତାଙ୍କୁ ଫସାଇ ଦିଆଯାଇଛି। ତାଙ୍କୁ ଯେତେବେଳେ ପ୍ରଥମେ କେତେକ ଦୁର୍ବୃତ୍ତ ଆକ୍ରମଣ କରିଥିଲେ, […]
ଭୁବନେଶ୍ୱର: ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପ୍ରତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଫେବ୍ରୁଆରୀ ୨୦ ସୁଦ୍ଧା ଯଦି ଖିଲାପକାରୀମାନେ ବାକି ଥିବା ଗୃହ ଟିକସ ପୈଠ ନ କରନ୍ତି ତେବେ ଓଡ଼ିଶା ପବ୍ଲିକ୍ ଡିମାଣ୍ଡ ରିକଭରି ଆକ୍ଟ-୧୯୬୨ ଅନୁସାରେ ବାକି ଟିକସ ଆଦାୟ କରାଯିବ। ଏନେଇ ନୋଟିସ୍ରେ ସ୍ପଷ୍ଟ ଭାବେ କୁହାଯାଇଛି। ଏହାସହ ଓଡ଼ିଶା ମ୍ୟୁନିସିପାଲ୍ କର୍ପୋରେସନ ଆକ୍ଟ-୨୦୦୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ବିଏମ୍ସି ଚେତାବନୀ ଦେଇଛି। ୩୬୪ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରାଜଧାନୀ ଛକରେ କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଦୋକାନୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁବାସ ପାତ୍ର। ସିଗାରେଟ୍ କିଣାକୁ କେନ୍ଦ୍ର କରି ଯୁବକମାନେ ସୁବାସଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ୪ଜଣ ଯୁବକ ସୁବାସଙ୍କ ଦୋକନକୁ ସିଗାରେଟ୍ କିଣିବାକୁ ଆସିଥିଲେ। ସିଗାରେଟ୍ ଦର ଦାମକୁ ନେଇ ସୁବାସ ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଯୁବକମାନେ ତାଙ୍କୁ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଅଫିସ୍ରେ ଅର୍ଥ ହଡ଼ପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ କନିଷ୍ଠ କିରାଣି ପ୍ରମୋଦ ରଥଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁରେ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ଅର୍ଥ ହଡ଼ପ ଭଳି ସଙ୍ଗୀନ ଅଭିଯୋଗ ହୋଇଥିଲା କନିଷ୍ଠ କିରାଣିଙ୍କ ବିରୋଧରେ। ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ନେଇ ଓଟିଭିରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସାରଣ ହୋଇଥିଲା। ବାରମ୍ବାର ପ୍ରସାରଣ ପରେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ କେନାଲ ବ୍ରିଜ୍ ନିକଟ ଗୋସେଇଁ ବନ୍ଧଠାରେ ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଲୱେ ଲାଇନ୍ ଦବିଯାଇଛି। ରେଲୱେ ଲାଇନ୍ଟି ୨୦୦ ମିଟର ଲମ୍ବରେ ପ୍ରାୟ ୨୦ ଫୁଟ ତଳକୁ ଧସି ଯାଇଛି। ରେଳ ଲାଇନ୍ ଦବିବା ଦ୍ୱାରା ୩ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଘର ଉପରକୁ ମାଟି ଅତଡ଼ା ମାଡ଼ି ଆସିଛି। ଏହାସହ ସେମାନଙ୍କ ଛାତ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଟ୍ରେନ ଲାଇନ୍ର ପ୍ରାୟ ୫୦ ଫୁଟ୍ ଦୂରରେ ଘର […]
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏ ଗିରଫ ହୋଇଥିବା ସୂଚନା ମିଳିଛି।ଛତିଶଗଡ଼ର ରାୟଗଡ଼ ପୁଲିସ୍ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏକ ଡବଲ୍ ମର୍ଡର ମାମଲାରେ ଅନୁପ ସାଏଙ୍କୁ ପୁଲିସ୍ ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ରାତିରେ ପୁଲିସ୍ ତାଙ୍କୁ ଘରୁ ଉଠାଇ ନେଇଥିଲା। ତାଙ୍କୁ ଏବେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ତିନି ଥର ବିଧାୟକ ଥିଲେ। କଂଗ୍ରେସ ଟିକେଟ୍ରୁ ସେ […]
ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ପଥର ତଳୁ ଡିଜେଲ ବାହାରିବା ଘଟଣା ପରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି। ଡିଜେଲ ପାଇପ୍ ଲାଇନ୍ରେ କୌଣସି ଲିକ୍ ଥିବା ସନ୍ଦେହରେ କମ୍ପାନୀର ଏକ ଟେକନିକାଲ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପେଟ୍ରେଲ ପମ୍ପ ବନ୍ଦ ଯୋଗୁ ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଇଛି। ଏହାସହ ବଜାରରେ ପେଟ୍ରୋଲ ଓ ଡିଜେଲର କଳାବଜାରୀ ଦେଖିବାକୁ ମିଳିଛି। ଅଧିକ ଟଙ୍କା […]
ଭୁବନେଶ୍ୱର: ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସ ନାଁରେ କଳିଙ୍ଗ ସେନାର ଫତ୍ୱା। ପ୍ରେମ ଦିବସ ନାଁରେ ଅଶ୍ଲୀଳତାକୁ ପ୍ରଶୟ ଦେଉଥିବା ପ୍ରେମୀ ଯୁଗଳଙ୍କୁ ଟାର୍ଗେଟ କରିବ କଳିଙ୍ଗ ସେନା। ଏନେଇ କଳିଙ୍ଗ ସେନା ପକ୍ଷରୁ ପୁଲିସ୍ କମିଶନରଙ୍କ କାର୍ଯ୍ୟାଳୟରେ ସ୍ମାରକ ପତ୍ର ଦିଆଯାଇଛି। ସହରରେ ବିଭିନ୍ନ ପାର୍କ, ପବ୍ଲିକ୍ ସ୍ଥାନରେ ପ୍ରେମ ଦିବସ ନାଁରେ ଅଶ୍ଳୀଳତାକୁ ଆଦୌ ଗ୍ରହଣ କରାଯିବ ନାହିଁ। ପ୍ରେମ ଦିବସକୁ ସହିଦ ଦିବସ ଭାବେ କଳିଙ୍ଗ ସେନା ପାଳନ କରିବା ସହ […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା କପିଳାସ ରାସ୍ତାର ଭଗବାନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରୁ ଡ୍ରାଇଭର ଓ ରୋଗୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆମ୍ବୁଲାନ୍ସ ହେଲ୍ପର୍ ଆହତ ହୋଇଛନ୍ତି। ଆମ୍ବୁଲାନ୍ସଟି ଯୋରନ୍ଦା ମହିମା ଗାଦିରୁ ଜଣେ ମହିମା ସନ୍ୟାସୀଙ୍କୁ ନେଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଉଥିଲା। ତେବେ କପିଳାସ ରାସ୍ତାର ଭଗବାନପୁର ନିକଟରେ ଗାଡ଼ିର ଷ୍ଟିଅରିଙ୍ଗ୍ ଫେଲ୍ ହେବାରୁ ତାହା […]
ଭବାନୀପାଟଣା(ରାଜ କୁମାର ସିଂହ ଦେଓ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରା। ଗତକାଲି ତାଙ୍କ ଗାଡ଼ିରୁ ୧ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଏହାସହ ତାଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ, ଗତକାଲି ଯୋଗାଣ ଅଧିକାରୀ ଶିବ ପ୍ରସାଦ ମିଲର୍ସମାନଙ୍କଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ହିଲ୍ ଟାଉନ ସ୍ଥିତ ନିଜ ଭଡ଼ା ଘରକୁ ଫେରୁଥିଲେ। ଗାଡ଼ିରେ ସେ ଟଙ୍କା […]
ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଦଲାଲି କରୁଥିବା ଅଭିଯୋଗରେ ପୁଲିସ୍ ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ବ୍ଲଡ୍ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟ ୫ଜଣ ଦଲାଲ୍ ଅଛନ୍ତି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଦଲାଲି କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏନେଇ ୨ ଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଯାଇ ଅନୁଧ୍ୟାନ କରିଥିଲେ। ଏହାପରେ ୭ଜଣଙ୍କୁ ଗିରଫ କରାଯାଇଥିଲା। ‘ମୋ ସରକାର’ […]
ବ୍ରହ୍ମପୁର: ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ଆଜି ବ୍ରହ୍ମପୁର ଏସ୍ପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ ମିନାକ୍ଷୀ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ୨୮ ତାରିଖରେ […]
ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳାରଙ୍ଗରେ ମହାପ୍ରଭୁଙ୍କ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଆଜି […]
ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁତର ହେଉଛି ଟ୍ରାଫିକ୍ ସମସ୍ୟା। ଏଥିରୁ ଆମ୍ବୁଲାନ୍ସ ବି ବାଦ୍ ପଡ଼ୁନାହିଁ। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଜାମ୍ରେ ଆମ୍ବୁଲାନ୍ସ ଫଶି ଯାଇଥିବାରୁ ଜଣେ ୫ ବର୍ଷ ଶିଶୁପୁତ୍ରର ଜୀବନ ଚାଲି ଯାଇଥିଲା। ଏହି ଘଟଣାକୁ ନେଇ ଟ୍ରାଫିକ ଡିସିପି ସାଗରିକା ନାଥ ଦୁଃଖ ପ୍ରକାଶ କରିଛନ୍ତି। ଜାପାନର ଏକ ଭିଡିଓକୁ ଟ୍ୱିଟ୍ କରି ସେ ଲେଖିଛନ୍ତି, ‘ରାସ୍ତା ଯିବାବେଳେ ଆମ୍ବୁଲାନ୍ସକୁ ବାଟ ଛାଡ଼ନ୍ତୁ। କାରଣ ଏହା ଉପରେ ଜଣଙ୍କ ଜୀବନ ନିର୍ଭର କରିଥାଏ। […]
ପୁରୀ: ପୁରୀର ସୌନ୍ଦର୍ଯ୍ୟକରଣ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ପୁରୀ ଆଖପାଖ ପରିବେଶ ଯେପରି ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମନକୁ ଛୁଇଁବ ସେଥିଲାଗି ଦିଆଯାଉଛି ସ୍ୱତନ୍ତ୍ର ଧ୍ୟାନ। କିନ୍ତୁ ଏତେ ସବୁ ପଦକ୍ଷେପ ସତ୍ତ୍ୱେ ବଡ଼ଦାଣ୍ଡରେ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ଲାଗି କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ଅପରିଷ୍କାର ପାଣି ବାଟଦେଇ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ କ୍ଷୋଭ […]
ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଢିଆ ନିକଟରେ ଘନ କୁହୁଡି ଯୋଗୁ ଏକ ଆମ୍ବୁଲାନ୍ସକୁ ପଛରୁ ଆସୁଥିବା ଆଉ ଏକ ଆମ୍ବୁଲାନ୍ସ ପିଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆମ୍ବୁଲାନ୍ସ ଦୁଇଟି କୋଲକାତାର ଦେବଡା ଅଞ୍ଚଳରୁ ୨ଜଣ ପାରାଲିସିସ୍ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା। ଡାହାଣୀଗଢିଆ ଛକ […]
ଭୁବନେଶ୍ୱର: ବର୍ଷ ୨୦୧୮-୧୯ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ତାଲିକା ଜାରି ହୋଇଛି। ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବଭଳି ସବୁଠୁ ଧନୀ ରହିଛନ୍ତି। ଫରିଦାବାଦ ନିକଟରେ ଥିବା ନବୀନ ପଟ୍ଟନାୟକଙ୍କ ୨୨.୭ ଏକର ଫାର୍ମ ହାଉସର ମୂଲ୍ୟ ୧୦.୭୫କୋଟି ଟଙ୍କା ୨୦୧୭ ମାର୍ଚ୍ଚ ମାସରେ ଏହା ଆକଳନ କରାଯାଇଥିଲା। ସେହିପରି ନୂଆଦିଲ୍ଲୀ ସ୍ଥିତ ଏ.ପି.ଜେ ଅବଦୁଲ୍ କଲାମ ରୋଡରେ ଥିବା ପୈତୃକ […]
ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ଏକ ତୀର୍ଥଯାତ୍ରୀ ବସ୍ ସାମ୍ନା ପଟୁ ଧକ୍କା ଦେବା ଫଳରେ ୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତରଙ୍କୁ କଟକ ଏସ୍ସିବି ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଛାତ୍ରୀଙ୍କୁ ଗୁଳିମାଡ଼ ହୋଇଛି। ଆଜି ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଇନ୍ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତ ଛାତ୍ରୀଙ୍କ ନାଁ ସୋନାଲି। ସେ ଜଣେ ଫ୍ୟାଶନ୍ ଡିଜାଇନିଂ ଛାତ୍ରୀ। ତାଙ୍କ ଘର ବାଲେଶ୍ୱରରେ। ତାଙ୍କ ଜଙ୍ଘରେ ଗୁଳି ବାଜିଛି। ଆଜି ଅପରାହ୍ଣରେ ସୋନାଲି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଛିଡ଼ା ହୋଇଥିଲେ। ଏହି ସମୟରେ ବାଇକ୍ରେ ୨ଜଣ ଦୁର୍ବୃତ୍ତ ବାଇକ୍ରେ […]
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ ୧୧ କେଭି ବିଦ୍ୟୁତ୍ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଅବହେଳା ଅଭିଯୋଗରେ ଆଜି ୪ଜଣ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି। ଲୋକସେବା ଭବନରେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ଦିଗରୁ ଆଲୋଚନା, ପର୍ଯ୍ୟାଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି। ନିଲମ୍ବିତ ୪ ଇଞ୍ଜିନିୟର ହେଲେ- ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ଜେଇ, ସହକାରୀ ଯନ୍ତ୍ରୀ। ଏହାସହ […]
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍ ଟ୍ରାଜେଡିକୁ ନେଇ ଚାଲିଛି ଦୋଷ ଠେଲାଠେଲି। ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଏହି ଘଟଣା ପାଇଁ ବିଦ୍ୟୁତ୍ ବିଭାଗ ଉପରେ ପରିବହନ ବିଭାଗ ଦୋଷ ଲଦି ଥିବାବେଳେ ନିଜ ଉପରେ ଲାଗିଥିବା ସବୁ ଦୋଷକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଠେଲିଛି ସାଉଥ୍କୋ। ୧୧ କେଭି ବିଦ୍ୟୁତ୍ ତାର ଲାଗି ଯାତ୍ରୀ ମୃତାହତ ଘଟଣାରେ ପରୋକ୍ଷରେ ଦୋଷ ଠେଲିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମନ୍ତ୍ରୀ ପଦ୍ମନାଭ […]
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଆଜି ରେଲ୍ୱେ ଅନୁଦାନ ସଂପର୍କିତ ଗୃହ କମିଟି ବୈଠକ ଚାଲିଥିବା ବେଳେ ଅଧାରୁ ଉଠି ଆସିଛନ୍ତି ବିଜେପି ବିଧାୟକ ମୋହନ ମାଝୀ। ସରକାରୀ ଅଧିକାରୀଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନିତ କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ବୈଠକରେ ସାମିଲ ହେବେ ନାହିଁ ବୋଲି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି। ସେ ଆହୁରି କହିଛନ୍ତି,“ ଗୃହ କମିଟି […]
ଉଦଳା(ମାନସ ପାଣି): ଯାହା ଭରସାରେ ଆପଣାର ଲୋକଙ୍କୁ ପର କରିବାକୁ ପଛାଇଲେ ନାହିଁ, ଏପରିକି ଘର ଛାଡ଼ି ପଳାଇବାକୁ ମଧ୍ୟ ନିଷ୍ପତ୍ତି ନେଲେ…ଶେଷରେ ସେ ଧୋକ୍କା ଦେଲେ। ଦୁନିଆକୁ ଭଲ ଭାବେ ଜାଣିବା ପୂର୍ବରୁ ଆଖି ବୁଜିଲେ ନବବଧୂ। ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଉପରଖୁଂଟା ଗାଁରେ। ସୂଚନା ଅନୁଯାୟୀ, ଉପରଖୁଂଟା ଗାଁର ରବି ଖିଲାର ଭଦ୍ରକ ଜିଲ୍ଲା ରାଣୀତାଲ […]