Advertisment

ଜନ୍ ଜଣେ ଭିକ୍ଷୁ ଭଳି ରୁହନ୍ତି, ଏହା ହେଉଛି ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ସଫଳତାର ରହସ୍ୟ; ଏଲୀ ଖାନ୍

ବର୍ତ୍ତମାନ ପାକିସ୍ତାନୀ କଳାକାର ଏଲୀ ଖାନ୍‌ ଜନ୍ ଆବ୍ରାହମଙ୍କ ସହ କାମ କରିବା କଥାକୁ ମନେ ପକାଇ ବଲିଉଡ୍‌ ଷ୍ଟାରଙ୍କ ଶୃଙ୍ଖଳିତ କାମ କରିବାର ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

author-image
Pramod Behera
Alyy khan spoke about john Abraham strict monk like lifestyle

Alyy khan spoke about john Abraham strict monk like lifestyle

ବଲିଉଡ୍‌ ଅଭିନେତା ଜନ୍ ଆବ୍ରାହମ୍ ତାଙ୍କ ଫିଲ୍ମ ପାଇଁ ଅନେକ ସମୟରେ ହେଡଲାଇନ୍‌ରେ ରହିଥା’ନ୍ତି। ଏହା ବ୍ୟତୀତ ଅଭିନେତା ଅନେକ ସମୟରେ ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟନ୍ତି। ବର୍ତ୍ତମାନ ପାକିସ୍ତାନୀ କଳାକାର ଏଲୀ ଖାନ୍‌ ଜନ୍ ଆବ୍ରାହମଙ୍କ ସହ କାମ କରିବା କଥାକୁ ମନେ ପକାଇ ବଲିଉଡ୍‌ ଷ୍ଟାରଙ୍କ ଶୃଙ୍ଖଳିତ କାମ କରିବାର ଯୋଜନା ବିଷୟରେ ପ୍ରକାଶ କରିଛନ୍ତି। ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Advertisment

ନିକଟରେ ଏକ ସାକ୍ଷାତକାରରେ ଏଲୀ ଖାନ କହିଛନ୍ତି ଯେ ଜନ୍ ଜଣେ ଭିକ୍ଷୁ ଭଳି ଜୀବନ ଯାପନ କରନ୍ତି ଏବଂ ଏହା ହେଉଛି ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ସଫଳତାର ରହସ୍ୟ। ଜୋୟା ଅଖତରଙ୍କ ଫିଲ୍ମ 'ଲକ୍ ବାଏ ଚାନ୍ସ'ରେ ଏଲୀ ଏକ ସହାୟକ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ଜନ୍ ଏକ କେମିଓ ଭୂମିକାରେ ଅଭିନୟ କରିଥିଲେ। ସେ ଆଗାମୀ ଫିଲ୍ମ 'ତେହେରାନ'ରେ ଜନ୍‌ ସହ ସ୍କ୍ରିନ୍ ଶେୟାର କରିଛନ୍ତି। ଏଲି କହିଛନ୍ତି ଯେ ସେ ଜନ୍‌ଙ୍କ ଶୃଙ୍ଖଳିତ ଜୀବନ ଦ୍ୱାରା ବହୁତ ପ୍ରଭାବିତ ହୋଇଛନ୍ତି।

ସାକ୍ଷାତକାରରେ, ଏଲୀଙ୍କୁ ପଚରାଯାଇଥିଲା ଯେ ଜନ୍‌ଙ୍କ ପାଖରେ ପ୍ରକୃତରେ ପ୍ରତିଭା ଅଛି ନା ସେ ଏତେ ବର୍ଷ ଧରି ନିଜ ବଡିକୁ ନେଇ କାମ କରୁଛନ୍ତି ? ଏଥିରେ ଏଲି କହିଛନ୍ତି, "ଯଦି ଆପଣଙ୍କ ପାଖରେ ପ୍ରତିଭା ନଥାଏ, ତେବେ ଆପଣ ଏତେ ବର୍ଷ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ତିଷ୍ଠିପାରିବେ ନାହିଁ। ଏହି ବୟସରେ ସେ ତାଙ୍କ ସାର୍ଟ ଏନେଇ ଖୋଲି ପାରୁଛନ୍ତି କାରଣ ସେ ୨୫ ବର୍ଷ ମଧ୍ୟରେ ଚିନି ମଧ୍ୟ ଖାଇ ନାହାଁନ୍ତି।"

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଜନ୍ କେବଳ ଚିନି ଛାଡି ନାହାଁନ୍ତି ବରଂ ସେ ଧୂମପାନ କରନ୍ତି ନାହିଁ କି ମଦ୍ୟପାନ କରନ୍ତି ନାହିଁ। ଏଲୀ କହିଛନ୍ତି ଯେ ଯେତେବେଳେ ସେ ଜନ୍‌ଙ୍କୁ ପଚାରିଥିଲେ ଯେ ଏହି ଶରୀର କ’ଣ କେବଳ ପ୍ରୋଟିନ୍ ଏବଂ ମାଂସର ଫଳାଫଳ? ଜନ୍ ତାଙ୍କୁ କହିଥିଲେ ଯେ ସେ ଜଣେ ଶାକାହାରୀ ଏବଂ ସେ କେବଳ ଏହି ପ୍ରକାର ଖାଦ୍ୟ ଖାଇ ନିଜ ବଡି ତିଆରି କରିଛନ୍ତି।

ଜନ୍ ଆବ୍ରହମ୍‌ଙ୍କ କାମର କଥା କହିଲେ, ସେ ଶାହରୁଖ ଖାନଙ୍କ ସହ 'ପଠାନ'ରେ ଭିଲେନ ଭୂମିକାରେ ନଜର ଆସିଥିଲେ। ତାଙ୍କର ପ୍ରଦର୍ଶନ ଦର୍ଶକଙ୍କ ଦ୍ୱାରା ବହୁତ ପ୍ରଶଂସିତ ହୋଇଥିଲା। ତାଙ୍କର ଆଗାମୀ ଫିଲ୍ମଗୁଡିକ ମଧ୍ୟରେ ରହିଛି 'ତେହେରାନ', 'ଫୋର୍ସ ୩''ଏବଂ 'ବେଦା'।

John Abraham Bollywood
Advertisment
Advertisment