Advertisment

‘ଚତୁର୍ଥୀ ରାତିରେ ଫୋନ୍‌ ଆସିଲା- ତୋ ସ୍ତ୍ରୀର ବଡିରେ ମୋ ନାଁର ଟାଟୁ ହୋଇଛି’

ସ୍ତ୍ରୀ ନିର୍ଯାତନା ଦେଉଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା। ବୟଫ୍ରେଣ୍ଡ ସହ ମିଶି ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
‘ଚତୁର୍ଥୀ ରାତିରେ ଫୋନ୍‌ ଆସିଲା- ତୋ ସ୍ତ୍ରୀର ବଡିରେ ମୋ ନାଁର ଟାଟୁ ହୋଇଛି’

Cuttack Youth Alleges Torture By Wife

କଟକ: ‘ଚତୁର୍ଥୀ ରାତିରେ ମୋ ପାଖକୁ ଏକ ଫୋନ୍‌ କଲ୍‌ ଆସିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ମୋତେ କହିଥିଲେ, ତୋ ସ୍ତ୍ରୀର ପ୍ରାଇଭେଟ ପାର୍ଟରେ ମୋ ନାଁ ଟୁକା ଟାଟୁ ହୋଇଛି ଓ ମୋ ସ୍ତ୍ରୀ ଠୁ ଦୂରେଇ କି ରହ। ସେ ମୋ ସହ ଏତେ ବର୍ଷ ରହିଛି, ତେଣୁ ତା’ଠୁ ଦୂରେଇ କି ରହିବୁ। ମୋ ସ୍ତ୍ରୀର ବୟଫ୍ରେଣ୍ଡ୍‌ ପ୍ରଦୀପ ଅଗସ୍ତି ଓରଫ ଟୁକା ଏହି କଲ୍‌ କରିଥିଲା। ସେ(ପ୍ରଦୀପ) ମୋତେ ବହୁତ ଗାଳିଗୁଲଜ କରିବା ସହ ଧମକ ମଧ୍ୟ ଦେଲା। ଏସବୁ ଜାଣିବା ପରେ ମୁଁ ସହି ପାରିଲିନି।’  ନିଜ ସ୍ତ୍ରୀ ଓ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି କଟକର ଜଣେ ଯୁବକ।

Advertisment

ସ୍ତ୍ରୀ ନିର୍ଯାତନା ଦେଉଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା। ବୟଫ୍ରେଣ୍ଡ ସହ ମିଶି ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି। ମୋହିତ ଅଭିଯୋଗ ଆଣି କହିଛନ୍ତି,“ଫେସ୍‌ବୁକ୍‌ରୁ ଭଲ ପାଇବା ଓ ପରେ ଧମକ ଦେଇ ସେ(ସୋନାଲି ଦାସ) ମୋତେ ବାହା ହୋଇଥିଲା। ମୋତେ ବାହା ହେବାକୁ ସେ ବାଧ୍ୟ କରିଥିଲା।ବାହା ନ ହେଲେ କିଛି ବି କେସ୍‌ ମୋ ନାଁରେ ଦେଇ ଭିତରେ କରି ଦେବ ବୋଲି ସେ ମୋତେ ଧମକ ଦେଇଥିଲା। ଗତବର୍ଷ ନଭେମ୍ବର ୨୫ରେ ବାଲେଶ୍ୱରରେ ବିବାହ ହୋଇଥିଲା। ଚତୁର୍ଥୀ ରାତିରେ ମୋ ପାଖକୁ ଏକ ଫୋନ୍‌ କଲ୍‌ ଆସିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ମୋତେ କହିଥିଲେ, ତୋ ସ୍ତ୍ରୀର ପ୍ରାଇଭେଟ ପାର୍ଟରେ ମୋ ନାଁ ଟୁକା ଲେଖା ହୋଇଛି ଓ ମୋ ସ୍ତ୍ରୀ ଠୁ ଦୂରେଇ କି ରହ। ସେ ମୋ ସହ ଏତେ ବର୍ଷ ରହିଛି, ତେଣୁ ତା’ଠୁ ଦୂରେଇ କି ରହିବୁ। ମୋ ସ୍ତ୍ରୀର ବୟଫ୍ରେଣ୍ଡ୍‌ ପ୍ରଦୀପ ଅଗସ୍ତି ଓରଫ ଟୁକା ଏହି କଲ୍‌ କରିଥିଲା। ସେ(ପ୍ରଦୀପ) ମୋତେ ବହୁତ ଗାଳିଗୁଲଜ କରିବା ସହ ଧମକ ମଧ୍ୟ ଦେଲା। ଏସବୁ ଜାଣିବା ପରେ ମୁଁ ସହି ପାରିଲିନି।”

ମୋହିତ ଆହୁରି କହିଛନ୍ତି, ‘ବୟଫ୍ରେଣ୍ଡ ସହ ମିଶି ସୋନାଲି ଏକ ଅଶ୍ଲୀଳ ଭି଼ଡିଓ କରିଥିଲେ ଏବଂ ଏହାକୁ ଭାଇରାଲ କରିବାକୁ ବାରମ୍ବାର ଧମକ ଦେଇଥିଲେ। ଏସବୁ ଜାଣିବା ପରେ ମୁଁ ସହିପାରିଲିନି ଓ ମୋତେ ଛାଡ଼ି ଦେବାକୁ ମୁଁ ତାଙ୍କୁ କହିଥିଲି। ମୋତେ ଛାତ୍ରପତ୍ର ଦେଇ ଦେ ବୋଲି ମଧ୍ୟ ମୁଁ କହିଥିଲି। ହେଲେ ମୋତେ ଓ ମୋ ବାପାମା’ଙ୍କୁ ଜୀବନରୁ ମାରିଦେବା ପାଇଁ ସେ ଧମକ ଦେଇଥିଲା। ସବୁବେଳେ ସେ ଆମକୁ ଡରେଇକି ରଖିଥିଲା।’

Advertisment

ମୋହିତ ଆଣିଥିବା ଏଭଳି ଉପରେ ପ୍ରତିକ୍ରିୟା ରଖି ପତ୍ନୀ ସୋନାଲି କହିଛନ୍ତି, ‘ମ୍ୟାରେଜ୍‌ ପୂର୍ବରୁ ଯାହାବି କିଛି ଘଟିଛି, ବାହାଘର ପୂର୍ବରୁ ମୁଁ ସବୁ ତାଙ୍କୁ(ମୋହିତ) କ୍ଲିୟର କଟ୍ ଦେଇଥିଲି। ଏନ୍‌ଗେଜମେଣ୍ଟର ୫ ମାସ ପରେ ବିବାହ ହୋଇଥିଲା। ଯଦି ମୋ ଟାଟୁ ଦେଖିକି ଡିଷ୍ଟରବାନ୍ସ ହୋଇଛି, ତା’ହେଲେ ବହୁତ ପୂର୍ବରୁ ଏହା ହେବାର ଥିଲା। ଛୋଟ ଛୋଟ କଥାରେ ମୋ ଅତୀତକୁ ନେଇ ସବୁବେଳେ ସେ ମୋତେ ଧମକ ଦେଉଥିଲେ। ମୋତେ ତାଙ୍କ ମା’ ଓ ସେ ନିର୍ଯାତନା ଦେଉଥିଲେ। ଏପରିକି ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ଘରୁ ଟଙ୍କା ଆଣିବାକୁ ସେ ମୋତେ କହିଥିଲେ’।

ପରସ୍ପର ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଥିବା ମୋହିତ ଓ ତାଙ୍କ ପତ୍ନୀ ସୋନାଲି ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ପତ୍ନୀ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗକୁ ମିଛ ବୋଲି ମୋହିତ କହିଛନ୍ତି। ସେ କହିଛନ୍ତି, ‘ମୁଁ କେବେ ତାଙ୍କୁ ଟଙ୍କା ମାଗିନାହିଁ, କିମ୍ବା ସେ ମୋତେ ଟଙ୍କା ଦେଇ ନାହାନ୍ତି। ସୋନାଲିଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବାର ପ୍ରମାଣ ପାଇଛିି। ସେ ତାଙ୍କର ପୂର୍ବ ସମ୍ପର୍କ ନେଇ ବିବାହ ପୂର୍ବରୁ ମୋତେ କିଛି କହିନଥିଲେ।
ନଷ୍ଟ କରାଯାଇଥିବା ପିଲା ମୋର ନୁହେଁ। ଏକ ଘରୋଇ ନର୍ସିଂ ହୋମ୍‌ରେ ସେ ନିଜ ଇଚ୍ଛାରେ ଗର୍ଭପାତ କରିଥିଲେ। ଏଭଳି ସ୍ତ୍ରୀ ସହ ମୁଁ ରହିବାକୁ ଚାହୁଁ ନାହିଁ।’ 

Cuttack Youth Harassment Mohit Sharma Cuttack Tattoo Case
Advertisment
Advertisment