କଟକ: ବହୁଚର୍ଚ୍ଚିତ ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍ ହୋଇଛି। ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ହିଁ ନିହାରିକାଙ୍କ ହତ୍ୟାକାରୀ ବୋଲି ନିଜ ମୁହଁରେ ମାନିଛି ରାଜା। ଯୋଜନା ବଦ୍ଧ ଭାବେ କଟକ ଚାଉଳିଆଗଞ୍ଜ ସ୍ଥିତ ଜଣେ ସାଙ୍ଗର ଭଡ଼ା ଘରେ ରାଜା ନିହାରିକାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାର କାରଣ ସମ୍ପର୍କରେ ଖୁଲାସା କରି ଜଗତସିଂହପୁର ଏସପି କହିଛନ୍ତି, ରାଜାକୁ ବିବାହ କରିବାକୁ ଅମଙ୍ଗ ଥିଲେ ନିହାରିକା। କାରଣ ନିହାରିକା ଏକ ପ୍ରାଇଭେଟ୍ ନର୍ସିଂହୋମ୍ରେ […]
ରାୟଗଡ଼ା: ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରିବା ସୋରମକୁ ମହଙ୍ଗା ପଡ଼ିଲା। ସୋରୁମ ମାଲିକ ଉପରେ ୧ ଲକ୍ଷ ଟଙ୍କା ଜରିମାନା ସହ ଲାଇସେନ୍ସ ରଦ୍ଦ ପାଇଁ ରାୟଗଡା ଆରଟିଓଙ୍କୁ ଚିଠି ଲେଖିଛି ଗଜପତି ଜିଲ୍ଲା ପରିବହନ ବିଭାଗ। ସୂଚନା ଅନୁଯାୟୀ, ରାୟଗଡ଼ା ସ୍ଥିତ ସୀତାରାମ ମୋଟରରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ଗାଁର ଜୁବିନାସ ଭୂୟାଁ ଏକ ମୋଟର ସାଇକେଲ କିଣିଥିଲେ। ତେବେ ବିନା ପଞ୍ଜିକରଣ ନମ୍ବରରେ ସମ୍ପୃକ୍ତ ସୋରୁମ ଜୁବିନାସଙ୍କୁ ଗାଡ଼ି ଦେଇଥିଲା। […]
ଭୁବନେଶ୍ୱର: ରାସ୍ତା ମଝିରେ କାର୍ ଛିଡ଼ା କରି ହଙ୍ଗାମା କଲେ ଦୁଇ ନିଶାସକ୍ତ ଯୁବତୀ। ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। କମିଶନରେଟ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍କୁ ଜବତ କରିଛି। ଆଜି କପିଳେଶ୍ୱର ରାସ୍ତା ମଝିରେ ହଠାତ୍ ଏକ କାର୍ ଅଟକିଗଲା। ଆଉ ତା’ପରେ କାର୍ ଭିତରେ ବସିଥିବା ବ୍ୟକ୍ତି ଡୋର୍ ଖୋଲି ଦେଇଥିଲେ। କାର୍ର ଡୋର୍ଟି ଜଣେ ବ୍ୟକ୍ତିଙ୍କ ଦେହରେ ବାଜିଥିଲା। […]
ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍ ରାଜା ସହ ଲିଙ୍କ୍ ଅଭିଯୋଗରେ ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ। ତାଙ୍କୁ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍ଟିଏଫ୍) ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ବାଲେଶ୍ୱର ଡିଷ୍ଟ୍ରିକ୍ ଜଜ୍ଙ୍କ କୋର୍ଟରେ ହାଜର କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଦୁଇ ଦିନ ତଳେ ତାଙ୍କୁ ସେକ୍ ରାଜା ସହ ଲିଙ୍କ୍ ଅଭିଯୋଗରେ ବାଲେଶ୍ୱର ଏସ୍ପି ନିଲମ୍ବିତ କରିଥିଲେ। ଡ୍ରଗ୍ସ କାରବାର ସମ୍ପର୍କରେ […]
ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ କଟକଣାକୁ ୩ ମାସ ଯାଏ କୋହଳ କରିବା ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। କମିଶନ କହିଛନ୍ତି, ଆଇନ କୋହଳ ହେବା ପରେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ପୂର୍ବଭଳି ଦୁର୍ଘଟଣାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ମଧ୍ୟ ଉଲ୍ଲଂଘନକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏହାଦ୍ୱାରା ଦୁର୍ଘଟଣାର ହାର ବଢ଼ିବା ସହ […]
ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ଏୟାର ଏସିଆ ବିମାନ ଉଡ଼ାଣ ସାମୟିକ ବନ୍ଦ କରାଯିବ। ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କରିଛନ୍ତି ଏୟାର ଏସିଆ କର୍ତ୍ତୃପକ୍ଷ। ଭୁବନେଶ୍ୱର ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି କରି ଜଣାଇଥିବା ସୂଚନା ମିଳିଛି। ଆସନ୍ତା ୨୫ ତାରିଖ ବେଳକୁ ଏହି ଉଡ଼ାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ବିମାନ ବନ୍ଦରରୁ ସପ୍ତାହରେ ତିନି ଦିନ ବ୍ୟାଙ୍କକୁ ବିମାନ ଉଡ଼ାଣ […]
ସ୍ତ୍ରୀ ନିର୍ଯାତନା ଦେଉଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା। ବୟଫ୍ରେଣ୍ଡ ସହ ମିଶି ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।
ପୂର୍ବରୁ ୨୦୧୦ ମସିହାରେ ବି ଭାଙ୍ଗିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ସୁବର୍ଣ୍ଣ କିରୀଟ, ଯାହାକୁ ମରାମତି କରାଯାଇ ପୁଣି ଠାକୁରଙ୍କୁ ଲାଗି ହେଉଛି। ଶ୍ରୀମନ୍ଦିର ଗବେଷକଙ୍କ ମତରେ ସୁନାବେଶରେ ଲାଗି ହେଉଥିବା କିରୀଟ ଓ ଅଳଙ୍କାରଗୁଡ଼ିକ ଶହ ଶହ ବର୍ଷ ପୁରୁଣା।
ସନ୍ଦେହଜନକ ଅବସ୍ଥାରେ ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମିଳିଛି ମୃତଦେହ । ଭଏଁରିପାଲି ଗାଁର ବାଲାର ନାଗ, ଏହି ଜଙ୍ଗଲରେ ଶ୍ରମିକ ଭାବେ କାମ କରୁଥିଲେ ।
କଟକ: କଟକ ବଜ୍ରକବାଟୀ ରୋଡ୍ସ୍ଥିତ ବିଏସ୍ଏନ୍ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଯୋଗୁ କଟକରେ ବିଏସ୍ଏନ୍ଏଲ୍ ସେବା ଠପ୍ ହୋଇଛି। ଦୁଇଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ବିଏସ୍ଏନ୍ଏଲ୍ ଅଫିସର ସମସ୍ତ କର୍ମଚାରୀ ବାହାରକୁ ପଳାଇଆସିଛନ୍ତି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ। ଏଥିଯୋଗୁ ଗତ ୨୫ ଦିନରେ ନନ୍ଦନକାନନରେ ୩ଟି ହାତୀ ଆଖି ବୁଜିଲେଣି । ଗତକାଲି ୭ ବର୍ଷର ମାଈ ହାତୀ କମଳା ଆଖି ବୁଜିଛି। ଘାତକ ‘ହରପିସ୍’ ଭୂତାଣୁ ସଂକ୍ରମଣରେ କମଳାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୂର୍ବରୁ ନନ୍ଦନକାନରେ ଥିବା ଏକ ଦନ୍ତା ଓ ଗୋଟିଏ ମାଈ ହାତୀର ବି ଏଥିଯୋଗୁ ମୃତ୍ୟୁ ହୋଇସାରିଛି । ଅଗଷ୍ଟ ୨୫ତାରିଖରେ ମାଈ ହାତୀ ‘ଜୁଲି’ ଓ ସେପ୍ଟେମ୍ବର […]
ଭୁବନେଶ୍ୱର : ଇଣ୍ଟରନେଟ୍ର ବ୍ୟବହାର ଏବଂ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଅଧିକରୁ ଅଧିକ ସହଜ ଏବଂ ସରଳ ହେବାରେ ଲାଗିଛି ଗୁଗଲ୍ ପ୍ଲାଟଫର୍ମ। ବିଭିନ୍ନ ଆପ୍ଲିକେସନ୍ ସବୁ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ଆରମ୍ଭ କରିବା ପ୍ରୟାସରେ ଏବେ ଗୁଗଲ୍ ମଧ୍ୟ ଯୋଡ଼ିହୋଇଛି। ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଆଜି ସେହିଭଳି ଏକ ବଡ଼ ଘୋଷଣା କରିଛି ଗୁଗଲ୍। ଏବେ ଗୁଗଲ୍ର ଲୋକପ୍ରିୟ ନ୍ୟୁଜ୍ ଫିଡ୍ ଆପ୍ଲିକେସନ୍ ‘ଗୁଗଲ୍ ଡିସ୍କଭର୍’ରେ ଶାସ୍ତ୍ରୀୟ ଭାଷା ଓଡ଼ିଆ ମଧ୍ୟ ସ୍ଥାନ […]
ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆର ନିଜିଗଡ଼ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ତିଗିରିଆର ଫରେଷ୍ଟର ସୁଚରିତା ସାମନ୍ତରାୟ ଏବଂ ଫରେଷ୍ଟ ଗାର୍ଡ ଚନ୍ଦନ ବେହେରା। ଗତ ରବିବାର ଗୋଟିଏ କଲରାପତରିଆ ବାଘଟିର ମୃତଦେହ ନିଜିଗଡ଼ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ବାଘଟିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଡିଏଫ୍ଓ ସସ୍ମିତା ଲେଙ୍କା, […]
କଟକ: ପୂଜା ବୈଠକକୁ ବାରବାଟୀ କଟକ ବିଧାୟକ ମହମ୍ମଦ ମୁକିମଙ୍କୁ ନ ଡାକିବା ପ୍ରତିବାଦରେ ମଧୁପାଟଣା ଥାନା ସମେତ ସହରର ବିଭିନ୍ନ ଥାନାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଡିସିପିଙ୍କ ନାଁରେ ଏତଲା ଦିଆଯାଇଛି। ଡିସିପି ବିଧାୟକଙ୍କୁ ବୈଠକ ଡାକିବା ଉଚିତ ଥିଲା। ଏହା କଟକର ଭାଇଚାରାର ପରମ୍ପରାକୁ କ୍ଷୂର୍ଣ୍ଣ କରିଛି। ତେଣୁ କଟକ ଡିସିପିଙ୍କ ବଦଳି ବାଦୀ କରି କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏଭଳି ଏତଲା ଦିଆଯାଇଛି।
କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଟି. ପ୍ରମୋଦ ପାତ୍ରଙ୍କ ଘରେ ଖୁସିର ଲହରି। କାରଣ ପ୍ରମୋଦଙ୍କ ଘରକୁ ଆସିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ତାଙ୍କର ତିନି ଝିଅଙ୍କ ପାଖକୁ ଚିଠି ଲେଖି ଧନ୍ୟବାଦ ଜାଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରମୋଦଙ୍କ ତିନି ଝିଅ ଶ୍ରୀୟା, ସୁମନ ଓ ଶିବାନୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ରାକ୍ଷୀ ପଠାଇଥିଲେ। ମୋଦି ସେହି ରାକ୍ଷୀ ପାଇବା ପରେ ବହୁତ ଖୁସି ପ୍ରକାଶ କରି ପ୍ରମୋଦଙ୍କ ତିନି ଝିଅଙ୍କୁ ଚିଠି ଲେଖି ଧନ୍ୟବାଦ […]
ଆଠଗଡ଼ (ନୀଳକଣ୍ଠ ଦୋରା) ; କଟକ ଜିଲ୍ଲା ଆଠଗଡ଼ କୁଲାଇଲୋ ଅନନ୍ତ ବେଉରା ଅସ୍ଥି ଶଲ୍ୟ ଚିକିତ୍ସା ସେବା ସଦନ ଗୃହ ଉପରକୁ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଗତ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ମୁଖ୍ୟ ଗେଟ୍ରେ ଏହି ବୋମାମାଡ଼ ହୋଇଛି । ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କିଏ ଏବଂ […]
ବାଲିଗୁଡ଼ା(ଅଜିତ ନାଏକ): ସହକାରୀ ଶିକ୍ଷୟିତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ଗିରଫ ହୋଇଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ କୁଡୁତୁଲି ହାଇସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷକ ଚନ୍ଦ୍ରଶେଖର ମହାରଣ। ସାର୍ ଆଜି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ପୁଲିସ ଗିରଫ କରିଛି। ମାତ୍ର ତାଙ୍କର ଅନ୍ୟ ଦୁଇ ସହଯୋଗୀ ଏବେ ମଧ୍ୟ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୂରା ଘଟଣା ଏମିତି। କୁଡୁତୁଲି ହାଇସ୍କୁଲର […]
ଖୋର୍ଦ୍ଧା: ସଂଶୋଧିତ ମୋଟର ଯାନ ଆଇନ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ଧରପଗଡ଼ ଚାଲିଛି ଚାଲିଛି। ଏଭଳି ସ୍ଥଳେ ଗାଡିରେ ଫ୍ୟାନସି ନମ୍ବର ଲେଖି ଗତକାଲି ତଣ୍ଡ ଗଣିଛନ୍ତି ଜଣେ ଚାଳକ। ଏହି ଗାଡିର ନମ୍ବର ପ୍ଲେଟ ଉପରେ ଫ୍ୟାନସି ନମ୍ବର ସହ ନମ୍ବର ଉପରକୁ ଲେଖାଅଛି ଟାଉନ ଟାଇଗର। ଯାହା ଟ୍ରାଫିକ ନିୟମର ଉଲ୍ଲଂଘନ। ଏଥିପାଇଁ ସମ୍ପୃକ୍ତ ଚାଳକ ଜଣକ ୫ଶହ ଟଙ୍କାର ଫାଇନ ଦେଇଛନ୍ତି। ଚାଳକ ଜଣକ ଘର ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳରେ। Found […]
ମାଲକାନଗିରି: ପେପର ମେଟଲା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଫଳରେ ଯନ୍ତାପାଇ ହାଟକୁ ବନ୍ଦ କରିବା ସହିତ ୧୪୪ ଧାରା ଜାରି କରିଛି ପ୍ରଶାସନ। ପେପରମଟଲା ନିକଟରେ ଶହ ଶହ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜମା ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ପ୍ରସ୍ତୁତ ହୋଇ ରହିଛି। ସେଠାରେ ଏକ ପ୍ରକାର ପୁଲିସ ଛାଉଣୀ ହୋଇଛି। ଆଦିବାସୀମାନେ ପେପରମେଟଲା ଗାଁକୁ ଶୋଭାଯାତ୍ରା କରି ଏକ ବିରାଟ ରାଲି କରିଛନ୍ତି। ତେଣୁ ଅଘଟଣ ଆଶଙ୍କାରେ ୧୪୪ ଧାରା ଜାରି […]
ସମ୍ବଲପୁର: ବେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଙ୍କୁ ମାଡ଼ମରା ଘଟଣାରେ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ଧରିଲା ପୁଲିସ। ଜୁଭେନାଇଲ ଜଷ୍ଟିସ୍ କୋର୍ଟରେ ସମସ୍ତଙ୍କୁ ହାଜର କରାଯିବା ପରେ ସେମାନଙ୍କୁ ସର୍ତ୍ତମୂଳକ ଭାବେ ଛଡ଼ାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି। ତାକୁ ଧରିବାକୁ ତନାଘନା ଜାରି ରହିଛି। ସେପଟେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ […]
ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାଉତରା ଗଢିଆ ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଯିବା ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାଁ ବିଜୟ ବେହେରା। ସୂଚନା ଅନୁସାରେ, ଗତ ସନ୍ଧ୍ୟା କୌଣସି କାରଣକୁ ନେଇ ବିଜୟଙ୍କ ସହ ଗାଁର କିଛି ଯୁବକଙ୍କର ବଚସା ହୋଇଥିଲା। ଏହାପରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ଲୁହା ରଡ଼ରେ ବିଜୟଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବିଜୟ ଟଳି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ […]
ଭୁବନେଶ୍ୱର: ରୋଗୀଙ୍କୁ ନୂଆ ଜୀବନ ଦେଇଥାନ୍ତି ଡାକ୍ତର। ସେଥିପାଇଁ ତାଙ୍କୁ ଦ୍ୱିତୀୟ ଭଗବାନଙ୍କ ସହିତ ତୁଳନା କରାଯାଇଥାଏ। ହେଲେ ସେହି ଦ୍ୱିତୀୟ ଭଗବାନ ଆଜିକାଲି ଲାଞ୍ଚ ମାଗୁଛନ୍ତି ଓ ଦୁର୍ବ୍ୟହାର କରୁଛନ୍ତି। ତାହା ପୁଣି ନିଜ ବିଭାଗର କର୍ମଚାରୀଙ୍କ ଉପରେ। ଯଦି ଡାକ୍ତର ନିଜ ବିଭାଗର କର୍ମଚାରୀଙ୍କୁ ଏପରି ବ୍ୟବହାର ଦେଖାଉଛନ୍ତି କରୁଛନ୍ତି, ତେବେ ସେମାନେ ରୋଗୀଙ୍କୁ କେମିତି ଚିକିତ୍ସା କରୁଥିବେ ଭାବନ୍ତୁ। ଆଜି ଏପରି ଦୁଇଟି ଅଭିଯୋଗ ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରୁ ଆସିଛି। ବୌଦ୍ଧ […]
ଭୁବନେଶ୍ୱର: ଦୀର୍ଘଦିନର ନିରବତା ପରେ ପୁଣିଥରେ କଂଗ୍ରେସ ନିଜର ସାଂଗଠନିକ ସ୍ଥିତିକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ବରିଷ୍ଠ ନେତାମାନେ ଏକଜୁଟ ହୋଇ ସଂଗଠନକୁ ସଜାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଆଇସିସି ପକ୍ଷରୁ ଓଡ଼ିଶା ପିସିସିର ସମସ୍ତ କମିଟି ଓ ସଂଗଠନକୁ ଭାଙ୍ଗି ଦିଆଯାଇଥିବାରୁ ଏଗୁଡ଼ିକୁ ପୁନର୍ଗଠନ କରିବା ପାଇଁ ସହମତି ହୋଇଛି। ତା’ଛଡ଼ା ସଦସ୍ୟ ସଂଗ୍ରହ ଅଭିଯାନ ଓ ମହାତ୍ମା ଗାନ୍ଧି ଜୟନ୍ତୀ ପାଇଁ […]
ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନର ପୁନଃବିକାଶ ପାଇଁ ଆଜି ନୂଆଦିଲ୍ଲୀସ୍ଥିତ ଉଦ୍ୟୋଗ ଭବନଠାରେ ଉଭୟ ରେଳବାଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଅଛି। ରେଳବାଇ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶଶୀକାନ୍ତ ସିଂହ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି। ନୂଆଦିଲ୍ଲୀ ଉଦ୍ୟୋଗ ଭବନଠାରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ […]