• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜୟପାଟଣା: ସନ୍ଦେହଜନକ ଅବସ୍ଥାରେ ଜୟପାଟଣା ଥାନା ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରୁ ମିଳିଛି ମୃତଦେହ । ଭଏଁରିପାଲି ଗାଁର ବାଲାର ନାଗ, ଏହି ଜଙ୍ଗଲରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ ଗତକାଲି ସେ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ପକ୍ଷରୁ ଅନେକ ଖୋଜାଖୋଜି କରାଯାଇଥିଲା । ପରେ ଜଙ୍ଗଲରୁ ଅଚେତ ଅବସ୍ଥାରେ ପାଇବା ପରେ ଡାକ୍ତରଖାନା ନେଇଥିଲେ ପରିବାର ଲୋକ ଓ କିଛି ଗାଁ ଲୋକ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

କିଛିଦିନ ତଳେ ପାରିଶ୍ରମିକକୁ ନେଇ ଜଙ୍ଗଲ ବିଭାଗର କିଛି କର୍ମଚାରୀଙ୍କ ସହ ମୃତ ବାଲାର ନାଗଙ୍କର ପାଟି ତୁଣ୍ଡ ହୋଇଥିଲା । ତେଣୂ ଏହି ଘଟଣାକୁ ଆଧାର କରି ପରିବାର ଲୋକଙ୍କ ସମେତ କିଛି ଗାଁ ଲୋକ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି । ମୃତ ବାଲାର ନାଗଙ୍କ ପୁଅ ଥାନାରେ ଏନେଇ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ତେବେ ପ୍ରଥମେ ଏହା ହତ୍ୟା ନା ଅପମୃତ୍ୟୁ ସେନେଇ ପୋଲିସ ତଦନ୍ତ କରୁଛି । ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ସେହିଭଳି ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଗତକାଲି ସନ୍ଧ୍ୟାରେ ଏକ ମୃତଦେହ ଉଦ୍ଧାର କରାଯାଇଥିଲା । ଯଦିଓ ମୃତକଙ୍କ ପରିଚୟ ମିଳିପାରି ନାହିଁ ତେବେ ମୃତଦେହ ଜଣେ ପୁରୁଷଙ୍କ ବୋଲି ଜଣାପଡ଼ିଛି । ମଞ୍ଚେଶ୍ୱର ବରିମୁଣ୍ଡ ଛକ ବାଲିଯାତ୍ରା ପଡ଼ିଆ କୁଆଖାଇ ପଠାରେ ବାଲିରେ ମୃତଦେହ ପୋତା ଯାଇଥିଲା ଓ କେବଳ ହାତ ଦେଖା ଯାଉଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ଖବରପାଇ ପୋଲିସ୍‌ ଗତକାଲି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରି ଥିବାବେଳେ ଆଜି ବାଲି ତଳୁ ମୃତଦେହକୁ କରିଥିଲା । ମୃତଦେହ ଉଦ୍ଧାର ପରେ ଏହା ଜଣେ ପୁରୁଷଙ୍କର ବୋଲି ସ୍ପଷ୍ଟ ହୋଇଛି । 

କମିଶନରେଟ୍ ପୋଲିସ ଏବଂ ସାଇଣ୍ଟିିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ ସହ ମୃତଦେହ ଉଦ୍ଧାର କରିଥିଲେ । ମୃତକଙ୍କ ପରିଚୟ ମିଳିନଥିବା ବେଳେ କେମିତି ତାଙ୍କ ମୃତ୍ୟୁ ହେଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଯେହେତୁ ତିନି ଚାରି ଦିନ ହେବ ବାଲି ତଳେ ଏହା ପୋତାତି ହୋଇ ରହିଥିଲା ତେଣୁ ମୃତଦେହ ଚିହ୍ନଟ ପ୍ରକ୍ରିୟା ବିଳମ୍ବ ହେବ ବୋଲି ପୋଲିସ କହିଛି ।