ନୀଳଗିରି: ଘନେଇଲା ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ବିବାଦ। ଏବେ ବି ତହସିଲ ଅଫିସ୍ ସମ୍ମୁଖରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ସ୍ଥାନୀୟଲୋକେ ଧାରଣାରେ ବସିଛନ୍ତି। ଅନ୍ୟପଟେ ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିବା ସହ ଆଇନର ଦ୍ୱାରସ୍ଥ ହେବାକୁ ଧମକ୍ ଦେଇଛନ୍ତି ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ। ସୁଶ୍ରୀତା କହିଛନ୍ତି ଯେ ବିଧାୟକ ପ୍ରଥମେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ। ଆଙ୍ଗୁଠି ଦେଖାଇ ତାଙ୍କ ସହିତ ଅଶାଳୀନ ଭାଷାରେ କଥାବାର୍ତ୍ତା ଆରମ୍ଭ କରିଥିଲେ। […]
ରାଉରକେଲା: ରଖେ ହରି ତ ମାରେ କିଏ, ଏହି ଉକ୍ତିଟି ଏବେ ସତ ପ୍ରମାଣିତ ହୋଇଛି। ରାଉରକେଲାରୁ ଉତ୍ତରପ୍ରଦେଶ ସିଙ୍ଗରୋଲୀକୁ ଯାଉଥିବା କାର୍କୁ ଟ୍ରକ୍ ଏମିତି ଧକ୍କା ଦେଇଛି ଯେ କାର୍ଟି ପୂରା ଚୁର୍ମାର ହୋଇଯାଇଛି। କିନ୍ତୁ ଏଥିରୁ ବର୍ତ୍ତିଯାଇଛନ୍ତି କାର୍ ବସିଥିବା ଯାତ୍ରୀ। କଥାଟା ବିଶ୍ୱାସ ହେଉନଥିଲେ ବି ସତ। ରାଉରକେଲାରୁ ଉତ୍ତରପ୍ରଦେଶ ସିଙ୍ଗରୋଲୀକୁ ଯାଉଥିଲେ ଦେବେନ୍ଦ୍ର ସିଂହ କୁଲହାର୍ଙ୍କ ପରିବାର। ସାଙ୍ଗରେ ଥିଲେ ସ୍ତ୍ରୀ ଓ ୭ ବର୍ଷର ଝିଅ। ତେବେ ବିଜୁ ଏକ୍ସପ୍ରେସ୍ର […]
ମାଲକାନଗିରି: ଶିକ୍ଷକ ଭୂମିକାରେ ଜିଲ୍ଲାପାଳ। ସ୍କୁଲ ପରିଦର୍ଶନରେ ଯାଇ ପିଲାଙ୍କୁ ପାଠ ପଢ଼ାଇବା ସହ ଭଲମନ୍ଦ ପଚାରି ବୁଝିଲେ ହାକିମବାବୁ।। ମାଲକାନଗିରି ଜିଲ୍ଲାର ଉପାନ୍ତ ଅଂଚଳରେ କିଭଳି ଚାଲିଛି ଶିକ୍ଷାଦାନ ତାହା ଜାଣିବା ପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ମାଓ ପ୍ରବଣରେ ଥିବା ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ବୁଲିବାକୁ ଯାଇଥିଲେ। ଏହି ସମୟରେ ସଲିମ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଜିଲ୍ଲାପାଳ। ପରେ ଶ୍ରେଣୀଗୃହରେ ଜିଲ୍ଲାପାଳ ଗଣିତ ପାଠ […]
ଭୁବନେଶ୍ୱର: କିଭଳି ପୁଣିଥରେ କ୍ଷମତାକୁ ଫେରିବ କଂଗ୍ରେସ ? କେଉଁ ପନ୍ଥା ଆପଣାଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ? ଏନେଇ ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ହୋଇଛି ବୁଦ୍ଧିଜୀବୀ ସମ୍ମିଳନୀ। ଏଥିରେ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ମିଶି ଅନ୍ୟ ବରିଷ୍ଠ କଂଗ୍ରେସ ନେତା, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମତ ଲୋଡ଼ିଛନ୍ତି। ବିଶେଷକରି ସାମ୍ପ୍ରତିକ ସମୟର ଆବଶ୍ୟକତା ଓ ଭବିଷ୍ୟ କାର୍ଯ୍ୟବିଧି ନେଇ କଂଗ୍ରେସ ବୁଦ୍ଧିଜୀବୀଙ୍କ […]
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ମାଇ ଜଳହସ୍ତୀର ମୃତ୍ୟୁ ହୋଇଛି। ଜଳହସ୍ତୀଟି ଗତ ୩୦ ତାରିଖରୁ ଅସୁସ୍ଥ ହୋଇପଡ଼ିଥଲା। ତା’ ପରଠାରୁ ସେ କମ୍ ଖାଦ୍ୟ ଗ୍ରହଣ କରୁଥିଲା। ଜଳହସ୍ତୀକୁ ତରଳ ଖାଦ୍ୟ ସହ ଇଂଜେକ୍ସନ ଓ ଓଷଧ ଦିଆଯାଉଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଳହସ୍ତୀର ଆଜି ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ନନ୍ଦନକାନନରେ ଏବେ ୩ଟି ପୁରୁଷ, ୮ଟି ମାଈ ଓ ୨ଟି ଜଳହସ୍ତୀ ଶାବକ ରହିଛନ୍ତି। ତେବେ ହାତୀ ପରେ […]
ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ଥାନା ଓ ଡାକ୍ତରଖାନାରେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨୧ ସୂତ୍ରୀୟ ଗାଇଡଲାଇନ୍ ଜାରି ହୋଇଛି। ଏହି ଗାଇଡଲାଇନରେ ‘ମୋ ସରକାର’ କାର୍ଯ୍ୟକ୍ରମ କିଭଳି ସଂଚାଳନ ହେବ, କେଉଁସବୁ ବିଭାଗରେ ଏହା କାର୍ଯ୍ୟ କରିବ, ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ କିଏ ଶୁଣିବେ ଓ ସେମାନଙ୍କୁ କିଏ ଫୋନ୍ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ […]
କଟକ: ନର୍ସ ନିହାରିକା ହତ୍ୟା ପଛରେ କେବଳ ତାଙ୍କ ବୟଫ୍ରେଣ୍ଡ ରାଜା ନୁହଁନ୍ତି, ରାଜାର ବନ୍ଧୁ ତଥା ଆଉ କିଛି ସହଯୋଗୀ ମିଶି ତାଙ୍କୁ ହତ୍ୟା କରିଛନ୍ତି। ଏଭଳି ଆଶଙ୍କା କରି ଆଜି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିହାରିକାଙ୍କ ପରିବାର ଲୋକେ। ନିହାରିକାଙ୍କୁ ହତ୍ୟା ପଛରେ ଗୋଟିଏ ଗ୍ୟାଙ୍ଗ ରହିଛି। ଏହି ଗ୍ୟାଙ୍ଗକୁ ଗିରଫ ପାଇଁ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏବଂ ନିହାରିକାଙ୍କ ବାପା ମାଆ ରାଜ୍ୟ ମାନବଧିକାର କମିଶନଙ୍କ ନିକଟରେ ଏକ […]
ଭୁବନେଶ୍ୱର: ଏମିକି ଇଡବ୍ଲୁଏସ୍ କୋଟା ଲାଗି ସ୍କୁଲ୍ଗୁଡ଼ିକରେ ଅନ୍ଲାଇନ୍ ଆଡମିସନ୍ ହେବ। ତେବେ ଏହି ଅଧିକାର ସ୍କୁଲ୍ ହାତରେ ନ ରହି ସିଧାସଳଖ ସରକାରଙ୍କ ହାତରେ ରହିବ। ଆର୍ଥିକ ଦୁର୍ବଳ ଶ୍ରେଣୀର ଯୋଗ୍ୟ ଛାତ୍ର ଯେପରି ଅଡ୍ମିସନରୁ ବାଦ୍ ନପଡ଼ନ୍ତି ସେଥିପାଇଁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଡିଏଭି ସ୍କୁଲ୍ରେ ଇଡବ୍ଲୁଏସ୍ କୋଟାର ବଳକା ସିଟ୍ରେ ସାଧାରଣ ବର୍ଗ ପିଲା ଆଡମିଶନ୍ କରିବା ନେଇ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ଏଭଳି […]
ଭୁବନେଶ୍ୱର: ପେଶାରେ ସେ ଜଣେ ଶିକ୍ଷୟିତ୍ରୀ। ହେଲେ ସେ କୋଟି କୋଟି ଟଙ୍କାର ମାଲିକାଣୀ ହେଉଛନ୍ତି। ଅଚଳାଚଳ ସମ୍ପତ୍ତି ତାଙ୍କ ପାଖରେ ରହିଛି। ବ୍ୟାଙ୍କ ବାଲାନ୍ସ, କୋଠାବାଡ଼ି, ଧନ ସମ୍ପତ୍ତି ଦେଖିଲେ ଆଖି ଟେରା ହୋଇଯିବ। ଏମିତି ଜଣେ ଶିକ୍ଷୟିତ୍ରୀ ହେଉଛନ୍ତି ତିଳୋତ୍ତମା ମହାନ୍ତି। ତାଙ୍କର ମୋଟ୍ ୧ କୋଟି ୮୭ ଲକ୍ଷ ଟଙ୍କାର ସମ୍ପତ୍ତି ମଧ୍ୟରୁ ୧ କୋଟି ୪୫ ଲକ୍ଷ ଟଙ୍କାର ସମ୍ପତ୍ତି ଆୟବହିର୍ଭୁତ ବୋଲି ସ୍ପଷ୍ଟ କରିଛି ଭିଜିଲାନ୍ସ। ସଂପୃକ୍ତ କୋଟିପତି ଦିଦିଙ୍କ […]
ନୀଳଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ବେଶ୍ ସକ୍ରିୟ ଅଛନ୍ତି। ସେମାନେ କେତେବେଳେ କେଉଁ ବିଭାଗକୁ ଚାଲି ଯାଉଛନ୍ତି, ଖୋଦ୍ ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। କିଛି ଦିନ ତଳେ ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସ୍କୁଲ ପରିଦର୍ଶନ କରିଥିଲେ। ସେହି ସମୟରେ ସେ କ୍ଲାସ୍ରେ ପଶି ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏପରିକି ପାଠ ପଢ଼ାଇ ଥିଲେ। ଶାସକ ଦଳର ମନ୍ତ୍ରୀଙ୍କ ଏପରି ଅବତାର ଦେଖି ବିରୋଧୀ ଦଳ […]
ପୁରୀ: ପୁରୀ ଶ୍ରୀମନ୍ଦିର ଚାରି ପାର୍ଶ୍ୱରୁ ଐତିହ୍ୟ ସଂପନ୍ନ ମଠମନ୍ଦିର ଭାଙ୍ଗିବା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଜରୁରୀ। ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରି ଆଜି ଏହା କହିଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଉଚ୍ଛେଦର ଷ୍ଟାଟସ୍ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଏହାସହ ବରିଷ୍ଠ ସେବାୟତଙ୍କ ପରାମର୍ଶ ନେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ସବୁ ପକ୍ଷଙ୍କୁ ସାଥୀରେ ନେଇ ଚାଲିବା ସହ ଧର୍ମୀୟ ମୁଖ୍ୟଙ୍କ ସହ ଆଲୋଚନା କଲେ […]
ଯାଜପୁର: ଆରଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ତପ୍ତରତା ଦେଖାଇଛି। ଚଣ୍ଡିଖୋଲ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦଲାଲଙ୍କ ବାସସ୍ଥଳୀକୁ ଆଜି ଉଚ୍ଛେଦ କରାଯାଇଛି। ଜିଲ୍ଲାପାଳ ରଂଜନ କୁମାର ଦାସ ଓ ଏସପି ଚରଣ ସିଂ ମୀନାଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଛି। କାର୍ଯ୍ୟାଳୟ ସମ୍ମୁଖରେ ଥିବା ଦଲାଲମାନଙ୍କ ୨୫ରୁ ଅଧିକ ବାସସ୍ଥଳୀ ଗୃହକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ତେବେ ଗତକାଲି ଠାରୁ ‘ମୋ ସରକାର’ ଯୋଜନା ଲାଗୁହୋଇଛି। ଏଥିପାଇଁ କୈାଣସି […]
ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର୍ କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବିଜେପିର ଜାତୀୟ ଷ୍ଟାର କ୍ୟାମ୍ପେନରଙ୍କ ସହ ମୋଟ ୨୪ଜଣ ନେତା ଏହି ଷ୍ଟାର୍ ପ୍ରଚାରକ ତାଲିକାରେ ଅଛନ୍ତି। ସେହିଭଳି କଂଗ୍ରେସ ମଧ୍ୟ ନିଜର ୪୦ ଜଣ ଷ୍ଟାର୍ କ୍ୟାମ୍ପେନରଙ୍କ ତାଲିକା ଘୋଷଣା କରିଛି। ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି.ନଡ୍ଡା, ଅରୁଣ ସିଂହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଲିକାରେ […]
ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ସ୍କୁଲକୁ ଆସୁଛନ୍ତି କମ୍ ପିଲା। ହେଲେ ପ୍ରତିଦିନ ଉପସ୍ଥାନ ଖାତାକୁ ଶତ ପ୍ରତିଶତ ଦେଖାଇ ପ୍ରସ୍ତୁତ ହେଉଛି ମଧ୍ୟାହ୍ନ ଭୋଜନ। ଏ ତଥ୍ୟ ୱେବସାଇଟ୍ରେ ମଧ୍ୟ ଅପ୍ଲୋଡ କରାଯାଉଛି। କିନ୍ତୁ ବାସ୍ତବତା ଭିନ୍ନ। ପିଲାଙ୍କ ନାଁରେ ଆସୁଥିବା ମଧ୍ୟାହ୍ନ ଭୋଜନ ଅର୍ଥକୁ ଖୁଲମଖୁଲା ଆତ୍ମସାତ କରାଯାଉଛି। ଏହା ଗୋଟିଏ ସ୍କୁଲ ନୁହେଁ, ଏପରି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବହୁ ସ୍କୁଲରେ ଚାଲିଛି ବାଟମାରଣା। ଆଉ ଏହି ଘୋଟାଲା ଜଣା ପଡ଼ିବା […]
ଭୁବନେଶ୍ୱର: ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ସହିତ ଝଗଡ଼ା ମାମଲାରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମନ୍ଜିତ ଦାସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗତକାଲି ରାତିରେ ସାଂସଦ ଅନୁଭବ ମହାନ୍ତିଙ୍କ ପିଏସଓ କଟକ ପୁରୀଘାଟ ଥାନାରେ ଏନେଇ ଅଭିଯୋଗ ଦାଏର କରିଥିଲେ। ଆଜି ଏହି ଅଭିଯୋଗକୁ ଆଧାର କରି ମନଜିତଙ୍କ ନାଁରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୦୭, ୩୭୯ରେ ମାମଲା ରୁଜୁ କରିଛି ପୁଲିସ। ତେବ ମନ୍ଜିତଙ୍କ ନାଁରେ ମାମଲା […]
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ଉତ୍ତର ପ୍ରଦେଶରେ ଘୂର୍ଣ୍ଣିବଳୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିପାଇଁ ଉତ୍ତର ବଙ୍ଗୋପସାଗରରେ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଯାହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ ବର୍ଷା ହେବା ନେଇ ସମ୍ଭାବନା ରହିଛି। ମୁଖ୍ୟତଃ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୩ ତାରିଖ ଦିନ ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ପ୍ଲାଷ୍ଟିକ୍ ବ୍ୟାନ ହୋଇଯିବ। ରାଜ୍ୟର ସବୁ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟାନ୍ କରିଛନ୍ତି ସରକାର। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଯାଇଛି। ୫୦ ମାଇକ୍ରନରୁ କମ୍ ମୋଟେଇର ପଲିଥିନ ପୂରାପୂରି ଭାବେ ବ୍ୟାନ୍ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ଜଙ୍ଗଲ ଓ ପରିବେଶ ସଚିବ। କେହି ଏପରି ପଲିଥିନ ତିଆରି କିମ୍ବା ବିକ୍ରି କରିପାରିବେ ନାହିଁ। ଏହାଦ୍ୱାରା ୨ ଶହ ମିଲିଲିଟରର […]
ମାଲକାନଗିରି: ଖାଦ୍ୟ ଅନ୍ୱେଷଣରେ ପୁଣି ସହର ମୁହାଁ ଅଜଗର। ମାଲକାନଗିରି ଜିଲ୍ଲା ସଦର ମହକୁମା ତଳ ସାହିରୁ ଉଦ୍ଧାର ହୋଇଛି ଏକ ବଡ଼ ଅଜଗର ସାପ। ଗାଁର ଶିବ ତ୍ରିପାଠୀଙ୍କ ବାଡ଼ିରୁ ସାପଟିକୁ ଉଦ୍ଧାର କରାଯାଇଛି। ଅଜଗରଟି ଏକ କୁକୁଡ଼ା ଶିକାର କରିବାକୁ ଆସି ଫସି ଯାଇଥିଲା। ସ୍ନେକ୍ ହେଲ୍ପ ଲାଇନ୍ ସହଯୋଗୀ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଗଲା ବର୍ଷେ ଭିତରେ ମାଲକାନଗିରି ସହରରେ ବିଭିନ୍ନ ସ୍ଥାନରୁ ପ୍ରାୟ […]
ଖୋର୍ଦ୍ଧା (ବଳରାମ ଲେଙ୍କା): ଶହେ କୋଟି ଟଙ୍କାର ବହୁଚର୍ଚ୍ଚିତ ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ରଙ୍କୁ ଗତକାଲି ଖୋର୍ଦ୍ଧା ପୁଲିସ୍ ଗିରଫ କଲା । ଶଶିଭୂଷଣଙ୍କୁ କ୍ଷତିଗ୍ରସ୍ତ ଜମାକାରୀ କାବୁ କରି ପୁଲିସ୍ ଜିମା ଦେଇଥିଲେ । ଶଶିଭୂଷଣ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାଲେରିଆ ବିଭାଗର କର୍ମଚାରୀ । ଏଥିସହ ଖୋର୍ଦ୍ଧା ଗାନ୍ଧି ପଡ଼ିଆ ନିକଟରେ ସେ ଏକ କମ୍ପ୍ୟୁଟର ସଂସ୍ଥା ଖୋଲି ଦୀର୍ଘ ଦିନ ହେଲା ବିଟ୍ କଏନ୍ ବ୍ୟବସାୟ […]
ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପୁଲିସ୍ ବାବୁ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ଏସ୍ଆଇ ଲାଞ୍ଚଖୋର୍ ବେନ୍ଦ୍ର ସାହୁ। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଦେବେନ୍ଦ୍ର ବାଣୀବିହାରସ୍ଥିତ ଏକ ମଲ୍ରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏ ସମ୍ପର୍କରେ ଉକ୍ତ ବ୍ୟକ୍ତିଜଣକ ପୂର୍ବରୁ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଫଳରେ ପୂର୍ବ ଯୋଜନା ମୁତାବକ ମଲ୍ […]
ଖୋର୍ଦ୍ଧା (ବଳରାମ ଲେଙ୍କା ): ଖୋର୍ଦ୍ଧା ବ୍ଲକ୍ କାର୍ଯ୍ୟାଳୟ ଏବଂ ପୌର କାର୍ଯ୍ୟାଳୟକୁ ଗତକାଲି ଅଚାନକ ଗସ୍ତ କରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ସୋମବାର ଅଭିଯୋଗ ଶୁଣାଣି ଦିନରେ ଖୋର୍ଦ୍ଧା ବ୍ଲକ୍ ଅଫିସରେ ବିଡିଓଙ୍କ ସହ ବିଭିନ୍ନ ଅଧିକାରୀ ଅନୁପସ୍ଥିତ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ମନ୍ତ୍ରୀ। ବାହାରେ ଅଭିଯୋଗ ଧରି ଲୋକେ ଅପେକ୍ଷା କରିଥିବାବେଳେ କୌଣସି ଅଧିକାରୀ ନଥିବାରୁ ମନ୍ତ୍ରୀ ନିଜେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ତେବେ ପ୍ରାୟ ସାଢ଼େ ୧୧ଟାବେଳେ ମନ୍ତ୍ରୀ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରୋଷେଇ ବେଳେ ଷ୍ଟୋଭ୍ ଫାଟିଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଗତ ସନ୍ଧ୍ୟାରେ ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଗୁରୁତରମାନେ ହେଲେ ଭୈରବ ସାତକୁରିଆ, ପତ୍ନୀ ପଦ୍ମା ସାତକୁରିଆ, ଝିଅ ଦିବ୍ୟା ସାତକୁରିଆ(୩) ଓ ପୁଅ ଆୟୁସ ସାତକରିଆ (ଦେଢ଼ବର୍ଷ)। ସୂଚନାଅନୁସାରେ, ପଦ୍ମା ରୋଷେଇ କରିବା ବେଳେ ଷ୍ଟୋଭ୍ଟି ହଠାତ୍ ଫାଟି ଯାଇଥିଲା। ଫଳରେ ନିକଟରେ ଥିବା ଭୈରବ ଓ […]
ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣାକୁ ୧ ମାସ କୋହଳ କରିଛନ୍ତି ରାଜ୍ୟ ସରକାର। ଆଜିଠାରୁ ଏହି ନିୟମ ଲାଗୁ ହେବାର ଥିଲା। କିନ୍ତୁ ଏହାକୁ ଚଳିତମାସ ୩୧ ତାରିଖ ଯାଏ କୋହଳ କରାଯାଇଛି। ପୂଜା ଅବକାଶ ପାଇଁ କଟକଣା କୋହଳ କରିଥିବା ସରକାର ସ୍ପଷ୍ଟ କରିଛନ୍ତି। ତେବେ ଏହି ମାସେ ଭିତରେ କିଣା ଯାଇଥିବା ଗାଡ଼ିକୁ ସଂପୃକ୍ତ ଡିଲର ଅଣ HSRP ପ୍ଲେଟ୍ କାଢ଼ି HSRP ପ୍ଲେଟ୍ ଦେବେ। ଯଦି ଡିଲର ଧାର୍ଯ୍ୟ ସମୟ […]