• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଆଇକୋଲ୍‌ଡରେ ସାମିଲ୍ ହୋଇଛନ୍ତି । ଇଣ୍ଟର୍ ନ୍ୟାସନାଲ୍ କମିଶନ ଅନ୍ ଲାର୍ଜ ଡ୍ୟାମ୍ ବା ICOLD ଅନ୍ତର୍ଗତ ଲେଭିସ୍ ନାମକ ଏକ ଟେକ୍ନିକାଲ୍ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଇଂ. ଲିଙ୍ଗରାଜ ଗୌଡ଼ । ଏନେଇ ଯୋଗ୍ୟ ବିବେଚିତ ହେବା ପରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଇକୋଲଡ୍ ଏକ ବିଶ୍ୱସ୍ତରୀୟ ସଂସ୍ଥା । ଏହି ସଂସ୍ଥା ସାରା ବିଶ୍ୱ ପାଇଁ ଡ୍ୟାମ୍ ପ୍ରସ୍ତୁତ କରିଥାଏ । ଏହା ସହ ପୂରା ବିଶ୍ୱରେ ଏହା ନଦୀବନ୍ଧ ସମ୍ବନ୍ଧୀୟ ସଂଜ୍ଞା ଓ ନିର୍ଦ୍ଦେଶନାମା ମଧ୍ୟ ପ୍ରସ୍ତୁତ କରିଥାଏ । କହିବାକୁ ଗଲେ ଏହି ସଂସ୍ଥା ଡ୍ୟାମ୍ ଓ ନଦୀବନ୍ଧ ସମ୍ବନ୍ଧୀୟ ଷ୍ଟାଣ୍ତାର୍ଡ ଗାଇଡଲାଇନ୍ ତିଆରି କରିଥାଏ । ଉପରୋକ୍ତ ସଂସ୍ଥାରେ ଓଡ଼ିଶାର ପ୍ରଥମ ବ୍ୟକ୍ତି ତଥା ଯନ୍ତ୍ରୀ ଭାବେ ଇଂ. ଗୌଡ଼ ଯୋଗ ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ତିଳିସିଙ୍ଗି ଗ୍ରାମର ଶିକ୍ଷକ ଦୀନବନ୍ଧୁ ଗୌଡ଼ଙ୍କର ସେ ଜ୍ୟେଷ୍ଠ ପୁତ୍ର । ବୁର୍ଲା ଇଞ୍ଜିନିୟରିଂ କଲେଜରୁ ୧୯୮୭ ରେ ସେ ସିଭିଲ୍ ଇଞ୍ଜିନିୟରିଂ ପାସ୍ କରିଥିଲେ । ସେ ସମୟରେ ଇଂ. ଗୌଡ଼ ପ୍ରଥମ ଶ୍ରେଣୀରେ ସମ୍ମାନ ପାଇ ପାସ୍ କରିଥିଲେ । ପରେ ସେ ରାଉରକେଲା ସ୍ଥିତ NIT ରୁ ଷ୍ଟ୍ରକଚରାଲ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ମଧ୍ୟ ପାସ୍ କରିଥିଲେ । 

ପରେ ପରେ ୧୯୮୯ ରେ ସେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ଦ୍ୱାରା ମନୋନୀତ ହୋଇ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗରେ କାର୍ଯ୍ୟ କରି ଆସୁଛନ୍ତି । ଆଇକୋଲଡ୍ ଭଳି ବିଶ୍ୱସ୍ତରୀୟ ସଂସ୍ଥାରେ ଓଡ଼ିଶାର ପ୍ରଥମ ଯନ୍ତ୍ରୀ ଭାବେ ଯୋଗ ଦେଇ ସେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ।