• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

congress
କଟକ ଡିସିପିଙ୍କୁ ବଦଳି କରାଯାଉ: କଂଗ୍ରେସ

ଭୁବନେଶ୍ୱର: କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନ ଡକାଯିବା ଓ ଜାଣିଶୁଣି ତାଙ୍କୁ ଅସମ୍ମାନ କରାଯିବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଥିପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ତୁରନ୍ତ ଦଶହରା ପୂଜା ପୂର୍ବରୁ ସେଠାରୁ ବଦଳି କରିବା ନିମନ୍ତେ ଦାବି କରିଛି କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ […]

  • Friday, 23 July 2021
45
ନନ୍ଦନକାନନରେ ହରପିସ୍ ଭାଇରସ୍‌ ଆତଙ୍କ; ଗଜରାଜଙ୍କୁ ବଞ୍ଚାଇବା ପାଇଁ ବୈଷୟିକ କମିଟି ଗଠନ

ଭୁବନେଶ୍ୱର: ନନ୍ଦନକାନନରେ ଆତଙ୍କ ଖେଳାଇ ଦେଇଛି ହରପିସ୍ ଭାଇରସ୍‌। ଶତଚେଷ୍ଟା ସତ୍ତ୍ୱେ ହାତୀ ‘ଗୌରୀ’କୁ ବଞ୍ଚାଇ ପାରି ନାହାନ୍ତି। ଜୁଲି, ଚନ୍ଦନ ଓ କମଳା ପରେ ଗୌରୀର ମଧ୍ୟ ଜୀବନ ନେଇଛି ହରପିସ୍‌ ଭାଇରସ୍। ଗୌରୀର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ହାତୀ ମୃତ୍ୟୁ କେମିତି ରୋକା ଯାଇପାରିବ, ସେଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ହରପିସ୍‌ ଭାଇରସ୍‌ରେ ଆକ୍ରାନ୍ତ ‘ଗୌରୀ’କୁ ଅଲଗା ରଖି ଚିକିତ୍ସା କରାଯାଉଥିଲା। ଏହା ସତ୍ତ୍ୱେ ଗତକାଲି […]

  • Friday, 23 July 2021
bsnl
୯ଟି ଜିଲ୍ଲାରେ ବିଏସ୍‌ଏନ୍‌ଏଲ୍‌ ସେବା ସମ୍ପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର: କଟକ ବିଏସ୍ଏନ୍ଏଲ୍ ଆଞ୍ଚଳିକ କାର୍ଯ୍ୟାଳୟରେ ଗତକାଲିର ଅଗ୍ନିକାଣ୍ଡ ପରେ ରାଜ୍ୟର ୯ଟି ଜିଲ୍ଲାରେ ବିଏସ୍ଏନ୍ଏଲ୍‌ର ସବୁ ପ୍ରକାର ସେବା ବନ୍ଦ ହୋଇଯାଇଛି। ମୋବାଇଲ, ଇଣ୍ଟରନେଟ୍ ଓ ବ୍ୟାଙ୍କିଙ୍ଗ୍ ଭଳି ଅତ୍ୟାବଶ୍ୟକ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାରୁ ଲୋକେ ଅସୁବିଧାର ସମ୍ମଖୀନ ହୋଇଛନ୍ତି। ସେହିଭଳି ବ୍ରଡ୍‌ବ୍ୟାଣ୍ଡ୍ ସର୍ଭିସ୍ ଫେଲ୍ କାରଣରୁ ବିଭିନ୍ନ ସରକାରୀ ଅଫିସରେ ବି ଅଟକିଛି କାମ। ଏପଟେ କିଛି ଅଞ୍ଚଳରେ ମୋବାଇଲ ସେବା ସ୍ବାଭାବିକ ହୋଇଥିବା ବେଳେ ଆଉ ଦିନେ ଦୁଇ ଭିତରେ ସମସ୍ୟାର […]

  • Friday, 23 July 2021
big_380140_1440399998
ଆକାଶ ଛୁଆଁ ପିଆଜ ଦର

ଭୁବନେଶ୍ୱର: ପୁଣି କନ୍ଦାଇଲା ପିଆଜ ଦର। ଗଲା କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜର ଏଭଳି ଦରବୃଦ୍ଧି ପଛରେ ସ୍ବଳ୍ପ ଆମଦାନୀକୁ ଦାୟୀ କରିଛନ୍ତି ବ୍ୟବସାୟୀ। ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି। ସେପଟେ ପିଆଜ […]

  • Friday, 23 July 2021
google-pay
ଗୁଗଲ୍ -ପେ ବ୍ୟବହାର କରୁଥିଲେ ସାବଧାନ; ଆକାଉଣ୍ଟ୍‌ରୁ ଗାଏବ୍‌ ହୋଇପାରେ ଟଙ୍କା

ବାଲେଶ୍ୱର: ଟଙ୍କା ନେଣ-ଦେଣ ପାଇଁ ‘ଗୁଗୁଲ୍‌ ପେ’ ଆପ୍‌ ବ୍ୟବହାର କରୁଛନ୍ତି କି? ତାହାହେଲେ ଏବେଠାରୁ ସତର୍କ ହୋଇଯାଆନ୍ତୁ। କାରଣ ଏହାଦ୍ୱାରା ଆପଣ ସାଇବର କ୍ରାଇମ୍‌ର ଶିକାର ହୋଇପାରନ୍ତି। ନିକଟରେ ଗୋଟିଏ ଦିନରେ ବାଲେଶ୍ୱରରେ ଏଭଳି ଦୁଇଦୁଇଟି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଖବର ଅନୁସାରେ, ରେମୁଣା ବ୍ଲକ୍ ଦୁମୁଦା ଗାଁର ବିଜୟ କୁମାର ଦାସ ନିଜର ଅଲ୍‌ଟୋ କାର୍ ବିକ୍ରି ପାଇଁ ଗତ […]

  • Friday, 23 July 2021
nigarika
ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍‌; ରାଜା ମାରିଛି ପ୍ରେମିକା ନିହାରିକାକୁ

କଟକ: ବହୁଚର୍ଚ୍ଚିତ ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍ ହୋଇଛି। ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ହିଁ ନିହାରିକାଙ୍କ ହତ୍ୟାକାରୀ ବୋଲି ନିଜ ମୁହଁରେ ମାନିଛି ରାଜା। ଯୋଜନା ବଦ୍ଧ ଭାବେ କଟକ ଚାଉଳିଆଗଞ୍ଜ ସ୍ଥିତ ଜଣେ ସାଙ୍ଗର ଭଡ଼ା ଘରେ ରାଜା ନିହାରିକାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାର କାରଣ ସମ୍ପର୍କରେ ଖୁଲାସା କରି ଜଗତସିଂହପୁର ଏସପି କହିଛନ୍ତି, ରାଜାକୁ ବିବାହ କରିବାକୁ ଅମଙ୍ଗ ଥିଲେ ନିହାରିକା। କାରଣ ନିହାରିକା ଏକ ପ୍ରାଇଭେଟ୍‌ ନର୍ସିଂହୋମ୍‌ରେ […]

  • Friday, 23 July 2021
story
ଗାଡ଼ି ଚାଳକଙ୍କ ସହିତ ସୋ’ ରୁମ୍‌ ମାଲିକଙ୍କୁ ବି ଫାଇନ୍‌

ରାୟଗଡ଼ା: ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରିବା ସୋରମକୁ ମହଙ୍ଗା ପଡ଼ିଲା। ସୋରୁମ ମାଲିକ ଉପରେ ୧ ଲକ୍ଷ ଟଙ୍କା ଜରିମାନା ସହ ଲାଇସେନ୍ସ ରଦ୍ଦ ପାଇଁ ରାୟଗଡା ଆରଟିଓଙ୍କୁ ଚିଠି ଲେଖିଛି ଗଜପତି ଜିଲ୍ଲା ପରିବହନ ବିଭାଗ। ସୂଚନା ଅନୁଯାୟୀ, ରାୟଗଡ଼ା ସ୍ଥିତ ସୀତାରାମ ମୋଟରରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ଗାଁର ଜୁବିନାସ ଭୂୟାଁ ଏକ ମୋଟର ସାଇକେଲ କିଣିଥିଲେ। ତେବେ ବିନା ପଞ୍ଜିକରଣ ନମ୍ବରରେ ସମ୍ପୃକ୍ତ ସୋରୁମ ଜୁବିନାସଙ୍କୁ ଗାଡ଼ି ଦେଇଥିଲା। […]

  • Friday, 23 July 2021
bangia
ରାସ୍ତା ମଝିରେ ନିଶା ଚୁର୍ ଦୁଇ ବଙ୍ଗୀୟ ଯୁବତୀଙ୍କ ଏ କି କାଣ୍ଡ !

ଭୁବନେଶ୍ୱର: ରାସ୍ତା ମଝିରେ କାର୍‌ ଛିଡ଼ା କରି ହଙ୍ଗାମା କଲେ ଦୁଇ ନିଶାସକ୍ତ ଯୁବତୀ। ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। କମିଶନରେଟ୍‌ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍‌କୁ ଜବତ କରିଛି। ଆଜି କପିଳେଶ୍ୱର ରାସ୍ତା ମଝିରେ ହଠାତ୍‌ ଏକ କାର୍‌ ଅଟକିଗଲା। ଆଉ ତା’ପରେ କାର୍‌ ଭିତରେ ବସିଥିବା ବ୍ୟକ୍ତି ଡୋର୍‌ ଖୋଲି ଦେଇଥିଲେ। କାର୍‌ର ଡୋର୍‌ଟି ଜଣେ ବ୍ୟକ୍ତିଙ୍କ ଦେହରେ ବାଜିଥିଲା। […]

  • Friday, 23 July 2021
trfi
ଡ୍ରଗ୍ସ ମାଫିଆ ସହ ପୁଲିସ୍‌ ବାବୁଙ୍କ ଲିଙ୍କ୍‌

ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍‌ ରାଜା ସହ ଲିଙ୍କ୍ ଅଭିଯୋଗରେ ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ। ତାଙ୍କୁ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍‌ଟିଏଫ୍‌) ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ବାଲେଶ୍ୱର ଡିଷ୍ଟ୍ରିକ୍‌ ଜଜ୍‌ଙ୍କ କୋର୍ଟରେ ହାଜର କରିବା ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଦୁଇ ଦିନ ତଳେ ତାଙ୍କୁ ସେକ୍ ରାଜା ସହ ଲିଙ୍କ୍ ଅଭିଯୋଗରେ ବାଲେଶ୍ୱର ଏସ୍‌ପି ନିଲମ୍ବିତ କରିଥିଲେ। ଡ୍ରଗ୍ସ କାରବାର ସମ୍ପର୍କରେ […]

  • Friday, 23 July 2021
ଦେପମୂ
ଟ୍ରାଫିକ୍‌ ନିୟମ କୋହଳ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ କଟକଣାକୁ ୩ ମାସ ଯାଏ କୋହଳ କରିବା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। କମିଶନ କହିଛନ୍ତି, ଆଇନ କୋହଳ ହେବା ପରେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ପୂର୍ବଭଳି ଦୁର୍ଘଟଣାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ଉଲ୍ଲଂଘନକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏହାଦ୍ୱାରା ଦୁର୍ଘଟଣାର ହାର ବଢ଼ିବା ସହ […]

  • Friday, 23 July 2021
asia
ଭୁବନେଶ୍ୱର-ବ୍ୟାଙ୍କକ୍ ଏୟାର ଏସିଆ ବିମାନ ଉଡ଼ାଣ ବନ୍ଦ ହେବ !

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ଏୟାର ଏସିଆ ବିମାନ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କରିଛନ୍ତି ଏୟାର ଏସିଆ କର୍ତ୍ତୃପକ୍ଷ। ଭୁବନେଶ୍ୱର ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି କରି ଜଣାଇଥିବା ସୂଚନା ମିଳିଛି। ଆସନ୍ତା ୨୫ ତାରିଖ ବେଳକୁ ଏହି ଉଡ଼ାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ବିମାନ ବନ୍ଦରରୁ ସପ୍ତାହରେ ତିନି ଦିନ ବ୍ୟାଙ୍କକୁ ବିମାନ ଉଡ଼ାଣ […]

  • Friday, 23 July 2021
Cuttack Youth Alleges Torture By Wife
‘ଚତୁର୍ଥୀ ରାତିରେ ଫୋନ୍‌ ଆସିଲା- ତୋ ସ୍ତ୍ରୀର ବଡିରେ ମୋ ନାଁର ଟାଟୁ ହୋଇଛି’

ସ୍ତ୍ରୀ ନିର୍ଯାତନା ଦେଉଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା। ବୟଫ୍ରେଣ୍ଡ ସହ ମିଶି ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।

Jagannath Suna besha
ସୁନାବେଶରେ ଜଗନ୍ନାଥ ପିନ୍ଧିଥିଲେ ଭଙ୍ଗା କିରୀଟ

ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାରଗୁଡ଼ିକ ଶହ ଶହ ବର୍ଷ ପୁରୁଣା।

Ambulance
ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମିଳିଛି ମୃତଦେହ । ଭଏଁରିପାଲି ଗାଁର ବାଲାର ନାଗ, ଏହି ଜଙ୍ଗଲରେ ଶ୍ରମିକ ଭାବେ କାମ କରୁଥିଲେ ।

ofc
କଟକ BSNL ଅଫିସ୍‌ରେ ଅଗ୍ନିକାଣ୍ଡ

କଟକ: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲରେ ଏହି  ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ଠପ୍ ହୋଇଛି। ଦୁଇଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ବିଏସ୍‌ଏନ୍‌ଏଲ୍ ଅଫିସର ସମସ୍ତ କର୍ମଚାରୀ ବାହାରକୁ ପଳାଇଆସିଛନ୍ତି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ  ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

  • Thursday, 22 July 2021
nandan-kaa
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ। ଏଥିଯୋଗୁ  ଗତ ୨୫ ଦିନରେ ନନ୍ଦନକାନନରେ ୩ଟି ହାତୀ ଆଖି ବୁଜିଲେଣି । ଗତକାଲି ୭ ବର୍ଷର ମାଈ ହାତୀ କମଳା ଆଖି ବୁଜିଛି। ଘାତକ ‘ହରପିସ୍’ ଭୂତାଣୁ ସଂକ୍ରମଣରେ କମଳାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୂର୍ବରୁ ନନ୍ଦନକାନରେ ଥିବା ଏକ ଦନ୍ତା ଓ ଗୋଟିଏ ମାଈ ହାତୀର ବି ଏଥିଯୋଗୁ ମୃତ୍ୟୁ ହୋଇସାରିଛି । ଅଗଷ୍ଟ ୨୫ତାରିଖରେ ମାଈ ହାତୀ ‘ଜୁଲି’ ଓ ସେପ୍ଟେମ୍ବର […]

  • Thursday, 22 July 2021
odia
ଗୁଗଲ୍‌ରେ କେବଳ ଇଂରାଜୀ ନୁହେଁ ଓଡ଼ିଆରେ ଲେଖି ସର୍ଚ୍ଚ କରିହେବ ତଥ୍ୟ

ଭୁବନେଶ୍ୱର : ଇଣ୍ଟରନେଟ୍‌ର ବ୍ୟବହାର ଏବଂ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଅଧିକରୁ ଅଧିକ ସହଜ ଏବଂ ସରଳ ହେବାରେ ଲାଗିଛି ଗୁଗଲ୍‌ ପ୍ଲାଟଫର୍ମ। ବିଭିନ୍ନ ଆପ୍ଲିକେସନ୍‌ ସବୁ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଆରମ୍ଭ କରିବା ପ୍ରୟାସରେ ଏବେ ଗୁଗଲ୍‌ ମଧ୍ୟ ଯୋଡ଼ିହୋଇଛି। ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଆଜି ସେହିଭଳି ଏକ ବଡ଼ ଘୋଷଣା କରିଛି ଗୁଗଲ୍‌। ଏବେ ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଶାସ୍ତ୍ରୀୟ ଭାଷା ଓଡ଼ିଆ ମଧ୍ୟ ସ୍ଥାନ […]

  • Thursday, 22 July 2021
susp
ତିଗିରିଆ ବାଘ ମୃତ୍ୟୁ ଘଟଣାରେ ୨ ନିଲମ୍ବିତ

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆର ନିଜିଗଡ଼ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ତିଗିରିଆର ଫରେଷ୍ଟର ସୁଚରିତା ସାମନ୍ତରାୟ ଏବଂ ଫରେଷ୍ଟ ଗାର୍ଡ ଚନ୍ଦନ ବେହେରା। ଗତ ରବିବାର ଗୋଟିଏ କଲରାପତରିଆ ବାଘଟିର ମୃତଦେହ ନିଜିଗଡ଼ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ବାଘଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଡିଏଫ୍ଓ ସସ୍ମିତା ଲେଙ୍କା, […]

  • Thursday, 22 July 2021
congress
ବିଧାୟକଙ୍କୁ ନ ଡାକିବାରୁ ଡିସିପିଙ୍କ ନାଁରେ ଏତଲା

କଟକ: ପୂଜା ବୈଠକକୁ ବାରବାଟୀ କଟକ ବିଧାୟକ ମହମ୍ମଦ ମୁକିମଙ୍କୁ ନ ଡାକିବା ପ୍ରତିବାଦରେ ମଧୁପାଟଣା ଥାନା ସମେତ ସହରର ବିଭିନ୍ନ ଥାନାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଡିସିପିଙ୍କ ନାଁରେ ଏତଲା ଦିଆଯାଇଛି। ଡିସିପି ବିଧାୟକଙ୍କୁ ବୈଠକ ଡାକିବା ଉଚିତ ଥିଲା। ଏହା କଟକର ଭାଇଚାରାର ପରମ୍ପରାକୁ କ୍ଷୂର୍ଣ୍ଣ କରିଛି। ତେଣୁ କଟକ ଡିସିପିଙ୍କ ବଦଳି ବାଦୀ କରି କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏଭଳି ଏତଲା ଦିଆଯାଇଛି।

  • Thursday, 22 July 2021
modi
କୋରାପୁଟର ଏହି ୩ ଝିଅଙ୍କ ପାଖକୁ ଆସିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଟି. ପ୍ରମୋଦ ପାତ୍ରଙ୍କ ଘରେ ଖୁସିର ଲହରି। କାରଣ  ପ୍ରମୋଦଙ୍କ ଘରକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ତାଙ୍କର ତିନି ଝିଅଙ୍କ ପାଖକୁ ଚିଠି ଲେଖି ଧନ୍ୟବାଦ ଜାଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରମୋଦଙ୍କ ତିନି ଝିଅ ଶ୍ରୀୟା, ସୁମନ ଓ ଶିବାନୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାକ୍ଷୀ ପଠାଇଥିଲେ। ମୋଦି ସେହି ରାକ୍ଷୀ ପାଇବା ପରେ ବହୁତ ଖୁସି ପ୍ରକାଶ କରି ପ୍ରମୋଦଙ୍କ ତିନି ଝିଅଙ୍କୁ ଚିଠି ଲେଖି ଧନ୍ୟବାଦ […]

  • Thursday, 22 July 2021
ki
ଡାକ୍ତରଖାନାକୁ ବୋମାମାଡ଼

ଆଠଗଡ଼ (ନୀଳକଣ୍ଠ ଦୋରା) ; କଟକ ଜିଲ୍ଲା ଆଠଗଡ଼ କୁଲାଇଲୋ ଅନନ୍ତ ବେଉରା ଅସ୍ଥି ଶଲ୍ୟ ଚିକିତ୍ସା ସେବା ସଦନ ଗୃହ ଉପରକୁ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଗତ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ମୁଖ୍ୟ ଗେଟ୍‌ରେ ଏହି ବୋମାମାଡ଼ ହୋଇଛି । ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କିଏ ଏବଂ […]

  • Thursday, 22 July 2021
police-arrested-headmaster-750x420
ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାରେ ବନ୍ଧା ହେଲେ ହେଡ୍‌ ସାର୍

ବାଲିଗୁଡ଼ା(ଅଜିତ ନାଏକ): ସହକାରୀ ଶିକ୍ଷୟିତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ଗିରଫ ହୋଇଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ କୁଡୁତୁଲି ହାଇସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷକ ଚନ୍ଦ୍ରଶେଖର ମହାରଣ। ସାର୍‌ ଆଜି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ପୁଲିସ ଗିରଫ କରିଛି। ମାତ୍ର ତାଙ୍କର ଅନ୍ୟ ଦୁଇ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୂରା ଘଟଣା ଏମିତି। କୁଡୁତୁଲି ହାଇସ୍କୁଲର […]

  • Thursday, 22 July 2021
fie
ଗାଡ଼ିରେ ଲେଖିଥିଲେ ଏମିତି; ଫାଇନ୍‌ କଲା ଟ୍ରାଫିକ୍

ଖୋର୍ଦ୍ଧା: ସଂଶୋଧିତ ମୋଟର ଯାନ ଆଇନ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ଧରପଗଡ଼ ଚାଲିଛି ଚାଲିଛି।  ଏଭଳି ସ୍ଥଳେ ଗାଡିରେ ଫ୍ୟାନସି ନମ୍ବର ଲେଖି ଗତକାଲି ତଣ୍ଡ ଗଣିଛନ୍ତି ଜଣେ ଚାଳକ। ଏହି ଗାଡିର ନମ୍ବର ପ୍ଲେଟ ଉପରେ ଫ୍ୟାନସି ନମ୍ବର ସହ ନମ୍ବର ଉପରକୁ ଲେଖାଅଛି ଟାଉନ ଟାଇଗର।  ଯାହା ଟ୍ରାଫିକ ନିୟମର ଉଲ୍ଲଂଘନ। ଏଥିପାଇଁ ସମ୍ପୃକ୍ତ ଚାଳକ ଜଣକ ୫ଶହ ଟଙ୍କାର ଫାଇନ ଦେଇଛନ୍ତି। ଚାଳକ ଜଣକ ଘର ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରେ। Found […]

  • Thursday, 22 July 2021
mu
ରାଗିଲେ ଆଦିବାସୀ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ମୁହାଁମୁହିଁ

ମାଲକାନଗିରି: ପେପର ମେଟଲା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଫଳରେ ଯନ୍ତାପାଇ ହାଟକୁ ବନ୍ଦ କରିବା ସହିତ ୧୪୪ ଧାରା ଜାରି କରିଛି ପ୍ରଶାସନ।  ପେପରମଟଲା ନିକଟରେ ଶହ ଶହ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜମା ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ପ୍ରସ୍ତୁତ ହୋଇ ରହିଛି।  ସେଠାରେ ଏକ ପ୍ରକାର ପୁଲିସ ଛାଉଣୀ ହୋଇଛି।  ଆଦିବାସୀମାନେ ପେପରମେଟଲା ଗାଁକୁ ଶୋଭାଯାତ୍ରା କରି ଏକ ବିରାଟ ରାଲି କରିଛନ୍ତି। ତେଣୁ ଅଘଟଣ ଆଶଙ୍କାରେ ୧୪୪ ଧାରା ଜାରି […]

  • Thursday, 22 July 2021

Total Seats 70

BJP 50
APP 19
INC 1
OTHERS 0

Delhi Vidhan Sabha Election Result