ଏକ ରିପୋର୍ଟ ଅନୁଯାୟୀ, ଶିଳ୍ପ କ୍ଷେତ୍ରର ୭୫ ପ୍ରତିଶତ କମ୍ପାନୀ ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ଅଭାବକୁ ଜଣାଇଛନ୍ତି। ଏହାର ଅର୍ଥ ହେଉଛି ଯୁବକମାନେ କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରୁଛନ୍ତି ସତ କିନ୍ତୁ ଆଜିର ଚାକିରି ପାଇଁ ଆବଶ୍ୟକ କୌଶଳ ଶିଖୁ ନାହାଁନ୍ତି। ଆଜିର ଯୁବକମାନେ ଚାକିରି ଖୋଜିବାବେଳେ ୫ଟି ଭୁଲ୍ କରୁଛନ୍ତି ଯାହା ସେମାନେ କରିବା ଉଚିତ ନୁହେଁ।
ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇନଥିଲା ।
ବର୍ତ୍ତମାନ ପାକିସ୍ତାନୀ କଳାକାର ଏଲୀ ଖାନ୍ ଜନ୍ ଆବ୍ରାହମଙ୍କ ସହ କାମ କରିବା କଥାକୁ ମନେ ପକାଇ ବଲିଉଡ୍ ଷ୍ଟାରଙ୍କ ଶୃଙ୍ଖଳିତ କାମ କରିବାର ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
ରଜନୀକାନ୍ତ ଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ରଜନୀକାନ୍ତଙ୍କ ଜୀବନୀ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ହିନ୍ଦୀ ସିନେମା ନିର୍ମାତା ସାଜିଦ୍ ନାଡିୟାଡ୍ୱାଲା ରଜନୀକାନ୍ତଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଏହି ଅଭିନେତା ହେବା ରଜନୀକାନ୍ତ…
କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ କାମ ରହିଛି କି? ତେବେ ତୁରନ୍ତ ସେଗୁଡ଼ିକ ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ମେ ମାସରେ ୧୪ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ ଓ ଆପଣମାନେ ହୋଇପାରନ୍ତି ହଇରାଣ ।
ଦିଲ୍ଲୀ NCR ର ଏକାଧିକ ସ୍କୁଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ସ୍କୁଲରେ ବୋମା ଥିବା ନେଇ ଇମେଲ ଆସିବା ପରେ ବିଭିନ୍ନ ସ୍କୁଲରେ ଆତଙ୍କ ଖେଳି ଯାଇଛି ।
କୋଟାରେ ପୁଣି ଆଉ ଏକ ଛାତ୍ରଙ୍କ ଆତ୍ମହତ୍ୟା । ପରୀକ୍ଷାରେ ବିଫଳତା ପରେ ଝୁଲି ପଡ଼ିଲେ ଛାତ୍ରଜଣକ । ମେଡିକାଲ ପାଇଁ ଆୟୋଜିତ NEET ପ୍ରବେଶିକା ପରୀକ୍ଷା ପାଇଁ ସେ ପ୍ରସ୍ତୁତି କରୁଥିଲେ ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର। ଚନ୍ଦ୍ର- ମକର ଅହୋରାତ୍ର।
ଆଜି ‘ଅନ୍ତର୍ଜାତୀୟ ଶ୍ରମିକ ଦିବସ’। ଏହି ଅବସରରେ ଆସନ୍ତୁ ଭାରତର ସମ୍ବିଧାନ କର୍ମଚାରୀମାନଙ୍କୁ ପ୍ରଦାନ କରିଥିବା କେତେକ ସୁବିଧା ବିଷୟରେ ଜାଣିନେବା। ଏହି ସୁବିଧାରୁ ବଞ୍ଚିତ ହେଉଥିବା ଯେକୌଣସି କର୍ମଚାରୀ ସେହି କମ୍ପାନୀ ବିରୁଧରେ ମଧ୍ୟ ଅଭିଯୋଗ କରିପାରିବେ।
ଭୋଟର ID କାର୍ଡ ଭୋଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଭଳି ପରିସ୍ଥିତିରେ ସମସ୍ତ ତଥ୍ୟକୁ ଭୋଟର ID କାର୍ଡରେ ଅପ୍ଡେଟ୍ ରଖିବା ଆବଶ୍ୟକ। । ଆପଣ ଯଦି ନୂଆ ବାହା ହୋଇ ଶାଶୁଘରକୁ ଆସିଛନ୍ତି ଆଉ ଭୋଟର୍ ପରିଚୟ ପତ୍ରରେ ନିଜ ଶାଶୁଘର ଠିକଣାକୁ ଅପଡେଟ୍ କରିବାକୁ ଚାହୁଛନ୍ତି ତେବେ ଘରେ ବସି ଏହାକୁ କିପରି କରିବେ ଆସନ୍ତୁ ଜାଣିବା।
ସଂରକ୍ଷଣକୁ ନେଇ ଅମିତ ଶାହଙ୍କ ଫେକ୍ ଭିଡିଓ ଭାଇରାଲ୍ ହେବା ପରେ, ଆରମ୍ଭ ହୋଇଛି ରାଜନୈତିକ ଘମାସାନ।
ଏହା ସହ ଭାରତକୁ ପ୍ରଶଂସା କରି ସେ କହିଛନ୍ତି, ‘ଭାରତ ଓ ଆମକୁ ତୁଳନା କର ... ଗୋଟିଏ ଦିନରେ ଉଭୟ ଦେଶ ସ୍ୱାଧିନତା ପାଇଥିଲୁ। କିନ୍ତୁ ଆଜି ସେମାନେ (ଭାରତ) ଏକ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ଆମେ ଦେବାଳିଆ ପରିସ୍ଥିତିକୁ ଏଡାଇବାକୁ ଭିକ ମାଗୁଛୁ।
ସୋନୁ ସୁଦ୍ଙ୍କୁ ସାରା ଦେଶରେ ବହୁତ ପସନ୍ଦ କରାଯାଏ। ଅଭିନୟ ବ୍ୟତୀତ ସେ ତାଙ୍କ ସାମାଜିକ କାମ ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ। ସେ କରୋନା ସମୟରେ ଅନେକ ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲେ। ତାଙ୍କର ଏହି ଗୁଣ ଯୋଗୁଁ ନିକଟରେ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ଦୀର୍ଘ ୧୫୦୦ କିଲୋମିଟର ଦୌଡି ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିଛନ୍ତି।
ଘୋଷଣା ହୋଇଥିବା ଦଳରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି।
ପୋଲିସ କବଜାରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ନାଟକୀୟ ଢଙ୍ଗରେ ଫେରାର୍ ହେବାକୁ ଯୋଜନାକୁ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟାଗରୁ ୨୫ହଜାର ଟଙ୍କା ବାହାର କରି ଫିଙ୍ଗିବା ଆରମ୍ଭ କରିଦେଲା। ଅନ୍ୟ ୪ଅଭିଯୁକ୍ତ ବାକି ଟଙ୍କା ନେଇ ଇ-ରିକ୍ସାରୁ ଡେଇଁ ପଳାଇବା ପାଇଁ ନିକଟସ୍ଥ ପଡିଆକୁ ଦୌଡିବା ଆରମ୍ଭ କରିଦେଲେ।
ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ଏକ ନୂତନ ଡିଭାଇସ୍ ଲଞ୍ଚ କରିଛି ସୋନି । ଏହି ଡିଭାଇସ୍ଟି ହେଉଛି ମଣିଷ ନିଜ ଦେହରେ ପିନ୍ଧି ପାରୁଥିବା ଏକ ଏସି ।
ପରିଣୀତି ଚୋପ୍ରା କହିଛନ୍ତି ଯେ ବ୍ରିଟେନର ଏକ ପୁରସ୍କାର କାର୍ଯ୍ୟକ୍ରମରେ ସେ ପ୍ରଥମେ ତାଙ୍କ ସ୍ୱାମୀ ରାଘବ ଚଢାଙ୍କୁ ଭେଟିଥିଲେ। ଏହାପୂର୍ବରୁ ସେ ରାଘବଙ୍କ ବିଷୟରେ କିଛି ଜାଣି ନଥିଲେ। ପରଦିନ ଯେତେବେଳେ ଦୁହେଁ ଆଉଥରେ ଭେଟିଲେ, କଥାବାର୍ତ୍ତାର ମାତ୍ର ୫ ମିନିଟ୍ ମଧ୍ୟରେ ତାଙ୍କୁ ଲାଗିଲା ଯେ ସେ ରାଘବଙ୍କୁ ବିବାହ କରିବେ।
ଅମିତ ଶାହ ଅଭିଯୋଗ କରିଛନ୍ତି, କଂଗ୍ରେସ ହତାଶ ହୋଇ ତାଙ୍କର ଓ ଅନେକ ବିଜେପି ନେତାଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନକଲି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଛି ।
୧୯୮୫ ଜୁଲାଇ ୧ରେ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ। ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍ ଅଫିସର କମାଣ୍ଡିଂ ସହିତ ବିଭିନ୍ନ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିଥିଲେ । ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କ ମା’ଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି।
ଅନ୍ୟଜଣେ ୟୁଜର କହିଛନ୍ତି, ଠିକ୍ ଅଛି। ଏପରି ପ୍ରସ୍ତାବ ପାଇବାକୁ ହେଲେ କିଛି ତ ଦେବାକୁ ହେବ। ଏହା ବଡ ମାଛ ଧରିବା ପାଇଁ ଦାନା। ଏମିତି ବି ମଧ୍ୟସ୍ଥି ବିବାହ ଖର୍ଚ୍ଚର ୧ କିମ୍ୱା ୨ପ୍ରତିଶତ ନେଇଥାଆନ୍ତି। କୋଟିଏ ଟଙ୍କାର ବିବାହ ହେଲେ ମଧ୍ୟସ୍ଥି ୧ କିମ୍ୱା ୨ଲକ୍ଷ ଟଙ୍କା ପାଇଥାଏ।
ଆବୁଝାମାଡ଼ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଗୁଇନ୍ଦା ବିଭାଗ ଏନେଇ ଖବର ଦେବାପରେ ଆରମ୍ଭ ହୋଇଥିଲା କମ୍ୱିଂ ଅପରେସନ୍। DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ।
ମତଦାନ ଦିନ ପ୍ରତ୍ୟେକ ବୁଥରେ ଲଟେରୀ ପାଇଁ ଜଣେ BLO ଏବଂ ଜଣେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ପ୍ରତ୍ୟେକ ବୁଥରେ ଏକ କୁପନ୍ ବୁକଲେଟ୍ ରହିବ ଏବଂ ଏଥିରେ ଭୋଟରମାନେ ସେମାନଙ୍କର ନାମ ଏବଂ ମୋବାଇଲ୍ ନମ୍ବର ଲେଖିବେ ।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୬୦୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୫୫୦ ଟଙ୍କା ରହିଛି ।
ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଆଇକୋଲ୍ଡରେ ସାମିଲ୍ ହୋଇଛନ୍ତି । ଇଣ୍ଟର୍ ନ୍ୟାସନାଲ୍ କମିଶନ ଅନ୍ ଲାର୍ଜ ଡ୍ୟାମ୍ ବା ICOLD ଅନ୍ତର୍ଗତ ଲେଭିସ୍ ନାମକ ଏକ ଟେକ୍ନିକାଲ୍ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଇଂ. ଲିଙ୍ଗରାଜ ଗୌଡ଼ ।
ସମ୍ପୂର୍ଣ୍ଣ ନିରାପଦ ନୁହେଁ କରୋନା ଟିକା କୋଭିସିଲ୍ଡ । କରୋନା ଟିକା କୋଭିସିଲ୍ଡର ରହିଛି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା । ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ଓ ବ୍ଲକ ପ୍ଲାଟେଲେଟ କାଉଣ୍ଟ କମିଯାଇପାରେ ।