Advertisment

କଥାବାର୍ତ୍ତାର ମାତ୍ର ୫ ମିନିଟ୍ ମଧ୍ୟରେ ଲାଗିଲା ମୁଁ ରାଘବଙ୍କୁ ବିବାହ କରିବି; ପରିଣୀତି ଚୋପ୍ରା

ପରିଣୀତି ଚୋପ୍ରା କହିଛନ୍ତି ଯେ ବ୍ରିଟେନର ଏକ ପୁରସ୍କାର କାର୍ଯ୍ୟକ୍ରମରେ ସେ ପ୍ରଥମେ ତାଙ୍କ ସ୍ୱାମୀ ରାଘବ ଚଢାଙ୍କୁ ଭେଟିଥିଲେ। ଏହାପୂର୍ବରୁ ସେ ରାଘବଙ୍କ ବିଷୟରେ କିଛି ଜାଣି ନଥିଲେ। ପରଦିନ ଯେତେବେଳେ ଦୁହେଁ ଆଉଥରେ ଭେଟିଲେ, କଥାବାର୍ତ୍ତାର ମାତ୍ର ୫ ମିନିଟ୍ ମଧ୍ୟରେ ତାଙ୍କୁ ଲାଗିଲା ଯେ ସେ ରାଘବଙ୍କୁ ବିବାହ କରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Parineeti Chopra says how she decided to marry Raghav Chadha

Parineeti Chopra says how she decided to marry Raghav Chadha without knowing him

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ‘ଅମର ସିଂହ ଚମ୍‌କିଲା’ରେ ଅଭିନୟ ପାଇଁ ସକରାତ୍ମକ ପ୍ରତିକ୍ରିୟାକୁ ଉପଭୋଗ କରୁଛନ୍ତି। ଇମ୍‌ତିଆଜ ଅଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ସେ ଦିଲ୍‌ଜିତ ଦୋସାଞ୍ଜଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ। ଅଭିନେତ୍ରୀ ୨୦୨୩ରେ ରାଜନେତା ରାଘବ ଚଢାଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏକ ସାକ୍ଷାତକାରରେ ସେ ରାଘବଙ୍କ ସହ ତାଙ୍କ ପ୍ରଥମ ଭେଟ କଥା କହିଛନ୍ତି।

Advertisment

ପରିଣୀତି ଚୋପ୍ରା କହିଛନ୍ତି ଯେ ବ୍ରିଟେନ୍‌ରେ ଏକ ପୁରସ୍କାର କାର୍ଯ୍ୟକ୍ରମରେ ସେ ପ୍ରଥମେ ତାଙ୍କ ସ୍ୱାମୀ ରାଘବ ଚଢାଙ୍କୁ ଭେଟିଥିଲେ। ଏହାପୂର୍ବରୁ ସେ ରାଘବଙ୍କ ବିଷୟରେ କିଛି ଜାଣି ନଥିଲେ। ପରଦିନ ଯେତେବେଳେ ଦୁହେଁ ଆଉଥରେ ଭେଟିଲେ, କଥାବାର୍ତ୍ତାର ମାତ୍ର ୫ ମିନିଟ୍ ମଧ୍ୟରେ ତାଙ୍କୁ ଲାଗିଲା ଯେ ସେ ରାଘବଙ୍କୁ ବିବାହ କରିବେ। ପରିଣୀତି କହିଛନ୍ତି ଯେ ଏହା ବୋଧହୁଏ ଭଗବାନଙ୍କ ସ୍ୱର ଥିଲା। ଏହା ପରେ ଦୁହେଁ ବାରମ୍ବାର ସାକ୍ଷାତ କରିବା ଆରମ୍ଭ କଲେ।

ଅଧିକ ପଢ଼ନ୍ତୁ: ମାଧୁରୀଙ୍କ ସହ ଏକାଠି କାମ କରିବାକୁ ଏମିତି କରୁଥିଲେ କରିସ୍ମା କପୁର; କହିଲେ ନିଜ ଅଭିଜ୍ଞତା

Advertisment

ନିକଟରେ ରାଜ ଶମାନୀଙ୍କ ସହ ଏକ ୟୁଟ୍ୟୁବ୍ ସାକ୍ଷାତକାରରେ ପରିଣୀତି ତାଙ୍କ ପ୍ରେମ ଜୀବନ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ବ୍ରିଟେନରେ ଏକ ପୁରସ୍କାର କାର୍ଯ୍ୟକ୍ରମରେ ରାଘବଙ୍କୁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲେ। ଏହି ପୁରସ୍କାର କାର୍ଯ୍ୟରେ, ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଉଥିଲା। ଏହି କାର୍ଯ୍ୟରେ ପରିଣୀତିଙ୍କୁ ମନୋରଞ୍ଜନ ଏବଂ ରାଘବଙ୍କୁ ରାଜନୀତି ପାଇଁ ସମ୍ମାନିତ କରାଯାଇଥିଲା।

ପରିଣୀତି ଆହୁରି ମଧ୍ୟ କହିଥିଲେ ଯେ ସେ ଏହାର ପରଦିନ ବ୍ରେକ୍‌ଫାଷ୍ଟ୍ ସମୟରେ ତାଙ୍କର ରାଘବଙ୍କୁ ଭେଟିବାର ଥିଲା। କିନ୍ତୁ ଏହାପୂର୍ବରୁ ସେ ରାଘବଙ୍କ ବିଷୟରେ କିଛି ଜାଣି ନ ଥିଲେ। ଯେତେବେଳେ ସେ ଗୁଗୁଲରେ ତାଙ୍କ ବିଷୟରେ ପଢିଲେ ସେତେବେଳେ ପରିଣୀତି ରାଘବଙ୍କ କାମ ବିଷୟରେ ଜାଣିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହି ବୈଠକ ପରେ ଆମେ ପରସ୍ପର ସହ କଥା ହେବା ଆରମ୍ଭ କଲୁ ଏବଂ କିଛି ସପ୍ତାହ ନୁହଁ, ମାତ୍ର କିଛି ଦିନ ମଧ୍ୟରେ ଆମେ ଅନୁଭବ କଲୁ ଯେ ଆମେ ବିବାହ କରିବୁ।”

ପରିଣୀତି ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ମାଆ ତାଙ୍କୁ କହୁଥିଲେ ଯେ ଯେତେବେଳେ ତାଙ୍କ ଜୀବନରେ ଠିକ୍ ବ୍ୟକ୍ତି ଆସିଯିବ ସେତେବେଳେ ସେ ନିଜେ ଜାଣିପାରିବେ। ସେ ଏହିସବୁ କଥାଗୁଡିକୁ ବିଶ୍ୱାସ କରୁ ନଥିଲେ। ସେ ତାଙ୍କ ମା’ଙ୍କୁ କହୁଥିଲେ – “ଦୟାକରି ମୋତେ ଏହି ଫିଲ୍ମ ଲାଇନ୍ ଶୁଣାଅନି। ଏମିତି କିଛି ହୁଏ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ରାଘବଙ୍କୁ ଭେଟିଥିଲି ଏବଂ ପାଞ୍ଚ ମିନିଟ୍‌ ମଧ୍ୟରେ ମତେ ଲାଗିଲା ଯେ ମୁଁ ଏହି ବ୍ୟକ୍ତିଙ୍କୁ ବିବାହ କରିବି। ମୁଁ ବି ଜାଣି ନଥିଲି ଯେ ସେ ବିବାହିତ କି ନାହିଁ, ପିଲାପିଲି ଅଛନ୍ତି କି ନାହିଁ, ତାଙ୍କର ବୟସ କେତେ…। ସେ କେବଳ ବ୍ରେକ୍‌ଫାଷ୍ଟ୍ ବେଳେ ମୋ ସାମ୍ନାରେ ବସିଥିଲେ, ଏବଂ ମୁଁ ଏହି ବ୍ୟକ୍ତିଙ୍କୁ ଚାହିଁଥିଲି ଆଉ ମନେ ମନେ କହୁଥିଲି, ‘ମୁଁ ଭାବୁଛି ମୁଁ ଏହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଯାଉଛି'। ଏହା ମୋ ଭିତରେ ଈଶ୍ୱରଙ୍କ ସ୍ୱର ଥିଲା।”

ସେ ଆହୁରି କହିଛନ୍ତି ଯେ “ତା’ପରେ ଆମେ କଥା ହେବା ଆରମ୍ଭ କଲୁ। ଆମେ ସେତେବେଳେ ବନ୍ଧୁ ମଧ୍ୟ ନଥିଲୁ। ଆମେ କୌଣସି ପ୍ରକାର ଅଫିସିଆଲ୍ ଡେଟିଂ କରୁ ନଥିଲୁ। କିନ୍ତୁ ଆମେ ବିବାହ ଯୋଜନାରେ ବ୍ୟସ୍ତ ଥିଲୁ। ଆମେ କେବଳ ପରସ୍ପରଙ୍କ ପରିବାରକୁ ଭେଟିବା ବିଷୟରେ ଚିନ୍ତା କରୁଥିଲୁ।”

ତେବେ ପରିଣୀତି ଏବଂ ରାଘବ ଗତ ବର୍ଷ ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ। ଏହି ଯୋଡ଼ି ରାଜସ୍ଥାନର ଉଦୟପୁର, ଲୀଲା ପ୍ୟାଲେସ୍‌ରେ ଏକ ବ୍ୟକ୍ତିଗତ ବିବାହ କରିଥିଲେ। ଏହି ବିବାହରେ ପରିଣୀତିଙ୍କ ମାଉସୀ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ମା ମଧୁ ଚୋପ୍ରା ଯୋଗ ଦେଇଥିଲେ। ଏହା ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆଦିତ୍ୟ ଠାକ୍‌ରେ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ, ମନୀଷ ମଲହୋତ୍ରା, ହରଭଜନ ସିଂହ ଏବଂ ସାନିଆ ମିର୍ଜା ମଧ୍ୟ ଯୋଗ ଦେଇଥିଲେ।

Bollywood Parineeti Chopra
Advertisment
Advertisment